ଛାତ୍ରୀଛାତ୍ର, ପୁସ୍ତକ ବିକ୍ରେତା ହଟହଟା

କଣାସ,୨୭।୫(ସ୍ବ.ପ୍ର.): ଦୀର୍ଘ ୩ ବର୍ଷ ହେଲା ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ସମେଟିଭ୍‌-୧ ଓ ସମେଟିଭ୍‌-୨ ପଦ୍ଧତି ଅନୁସାରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ଏବଂ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଅନୁଷ୍ଠିତ ହୋଇଆସୁଥିଲା। ଛାତ୍ରୀଛାତ୍ର ଏହି ଢାଞ୍ଚାରେ ପରୀକ୍ଷା ଦେବାକୁ ମାନସିକସ୍ତରରେ ନିଜକୁ ପ୍ରସ୍ତୁତ କରିସାରିଥିବାବେଳେ ହଠାତ୍‌ ଏହି ଢାଞ୍ଚାକୁ ପରିବର୍ତ୍ତନ କରି ପୁରୁଣା ଢାଞ୍ଚାରେ ଦଶମ ଶ୍ରେଣୀ ପରୀକ୍ଷା କରିବାକୁ ଘୋଷଣା ହୋଇଛି। ଫଳରେ ଛାତ୍ରୀଛାତ୍ରଙ୍କ ମନରେ ଭୟ ସୃଷ୍ଟି ହୋଇଛି। ପ୍ରଥମତଃ ପିଲାମାନେ ପୁରୁଣା ଢାଞ୍ଚାରେ ପରୀକ୍ଷା ଦେବାକୁ ବିମୁଖ ହେଉଥିବା ଦୃଶ୍ୟ ନଜରକୁ ଆସିଛି। କାରଣ ନବମ ଶ୍ରେଣୀରେ ସେହି ପିଲା ସେମିଷ୍ଟର ଢାଞ୍ଚାରେ ପରୀକ୍ଷା ଦେଇ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦ୍ୱିତୀୟରେ ଏହି ପିଲାମାନେ ଏପ୍ରିଲରୁ ବହି ଓ ଟେଷ୍ଟପେପର ଇତ୍ୟାଦି କିଣି ନିଜକୁ ପ୍ରସ୍ତୁତ କରୁଥିଲେ। ଟେଷ୍ଟପେପର ପ୍ରକାଶନ ସଂସ୍ଥା ଟେଷ୍ଟପେପର ସେମିଷ୍ଟର ଢାଞ୍ଚାରେ ପ୍ରସ୍ତୁତ କରି ବିକ୍ରି ନିମନ୍ତେ ବଜାରକୁ ଛାଡିଥିଲା। ଫଳରେ ପିଲାମାନେ ଗଁା ଗହଳିରେ ଥିବା ପୁସ୍ତକ ବିକ୍ରେତାଙ୍କଠାରୁ ଏହି ସେମିଷ୍ଟର-୧ କିଣିଥିଲେ। କିନ୍ତୁ ଏବେ ହଠାତ୍‌ ପାଠ୍ୟକ୍ରମ ପରିବର୍ତ୍ତନ ଯୋଗୁ ଛାତ୍ରୀଛାତ୍ର ଦୋକାନୀଙ୍କୁ ଉକ୍ତ ଟେଷ୍ଟପେପର ଫେରାଇ ଦେଇ ତାଙ୍କର ଟଙ୍କା ଫେରାଇ ନେବାକୁ ଅଡ଼ି ବସିଛନ୍ତି। ହୋଲସେଲ୍‌ର ପୁସ୍ତକ ବିକ୍ରେତା ଖୁଚୁରା ଦୋକାନୀଙ୍କଠାରୁ ଟେଷ୍ଟପେପର ଫେରସ୍ତ ନେଉନାହାନ୍ତି। ଯେଉଁ କମ୍ପାନୀ ଟେଷ୍ଟପେପର ପ୍ରସ୍ତୁତ କରିଛି ସେମାନେ ନେବାକୁ ରାଜି ହେଉ ନ ଥିବା କହିଛନ୍ତି। ତେଣୁ ଛାତ୍ରୀଛାତ୍ର ଓ ଗଁା ଗହଳିର ପୁସ୍ତକ ବିକ୍ରେତା ଏବେ ହଟହଟାର ଶିକାର ହେଉଛନ୍ତି। ଏ ଦିଗରେ ସରକାର ଉଚିତ୍‌ ପଦକ୍ଷେପ ଗ୍ରହଣ କରିବାକୁ ଛାତ୍ରୀଛାତ୍ରଙ୍କ ସହ ଅଭିଭାବକମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri