କଠୋର ବାର୍ତ୍ତା

Dillip Cherian

ଆଜିକାଲି ବ୍ୟାଡ୍‌ ଡାଟା ଅର୍ଥାତ୍‌ ତ୍ରୁଟିପୂର୍ଣ୍ଣ, ଅନୁପଯୁକ୍ତ ଓ ନକଲି ତଥ୍ୟ ସବୁଆଡେ ଦେଖିତ୍ବାକୁ ମିଳୁଛି। ଏପରି କି ଭାରତରେ କୋଭିଡ୍‌ ମହାମାରୀ ସମୟରେ କୋଭିଡ୍‌ ଜନିତ ମୃତ୍ୟୁକୁ ନେଇ ରାଜ୍ୟଗୁଡ଼ିକ ଦ୍ୱାରା ପ୍ରଦତ୍ତ ତଥ୍ୟ ଉପରେ କେନ୍ଦ୍ର ଜୋର୍‌ଦାର ପ୍ରଶ୍ନ ଉଠାଇଛି। କେବଳ ଏତିକି ନୁହେଁ, କେନ୍ଦ୍ର ପ୍ରାୟୋଜିିତ ଯୋଜନାଗୁଡ଼ିକ ମାଧ୍ୟମରେ ପାଣ୍ଠି ଦେବା ଲାଗି ଅର୍ଥ ମନ୍ତ୍ରଣାଳୟକୁ ରାଜ୍ୟଗୁଡ଼ିକ ଦେଇଥିବା ତଥ୍ୟରେ ମଧ୍ୟ ସମସ୍ୟା ରହିଛି। ସ୍ପଷ୍ଟତଃ, ଏହି ସମସ୍ୟାଗୁଡ଼ିକ ଚିନ୍ତାଜନକ ଭାବେ ବୃଦ୍ଧିପାଇବା ଦ୍ୱାରା ଅର୍ଥ ସଚିବ ଟି.ଭି.ସୋମନାଥନ୍‌ ଏଥିରେ ହସ୍ତକ୍ଷେପ କରିଛନ୍ତି। ସୂତ୍ରରୁ ଜଣାପଡ଼ିଛି ଯେ, ନିକଟରେ ସୋମନାଥନ୍‌ ସମସ୍ତ ମୁଖ୍ୟ ସଚିବଙ୍କୁ ସତର୍କ କରି କଡ଼ା ଚିଠି ଦେଇଛନ୍ତି। ଯେଉଁମାନେ ପାଣ୍ଠି ନେବା ଲାଗି ଭୁଲ୍‌ ତଥ୍ୟ ଦେବାରେ ଉତ୍ତରଦାୟୀ ହେବେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଠିରେ ଦର୍ଶାଇଛନ୍ତି। ମନ୍ତ୍ରଣାଳୟକୁ ଭୁଲ୍‌ ତଥ୍ୟ ଦିଆଯିବାର ଅନେକ ଦୃଷ୍ଟାନ୍ତ ସ୍ପଷ୍ଟ ହୋଇଛି। ରାଜ୍ୟଗୁଡ଼ିକ ଜାଣିଶୁଣି କିମ୍ବା ବେପରୁଆ ଭାବେ ଏଭଳି ତଥ୍ୟ ଦେଇଥିଲେ। ଏହାଯୋଗୁ ଏକ ଘଟଣାରେ, ଗୋଟିଏ ସରକାର ଅମଳରେ ଏକ ରାଜ୍ୟ ଅଧିକ ପାଣ୍ଠି ନେଇଥିଲା ଏବଂ ସେଥିପାଇଁ ତା’ପର ସରକାର ସମୟରେ ସେହି ପରିମାଣ କମ୍‌ କରିବାକୁ ପଡ଼ିଲା, ଯାହା କେନ୍ଦ୍ର ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଥିଲା। ଚିଠିରେ ସୋମନାଥନ୍‌ ସତର୍କ କରିଦେଇଛନ୍ତି ଯେ, ଯଦି କୌଣସି ରାଜ୍ୟ ଭୁଲ୍‌ ତଥ୍ୟ ଦାଖଲ କରିଥିବା ଜଣାପଡେ, ତେବେ ସମ୍ପୃକ୍ତ ଆଇଏଏସ୍‌ କିମ୍ବା ଆଇପିଏସ୍‌ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବେ। ଏହା ସେମାନଙ୍କର ନିଯୁକ୍ତି ତାଲିକାରେ ପ୍ରବେଶ, କେନ୍ଦ୍ରୀୟ କିମ୍ବା ଅନ୍ତଃ କ୍ୟାଡର ଡେପୁଟେଶନ, ଏପରି କି ବିଦେଶ ପ୍ରଶିକ୍ଷଣ ଏବଂ ଦାୟିତ୍ୱକୁ ପ୍ରଭାବିତ କରିପାରେ। ଏହା ବାସ୍ତବରେ ଅତ୍ୟନ୍ତ କଠୋର ବାର୍ତ୍ତା। ଉଲ୍ଲେଖଯୋଗ୍ୟ, ମୋଦି ସରକାର ସମୟରେ ବେଆଇନ କାର୍ଯ୍ୟ, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଏବଂ ଅକ୍ଷମତା ଲାଗି ବରିଷ୍ଠ ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌ ଅଧିକାରୀମାନଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି। ଏଣୁ ବାବୁମାନେ ଏହାକୁ ସ୍ମରଣ କରି ଭଲ କାମ କରିପାରନ୍ତି।
ମଜଭୁତ ପିଏମ୍‌ଓ
ପୂର୍ବତନ ପେଟ୍ରୋଲିୟମ୍‌ ସଚିବ ତରୁନ କପୁରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ଅଧିକାଂଶ ବାବୁ ପର୍ଯ୍ୟବେକ୍ଷକମାନଙ୍କ ପାଇଁ ଏହା ଆଶ୍ଚର୍ଯ୍ୟ କଥା ନୁହେଁ। ତେବେ ସେମାନଙ୍କ ମଧ୍ୟରୁ କେତେଜଣ ଭାସ୍କର ଖୁଲ୍‌ବେଙ୍କୁ ଫେବୃୟାରୀରେ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ପିଏମ୍‌ଓକୁ ଫେରିବେ ବୋଲି ଆଶା କରୁଥିଲେ। ମୋଦିଙ୍କ ଘନିଷ୍ଠ ଭାବେ କପୁର ବେଶ୍‌ ଜଣାଶୁଣା। ସେ ମହାମାରୀ ମୁକାବିଲାରେ ମୁଖ୍ୟ ଭୂମିକା ତୁଲାଇଥିଲେ। ଏହା ପୂର୍ବରୁ ମୋଦିଙ୍କ ପ୍ରିୟ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା, ସହରରେ ଗ୍ୟାସ୍‌ ବିତରଣ ନେଟ୍‌ଓ୍ବର୍କରେ ବିକାଶ ଆଣିବାରେ ସେ କଠୋର ପରିଶ୍ରମ କରିଥିଲେ। ଖୁବ୍‌ କମ୍‌ ଆଇଏଏସ୍‌ ଅଧିକାରୀମାନଙ୍କ ମଧ୍ୟରୁ ସେ ଜଣେ, ଯିଏ କି ମନମୋହନ ସିଂ ଏବଂ ମୋଦି ସରକାରରେ କାର୍ଯ୍ୟ କରିଛନ୍ତି। ଶୁଣିବାକୁ ମିଳୁଛି ଯେ, ପିଏମ୍‌ଓରେ ହିମାଚଳପ୍ରଦେଶ କ୍ୟାଡର୍‌ର କପୁରଙ୍କ ନିଯୁକ୍ତି ଦ୍ୱାରା ଚଳିିତ ବର୍ଷ ଶେଷ ଆଡକୁ ନିର୍ବାଚନ ହେବାକୁ ଥିବା ହିମାଚଳ ପ୍ରଦେଶରେ କିଛି କରାଯିବାର ଯୋଜନା କରାଯାଇପାରେ। କିନ୍ତୁ କପୁରଙ୍କ ବ୍ୟତୀତ, ମୋଦି ଦୁଇ ଅତିରିକ୍ତ ସଚିବ ଅତିଶ ଚନ୍ଦ୍ରା ଏବଂ ହରି ରଞ୍ଜନ ରାଓଙ୍କୁ ପିଏମ୍‌ଓରେ ପ୍ରବେଶ କରାଇ ଅତିରିକ୍ତ ସଚିବ ସଂଖ୍ୟା ୫କୁ ବୃଦ୍ଧି କରି ପିଏମ୍‌ଓକୁ ମଜଭୁତ କରିଛନ୍ତି। କିନ୍ତୁ ପିଏମ୍‌ଓରେ ୪ ଯୁଗ୍ମ ସଚିବ ରହିଛନ୍ତି। ତେବେ କେତେଜଣ ଯୁଗ୍ମ ସଚିବ ସ୍ତରୀୟ ଅଧିକାରୀଙ୍କୁ ପିଏମ୍‌ଓରେ ପ୍ରବେଶ କରାଇ ଏଭଳିି ଅସମନ୍ବୟକୁ ଶୀଘ୍ର ସୁଧାରି ନିଆଯିବ ବୋଲି କେତେକେ କହୁଛନ୍ତି।
ଡିଓପିଟିରେ ପରିବର୍ତ୍ତନ
କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି)ର ସଚିବ ସ୍ତରୀୟ ଅଦଳବଦଳରେ ଜଣେ ନୂଆ ସଚିବଙ୍କ ନିଯୁକ୍ତିକୁ ନେଇ କେତେଜଣ ବାବୁ ବିଶେଷକରି କେନ୍ଦ୍ରୀୟ ସେକ୍ରେଟାରିଏଟ୍‌ ସର୍ଭିସ( ସିଏସ୍‌ଏସ୍‌) କ୍ୟାଡର୍‌ରୁ ଆସିଥିବା ଅଧିକାରୀମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ନୂଆ ନିଯୁକ୍ତି ପାଇଥିବା ସଚିବ ଏସ୍‌ ରାଧା ଚୌହାନଙ୍କୁ ପ୍ରଦୀପ କୁମାର ତ୍ରିପାଠୀଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଛି। ତ୍ରିପାଠୀଙ୍କୁ କ୍ୟାବିନେଟ୍‌ ସେକ୍ରେଟାରିଏଟ୍‌ରେ ସଚିବ(ସହଯୋଗ) ଭାବେ ବଦଳି କରାଯାଇଛି। ସିଏସ୍‌ଏସ୍‌ କ୍ୟାଡର୍‌ ବାବୁମାନଙ୍କ ମତରେ ତ୍ରିପାଠୀଙ୍କ ବଦଳି ସିଏସ୍‌ଏସ୍‌ ଅଧିକାରୀମାନଙ୍କର ଦୀର୍ଘଦିନ ହେବ ସ୍ଥଗିତ ଥିବା ପଦୋନ୍ନତି ବିଷୟ ସହ ସମ୍ପର୍କ ରହିଛି, ଯାହାକୁ ଉପରୁ ସ୍ପଷ୍ଟ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଡିଓପିଟି ଦ୍ୱାରା ସମାଧାନ କରାଯାଇନାହିଁ। ଅନ୍ତତଃ ୨୦୧୪ରୁ ଡିଓପିଟିରେ ସଚିବମାନେ ସେବା ନିବୃତ୍ତ ହେବା ପର୍ଯ୍ୟନ୍ତ କାମ କରିଛନ୍ତି ଏବଂ କାର୍ଯ୍ୟକାଳ ମଧ୍ୟରେ ସେମାନଙ୍କୁ ପରିବର୍ତ୍ତନ କରାଯାଇନାହିଁ। କିନ୍ତୁ ତ୍ରିପାଠୀ ଜୁନ୍‌ ୨୦୨୪ ପର୍ଯ୍ୟନ୍ତ ତାଙ୍କ ପଦବୀରେ ରହି କାର୍ଯ୍ୟ କରିବାର ଥିଲେ ବି ତାଙ୍କୁ ବଦଳି କରାଗଲା। ତେବେ ତ୍ରିପାଠୀଙ୍କ ବଦଳି ପଛରେ ଅଧିକ କିଛି ସମ୍ଭାବ୍ୟ କାରଣ ନାହିଁ। ସୂତ୍ରରୁ ଜଣାପଡ଼ିଛି ଯେ, ଠିକ୍‌ ସମୟରେ କ୍ୟାବିନେଟ ସେକ୍ରେଟାରି ଭାବେ ତ୍ରିପାଠୀଙ୍କ ବଦଳିକୁ ଚଳିତ ଅଗଷ୍ଟରେ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବ୍ୟାବିନେଟ ସେକ୍ରେଟାରି ରାଜୀବ ଗୌବାଙ୍କ ପରିପ୍ରେକ୍ଷୀରେ ବିଚାର କରାଯିବା ଦରକାର। ସିଏସ୍‌ଏସ୍‌ର ଭିନ୍ନ ଢାଞ୍ଚା, ଡିଓପିଟି ଏବଂ ଏହାର ନୂଆ ସଚିବଙ୍କୁ ସେମାନଙ୍କ ଦାବି ଉପରେ ତ୍ୱରିତ ପଦକ୍ଷେପ ନେବାବୁ ପ୍ରେରିତ କରିବାର ଅଧିକ ସମ୍ଭାବନା ରହିଛି ବୋଲି କୁହାଯାଉଛି।

Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?