
ମୋହନା,୨୦ା୫(ମନ୍ମଥ ମିଶ୍ର): ଗ୍ରୀଷ୍ମ ଅବକାଶ ପରେ ସ୍କୁଲ ଖୋଲିବାର ପ୍ରଥମ ଦିନ ଶୁକ୍ରବାର ଛାତ୍ରୀଛାତ୍ରମାନେ ନଦୀ ପାର ହୋଇ ପାଠ ପଢ଼ିବାକୁ ଯାଇଛନ୍ତି। ଗଜପତି ଜିଲା ମୋହନା ବ୍ଲକ ଡେଙ୍ଗାଆମ୍ବ ଗାଁ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଡେଙ୍ଗାଆମ୍ବା, ଟିଟିମେରି ଓ କୁଈହୁରୁ ଗାଁର କୁନି ଛାତ୍ରୀଛାତ୍ରମାନେ ବହି ବ୍ୟାଗ୍ ଧରି ବିପଦସଂକୁଳ ଅବସ୍ଥାରେ ନଦୀ ପାର ହୋଇ ନାରଙ୍ଗି ବିଦ୍ୟାଳୟକୁ ଯାଇଛନ୍ତି। ଅତ୍ୟଧିକ ବର୍ଷା ହେଲେ ନଦୀରେ ବନ୍ୟା ପାଣି ଆସିଲେ ପିଲାମାନେ ନଦୀ ପାର ହୋଇ ନ ପାରି ଘରେ ରହିଯାନ୍ତ। ନଦୀରେ ପୋଲ ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ନେଇ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।