‘ଛାତ୍ର ସଂସଦ ନିର୍ବାଚନ ଘୋଷଣା କରାଯାଉ’

ଖୋର୍ଦ୍ଧା,୨୦ା୭(ପ୍ରଭାତ ପାଣିଗ୍ରାହୀ)ବିଭିନ୍ନ ପ୍ରସଙ୍ଗ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ଦୀର୍ଘ ୪ବର୍ଷ ହେବ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି। ଗୋଟିଏ ପଟେ କ୍ୟାମ୍ପସରେ ଶାସକ ଦଳ ବିଜୁ ଛାତ୍ର ବାହିନୀ ଗଠନ କରୁଛନ୍ତି, ଅଥଚ ଛାତ୍ରଙ୍କ ନେତୃତ୍ୱକୁ ଅଣଦେଖା କରୁଛନ୍ତି। କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ଆଣିବା ପାଇଁ ନିର୍ବାଚନ ବନ୍ଦ ଏକ ବାହାନା। ଯେଉଁଭଳି କ୍ୟାମ୍ପସରେ ବିଜୁ ଛାତ୍ର ବାହିନୀ ହିଂସ୍ର ପାଲଟିଛନ୍ତି, ଆଗାମୀ ଦିନରେ ଛାତ୍ର ସଂସଦ ନିର୍ବାଚନ ହେଲେ ବିଜୁ ଛାତ୍ର ଜନତାର ଶୋଚନୀୟ ପରାଜୟ ହେବା ସମ୍ଭାବନା ଅଧିକ ରହିଛି। ଏଣୁ ଛାତ୍ର ସଂସଦ ନିର୍ବାଚନକୁ ରାଜ୍ୟ ସରକାର ଡରୁଛନ୍ତି ଓ ଜାଣିଶୁଣି ଏଡ଼ାଇ ଚାଲିଛନ୍ତି। ତେବେ ଶୈକ୍ଷିକ ବାତାବରଣ ନମୁନା ଆଜି ପଦାରେ ପଡ଼ିଛି। ଉଭୟ ବ୍ରହ୍ମପୁର ଓ ଉତ୍କଳ ବିଶ୍ୱବିଦ୍ୟାଳୟର ନାକ୍‌ ଗ୍ରେଡ୍‌ ମାନ୍ୟତା ଖସିଲା ବୋଲି ବୁଧବାର ସ୍ଥାନୀୟ ଗୀତାଭବନ ପରିସରରେ ଏବିଭିପି ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ସଂଯୋଜକ ସାଗର ପରିଡ଼ା କହିଛନ୍ତି। ସେ ଆହୁରି କହିଲେ ଯେ, କ୍ୟାମ୍ପସରେ ଅଣଛାତ୍ରଙ୍କ ପ୍ରବେଶ, ଆତଙ୍କରାଜ ବଢିଚାଲିଛି। ଗଞ୍ଜାମ ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜରେ ର଼୍ୟାଗିଙ୍ଗ ଘଟଣା ବିଜୁ ଛାତ୍ର ଜନତା ଦଳର ଅସଲ ଚେହେରା ପଦାରେ ପକାଇଥିଲା। ଏହି କ୍ୟାମ୍ପସ କମିଟି ସଂଯୋଜକଙ୍କ ଏଥିରେ ସଂପୃକ୍ତି ଧରାପଡ଼ିଥିଲା। ସେହିପରି ଏବିଭିପି ରାଜ୍ୟ ସହସମ୍ପାଦିକା ଦୀପ୍ତିମୟୀ ପ୍ରତିହାରୀ କହିଲେ ଯେ, ଗତ କିଛି ମାସ ହେଲା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବଙ୍କ ବିଭିନ୍ନ ଜିଲା ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ସବୁଠାରୁ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ୫-ଟି ସଚିବଙ୍କ ଗସ୍ତ ପାଇଁ କଲେଜର ବିଦ୍ୟାର୍ଥୀମାନଙ୍କୁ ଅଧ୍ୟକ୍ଷମାନେ ଗାଡ଼ିରେ ସଭାକୁ ନେଇଛନ୍ତି। ଢେଙ୍କାନାଳ ମଠକରଗୋଲା କଲେଜ ଏବଂ ସମ୍ବଲପୁର ଏନ୍‌ଏସ୍‌ସିବି କଲେଜ ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ଏସବୁ ଘଟଣା ପଛରେ କିଏ ଅଛନ୍ତି? ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ବିଭିନ୍ନ କଲେଜରେ ଏକାଧିକ ଅଧ୍ୟାପକ ପଦବୀ ଖାଲି ରହିଛି। ବାଙ୍କୀ କଲେଜ ଗ୍ୟାଲେରୀ ଭୁଶୁଡ଼ି ପଡିଲା। ରମାଦେବୀ ବିଶ୍ୱବିଦ୍ୟାଳୟର ୫ଟି ପାଚେରୀ ଭୁଶୁଡିଲା। ଭଦ୍ରକ କଲେଜର ଜାଲ୍‌ ସାର୍ଟିଫିକେଟ ଘଟଣା ସାମ୍ନାକୁ ଆସିଲା। ଛାତ୍ର ସମାଜକୁ ଗଠନମୂଳକ ସମାଜ ପାଇଁ ପ୍ରସ୍ତୁତ କରିବା ପରିବର୍ତ୍ତେ ସେମାନଙ୍କୁ ନିର୍ବାଚନ ପାଇଁ ପ୍ରସ୍ତୁତ କରୁଛି ଶାସକଦଳ। ଏହା ଚିନ୍ତାଜନକ ବିଷୟ। ରାଜ୍ୟ ସରକାର ତୁରନ୍ତ ଛାତ୍ର ସଂସଦ ନିର୍ବାଚନ ଘୋଷଣା କରନ୍ତୁ। ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଏବଂ କ୍ଷେତ୍ରବାସୀ ଡିଏଭି ଓ ନିରାକାରପୁର କଲେଜକୁ ସ୍ବୟଂଶାସିତ ଘୋଷଣା କରାଯାଉ। ଗୋଦାବରୀଶ ମହାବିଦ୍ୟାଳୟରେ ସ୍ନାତକୋତ୍ତର ଶିକ୍ଷା, ସମସ୍ତ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ବିଶ୍ରାମାଗାର ଗଠନ, ପିଏନ୍‌ କଲେଜ ପରିସରରେ ଫାଣ୍ଡି ପ୍ରତିଷ୍ଠା ସହ ସମସ୍ତ ମହାବିଦ୍ୟାଳୟରେ ପାଇକ ସ୍ମାରକୀ ଉପରେ ସ୍ବତନ୍ତ୍ର ଗବେଷଣା କରାଯିବାକୁ ଏବିଭିପି ଦାବି କରିଛି। ନଚେତ ସମସ୍ତ କ୍ୟାମ୍ପସ, ବିଶ୍ୱବିଦ୍ୟାଳୟ ଆଗରେ ଏବିଭିପି ଆନ୍ଦୋଳନ କରିବ ବୋଲି କଡ଼ା ଚେତାବନୀ ଦେଇଛି।
ଏହି ଖବରଦାତା ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭମ ଶୁଭାଶିଷ ଓ ଜିଲା ସହ ସଂଯୋଜିକା ଲିପ୍ସା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?