ସ୍କୁଲରେ ତାଲା ପକାଇଲେ ଛାତ୍ରୀଛାତ୍ର, ଅଭିଭାବକ

ଉମରକୋଟ, ୧୭।୯(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ନେଉରା ପଞ୍ଚାୟତ ତେଲଗାଁ ଗ୍ରାମସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଛାତ୍ରୀଛାତ୍ର ଓ ଅଭିଭାବକ ତାଲା ପକାଇଛନ୍ତି। ଏଠାରେ ଶିକ୍ଷକ ଅଭାବରୁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷାଦାନ ମିଳି ପାରୁନାହିଁ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ୧୦ଜଣ ଶିକ୍ଷକଙ୍କୁ ନିଯୁକ୍ତି ନ ମିଳିବା ପର୍ଯ୍ୟନ୍ତ ଫାଟକରୁ ତାଲା ଖୋାଲାଯିବ ନାହିଁ ବୋଲି ଅଭିଭାବକମାନେ ଜିଦ୍‌ରେ ଅଡି ବସିଛନ୍ତି।
ତେଲଗାଁ ହାଇସ୍କୁଲରେ ୪୨୬ ପିଲା ପାଠ ପଢୁଛନ୍ତି। ପ୍ରାଥମିକ ବିଦ୍ୟାଳୟ ରେ ୩୧୧ ପିଲା ଓ ଉଚ୍ଚ ବିଦ୍ୟାଳୟରେ ୧୧୫ ପିଲା ଅଛନ୍ତି। ୮ ବର୍ଷ ହେବ ଏହି ସ୍କୁଲକୁ ଉଚ୍ଚ ବିଦ୍ୟାଳୟର ମାନ୍ୟତା ମିଳିଛି। ସେବେଠାରୁ ଜଣେ ଶିକ୍ଷକଙ୍କୁ ଏହି ହାଇସ୍କୁଲରେ ନିଯୁକ୍ତି ମିଳିନି। ଏଠାରେ ଜଣେ ମାତ୍ର ହାଇସ୍କୁଲ ମାନ୍ୟତା ଶିକ୍ଷକ ଓ ଚାରିଜଣ ପ୍ରାଥମିକ ଶିକ୍ଷକ ଅଛନ୍ତି। ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢ଼ା ବିପର୍ଯ୍ୟସ୍ତ ହୋଇ ପଡିଛି। ଶିକ୍ଷକ ନିଯୁକ୍ତି ପାଇଁ ଜିଲାପାଳ, ଉମରକୋଟ ବିଡିଓ, ବିଇଓ, ଏମ୍‌ପି, ବିଧାୟକଙ୍କୁ ଜଣାଇବା ପରେ ମଧ୍ୟ କେହି ଏ ଦିଗରେ କର୍ଣ୍ଣପାତ କରୁ ନ ଥିବା ଗ୍ରାମବାସୀ କହିଛନ୍ତି। ୧୦ଜଣ ଶିକ୍ଷକଙ୍କୁ ନିଯୁକ୍ତି ନ ମିଳିବା ପର୍ଯ୍ୟନ୍ତ ତାଲା ଖୋଲା ଯିବନି ବୋଲି ଗ୍ରାମବାସୀ କହିଛନ୍ତି। ସେହିଭଳି ପ୍ରଥମରୁ ଦଶମ ଶ୍ରେଣୀ ପାଇଁ ମାତ୍ର ୭ଟି କ୍ଲାସରୁମ୍‌ ରହିଛି। ୮ ବର୍ଷ ହେଲାଣି ଏଥିମଧ୍ୟରୁ ୩ଟି ଶ୍ରେଣୀ ଗୃହ ଅଧାପନ୍ତରିଆ ଅବସ୍ଥାରେ ପଡ଼ିଛି। ଯାହାର କି କବାଟ, ଝରକା କିମ୍ବା ଫ୍ଲୋରିଂ ହୋଇନି। ଆଉ ବଳକା ୪ଟି ଶ୍ରେଣୀଗୃହରେ ଚାଲିଛି ୧ରୁ ୧୦ ମ ଶ୍ରେଣୀ ଶିକ୍ଷାଦାନ। ଜିଲାପାଳ ଏହି ବିଦ୍ୟାଳୟର ସମସ୍ୟା ପ୍ରତି ଅବଗତ ହୋଇ ଏହାର ତୁରନ୍ତ ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ୧୫ଦିନ ପୂର୍ବରୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ମାଧ୍ୟମରେ ବିଇଓଙ୍କୁ ଶିକ୍ଷକ ନିଯୁକ୍ତି ନ ଦେଲେ ବିଦ୍ୟାଳୟରେ ତାଲା ପକାଯିବ ବୋଲି ଜଣାଇଥିଲୁ। ସମାଧାନ ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏ ଦିଗରେ କୌଣସି ପଦକ୍ଷେପ ନିଆ ନ ଯିବାରୁ ଧାରଣାରେ ବସିଛୁ ବୋଲି ଅଭିଭାବକମାନେ କହିଛନ୍ତି। ବିଦ୍ୟାଳୟରେ ତାଲା ପକେଇବା ଘଟଣା ବିଷୟରେ ବିଇଓ ବିକାଶ ଚନ୍ଦ୍ର ସରକାରଙ୍କୁ ପଚାରିବାରୁ ଗ୍ରାମବାସୀ ଗୋଟିଏ ଦରଖାସ୍ତ ଦେଇଥିଲେ । ଆମେ ଅନୁଧ୍ୟାନ କରି ଶିକ୍ଷକ ଦେବୁ ବୋଲି ଚିନ୍ତା କରିଛୁ। ବିଦ୍ୟାଳୟ ବନ୍ଦ କରି ଏଭଳି କରିବା ଅନୁଚିତ। ବର୍ତ୍ତମାନ ଜିଲାରେ ଶିକ୍ଷକ ଅଭାବ। ତେଣୁ ଏତେ ସଂଖ୍ୟକ ଶିକ୍ଷକ ନିଯୁକ୍ତି କଷ୍ଟକର। ସିଆର୍‌ସିସି ସତ୍ୟବ୍ରତ କର ସେଠାକୁ ଯାଇ ଯାଇ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେଇଛନ୍ତି। ଆଜି ଦୁଇ ଜଣ ପ୍ରାଥମିକ ଶିକ୍ଷକଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ପଠାଯାଇଛି। ହାଇସ୍କୁଲ ଶିକ୍ଷକ ମୋ ହାତରେ ନାହିଁ, ତାହା ଜିଲା ଶିକ୍ଷା ଅଧିକାରୀ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri