Posted inଖେଳ

ଆରସିବିକୁ ଶକ୍ତ ଧକ୍କା: ଯୁବ ଓପନର ପଡିକାଲ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୫।୪: ଆଉ ମାତ୍ର ୫ ଦିନ ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆରମ୍ଭ ହେବାକୁ ଯାଉଥିବା ବେଳେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ଶକ୍ତ ଧକ୍କା ଲାଗିଛି। ଯୁବ ଓପନର ଦେବଦତ୍ତ ପଡିକାଲ କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ ବୋଲି ଜଣାପଡିଛି। ଫଳରେ ଆରସିବିକୁ ଝଟକା ଲାଗିଛି। ସ୍ପିନର ଅକ୍ଷର ପଟେଲ ଓ ନୀତୀଶ ରାଣାଙ୍କ ପରେ ତୃତୀୟ ଆଇପିଏଲ୍‌ ଖେଳାଳିଭାବେ ପଡିକାଲ ପଜିଟିଭ ବୋଲି ଜଣାପଡିଛି। ଅକ୍ଷର ଦିଲ୍ଲୀ କ୍ୟାପିଟାଲ୍ସ ଓ ନୀତୀଶ କୋଲକାତା ନାଇଟ୍‌ ରାଇଡର୍ସ ତରଫରୁ ଏଥର ଆଇପିଏଲ ଖେଳିବେ।
ଟେଷ୍ଟରେ ପଜିଟିଭ ବୋଲି ଜଣାପଡିବା ପରେ ୨୦ ବର୍ଷୀୟ ପଡିକାଲଙ୍କୁ ଆଇସୋଲେଶନରେ ରଖାଯାଇଛି ଓ ସେ କ୍ୱାରାଣ୍ଟାଇନରେ ରହିଛନ୍ତି। ପଡିକାଲ ଅତିକମ୍‌ରେ ଆରସିବି ପାଇଁ ପ୍ରଥମ ଦୁଇଟି ମ୍ୟାଚ୍‌ ନ ଖେଳିବା ସ୍ପଷ୍ଟ ହୋଇଛି। ଚେନ୍ନାଇରେ ଆରସିବିର ଖେଳାଳିମାନେ ଅଭ୍ୟାସ କରୁଛନ୍ତି। ଗତ ସଂସ୍କରଣରେ ପଡିକାଲ ଆଇପିଏଲ୍‌ର ସବୁଠାରୁ ବଡ଼ ଆବିଷ୍କାର ବିବେଚିତ ହୋଇଥିଲେ। ସେ ୧୫ଟି ଆଇପିଏଲ୍‌ ମ୍ୟାଚ୍‌ ଖେଳି ୩୧.୫୩ ରନ ହାରରେ ୪୭୩ ରନ ସଂଗ୍ରହ କରିଥିଲେ। ଘରୋଇ କ୍ରିକେଟରେ ମଧ୍ୟ ସେ ଜବରଦସ୍ତ ଫର୍ମର ନମୁନା ପ୍ରଦର୍ଶନ କରିଛନ୍ତି। ଘରୋଇ ଟି୨୦ ଟୁର୍ନାମେଣ୍ଟ ସୟଦ ମୁସ୍ତାକ ଅଲି ଟ୍ରଫିରେ ସେ କର୍ନାଟକ ତରଫରୁ ପ୍ରତିନିଧିତ୍ୱ କରି ୬ଟି ମ୍ୟାଚ୍‌ ଖେଳି ୪୩.୬୦ ହାରରେ ୨୧୮ ରନ ସଂଗ୍ରହ କରିଥିଲେ। ଏହାପରେ ଦିନିକିଆ ଘରୋଇ ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫିରେ ୭ଟି ମ୍ୟାଚ୍‌ ଖେଳି ୧୪୭.୪୦ ହାରରେ ୭୩୭ ରନ ସଂଗ୍ରହ କରିଥିଲେ। ଆସନ୍ତା ୯ ତାରିଖରୁ ଆଇପିଏଲ ଆରମ୍ଭ ହେବାକୁ ଯାଉଥିବା ବେଳେ ଉଦ୍‌ଘାଟନୀ ମୁକାବିଲାରେ ଆରସିବି ଗତଥରର ଚାମ୍ପିୟନ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ଶୀର୍ଷକୁ ଫେରିଲା ସିଏସ୍‌କେ

ଶାରଜା,୨୪।୯: ସ୍ଥାନୀୟ ଶାରଜା ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ୬ ଉଇକେଟରେ ହରାଇ ଦେଇଛି ଚେନ୍ନାଇ ସୁପର କିଙ୍ଗ୍ସ...

ଆଇସିସି ବିଶ୍ୱକପ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷରୁ ଭାରତର ଅଭିଯାନ

ସାଉଥାମ୍ପଟନ,୪।୬ (ପି.ଟି.)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ଚଳିତ ଦ୍ୱାଦଶ ସଂସ୍କରଣରେ ଭାରତ ବୁଧବାରଠାରୁ ଅଭିଯାନ ଆରମ୍ଭ କରିବ। ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ...

କରୋନା ଆକ୍ରାନ୍ତ ହେଲେ ଏହି ଭାରତୀୟ ମହିଳା କ୍ରିକେଟର୍‌

ନୂଆଦିଲ୍ଲୀ, ୧୭।୧୦: ଭାରତୀୟ ମହିଳା କ୍ରିକେଟ୍‌ ଦଳର ଦ୍ରୁତ ବୋଲର ମାନସୀ ଜୋଶୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଫଳରେ ଆସନ୍ତା ମାସରେ ୟୁଏଇରେ ଖେଳାଯିବାକୁ ଥିବା...

ତିନି ଦଶନ୍ଧିର ଖେଳାଳି ଏକାଠି

ବେନାଉଲିମ୍‌ (ଗୋଆ), ୯ା୩ (ପି.ଟି.)-ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ରବିବାର ସ୍ଥାନୀୟ ବେନାଉଲିମ୍‌ ଗ୍ରାଉଣ୍ଡରେ ୩ ଦଶନ୍ଧିର ଭାରତୀୟ ମହିଳା ଫୁଟ୍‌ବଲରମାନେ ଏକାଠି ହୋଇଥିଲେ।...

କୋଭିଡ୍‌-୧୯: ଆର୍ଜେଣ୍ଟିନା ଫୁଟବଲ ସେସନ ବାତିଲ

ବ୍ୟୁନସ୍‌ ଆୟର୍ସ,୨୮।୪(ଏଏଫ୍‌ପି): କୋଭିଡ୍‌-୧୯ ଭାଇରସ୍‌ ସାରା ବିଶ୍ୱରେ କ୍ରୀଡ଼ାକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଏହି ଭାଇରସ୍‌ କାରଣରୁ ଆର୍ଜେଣ୍ଟିନା ଫୁଟବଲ ଆସୋସିଏଶନ (ଏଏଫ୍‌ଏ) ୨୦୧୯-୨୦...

ଭାରତ ଉଦ୍ଦେଶ୍ୟମୂଳକ ଭାବେ ପରାସ୍ତ ହୋଇନି: ସର୍ଫରାଜ

କରାଚୀ, ୭ା୭ (ପି.ଟି.)-ଚଳିତ ଆଇସିସି ବିଶ୍ୱକପ୍‌ରେ ପାକିସ୍ତାନକୁ ସେମିଫାଇନାଲରୁ ବଞ୍ଚତ୍ତ କରିବା ଉଦ୍ଦେଶ୍ୟରେ ଭାରତ ଇଂଲଣ୍ଡ ବିପକ୍ଷରେ ଜାଣିଶୁଣି ଖେଳିଲା ନାହିଁ ବୋଲି ଯାହା କୁହାଯାଉଛି...

ତେନ୍ଦୁଲକରଙ୍କ ସହାୟତା

ମୁମ୍ବାଇ, ୧ା୧୨ (ପି.ଟି.)-ଭାରତୀୟ କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ଗୁରୁତର ରୋଗରେ ପୀଡ଼ିତ ୬ଟି ରାଜ୍ୟର ୧୦୦ ଜଣ ଅନଗ୍ରସର ଶିଶୁଙ୍କ ଚିକିତ୍ସା ପାଇଁ ଆର୍ଥିକ...

‘୮ ମିନିଟ୍‌ରେ ୨ କିଲୋମିଟର୍‌ ଦୌଡି ନ ପାରିଲେ କଟିବ ଦରମା’

କଲମ୍ବୋ,୨୧।୧୧: ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଖେଳାଳିଙ୍କ ଫିଟନେସ ଉପରେ ଜୋର ଦେଇଛି। ଏଥିପାଇଁ ଆସନ୍ତା ବର୍ଷ ଠାରୁ ଦଳର ଖେଳାଳିଙ୍କ ପାଇଁ ଚୟନ ମାନଦଣ୍ଡ ଅଧିକ...

Advertisement
Archives

Model This Week