Posted inଫୁରସତ

ଅଜବ ବିଦ୍ୟାଳୟ, ଛାତ୍ରୀଛାତ୍ରଙ୍କ ଅନ୍ତଃବସ୍ତ୍ରର ରଙ୍ଗ ବି କରିଥାଏ ସ୍ଥିର

ଦୁନିଆରେ ଏମିତି କିଛି ବିଦ୍ୟାଳୟ ରହିଛି, ଯାହାର ନୀତି ନିୟମ ଅଜବ ଧରଣର। ଯାହା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ।

ସେମିତି କିଛି ଅଜବ ବିଦ୍ୟାଳୟ ରହିଛି ଜାପାନରେ। ଏଠାକାର କେତେକ ବିଦ୍ୟାଳୟରେ ଛାତ୍ରୀମାନେ ପିନ୍ଧୁଥିବା ଡ୍ରେସଠାରୁ ଆରମ୍ଭ କରି ବ୍ୟାଗ, ଜୋତା ଏପରିକି ଅନ୍ତଃବସ୍ତ୍ରର ରଙ୍ଗ ମଧ୍ୟ ଉକ୍ତ ବିଦ୍ୟାଳୟଗୁଡ଼ିକ ସ୍ଥିର କରିଥା’ନ୍ତି। ଏହି ଅଜବ ନିୟମ ପାଇଁ ଜାପାନ ସମଗ୍ର ବିଶ୍ୱରେ ଚର୍ଚ୍ଚିତ। ଖାଲି ଏତିକି ନୁହେଁ, ଏଠାରେ ବିଦ୍ୟାଳୟଗୁଡ଼ିକୁ ସଫା କରିବା ପାଇଁ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇ ନ ଥାଏ। ପିଲାମାନେ ହିଁ ସେମାନଙ୍କର ଶ୍ରେଣୀଗୃହ ସଫା କରନ୍ତି। ଶିକ୍ଷକମାନେ ପିଲାମାନଙ୍କୁ ସହଯୋଗ କରିଥାନ୍ତି।

ଆହୁରି ମଧ୍ୟ ପିଲାମାନେ ଖାଇବା ପିଇବା ପାଇଁ ଅନେକ ନିୟମ କରାଯାଇଛି। ବିଦ୍ୟାଳୟରେ ପିଲାମାନେ ଶ୍ରେଣୀରେ ବସି ମଧ୍ୟାହ୍ନଭୋଜନ କରନ୍ତି। ଶିକ୍ଷକମାନେ ସେଠାରେ ପିଲାମାନଙ୍କ ସହିତ ମିଶି ମଧ୍ୟାହ୍ନଭୋଜନ କରିଥାନ୍ତି। ସମସ୍ତ ପିଲା ମଧ୍ୟାହ୍ନଭୋଜନ ପାଇଁ ସେମାନଙ୍କର ପ୍ଲେଟ ଏବଂ ମ୍ୟାଟ ଆଣନ୍ତି। ଖାଇବା ପରେ ପିଲାମାନଙ୍କୁ ନିଜ ନିଜର ପ୍ଲେଟ ସଫା କରିବାକୁ ପଡ଼ିଥାଏ।

ଝିଅମାନଙ୍କୁ ଲମ୍ବା କେଶ, ଅଳଙ୍କାର ଏବଂ ମେକଅପ ପ୍ରତି ବାରଣ ରହିଛି। ପୁଅମାନଙ୍କୁ ପ୍ରତିଦିନ ସଞ୍ଚୟ କରିବାର ନିୟମ ରହିଛି। କୌଣସି ପିଲା ସେମାନଙ୍କ କେଶ ରଙ୍ଗ ବି କରିପାରିବେ ନାହିଁ।

କୌଣସି ପିଲା ଶୀତଦିନେ ସ୍କୁଲ ୟୁନିଫର୍ମ ସହିତ ରଙ୍ଗୀନ ଜ୍ୟାକେଟ କିମ୍ବା ସ୍ବେଟର୍‌ ପିନ୍ଧି ପାରିବେ ନାହିଁ। ପିଲାମାନଙ୍କୁ କେବଳ ନୀଳ, ବାଦାମୀ ଏବଂ କଳା ରଙ୍ଗର ସ୍ବେଟର ପିନ୍ଧିବାକୁ ଅନୁମତି ଦିଆଯାଇଛି। ଏଠାରେ ଥିବା ବିଦ୍ୟାଳୟରେ ପିଲାମାନଙ୍କୁ ଜୁନିୟର ହାଇସ୍କୁଲ ପର୍ଯ୍ୟନ୍ତ ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri