ପରୀକ୍ଷା ବାତିଲ୍‌ ଦାବିରେ ତାତିଲେ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ,୩।୨: ବାଲେଶ୍ୱର ଜିଲାର ବିଭିନ୍ନ କନିଷ୍ଠ ମହାବିଦ୍ୟାଳୟର ଛାତ୍ରୀଛାତ୍ର ମହାମାରୀ କରୋନା ଯୋଗୁ ଯୁକ୍ତ ୨ ଫାଇନାଲ୍‌ ପରୀକ୍ଷା ବାତିଲ୍‌ କରିବା ପାଇଁ ଦାବି କରିଛନ୍ତି। ଗୁରୁବାର ଅଲ୍‌ ଓଡ଼ିଶା ଷ୍ଟୁଡ଼େଣ୍ଟ ୟୁନିଅନ୍‌ ଜିଲା ଶାଖା ନେତୃତ୍ୱରେ ସହରର ଓଟିରୋଡ୍‌ର ଷ୍ଟେଶନ ଛକ ନିକଟରେ ଛାତ୍ରୀଛାତ୍ର ଧାରଣା ଦେଇଥିଲେ। ୨ ଘଣ୍ଟା ପରେ ସେମାନେ ସେଠାରୁ ଆସି ଜିଲାପାଳ ଅଫିସ୍‌ ଘେରାଉ କରି ବିଭିନ୍ନ ନାରାବାଜି ଦେଇ ପରୀକ୍ଷା ବାତିଲ୍‌ କରିବା ପାଇଁ ଦାବି କରିଥିଲେ। ପରେ ଏକ ପ୍ରତିନିଧି ଦଳ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ସାକ୍ଷାତ କରି ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଛାତ୍ରୀଛାତ୍ରଙ୍କ ଦାବି ଅନୁସାରେ ଅଫଲାଇନ୍‌ରେ ନିର୍ଦ୍ଧାରିତ ସିଲାବସ୍‌ ଶେଷ ହୋଇନି, ଅନଲାଇନ୍‌ ସିଲାବସ୍‌ ଶେଷ ହୋଇଥିବା ବେଳେ କ୍ଲାସ୍‌ର ଭିଡିଓ ଓ ଅଡିଓର କ୍ୱାଲିଟି ନାହିଁ, ବିଳମ୍ବରେ କଲେଜ ଖୋଲିଥିଲେ ମଧ୍ୟ ଓମିକ୍ରନ୍‌ ଭୟରେ ପୁଣି କଲେଜ ବନ୍ଦ ହେବା ଭଳି ସମସ୍ୟା ସୃଷ୍ଟି ହୋଇଛି। ଏବେ କରୋନା ଓ ଓମିକ୍ରନ୍‌ର ପ୍ରାଦୁର୍ଭାବ ଜିଲାରେ ରହିଥିବା ବେଳେ ଅଫଲାଇନ୍‌ ପରୀକ୍ଷା କରାଗଲେ ସ୍ବାସ୍ଥ୍ୟଗତ ଦୃଷ୍ଟିକୋଣରୁ ଛାତ୍ରୀଛାତ୍ରଙ୍କ ଜୀବନ ପ୍ରତି ବିପଦ ରହିଛି। ଅଫଲାଇନ୍‌ ଓ ଅନଲାଇନ୍‌ ପରୀକ୍ଷା ବନ୍ଦ କରି କ୍ଲାସରେ ହୋଇଥିବା ତ୍ରୟୋମାସିକ ପରୀକ୍ଷାର ଫଳାଫଳ ଆଧାରରେ ଛାତ୍ରୀଛାତ୍ରଙ୍କୁ ଉତ୍ତୀର୍ଣ୍ଣ କରିବାକୁ ଛାତ୍ରୀଛାତ୍ର ପ୍ରସ୍ତାବ ରଖିଛନ୍ତି। ଏଥିରେ ଯେଉଁ ଛାତ୍ରୀଛାତ୍ର ଅସନ୍ତୁଷ୍ଟ ହେବେ ସେମାନଙ୍କ ପାଇଁ ପୁନଃ ପରୀକ୍ଷା ବ୍ୟବସ୍ଥା ରଖିବା ପାଇଁ ଦାବି ହୋଇଛି। ଚିନ୍ମୟ ପାଢ଼ୀ, ଡଲି ମହନ୍ତ, ମୋନାଲିସା ରଣା, ଦେବ ଆର୍ଯ୍ୟନ୍‌, ଅର୍ପିତ କୁମାର ପତି, ସୁମଙ୍ଗଲ ପଣ୍ଡା ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଶତାଧିକ ଛାତ୍ରୀଛାତ୍ର ଆନ୍ଦୋଳନରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନରେ ଆଖିବୁଜିଲା ଆନାକୋଣ୍ଡା

