Posted inଖେଳ

ଡିଫେନ୍ସ ବିଭାଗକୁ ଦୃଢ଼ କରୁଛୁ: ଦୀପ୍‌ ଗ୍ରେସ୍‌

ନୂଆଦିଲ୍ଲୀ, ୧୬।୧୦(ପି.ଟି.)-ଭାରତୀୟ ମହିଳା ହକି ଦଳର ଡିଫେନ୍ସ ବିଭାଗରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କ ସମ୍ମିଶ୍ରଣ ରହିଛି। ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଏହା ଦଳପାଇଁ ବିଶେଷ ଉପାଦେୟ ହେବ ବୋଲି ଗୁରୁବାର ଭାରତୀୟ ଦଳର ଓଡ଼ିଆ ଡିଫେଣ୍ଡର ଦୀପ୍‌ ଗ୍ରେସ୍‌ ଏକ୍କା ପ୍ରକାଶ କରିଛନ୍ତି। ୨୦୧୮ ଏସିଆନ ଗେମ୍ସରେ ରୌପ୍ୟ ଏବଂ କ୍ରମାଗତ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ ସମେତ ଗତ ବଡ଼ ଟୁର୍ନାମେଣ୍ଟଗୁଡ଼ିକରେ ଆମେମାନେ ଭଲ ଫଳାଫଳକୁ ଉପଭୋଗ କରିଛୁ। ଅଭିଜ୍ଞ ଖେଳାଳିମାନେ ଯୁବ ଖେଳାଳିଙ୍କୁ ଆବଶ୍ୟକ ପରାମର୍ଶ ଦେଇ ଡିଫେନ୍ସ ବିଭାଗକୁ ଅଧିକ ଦୃଢ଼ କରୁଛନ୍ତି ବୋଲି ସେ କହିଛନ୍ତି।
ଦୃଢ଼ ଡିଫେନ୍ସ ବିଭାଗ ସର୍ବଦା ଦଳଗୁଡ଼ିକୁ ସାହାଯ୍ୟ କରିଥାଏ। ଆମ ରକ୍ଷଣଭାଗ ଯଦି ଦୃଢ଼ ହୋଇଯିବ ତେବେ ଅଲିମ୍ପିକ୍ସ ପରି ବଡ଼ ଟୁର୍ନାମେଣ୍ଟ ଗୁଡ଼ିକରେ ଭାରତୀୟ ଦଳକୁ ନିଶ୍ଚିତ ଫାଇଦା ମିଳିବ। କୋଭିଡ୍‌-୧୯ ଯୋଗୁ ସମ୍ପ୍ରତି ସମଗ୍ର ବିଶ୍ୱପାଇଁ କଷ୍ଟ ସମୟ ଚାଲିଛି। ମାରାତ୍ମକ ଭାଇରସ ସଂକ୍ରମଣ ଯୋଗୁ ବିଶ୍ୱରେ ଏବେ କ୍ରୀଡ଼ା ଏକପ୍ରକାର ବନ୍ଦ ହୋଇ ଯାଇଛି। ଏପରି ସମୟରେ ଯୁବ ଖେଳାଳିଙ୍କୁ ମୋଟିଭେଟ କରିବା ତାଙ୍କ ଦାୟିତ୍ୱ ବୋଲି ଦୀପ୍‌ଗ୍ରେସ୍‌ କହିଛନ୍ତି। ” ଦଳର ଜଣେ ସିନିୟର ଖେଳାଳିଭାବେ ମୋର ଦାୟିତ୍ୱ ହେଲା ଯୁବ ଖେଳାଳିମାନେ ଏହାଦ୍ୱାରା ବେଶି ପ୍ରଭାବିତ ନ ହେବା ଏବଂ ଏହି ସମୟରେ ସକାରାତ୍ମକ ଚିନ୍ତା କରିବା। ସାମ୍ପ୍ରତିକ ସମୟରେ ଅନେକ ନକାରାତ୍ମକ ଚିନ୍ତା ଆସିବା ସ୍ବାଭାବିକ। ମାତ୍ର ଯୁବ ଖେଳାଳିଙ୍କ ଉପରେ ଯେପରି ଏହାର ବିଶେଷ ପ୍ରଭାବ ନ ପଡ଼ିବ ସେଥିପାଇଁ ଆମେ କାର୍ଯ୍ୟ କରୁଛୁ। ଖେଳ ପାଇଁ ପଡ଼ିଆକୁ ଓହ୍ଲାଇବା ସମ୍ଭବ ହେଉ ନ ଥିବାରୁ ସମସ୍ତେ ଫିଟ୍‌ନେସ ଉପରେ ଧ୍ୟାନ ଦେଉଛୁ। “ ବୋଲି ଏହି ୨୬ ବର୍ଷୀୟା ଓଡ଼ିଶା ଡିଫେଣ୍ଡର ପ୍ରକାଶ କରିଛନ୍ତି। ହକି ଇଣ୍ଡିଆ ଓ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ପକ୍ଷରୁ ଅନୁମତି ମିଳିଲେ ଭାରତୀୟ ଦଳ ଅଲିମ୍ପିକ୍ସ ପାଇଁ ଅଭ୍ୟାସ ଆରମ୍ଭ କରିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୃତୀୟ ଦିନରେ ଶ୍ରୀଲଙ୍କାର ଲଢ଼ୁଆ ବ୍ୟାଟିଂ, ଭାରତର ନିୟନ୍ତ୍ରଣରେ ଦ୍ୱିତୀୟ ଟେଷ୍ଟ

କଲମ୍ବୋ,୨୫ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସ୍‌ରେ ଭାରତ ୫୦୩/୯ ସ୍କୋର କରିଥିବା ବେଳେ…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri