ସୀମାନ୍ତ ଗ୍ରାମବାସୀଙ୍କୁ ରୋଜଗାର ବାଟ ଦେଖାଇବ ଷ୍ଟ୍ରବେରି ଚାଷ

ପଟ୍ଟାଙ୍ଗୀ,୨୪।୨(ଡି.ଏନ.ଏ.) ସୀମାନ୍ତ ଗ୍ରାମରେ ବସବାସ କରୁଥିବା ଲୋକେ କିପରି ସ୍ବାବଲମ୍ବୀ ହୋଇ ରୋଜଗାରକ୍ଷମ ହୋଇ ପାରିବେ ସେନେଇ ଜିଲା ପ୍ରଶାସନ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରିଆସୁଛି। କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତ ଅନ୍ତର୍ଗତ ଡୋଲିଆମ୍ବ ଗ୍ରାମବାସୀଙ୍କ ପାଇଁ ଏବେ ଷ୍ଟ୍ରବେରି ଚାଷ ନୂଆ ଆଶା ଦେଖାଇଛି। ପ୍ରଶାସନ ପକ୍ଷରୁ ଜୈବିକ ପଦ୍ଧତିରେ କରାଯାଇଥିବା ଏହି ଚାଷ ଆଗାମୀ ଦିନରେ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିପାରି ଏ ଆଶା ଉଜ୍ଜ୍ୱଳ ହୋଇଛି। କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକରେ ଷ୍ଟ୍ରବେରି ଚାଷ ପାଇଁ ମଧ୍ୟ କୋଟିଆ ପଞ୍ଚାୟତବାସୀ ସହଯୋଗର ହାତ ବଢାଇଛନ୍ତି।
ଏବେ ଡୋଲିଆମ୍ବ ଗ୍ରାମବାସୀ କିପରି ଉନ୍ନତମାନର ଷ୍ଟ୍ରବେରି ଚାଷ କରି ଲାଭବାନ ହେବେ ଏହାକୁ ଦୃଷ୍ଟିରେ ରଖି ଜିଲାପାଳ ଅବ୍ଦଲ ଏମ. ଅଖତରଙ୍କ ନିର୍ଦ୍ଦେଶରେ ଆଇଟିଡିଏ ପକ୍ଷରୁ ଜୈବିକ ପଦ୍ଧତିରେ ଡ୍ରପିଓମଲ୍ଟିଂ ମାଧ୍ୟମରେ ଏହି ଚାଷ ପାଇଁ ତାଲିମ ବ୍ୟବସ୍ଥା ହୋଇଥିଲା। ପୁଣେରୁ ଷ୍ଟ୍ରବେରି ଚାରା ଆଣି ପ୍ରାୟ ୫ଏକର ଜମିରେ ଚାଷ କରାଯାଇଥିଲା । ଯାହା ଏବେ ଅମଳ ହୋଇଛି। ଅମଳ ଷ୍ଟ୍ରବେରିକୁ କିପରି ବାହାର ବଜାରରେ ଉଚିତ ମୂଲ୍ୟରେ ବିକ୍ରି ହୋଇପାରିବ ସେନେଇ ମଧ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିବା ଆଇଟିଡିଏର ଜିଲା ପ୍ରକଳ୍ପ ସଂଯୋଜକ କାଶୀପ୍ରସାଦ ନାୟକ କହିଛନ୍ତି। ସେ କହିଛନ୍ତି ଯେ, ୩୫ ଲକ୍ଷ ଟଙ୍କା ର ଏକ ଯୋଜନା ପ୍ରସ୍ତୁତ କରି ଏପରି ଉନ୍ନତ ମାନର ଚାଷ କରାଯାଇଛି। ବର୍ତ୍ତମାନ ଷ୍ଟ୍ରବେରି ଫଳ ବଜାରରେ କିଲୋ ପିଛା ୪୦୦ରୁ ୫୦୦ଟଙ୍କା ବିକ୍ରି ହେଉଛି। ଡୋଲିଆମ୍ବ ଗ୍ରାମରେ ଅମଳ ହୋଇଥିବା ଷ୍ଟ୍ରବେରି କିପରି ହୋଲସେଲ ଦରରେ ୨୫୦ ଟଙ୍କା ମଧ୍ୟରେ ବିକ୍ରି ହେବ ସେନେଇ ବିଭିନ୍ନ ହୋଲ୍ସେରମାନଙ୍କ ସହ ଯୋଗାଯୋଗ କରାଯାଉଛି ବୋଲି ନାୟକ ପ୍ରକାଶ କରିଛନ୍ତି।
ଏପଟେ ଜିଲା ପ୍ରଶାସନ ପକ୍ଷରୁ ଏପରି କାର୍ଯ୍ୟକ୍ରମ ଡୋଲିଆମ୍ବଠାରେ କରାଯାଉଥିବା ବେଳେ ପଡୋଶୀ ଆନ୍ଧ୍ରର ଅତିରିକ୍ତ ପିଡି ଡିଆରଡିଏ ୱାଇ. ସତ୍ୟମ ନାଇଡୁଙ୍କ ତତ୍ତ୍ୱାବଧାନରେ ସାଲୁର ବ୍ଲକର ଏପିଏମ୍‌ ଜୟାମାଁ ଏବଂ ସିସି ନିର୍ମଳା ପ୍ରମୁଖ ଫାଟୁସିନେରି ଗ୍ରାମରେ ପହଞ୍ଚତ୍ ଅମଳ ହୋଇଥିବା ହଳଦୀ ଓ ଗ୍ରାମବାସୀଙ୍କ ନିକଟରେ ଗଛିତ ରହିଥିବା ତେନ୍ତୁଳି କିପରି ଆନ୍ଧ୍ର ବଜାରରେ ଉଚିତ ମୂଲ୍ୟରେ ବିକ୍ରି ହୋଇପାରିବ ସେନେଇ ଲୋକଙ୍କ ସହ ଆଲୋଚନା କରି ଫେରିଥିବା ଜଣାପଡିଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ନିର୍ବାଚନ ଆସିଲେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟରମାନଙ୍କ ସ୍ଥାୟୀ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ମିଳେ। ନିର୍ବାଚନୀ ବୈତରିଣୀ ପାର ହେବା ପରେ ରାଜନେତାମାନେ ସବୁ କିଛି ଭୁଲି ଯାଆନ୍ତି। ଏହି ଦୁଇ ପ୍ରମୁଖ ସମସ୍ୟାକୁ ନେଇ ବଙ୍ଗୀୟ ଭୋଟରମାନଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି ବୋଲି କୁହାଯାଇଛି। ୨୨ ନଂ. ଜିଲା ପରିଷଦ ଜୋନ୍‌ରୁ ବିଜେଡିରୁ ଅପୁ ପରିଡ଼ା, ଭାଜପାରୁ ସରୋଜକାନ୍ତ ସାହୁ, କଂଗ୍ରେସରୁ ବ୍ରଜମୋହନ ମଣ୍ଡଳ ପ୍ରାର୍ଥୀ ହୋଇଛନ୍ତି। ଏହି ଜୋନରୁ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡିର କବିତା ମଲିକ ୧୧ ହଜାରରୁ ଅଧିକ ଭୋଟରେ ବିଜୟ ଲାଭ କରିଥିଲେ। ସେହିପରି ୨୩ ନଂ. ଜିଲା ପରିଷଦ ଜୋନରୁ ବିଜେଡିରୁ ମୃତ୍ୟୁଞ୍ଜୟ ମଣ୍ଡଳ, ଭାଜପାରୁ ଶଶିକାନ୍ତ ପରିଡ଼ା, ସିଆଇଏମ୍‌ରୁ ନରୋତ୍ତମ ପାର୍ଥସାରଥି, କଂଗ୍ରେସରୁ ସୁଶୀଲ ସେନାପତି ଓ ସ୍ବାଧୀନ ଭାବେ ଅଛିନ୍ତ ମାଇତି ପ୍ରାର୍ଥୀ ହୋଇ ନିର୍ବାଚନ ମଇଦାନରେ ରହିଛନ୍ତି। ଏହି ଜୋନ୍‌ରୁ ୨୦୧୭ ନିର୍ବାଚନରେ ବିଜେଡିରୁ ମାଧବୀଲତା ହାଲଦାର ବିଜୟୀ ହୋଇଥିଲେ। କିନ୍ତୁ ବାସ୍ତବ ପକ୍ଷେ ବିଜେଡି ସହ ଭାଜପାର କଡ଼ା ମୁକାବିଲା ହେବ ବୋଲି ରାଜନୈତିକ ବିଶ୍ଳେଷକମାନେ କହିଛନ୍ତି। ଏହି ଦୁଇ ଜିଲା ପରିଷଦ ଜୋନ୍‌ରେ ବିଜେଡି ପ୍ରାର୍ଥୀମାନେ ଗଡ଼ ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ୨୨ ନଂ. ଜିଲା ପରିଷଦ ଜୋନ୍‌ରେ ୩୫ ହଜାରରୁ ଅଧିକ ଭୋଟର ଥିବାବେଳେ ୨୩ ନଂ. ଜୋନ୍‌ରେ ୩୪ ହଜାରରୁ ଅଧିକ ଭୋଟର ରହିଛନ୍ତି। ମୋଟରେ ୬୯ ହଜାରରୁ ଅଧିକ ଥିବାବେଳେ ସେଥିମଧ୍ୟରୁ ୩୦ ହଜାରରୁ ଅଧିକ ବଙ୍ଗୀୟ ଭୋଟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ବଙ୍ଗୀୟ ଭୋଟରଙ୍କ ମନ ଜିଣିବାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭିନ୍ନ ଭିନ୍ନ ପନ୍ଥା ଓ କସରତ କରିବା ଏବେଠୁ ଆରମ୍ଭ ହୋଇଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ଲକ୍ଷ୍ମୀପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ରଙ୍କ ନାମାଙ୍କନପତ୍ର ଦାଖଲ