ବାରଙ୍ଗ, ୬।୧୨: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ୪୬ ନମ୍ବର ଖୁଆଡ଼ରେ ଥିବା ୧୦ଟି ଆନାକୋଣ୍ଡା ମଧ୍ୟରୁ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ...

ଭାଙ୍ଗିଲା କୁମ୍ଭକ୍ଷେତ୍ରର ହାଣ୍ଡି ଭେଳା:  ପାଣି ଭିତରେ ପର୍ଯ୍ୟଟକ 

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ସିଆଡିମାଳ ପଞ୍ଚାୟତ ବାବନ୍ଧ ଗ୍ରାମରେ ଥିବା କୁମ୍ଭକ୍ଷେତ୍ରରେ ଅଘଟଣ  ଘଟିଛି। ହଠାତ୍‌ ହାଣ୍ଡି ଭେଳା...

ରାତିଅଧରେ ଘରେ ପଶି ଚଳାଇଲେ ୩ ରାଉଣ୍ଡ ଗୁଳି: ମହିଳା ଗୁରୁତର

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଘରେ ପଶି ମହିଳାଙ୍କୁ ଗୁଳି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ ରାଇପାଳ...

ଅଦିନିଆ ବର୍ଷାରେ ବେହାଲ ସାନ ଆର୍ଜିପଲ୍ଲୀ ଗାଁ

ଛତ୍ରପୁର, ୬।୧୨(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗାଁ ଅଦିନିଆ ବର୍ଷାରେ ବେହାଲ ହୋଇଛି । ଲଗାଣ ବର୍ଷା...

ଯଶିପୁର ବିଇଓ ନିଲମ୍ବିତ

ବାରିପଦା,୬।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ମୟୂରଭଞ୍ଜ ଜିଲା ଯଶିପୁର ବ୍ଲକ ଶିକ୍ଷାଧିକାରୀ ମଙ୍ଗଲ ଚରଣ ସିଂଙ୍କୁ...

ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବ: ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର,୬।୧୨: ବାତ୍ୟା ମିଗ୍‌ଜୋମ୍‌ ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବା ସହ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ଗଭୀର ଅବପାତରେ ପରିଣତ ହୋଇଛି।  ଆଗାମୀ କିଛି ଘଣ୍ଟା...

ଦୁର୍ଗନ୍ଧକୁ ନେଇ ତେଜୁଛି ଜନଅସନ୍ତୋଷ

ଭୁବନେଶ୍ୱର, ୬।୧୨ (ବନ୍ଦନା ସେଠୀ): ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍‌ (ଟେମ୍ପରାରି ଟ୍ରାନ୍‌ଜିଟ୍‌ ଷ୍ଟେଶନ) ପାଇଁ ଦିନକୁ ଦିନ ସ୍ଥିତି ବିଗିଡି ଚାଲିଛି। ଦୁର୍ଗନ୍ଧରେ ଅଧା...

ବାଲିଯାତ୍ରାରେ ସିଏମ୍‌ସି ଖର୍ଚ୍ଚକୁ ନେଇ ବିବାଦ

କଟକ,୬।୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ଐତିହାସିକ କଟକ ବାଲିଯାତ୍ରା ମଙ୍ଗଳବାର ଶେଷ ହୋଇଛି। ହେଲେ ଏଥିପାଇଁ ହୋଇଥିବା ଖର୍ଚ୍ଚକୁ ନେଇ ବିବାଦ ମୁଣ୍ଡ ଟେକିଛି। ଚଳିତବର୍ଷ କଟକ ମହାନଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri