ଏଇ ଭାରତରେ

ଉତ୍ତମ ଟେରୋନ ଜଣେ ଶିକ୍ଷକ। ରହନ୍ତି ଆସାମର ଏକ ଛୋଟ ଗାଁରେ। ତାଙ୍କୁ ବୟସ ଏବେ ୪୭ ବର୍ଷ। ସେ ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି। ଗଁାରେ ଏକ ସ୍କୁଲ ଖୋଲି ପିଲାଙ୍କୁ ମାଗଣାରେ ଶିକ୍ଷା ଦେଉଛନ୍ତି। ବଡ଼ କଥା ହେଉଛି, ଉତ୍ତମ ତାଙ୍କ ଗୁହାଳକୁ ସ୍କୁଲ କରିଦେଲେ। ଏଥିପାଇଁ ୮୦୦ ଟଙ୍କା ଖର୍ଚ୍ଚ କରିଥିଲେ। ପ୍ରଥମେ ଏଠାରେ ୪ ଜଣ ପିଲାଙ୍କୁ ନେଇ ସେ ପଢ଼ାଇବା ଆରମ୍ଭ କରିଥିଲେ । ପରେ ପିଲାଙ୍କ ସଂଖା ବୃଦ୍ଧିପାଇଲା ଓ ଲୋକଙ୍କ ଅନୁଦାନରେ ସେ ପାରିଜାତ ଏକାଡେମୀ ପ୍ରତିଷ୍ଠା କଲେ। ଏହା ବ୍ୟତୀତ ଲୋକଙ୍କଠାରୁ ପେନ୍‌, ପେନ୍‌ସିଲ, ସ୍କୁଲ ବ୍ୟାଗ, ପୁରୁଣା ବହି ଏପରି କି ପନିପରିବା ଓ ଚାଉଳ ସଂଗ୍ରହ କରି ସେ ସ୍କୁଲକୁ ଚଳାଉଛନ୍ତି। ସବୁକିଛି ପିଲାଙ୍କୁ ମାଗଣାରେ ଦେଉଛନ୍ତି। ସ୍କୁଲ ଆଖପାଖର ୨୦ଟି ଗାଁର ଗରିବ ପିଲାମାନେ ଏହିି ସ୍କୁଲରୁ ମାଗଣାରେ ଶିକ୍ଷା ପାଇପାରୁଛନ୍ତି। ଥରେ ଉତ୍ତମ କେତେଜଣ ପିଲାଙ୍କୁ ଦେଖିଲେ ସେମାନେ ସ୍କୁଲ ନ ଯାଇ ଖେଳୁଛନ୍ତି। ସେ ଜାଣିବାକୁ ପାଇଲେ, ସେମାନେ ଗରିବ ପରିବାରର ପିଲା। ସେହି ଘଟଣା ପରେ ଉତ୍ତମ ସେଭଳି ପିଲାଙ୍କୁ ମାଗଣାରେ ଶିକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ୨୦୦୩ରେ ତାଙ୍କ ଗୁହାଳ ଘରେ ପଢ଼ାଇବା ଆରମ୍ଭ କରିଥିଲେ। ଏବେ ପାରିଜାତ ଏକାଡେମୀରେ ନର୍ସରିରୁ ୧୦ମ ଯାଏ ୪୦୦ ପିଲା ମାଗଣାରେ ପଢୁଛନ୍ତି। ସ୍କୁଲରେ ୨୨ ଜଣ ଶିକ୍ଷକ ଅଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

ମାର୍ବଲ୍ ମନ୍ଦିରର ଉତ୍ଥାନ

ମାର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

ଗଣତନ୍ତ୍ର ଓ ରାଜନୀତି

ଭାରତୀୟ ସମାଜର ଧାରା, ଦର୍ଶନ, କ୍ରିୟାକଳାପ, ପାଶ୍ଚାତ୍ୟ ଧାରାରୁ ସମ୍ପୂର୍ଣ୍ଣ ଅଲଗା। ଭାରତୀୟ ସମାଜ ବ୍ୟଷ୍ଟିତନ୍ତ୍ର ଆଧାରରେ ଅଧିଷ୍ଠିତ। ପ୍ରାଚୀନ ଯୁଗରେ ମୁନି ଋଷିମାନଙ୍କ ବ୍ୟକ୍ତିଗତ ସତ୍ତା…

ବିଦେଶୀ ଅନୁଦାନ ବିନିଯୋଗ ଅଧିନିୟମ

ବିଭିନ୍ନ ଗୋଇନ୍ଦା ଓ ଅର୍ଥନୈତିକ ଅପରାଧ ନିୟନ୍ତ୍ରଣ ସଂସ୍ଥାର ତଥ୍ୟାନୁସାରେ ଭାରତରେ କାର୍ଯ୍ୟ କରୁଥିବା କିଛି ବେସରକାରୀ ଅନୁଷ୍ଠାନ, ସ୍ବୟଂସେବୀ ସଂସ୍ଥା ଓ ଦାତବ୍ୟ ପ୍ରତିଷ୍ଠାନଗୁଡ଼ିକ ବିଦେଶରୁ…

ବିଚାରପତି ବି ଅସହାୟ

ଭାରତୀୟ ଗଣତନ୍ତ୍ରରେ ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ତିନୋଟି ପ୍ରମୁଖ ସ୍ତମ୍ଭ ଭାବେ ଜଣାଶୁଣା। ତନ୍ମଧ୍ୟରୁ ନ୍ୟାୟପାଳିକା ଉପରେ ଜନସାଧାରଣ ନ୍ୟାୟ ପାଇଁ ସବୁଠାରୁ ଅଧିକ ଭରସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?