କୋରାପୁଟ,୨୨ା୪(ଅମିତାଭ ବେହେରା): ଲକ୍ଷ୍ମୀପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ର ସାଉଁତା କୋରାପୁଟ ଅତିରିକ୍ତ ଜିଲାପାଳ ଲଗ୍ନଜିତ୍‌ ରାଉତଙ୍କଠାରେ ନାମାଙ୍କନପତ୍ର ଦାଖଲ କରୁଛନ୍ତି। ଏହି ଅବସରରେ...

ଦୀର୍ଘବର୍ଷ ପରେ ପୂଜା ପାଇବେ ପ୍ରଭୁ ରଘୁନାଥଜୀଉ, ମାଳିପୁଟ ଉତ୍ସବମୁଖର

ପଟାଙ୍ଗି,୨୨ା୪(ଶରତ ଧଳ): ଦୀର୍ଘବର୍ଷ ଧରି ଗ୍ରାମବାସୀଙ୍କ ଶ୍ରମଦାନ ଓ ଜଣେ ବ୍ୟକ୍ତିଙ୍କ ସ୍ବେଚ୍ଛାକୃତ ଅର୍ଥଦାନରେ ଗଢ଼ି ଉଠିଥିବା ମନ୍ଦିର ପ୍ରତିଷ୍ଠା କରି ସମସ୍ତଙ୍କ ପାଇଁ ଉଦାହରଣ...

ସପ୍ତଗିରିଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ସ୍ତ୍ରୀ

କୋରାପୁଟ,୨୧।୪(ଅମିତାଭ ବେହେରା): ଚଳିତ ସାଧାରଣ ନିର୍ବାଚନରେ କୋରାପୁଟ ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ସପ୍ତଗିରି ଉଲାକାଙ୍କୁ ପ୍ରାର୍ଥୀଭାବେ ରିପିଟ କରାଯାଇଛି। ବର୍ତ୍ତମାନ ସପ୍ତଗିରି...

ପାହାