ଏଇ ଭାରତରେ

ଗଙ୍ଗାନଦୀରେ ଡଲ୍‌ଫିନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ହେଲେ ଏମାନଙ୍କ ଜୀବନ ପ୍ରତି ବିପଦ ଏବେ ସୃଷ୍ଟି ହୋଇଛି। ଗଙ୍ଗା ଓ ଏହାର ଉପନଦୀଗୁଡ଼ିକରେ ପାଖାପାଖି ୬,୩୨୪ ଡଲ୍‌ଫିନ ରହିଥିବା ସରକାରୀ ଭାବେ କୁହାଯାଇଛି। ଅତ୍ୟଧିକ ବିଷାକ୍ତ ରାସାୟନିକ ମିଶି ଗଙ୍ଗାଜଳ ପ୍ରଦୂଷିତ ହେବା ଯୋଗୁ ଏମାନଙ୍କର ମୃତ୍ୟୁ ଘଟୁଛି। ଏହାସହ ଏମାନଙ୍କ ବଂଶ ବୃଦ୍ଧି ମଧ୍ୟ ପ୍ରଭାବିତ ହେଉଛି। ଅନ୍ୟପଟେ ସେମାନଙ୍କୁ ବେଆଇନ ଭାବେ ଶିକାର କରାଯାଉଛି। ଫଳରେ ଦିନକୁ ଦିନ ଡଲ୍‌ଫିନ୍‌ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ଏବଂ ସେମାନଙ୍କ ସୁରକ୍ଷା ଏବେ ଜରୁରୀ ହୋଇପଡ଼ିଛି। ଏଥିପାଇଁ ସ୍ବଚ୍ଛ ଗଙ୍ଗା ମିଶନରେ ଆରମ୍ଭ କରାଯାଇଛି ଡଲ୍‌ଫିନ୍‌ ଆମ୍ବୁଲାନ୍ସ। ଏହା ଭାରତର ପ୍ରଥମ ଡଲ୍‌ଫିନ ଆମ୍ବୁଲାନ୍ସ ସର୍ଭିସ୍‌, ଯାହାଦ୍ୱାରା ଡଲ୍‌ଫିନ୍‌ଙ୍କ ଜୀବନ ରକ୍ଷା ହୋଇପାରୁଛି। ଏହି ଆମ୍ବୁଲାନ୍ସ ଦ୍ୱାରା ୧୦ରୁ ଊର୍ଦ୍ଧ୍ୱ ଡଲ୍‌ଫିନଙ୍କୁ ଉଦ୍ଧାର କରାଯାଇ ସାରିଲାଣି। ଗଙ୍ଗା ଓ ତାହାର ଉପନଦୀରେ କୌଣସି କାରଣରୁ ଡଲ୍‌ଫିନ ଆହତ ହେଲେ କିମ୍ବା କୌଣସି ସଙ୍କୀର୍ଣ୍ଣ ଜଳସେଚନ କେନାଲରେ ଫସିଯାଇଥିଲେ ଏହି ଆମ୍ବୁଲାନ୍ସ ସେଠାରେ ତୁରନ୍ତ ପହଞ୍ଚି ସେମାନଙ୍କୁ ଉଦ୍ଧାର କରୁଛି। ଡଲ୍‌ଫିନ୍‌ ଆମ୍ବୁଲାନ୍ସରେ ଉନ୍ନତ ଚିକିତ୍ସା ଉପକରଣ ମଧ୍ୟ ରଖାଯାଇଛି। ଏମର୍ଜେନ୍ସି ଷ୍ଟାବିଲାଇଜେଶନ, ଅକ୍ସିଜେନ୍‌ ସପୋର୍ଟ ଏବଂ ସୁରକ୍ଷିତ ପରିବହନ ପାଇଁ ଉପକରଣ ସବୁ ରହିଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

ମାର୍ବଲ୍ ମନ୍ଦିରର ଉତ୍ଥାନ

ମାର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

ଗଣତନ୍ତ୍ର ଓ ରାଜନୀତି

ଭାରତୀୟ ସମାଜର ଧାରା, ଦର୍ଶନ, କ୍ରିୟାକଳାପ, ପାଶ୍ଚାତ୍ୟ ଧାରାରୁ ସମ୍ପୂର୍ଣ୍ଣ ଅଲଗା। ଭାରତୀୟ ସମାଜ ବ୍ୟଷ୍ଟିତନ୍ତ୍ର ଆଧାରରେ ଅଧିଷ୍ଠିତ। ପ୍ରାଚୀନ ଯୁଗରେ ମୁନି ଋଷିମାନଙ୍କ ବ୍ୟକ୍ତିଗତ ସତ୍ତା…

ବିଦେଶୀ ଅନୁଦାନ ବିନିଯୋଗ ଅଧିନିୟମ

ବିଭିନ୍ନ ଗୋଇନ୍ଦା ଓ ଅର୍ଥନୈତିକ ଅପରାଧ ନିୟନ୍ତ୍ରଣ ସଂସ୍ଥାର ତଥ୍ୟାନୁସାରେ ଭାରତରେ କାର୍ଯ୍ୟ କରୁଥିବା କିଛି ବେସରକାରୀ ଅନୁଷ୍ଠାନ, ସ୍ବୟଂସେବୀ ସଂସ୍ଥା ଓ ଦାତବ୍ୟ ପ୍ରତିଷ୍ଠାନଗୁଡ଼ିକ ବିଦେଶରୁ…

ବିଚାରପତି ବି ଅସହାୟ

ଭାରତୀୟ ଗଣତନ୍ତ୍ରରେ ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ତିନୋଟି ପ୍ରମୁଖ ସ୍ତମ୍ଭ ଭାବେ ଜଣାଶୁଣା। ତନ୍ମଧ୍ୟରୁ ନ୍ୟାୟପାଳିକା ଉପରେ ଜନସାଧାରଣ ନ୍ୟାୟ ପାଇଁ ସବୁଠାରୁ ଅଧିକ ଭରସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?