Posted inଫୁରସତ

ପରୀକ୍ଷା ଶେଷ ପରେ ଖୁସିରେ ଏମିତି ଡ୍ୟାନ୍ସ କଲେ ଛାତ୍ରୀଛାତ୍ର, ଭିଡିଓ ଭାଇରାଲ

ପିଲାମାନଙ୍କ ପାଇଁ ପରୀକ୍ଷା ଶେଷ ହେବାର ଆନନ୍ଦଠାରୁ ଆଉ ଅଧିକ ଆନନ୍ଦ ବୋଧହୁଏ କିଛି ନାହିଁ। ପରୀକ୍ଷା ଶେଷ ହେବା ମାତ୍ରେ ସମସ୍ତ ପିଲା ଚାପମୁକ୍ତ ହୋଇଯାଆନ୍ତି। ବିଶେଷକରି ଦଶମ ଏବଂ ଦ୍ୱାଦଶ ପରୀକ୍ଷା ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କ ପାଇଁ ଅତ୍ୟନ୍ତ ଚାପଗ୍ରସ୍ତ। ଏହି ଦୁଇଟି ପର୍ଯ୍ୟାୟ ପିଲାଙ୍କ ପାଇଁ ବହୁତ କଷ୍ଟକର। ଆଜିକାଲି ସୋସିଆଲ ମିଡିଆରେ ମାଟ୍ରିକ ଛାତ୍ରୀଛାତ୍ରଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଶେଷ ହେବା ଏବଂ ଛୁଟିଦିନର ଆନନ୍ଦରେ ଏମିତି ଡ୍ୟାନ୍ସ କରିଛନ୍ତି ଦେଖିଲେ ଆପଣ ବି ଖୁସି ହୋଇଯିବେ।

ସେମିଷ୍ଟର ବ୍ରେକ୍‌ କିମ୍ବା ଲମ୍ବା ଛୁଟି ଛାତ୍ରୀଛାତ୍ରଙ୍କୁ ବେଶ୍‌ ଆନନ୍ଦ ଦେଇଥାଏ। ଏହି ଆନନ୍ଦ ପିଲାମାନଙ୍କ ଚେହେରାରେ ପ୍ରତିଫଳିତ ହୁଏ। ମାଟ୍ରିକ ପିଲାମାନଙ୍କ ଏକ ଖୁସିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସମସ୍ତ ପିଲା ଏକ କୋଠା ଉପରେ ଠିଆ ହୋଇ ନାଚୁଥିବାର ନଜର ଆସିଛନ୍ତି। ପିଲାମାନଙ୍କୁ ଏମିତି ଖୁସି ମନାଇବା ଦେଖିବା ପରେ ଲୋକମାନେ ବି ସେମାନଙ୍କୁ ପ୍ରଶଂସା କରିଛନ୍ତି।

ଫେସ୍‌ବୁକ୍‌ରେ ଶେୟାର ହୋଇଥିବା ଏହି ଭିଡିଓ ମାଲେସିଆର ଗୋପେଙ୍ଗ ମାଟ୍ରିକ କଲେଜର ଅଟେ। ଏଥିରେ ସମସ୍ତ ଛାତ୍ରୀଛାତ୍ର ବିଲ୍ଡିଂର ୩ ମହଲା ଉପରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ପିଲାମାନେ ନିଜ ଫୋନର ଫ୍ଲାସ୍‌ ଲାଇଟ୍‌ ଟର୍ନ କରି ଏକ ଲୋକାଲ ଗୀତରେ ନାଚୁଥିବାର ନଜର ଆସିଛନ୍ତି। ପିଲାମାନଙ୍କର ସୃଜନଶୀଳତା ସମସ୍ତଙ୍କ ହୃଦୟ ଜିଣିନେଇଛିା। ଅନେକ ଲୋକ ଏହା ଉପରେ ମନ୍ତବ୍ୟ ବି ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଛୁଟିଦିନର ଖୁସି ପ୍ରକୃତରେ ଏହିପରି।

ଏହି ଭିଡିଓରେ ଏକ ନିର୍ଦ୍ଦିଷ୍ଟ ଦୃଶ୍ୟ ପ୍ରତି ଅନେକ ଲୋକଙ୍କ ନଜର ପଡ଼ିଥିଲା।
ସମସ୍ତ ଛାତ୍ର ଖୁସିରେ ଡ୍ୟାନ୍ସ କରୁଥିବା ବେଳେ ଜଣେମାତ୍ର ଛାତ୍ର ଶୀର୍ଷରେ ଏକାକୀ ଠିଆ ହୋଇଛନ୍ତି। ସେ ଫ୍ଲାସ୍‌ ଲାଇଟ୍‌ ମଧ୍ୟ ଅନ୍‌ କରି ନ ଥିଲେ। ଅବଶ୍ୟ ଅନ୍ୟ ପିଲାମାନଙ୍କ ପରି ସେ ମଧ୍ୟ ଗୀତରେ ନାଚୁଥିବାର ନଜର ଆସିଥିଲେ। ଲୋକମାନେ ଏହି ଭିଡିଓକୁ ତୀବ୍ର ଶେୟାର କରୁଛନ୍ତି। ପିଲାମାନଙ୍କର ଖୁସିକୁ ପ୍ରକାଶ କରିବାର ଏହି ଉପାୟକୁ ସମସ୍ତେ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?