Posted inଫୁରସତ

ପରୀକ୍ଷା ଶେଷ ପରେ ଖୁସିରେ ଏମିତି ଡ୍ୟାନ୍ସ କଲେ ଛାତ୍ରୀଛାତ୍ର, ଭିଡିଓ ଭାଇରାଲ

ପିଲାମାନଙ୍କ ପାଇଁ ପରୀକ୍ଷା ଶେଷ ହେବାର ଆନନ୍ଦଠାରୁ ଆଉ ଅଧିକ ଆନନ୍ଦ ବୋଧହୁଏ କିଛି ନାହିଁ। ପରୀକ୍ଷା ଶେଷ ହେବା ମାତ୍ରେ ସମସ୍ତ ପିଲା ଚାପମୁକ୍ତ ହୋଇଯାଆନ୍ତି। ବିଶେଷକରି ଦଶମ ଏବଂ ଦ୍ୱାଦଶ ପରୀକ୍ଷା ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କ ପାଇଁ ଅତ୍ୟନ୍ତ ଚାପଗ୍ରସ୍ତ। ଏହି ଦୁଇଟି ପର୍ଯ୍ୟାୟ ପିଲାଙ୍କ ପାଇଁ ବହୁତ କଷ୍ଟକର। ଆଜିକାଲି ସୋସିଆଲ ମିଡିଆରେ ମାଟ୍ରିକ ଛାତ୍ରୀଛାତ୍ରଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଶେଷ ହେବା ଏବଂ ଛୁଟିଦିନର ଆନନ୍ଦରେ ଏମିତି ଡ୍ୟାନ୍ସ କରିଛନ୍ତି ଦେଖିଲେ ଆପଣ ବି ଖୁସି ହୋଇଯିବେ।

ସେମିଷ୍ଟର ବ୍ରେକ୍‌ କିମ୍ବା ଲମ୍ବା ଛୁଟି ଛାତ୍ରୀଛାତ୍ରଙ୍କୁ ବେଶ୍‌ ଆନନ୍ଦ ଦେଇଥାଏ। ଏହି ଆନନ୍ଦ ପିଲାମାନଙ୍କ ଚେହେରାରେ ପ୍ରତିଫଳିତ ହୁଏ। ମାଟ୍ରିକ ପିଲାମାନଙ୍କ ଏକ ଖୁସିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସମସ୍ତ ପିଲା ଏକ କୋଠା ଉପରେ ଠିଆ ହୋଇ ନାଚୁଥିବାର ନଜର ଆସିଛନ୍ତି। ପିଲାମାନଙ୍କୁ ଏମିତି ଖୁସି ମନାଇବା ଦେଖିବା ପରେ ଲୋକମାନେ ବି ସେମାନଙ୍କୁ ପ୍ରଶଂସା କରିଛନ୍ତି।

ଫେସ୍‌ବୁକ୍‌ରେ ଶେୟାର ହୋଇଥିବା ଏହି ଭିଡିଓ ମାଲେସିଆର ଗୋପେଙ୍ଗ ମାଟ୍ରିକ କଲେଜର ଅଟେ। ଏଥିରେ ସମସ୍ତ ଛାତ୍ରୀଛାତ୍ର ବିଲ୍ଡିଂର ୩ ମହଲା ଉପରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ପିଲାମାନେ ନିଜ ଫୋନର ଫ୍ଲାସ୍‌ ଲାଇଟ୍‌ ଟର୍ନ କରି ଏକ ଲୋକାଲ ଗୀତରେ ନାଚୁଥିବାର ନଜର ଆସିଛନ୍ତି। ପିଲାମାନଙ୍କର ସୃଜନଶୀଳତା ସମସ୍ତଙ୍କ ହୃଦୟ ଜିଣିନେଇଛିା। ଅନେକ ଲୋକ ଏହା ଉପରେ ମନ୍ତବ୍ୟ ବି ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଛୁଟିଦିନର ଖୁସି ପ୍ରକୃତରେ ଏହିପରି।

ଏହି ଭିଡିଓରେ ଏକ ନିର୍ଦ୍ଦିଷ୍ଟ ଦୃଶ୍ୟ ପ୍ରତି ଅନେକ ଲୋକଙ୍କ ନଜର ପଡ଼ିଥିଲା।
ସମସ୍ତ ଛାତ୍ର ଖୁସିରେ ଡ୍ୟାନ୍ସ କରୁଥିବା ବେଳେ ଜଣେମାତ୍ର ଛାତ୍ର ଶୀର୍ଷରେ ଏକାକୀ ଠିଆ ହୋଇଛନ୍ତି। ସେ ଫ୍ଲାସ୍‌ ଲାଇଟ୍‌ ମଧ୍ୟ ଅନ୍‌ କରି ନ ଥିଲେ। ଅବଶ୍ୟ ଅନ୍ୟ ପିଲାମାନଙ୍କ ପରି ସେ ମଧ୍ୟ ଗୀତରେ ନାଚୁଥିବାର ନଜର ଆସିଥିଲେ। ଲୋକମାନେ ଏହି ଭିଡିଓକୁ ତୀବ୍ର ଶେୟାର କରୁଛନ୍ତି। ପିଲାମାନଙ୍କର ଖୁସିକୁ ପ୍ରକାଶ କରିବାର ଏହି ଉପାୟକୁ ସମସ୍ତେ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri