କଠୋର ବାର୍ତ୍ତା

Dillip Cherian

ଆଜିକାଲି ବ୍ୟାଡ୍‌ ଡାଟା ଅର୍ଥାତ୍‌ ତ୍ରୁଟିପୂର୍ଣ୍ଣ, ଅନୁପଯୁକ୍ତ ଓ ନକଲି ତଥ୍ୟ ସବୁଆଡେ ଦେଖିତ୍ବାକୁ ମିଳୁଛି। ଏପରି କି ଭାରତରେ କୋଭିଡ୍‌ ମହାମାରୀ ସମୟରେ କୋଭିଡ୍‌ ଜନିତ ମୃତ୍ୟୁକୁ ନେଇ ରାଜ୍ୟଗୁଡ଼ିକ ଦ୍ୱାରା ପ୍ରଦତ୍ତ ତଥ୍ୟ ଉପରେ କେନ୍ଦ୍ର ଜୋର୍‌ଦାର ପ୍ରଶ୍ନ ଉଠାଇଛି। କେବଳ ଏତିକି ନୁହେଁ, କେନ୍ଦ୍ର ପ୍ରାୟୋଜିିତ ଯୋଜନାଗୁଡ଼ିକ ମାଧ୍ୟମରେ ପାଣ୍ଠି ଦେବା ଲାଗି ଅର୍ଥ ମନ୍ତ୍ରଣାଳୟକୁ ରାଜ୍ୟଗୁଡ଼ିକ ଦେଇଥିବା ତଥ୍ୟରେ ମଧ୍ୟ ସମସ୍ୟା ରହିଛି। ସ୍ପଷ୍ଟତଃ, ଏହି ସମସ୍ୟାଗୁଡ଼ିକ ଚିନ୍ତାଜନକ ଭାବେ ବୃଦ୍ଧିପାଇବା ଦ୍ୱାରା ଅର୍ଥ ସଚିବ ଟି.ଭି.ସୋମନାଥନ୍‌ ଏଥିରେ ହସ୍ତକ୍ଷେପ କରିଛନ୍ତି। ସୂତ୍ରରୁ ଜଣାପଡ଼ିଛି ଯେ, ନିକଟରେ ସୋମନାଥନ୍‌ ସମସ୍ତ ମୁଖ୍ୟ ସଚିବଙ୍କୁ ସତର୍କ କରି କଡ଼ା ଚିଠି ଦେଇଛନ୍ତି। ଯେଉଁମାନେ ପାଣ୍ଠି ନେବା ଲାଗି ଭୁଲ୍‌ ତଥ୍ୟ ଦେବାରେ ଉତ୍ତରଦାୟୀ ହେବେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଠିରେ ଦର୍ଶାଇଛନ୍ତି। ମନ୍ତ୍ରଣାଳୟକୁ ଭୁଲ୍‌ ତଥ୍ୟ ଦିଆଯିବାର ଅନେକ ଦୃଷ୍ଟାନ୍ତ ସ୍ପଷ୍ଟ ହୋଇଛି। ରାଜ୍ୟଗୁଡ଼ିକ ଜାଣିଶୁଣି କିମ୍ବା ବେପରୁଆ ଭାବେ ଏଭଳି ତଥ୍ୟ ଦେଇଥିଲେ। ଏହାଯୋଗୁ ଏକ ଘଟଣାରେ, ଗୋଟିଏ ସରକାର ଅମଳରେ ଏକ ରାଜ୍ୟ ଅଧିକ ପାଣ୍ଠି ନେଇଥିଲା ଏବଂ ସେଥିପାଇଁ ତା’ପର ସରକାର ସମୟରେ ସେହି ପରିମାଣ କମ୍‌ କରିବାକୁ ପଡ଼ିଲା, ଯାହା କେନ୍ଦ୍ର ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଥିଲା। ଚିଠିରେ ସୋମନାଥନ୍‌ ସତର୍କ କରିଦେଇଛନ୍ତି ଯେ, ଯଦି କୌଣସି ରାଜ୍ୟ ଭୁଲ୍‌ ତଥ୍ୟ ଦାଖଲ କରିଥିବା ଜଣାପଡେ, ତେବେ ସମ୍ପୃକ୍ତ ଆଇଏଏସ୍‌ କିମ୍ବା ଆଇପିଏସ୍‌ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବେ। ଏହା ସେମାନଙ୍କର ନିଯୁକ୍ତି ତାଲିକାରେ ପ୍ରବେଶ, କେନ୍ଦ୍ରୀୟ କିମ୍ବା ଅନ୍ତଃ କ୍ୟାଡର ଡେପୁଟେଶନ, ଏପରି କି ବିଦେଶ ପ୍ରଶିକ୍ଷଣ ଏବଂ ଦାୟିତ୍ୱକୁ ପ୍ରଭାବିତ କରିପାରେ। ଏହା ବାସ୍ତବରେ ଅତ୍ୟନ୍ତ କଠୋର ବାର୍ତ୍ତା। ଉଲ୍ଲେଖଯୋଗ୍ୟ, ମୋଦି ସରକାର ସମୟରେ ବେଆଇନ କାର୍ଯ୍ୟ, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଏବଂ ଅକ୍ଷମତା ଲାଗି ବରିଷ୍ଠ ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌ ଅଧିକାରୀମାନଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି। ଏଣୁ ବାବୁମାନେ ଏହାକୁ ସ୍ମରଣ କରି ଭଲ କାମ କରିପାରନ୍ତି।
ମଜଭୁତ ପିଏମ୍‌ଓ
ପୂର୍ବତନ ପେଟ୍ରୋଲିୟମ୍‌ ସଚିବ ତରୁନ କପୁରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ଅଧିକାଂଶ ବାବୁ ପର୍ଯ୍ୟବେକ୍ଷକମାନଙ୍କ ପାଇଁ ଏହା ଆଶ୍ଚର୍ଯ୍ୟ କଥା ନୁହେଁ। ତେବେ ସେମାନଙ୍କ ମଧ୍ୟରୁ କେତେଜଣ ଭାସ୍କର ଖୁଲ୍‌ବେଙ୍କୁ ଫେବୃୟାରୀରେ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ପିଏମ୍‌ଓକୁ ଫେରିବେ ବୋଲି ଆଶା କରୁଥିଲେ। ମୋଦିଙ୍କ ଘନିଷ୍ଠ ଭାବେ କପୁର ବେଶ୍‌ ଜଣାଶୁଣା। ସେ ମହାମାରୀ ମୁକାବିଲାରେ ମୁଖ୍ୟ ଭୂମିକା ତୁଲାଇଥିଲେ। ଏହା ପୂର୍ବରୁ ମୋଦିଙ୍କ ପ୍ରିୟ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା, ସହରରେ ଗ୍ୟାସ୍‌ ବିତରଣ ନେଟ୍‌ଓ୍ବର୍କରେ ବିକାଶ ଆଣିବାରେ ସେ କଠୋର ପରିଶ୍ରମ କରିଥିଲେ। ଖୁବ୍‌ କମ୍‌ ଆଇଏଏସ୍‌ ଅଧିକାରୀମାନଙ୍କ ମଧ୍ୟରୁ ସେ ଜଣେ, ଯିଏ କି ମନମୋହନ ସିଂ ଏବଂ ମୋଦି ସରକାରରେ କାର୍ଯ୍ୟ କରିଛନ୍ତି। ଶୁଣିବାକୁ ମିଳୁଛି ଯେ, ପିଏମ୍‌ଓରେ ହିମାଚଳପ୍ରଦେଶ କ୍ୟାଡର୍‌ର କପୁରଙ୍କ ନିଯୁକ୍ତି ଦ୍ୱାରା ଚଳିିତ ବର୍ଷ ଶେଷ ଆଡକୁ ନିର୍ବାଚନ ହେବାକୁ ଥିବା ହିମାଚଳ ପ୍ରଦେଶରେ କିଛି କରାଯିବାର ଯୋଜନା କରାଯାଇପାରେ। କିନ୍ତୁ କପୁରଙ୍କ ବ୍ୟତୀତ, ମୋଦି ଦୁଇ ଅତିରିକ୍ତ ସଚିବ ଅତିଶ ଚନ୍ଦ୍ରା ଏବଂ ହରି ରଞ୍ଜନ ରାଓଙ୍କୁ ପିଏମ୍‌ଓରେ ପ୍ରବେଶ କରାଇ ଅତିରିକ୍ତ ସଚିବ ସଂଖ୍ୟା ୫କୁ ବୃଦ୍ଧି କରି ପିଏମ୍‌ଓକୁ ମଜଭୁତ କରିଛନ୍ତି। କିନ୍ତୁ ପିଏମ୍‌ଓରେ ୪ ଯୁଗ୍ମ ସଚିବ ରହିଛନ୍ତି। ତେବେ କେତେଜଣ ଯୁଗ୍ମ ସଚିବ ସ୍ତରୀୟ ଅଧିକାରୀଙ୍କୁ ପିଏମ୍‌ଓରେ ପ୍ରବେଶ କରାଇ ଏଭଳିି ଅସମନ୍ବୟକୁ ଶୀଘ୍ର ସୁଧାରି ନିଆଯିବ ବୋଲି କେତେକେ କହୁଛନ୍ତି।
ଡିଓପିଟିରେ ପରିବର୍ତ୍ତନ
କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି)ର ସଚିବ ସ୍ତରୀୟ ଅଦଳବଦଳରେ ଜଣେ ନୂଆ ସଚିବଙ୍କ ନିଯୁକ୍ତିକୁ ନେଇ କେତେଜଣ ବାବୁ ବିଶେଷକରି କେନ୍ଦ୍ରୀୟ ସେକ୍ରେଟାରିଏଟ୍‌ ସର୍ଭିସ( ସିଏସ୍‌ଏସ୍‌) କ୍ୟାଡର୍‌ରୁ ଆସିଥିବା ଅଧିକାରୀମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ନୂଆ ନିଯୁକ୍ତି ପାଇଥିବା ସଚିବ ଏସ୍‌ ରାଧା ଚୌହାନଙ୍କୁ ପ୍ରଦୀପ କୁମାର ତ୍ରିପାଠୀଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଛି। ତ୍ରିପାଠୀଙ୍କୁ କ୍ୟାବିନେଟ୍‌ ସେକ୍ରେଟାରିଏଟ୍‌ରେ ସଚିବ(ସହଯୋଗ) ଭାବେ ବଦଳି କରାଯାଇଛି। ସିଏସ୍‌ଏସ୍‌ କ୍ୟାଡର୍‌ ବାବୁମାନଙ୍କ ମତରେ ତ୍ରିପାଠୀଙ୍କ ବଦଳି ସିଏସ୍‌ଏସ୍‌ ଅଧିକାରୀମାନଙ୍କର ଦୀର୍ଘଦିନ ହେବ ସ୍ଥଗିତ ଥିବା ପଦୋନ୍ନତି ବିଷୟ ସହ ସମ୍ପର୍କ ରହିଛି, ଯାହାକୁ ଉପରୁ ସ୍ପଷ୍ଟ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଡିଓପିଟି ଦ୍ୱାରା ସମାଧାନ କରାଯାଇନାହିଁ। ଅନ୍ତତଃ ୨୦୧୪ରୁ ଡିଓପିଟିରେ ସଚିବମାନେ ସେବା ନିବୃତ୍ତ ହେବା ପର୍ଯ୍ୟନ୍ତ କାମ କରିଛନ୍ତି ଏବଂ କାର୍ଯ୍ୟକାଳ ମଧ୍ୟରେ ସେମାନଙ୍କୁ ପରିବର୍ତ୍ତନ କରାଯାଇନାହିଁ। କିନ୍ତୁ ତ୍ରିପାଠୀ ଜୁନ୍‌ ୨୦୨୪ ପର୍ଯ୍ୟନ୍ତ ତାଙ୍କ ପଦବୀରେ ରହି କାର୍ଯ୍ୟ କରିବାର ଥିଲେ ବି ତାଙ୍କୁ ବଦଳି କରାଗଲା। ତେବେ ତ୍ରିପାଠୀଙ୍କ ବଦଳି ପଛରେ ଅଧିକ କିଛି ସମ୍ଭାବ୍ୟ କାରଣ ନାହିଁ। ସୂତ୍ରରୁ ଜଣାପଡ଼ିଛି ଯେ, ଠିକ୍‌ ସମୟରେ କ୍ୟାବିନେଟ ସେକ୍ରେଟାରି ଭାବେ ତ୍ରିପାଠୀଙ୍କ ବଦଳିକୁ ଚଳିତ ଅଗଷ୍ଟରେ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବ୍ୟାବିନେଟ ସେକ୍ରେଟାରି ରାଜୀବ ଗୌବାଙ୍କ ପରିପ୍ରେକ୍ଷୀରେ ବିଚାର କରାଯିବା ଦରକାର। ସିଏସ୍‌ଏସ୍‌ର ଭିନ୍ନ ଢାଞ୍ଚା, ଡିଓପିଟି ଏବଂ ଏହାର ନୂଆ ସଚିବଙ୍କୁ ସେମାନଙ୍କ ଦାବି ଉପରେ ତ୍ୱରିତ ପଦକ୍ଷେପ ନେବାବୁ ପ୍ରେରିତ କରିବାର ଅଧିକ ସମ୍ଭାବନା ରହିଛି ବୋଲି କୁହାଯାଉଛି।

Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

ଏଇ ଭାରତରେ

ଗଙ୍ଗାନଦୀରେ ଡଲ୍‌ଫିନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ହେଲେ ଏମାନଙ୍କ ଜୀବନ ପ୍ରତି ବିପଦ ଏବେ ସୃଷ୍ଟି ହୋଇଛି। ଗଙ୍ଗା ଓ ଏହାର ଉପନଦୀଗୁଡ଼ିକରେ ପାଖାପାଖି ୬,୩୨୪…

ଭୁଲ୍‌ ପ୍ରସଙ୍ଗ

ନିଜର ଭୁଲ୍‌ ପ୍ରାୟ ସବୁବେଳେ ମଲ୍ଲୀ, ହେନା, କିଆ, କେତକୀ, ଶେଫାଳୀ, ରଜନୀଗନ୍ଧା ଫୁଲର ବାସ ପରି ମହମହ ବାସେ ! ସାଧାରଣତଃ ଆମେ ନିଜ ଭୁଲ୍‌କୁ…

ଭିଡ଼ହିଂସା କାରଣ ଓ ନିରାକରଣ

ଭିଡ଼ହିଂସା ଏଇ କିଛିମାସ ହେଲା ଓଡ଼ିଶାର ବିଭିନ୍ନ ଜାଗାରେ ଯେପରି କ୍ରମାଗତ ଭାବରେ ସୃଷ୍ଟିହୋଇଛି, ହୁଏତ ତାହାର ଉଦାହରଣ ଆଗରୁ ଏତେ ନ ଥିଲା। ଏକ ଅନିୟନ୍ତ୍ରିତ…

ଲୁଟିବା ଥୟ

ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବା ଏମ୍‌ଏମ୍‌ଡିଆର୍‌ ଆଇନ-୧୯୫୭କୁ ୨୦୨୬ ଅଗଷ୍ଟରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ସଂସଦରେ ଗୃହୀତ ଏହି ଆଇନ ଦେଶର…

ଏଇ ଭାରତରେ

ଉତ୍ତମ ଟେରୋନ ଜଣେ ଶିକ୍ଷକ। ରହନ୍ତି ଆସାମର ଏକ ଛୋଟ ଗାଁରେ। ତାଙ୍କୁ ବୟସ ଏବେ ୪୭ ବର୍ଷ। ସେ ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି। ଗଁାରେ…

ବସାଘର

ମଣିଷ, ଜୀବଜଗତ ଖାଦ୍ୟ ଓ ବାସସ୍ଥାନ ଆବଶ୍ୟକ କରିଥାନ୍ତି। ଆଦିମ ସଭ୍ୟତାରେ ମଣିଷ ଯାହା ପାଇଲା ତାହା ଖାଉଥିଲା ଓ ଯେଉଁଠି ପାରୁଥିଲା ସେଇଠି ବିଶ୍ରାମ ନେଉଥିଲା।…

ଖଣି ଆଇନ ସଂଶୋଧନର ପ୍ରଭାବ

ଯନ୍ତରମନ୍ତରରେ ଛାତ୍ରୀଛାତ୍ରଙ୍କ ଉପରେ ପୋଲିସର ଅତ୍ୟାଚାରକୁ ନେଇ ସଂସଦର ଗତ ମୌସୁମୀ ଅଧିବେଶନରେ ଅଚଳାବସ୍ଥା ଚାଲିଥିବା ବେଳେ କେନ୍ଦ୍ର ସରକାର ‘ଖଣି ଓ ଖଣିଜ (ବିକାଶ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri