ଗୁଡ଼ାରିରେ ନବୋଦୟ ପ୍ରବେଶିକା ପରୀକ୍ଷା ସମ୍ପନ୍ନ: ୨୬ ପରୀକ୍ଷାର୍ଥୀଙ୍କ ଅନୁପସ୍ଥିତିକୁ ନେଇ ଚିନ୍ତା ପ୍ରକଟ

ଗୁଡ଼ାରି,୨୮।୧୧(ପ୍ରମୋଦ କୁମାର ପତି ): ଜବାହର ନବୋଦୟ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ନାମଲେଖା ନିମନ୍ତେ ଶନିବାର ଗୁଡ଼ାରି ବ୍ଲକର ଦୁଇଟି ପରୀକ୍ଷା କେନ୍ଦ୍ରରେ ପ୍ରବେଶିକା ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି। ମୋଟ ୩୪୩ ଜଣ ପଞ୍ଜୀକୃତ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୧୭ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୨୬ ଜଣ ଅନୁପସ୍ଥିତ ରହିଥିଲେ।

ସ୍ଥାନୀୟ ପି.ଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ମୋଟ ୨୧୬ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୯୯ ଜଣ ପରୀକ୍ଷା ଦେଇଥିବା ବେଳେ ୧୭ ଜଣ ଅନୁପସ୍ଥିତ ଥିଲେ। ଏହି କେନ୍ଦ୍ରରେ ଇନ୍‌ଚାର୍ଜ ପ୍ରଧାନଶିକ୍ଷୟିତ୍ରୀ ଡି. ସନ୍ତୋଷୀ ସୁପରିଣ୍ଟେଣ୍ଡେଣ୍ଟ ଭାବେ ଦାୟିତ୍ୱ ତୁଲାଇଥିଲେ ଏବଂ ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ଉପସ୍ଥିତ ରହି ପରୀକ୍ଷା ପରିଚାଳନାର ତଦାରଖ କରିଥିଲେ। ସେହିପରି ସାନହୁମା ଗ୍ରାମପଞ୍ଚାୟତର ଲୋକନାଥପୁର ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାସ ହାଇସ୍କୁଲ କେନ୍ଦ୍ରରେ ୧୨୭ ଜଣଙ୍କ ମଧ୍ୟରୁ ୧୧୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ୯ ଜଣ ଅନୁପସ୍ଥିତ ରହିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ମହେନ୍ଦ୍ର କୁମାର ତୁଳ କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ଭାବେ ଦାୟିତ୍ୱ ନିର୍ବାହ କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂଗୁଡ଼ା ରୁପମାଝୀ ଉପସ୍ଥିତ ରହି ତଦାରଖ କରିଥିଲେ।

ପୂର୍ବାହ୍ନ ୧୧ଟା ୩୦ ମିନିଟରୁ ଅପରାହ୍ନ ୧ଟା ୩୦ ମିନିଟ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିଥିଲା। ଉଭୟ କେନ୍ଦ୍ରରେ ଥେରୁବାଲି ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଗୁଡ଼ାରି ଥାନା ଅଧିକାରୀ ବିଶ୍ୱବନ୍ଦିନୀ ବାଗଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଅନ୍ୟପକ୍ଷରେ, ବ୍ୟାପକ ସଚେତନତା ସତ୍ତ୍ୱେ କେଉଁ ପରିସ୍ଥିତିରେ ୨୬ ଜଣ ପରୀକ୍ଷାର୍ଥୀ ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରୁ ବଞ୍ଚିତ ହେଲେ, ତାହାର କାରଣ ଖୋଜିବା ପାଇଁ ସ୍ଥାନୀୟ ଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି। ଜୀବନର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ପ୍ରବେଶିକା ପରୀକ୍ଷାରୁ ଏତେ ସଂଖ୍ୟକ ପିଲା ବଞ୍ଚିତ ହେବା ଘଟଣାକୁ ଅନେକ ଅବସରପ୍ରାପ୍ତ ଶିକ୍ଷକ ସହଜରେ ଗ୍ରହଣ କରିପାରି ନ ଥିବା ବେଳେ ଆଗାମୀ ଦିନରେ ଯେପରି ଏହାର ପୁନରାବୃତ୍ତି ନହୁଏ, ସେଥିପ୍ରତି ଶିକ୍ଷା ବିଭାଗ ଅଧିକ ସଜାଗ ରହିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗାଁରୁ ବଲାଙ୍ଗୀର ଆସୁଥିଲେ, ଲଖପାଲି ଛକରେ ପଛପଟୁ ଧକ୍କା ଦେଲା ହାଇୱା; ବାଇକ୍ ଆରୋହୀ…

ବଲାଙ୍ଗୀର,୨୮।୧୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥର ପୁଇଁନ୍ତଲା ବ୍ଲକ୍ ନିକଟ ଲଖପାଲି ଛକରେ ଶନିବାର ସନ୍ଧ୍ୟାରେ ଏକ ବାଲି ବୋଝେଇ ହାଇୱା…

ଭାରତୀୟ ସମ୍ବିଧାନ ସମଗ୍ର ବିଶ୍ୱରେ ଅଦ୍ୱିତୀୟ: ଖେମୁଣ୍ଡି କଲେଜ ଉତ୍ସବରେ ଡ. ପ୍ରଦୀପ ପାଣିଗ୍ରାହୀଙ୍କ…

ଦିଗପହଣ୍ଡି,୨୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ପରିସରରେ ଶନିବାର ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବ୍ରହ୍ମପୁର MP ଡ. ପ୍ରଦୀପ କୁମାର…

ଗଞ୍ଜାମ ବଡ଼ ବଜାରରୁ ସାନ ବଜାର ଯାଏଁ ବୁଲା ଗାଇଙ୍କ ଦୌରାତ୍ମ୍ୟ: ଡିଭାଇଡରରେ ପିଟି ହୋଇ ଯୁବକ ଗୁରୁତର, ସ୍ଥାୟୀ…

ଗଞ୍ଜାମ,୨୮।୧୧(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବଡ଼ ବଜାରଠାରୁ ସାନ ବଜାର ପର୍ଯ୍ୟନ୍ତ ରାସ୍ତା ଉପରେ ମାଳ ମାଳ ବୁଲା ଗାଇଗୋରୁ ବୁଲୁଥିବାରୁ ଦୈନନ୍ଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି।…

କଳାହାଣ୍ଡିରେ BJPକୁ ବଳ: ଥୁଆମୂଳ ରାମପୁର-ଡୁମେରପଦର ମଣ୍ଡଳ ବୈଠକରେ BJPରେ ଯୋଗଦେଲେ ୩୦ ବିଜେଡି କର୍ମୀ

ଥୁଆମୂଳ ରାମପୁର,୨୮/୧୧ (ଦୁର୍ଗା କୀର୍ତ୍ତି): ଭାରତୀୟ ଜନତା ପାର୍ଟି (BJP) କଳାହାଣ୍ଡି ଜିଲା ପକ୍ଷରୁ ଥୁଆମୂଳ ରାମପୁର ସ୍ଥିତ ଖଣ୍ଡୁଆଲ୍ ପଡ଼ିଆଠାରେ ଥୁଆମୂଳ ରାମପୁର ଓ ଡୁମେରପଦର…

ନଦୀରୁ ମୃତଦେହ ଉଦ୍ଧାର, ବଢ଼ିଲା ସନ୍ଦେହ

ନିରାକାରପୁର,୨୮।୧୧(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ନୁଣିଆବର ଘାଟ ନିକଟ ନଦୀରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି।…

କୋଟିଆ ସୀମାରେ ନୂଆ ବିବାଦ: ନାମାଙ୍କନ ପ୍ରତ୍ୟାହାର ପାଇଁ ଯାଉଥିବା ୱାର୍ଡ ସଭ୍ୟ ପ୍ରାର୍ଥୀଙ୍କୁ ଅଟକ ରଖିଲା ଆନ୍ଧ୍ର ପୋଲିସ, ବିଳମ୍ବିତ ରାତିରେ…

ପଟ୍ଟାଙ୍ଗି,୨୮/୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତକୁ ନେଇ ସୀମା ବିବାଦ ଥମିବାର ନାଁ ଧରୁନଥିବା ବେଳେ ଏବେ ଏକ ନୂଆ…

ରାଜନୀତି ସହ ଶିଳ୍ପୋଦ୍ୟୋଗରେ ସଫଳତା: ହାଟଡିହୀ ଅଞ୍ଚଳ ପାଇଁ ଗୌରବ ଆଣିଲେ ଡ. ରତିକାନ୍ତ ରାଉତ

ହାଟଡିହୀ/ଛେନାପଦୀ,୨୮।୧୧(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଉପାଧ୍ୟକ୍ଷ ତଥା ବିଶିଷ୍ଟ ଯୁବ ଉଦ୍ୟୋଗୀ ଡ. ରତିକାନ୍ତ ରାଉତଙ୍କୁ କଳିଙ୍ଗ ଟିଭି ପକ୍ଷରୁ ଆୟୋଜିତ ‘ବିକଶିତ…

ଫିଲ୍ମ ଷ୍ଟାଇଲରେ ଅପହରଣ! ବାପା-ମାଆଙ୍କ ସହ ଘରକୁ ଫେରୁଥିବା ବେଳେ ଝିଅଙ୍କୁ ବୋଲେରୋରେ ଟେକି ନେଲେ ଯୁବକ

ଗଜପତି,୨୮।୧୧(ଗିରିଧାରୀ ପରିଛା): ବାପା-ମାଆଙ୍କ ସହ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ରାସ୍ତାରେ ଅଟକାଇ ଜଣେ ଯୁବତୀଙ୍କୁ ଜୋରଜବରଦସ୍ତ ବୋଲେରୋରେ ଅପହରଣ କରିନିଆଯାଇଥିବା ଅଭିଯୋଗ ହୋଇଛି। ଗଜପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?