Posted inଫୁରସତ

ଅଜବ ବିଦ୍ୟାଳୟ, ଛାତ୍ରୀଛାତ୍ରଙ୍କ ଅନ୍ତଃବସ୍ତ୍ରର ରଙ୍ଗ ବି କରିଥାଏ ସ୍ଥିର

ଦୁନିଆରେ ଏମିତି କିଛି ବିଦ୍ୟାଳୟ ରହିଛି, ଯାହାର ନୀତି ନିୟମ ଅଜବ ଧରଣର। ଯାହା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ।

ସେମିତି କିଛି ଅଜବ ବିଦ୍ୟାଳୟ ରହିଛି ଜାପାନରେ। ଏଠାକାର କେତେକ ବିଦ୍ୟାଳୟରେ ଛାତ୍ରୀମାନେ ପିନ୍ଧୁଥିବା ଡ୍ରେସଠାରୁ ଆରମ୍ଭ କରି ବ୍ୟାଗ, ଜୋତା ଏପରିକି ଅନ୍ତଃବସ୍ତ୍ରର ରଙ୍ଗ ମଧ୍ୟ ଉକ୍ତ ବିଦ୍ୟାଳୟଗୁଡ଼ିକ ସ୍ଥିର କରିଥା’ନ୍ତି। ଏହି ଅଜବ ନିୟମ ପାଇଁ ଜାପାନ ସମଗ୍ର ବିଶ୍ୱରେ ଚର୍ଚ୍ଚିତ। ଖାଲି ଏତିକି ନୁହେଁ, ଏଠାରେ ବିଦ୍ୟାଳୟଗୁଡ଼ିକୁ ସଫା କରିବା ପାଇଁ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇ ନ ଥାଏ। ପିଲାମାନେ ହିଁ ସେମାନଙ୍କର ଶ୍ରେଣୀଗୃହ ସଫା କରନ୍ତି। ଶିକ୍ଷକମାନେ ପିଲାମାନଙ୍କୁ ସହଯୋଗ କରିଥାନ୍ତି।

ଆହୁରି ମଧ୍ୟ ପିଲାମାନେ ଖାଇବା ପିଇବା ପାଇଁ ଅନେକ ନିୟମ କରାଯାଇଛି। ବିଦ୍ୟାଳୟରେ ପିଲାମାନେ ଶ୍ରେଣୀରେ ବସି ମଧ୍ୟାହ୍ନଭୋଜନ କରନ୍ତି। ଶିକ୍ଷକମାନେ ସେଠାରେ ପିଲାମାନଙ୍କ ସହିତ ମିଶି ମଧ୍ୟାହ୍ନଭୋଜନ କରିଥାନ୍ତି। ସମସ୍ତ ପିଲା ମଧ୍ୟାହ୍ନଭୋଜନ ପାଇଁ ସେମାନଙ୍କର ପ୍ଲେଟ ଏବଂ ମ୍ୟାଟ ଆଣନ୍ତି। ଖାଇବା ପରେ ପିଲାମାନଙ୍କୁ ନିଜ ନିଜର ପ୍ଲେଟ ସଫା କରିବାକୁ ପଡ଼ିଥାଏ।

ଝିଅମାନଙ୍କୁ ଲମ୍ବା କେଶ, ଅଳଙ୍କାର ଏବଂ ମେକଅପ ପ୍ରତି ବାରଣ ରହିଛି। ପୁଅମାନଙ୍କୁ ପ୍ରତିଦିନ ସଞ୍ଚୟ କରିବାର ନିୟମ ରହିଛି। କୌଣସି ପିଲା ସେମାନଙ୍କ କେଶ ରଙ୍ଗ ବି କରିପାରିବେ ନାହିଁ।

କୌଣସି ପିଲା ଶୀତଦିନେ ସ୍କୁଲ ୟୁନିଫର୍ମ ସହିତ ରଙ୍ଗୀନ ଜ୍ୟାକେଟ କିମ୍ବା ସ୍ବେଟର୍‌ ପିନ୍ଧି ପାରିବେ ନାହିଁ। ପିଲାମାନଙ୍କୁ କେବଳ ନୀଳ, ବାଦାମୀ ଏବଂ କଳା ରଙ୍ଗର ସ୍ବେଟର ପିନ୍ଧିବାକୁ ଅନୁମତି ଦିଆଯାଇଛି। ଏଠାରେ ଥିବା ବିଦ୍ୟାଳୟରେ ପିଲାମାନଙ୍କୁ ଜୁନିୟର ହାଇସ୍କୁଲ ପର୍ଯ୍ୟନ୍ତ ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ପ୍ରତିବର୍ଷ ଯୋଗାଇ ଦିଆଯିବ ୩ଟି ମାଗଣା ଗ୍ୟାସ ସିଲିଣ୍ଡର

ଚେନ୍ନାଇ,୨୪।୮: ବିଧାନସଭାରେ ଏକ ବଡ଼ ଘୋଷଣା କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ କହିଛନ୍ତି ଯେ ‘ଅନ୍ନପୂର୍ଣ୍ଣି ସୁପର ସିକ୍ସ’ ଯୋଜନା ଅଧୀନରେ ପ୍ରତିବର୍ଷ ତିନୋଟି ମାଗଣା…

ଗୁପଚୁପ ଖାଇବା ପରେ ଆସିଲା ନିଦ; ବାକ୍ସ ଉପରେ ଶୋଇପଡ଼ିଲା ହନୁ ମାଙ୍କଡ଼, ଭାଇରାଲ ହେଉଛି Video

ପାଟଣା,୨୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଷ୍ଟେଟବ୍ୟାଙ୍କ ସମ୍ମୁଖରେ ରବିବାର ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବଜାର ଅଞ୍ଚଳର ବିଭିନ୍ନ ଦୋକାନରୁ ଖାଦ୍ୟ ମାଗି…

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୩ ଗେଟ୍‌, ୮ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

​ସମ୍ବଲପୁର,୨୪।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ବୃଦ୍ଧି ପାଇଛି । ଫଳରେ…

ବିନା ଲାଇସେନ୍ସରେ ବିଭିନ୍ନ ବ୍ରାଣ୍ଡ୍‌ର ମଦ ବିକ୍ରି, ୩ ବ୍ୟବସାୟୀଙ୍କୁ ଗିରଫ କରି…

ଦିଗପହଣ୍ଡି,୨୪ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଚାନ୍ଦପୁର ଗ୍ରାମ ବଜାରରେ ଚିକିଟି ଏସ୍‌ଡିପିଓ ବିଶ୍ୱାମିତ୍ର ହରପାଲ, ଚିକିଟି ଫାଣ୍ଡି ଅଧିକାରୀ ଏସ୍‌ଆଇ…

ପରଘର ବାରଣ୍ଡାରେ ଚାଲିଛି ପାଠପଢ଼ା: ଅନ୍ଧକାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜୁନାଗଡ଼,୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ର ଅନେକ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଦୟନୀୟ ଅବସ୍ଥାରେ ରହିଛି। ଫଳରେ ସେଠାକାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ…

ପାରାଦୀପ ଜାହାଜ ବୁଡ଼ି ଘଟଣା: ଏବେ ବି ୨୨ ନାବିକଙ୍କର ମିଳିନି ପତ୍ତା, ଚାଲିଛି ଖୋଜା

ପାରାଦୀପ/ଭୁବନେଶ୍ୱର,୨୪।୮(ଶରତ ରାଉତ/ପି.ଟି.): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଅଭିମୁଖେ ଯାଉଥିବା ପାନାମା-ପତାକାବାହୀ ଜାହାଜ ‘ଏମ୍‌ଭି ଓସେନ ୱିନର୍‌’ ବଙ୍ଗୋପସାଗରରେ ବୁଡ଼ିଯାଇଛି। ପାରାଦୀପ ଉପକୂଳରୁ ପ୍ରାୟ…

ଅସ୍ଥିର ହେଲାଣି ବଙ୍ଗୋପସାଗର, ଅନେକ ରାଜ୍ୟରେ ହେବ ପ୍ରବଳ ବର୍ଷା IMD ଜାରି କଲା ସତର୍କତା

ନୂଆଦିଲ୍ଲୀ,୨୪।୮: ବିଶ୍ୱବ୍ୟାପୀ ପାଣିପାଗ ବିଜ୍ଞାନୀମାନେ ବର୍ତ୍ତମାନ ଏଲ ନିନୋର ସକ୍ରିୟତା ବିଷୟରେ ଆଲୋଚନା କରୁଛନ୍ତି; କିନ୍ତୁ ଏପର୍ଯ୍ୟନ୍ତ ଭାରତରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପରିଲକ୍ଷିତ ହୋଇନାହିଁ। ମୌସୁମୀ…

ଶେଷ ଶ୍ରାବଣ ସୋମବାରରେ ଦୁର୍ଘଟଣା, ମନ୍ଦିରରେ ଦଳାଚକଟାରେ ଅନେକ ଶ୍ରଦ୍ଧାଳୁ ଆହତ

ପାଟନା,୨୪।୮: ପବିତ୍ର ଶ୍ରାବଣ ମାସର ଶେଷ ସୋମବାରରେ ବିହାରର ମାଧେପୁରା ଜିଲାର ସିଂହେଶ୍ୱର ମନ୍ଦିରରେ ଦଳାଚକଟା ଘଟି ଅନେକ ଭକ୍ତ ଆହତ ହୋଇଛନ୍ତି। ଏହା ପରେ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri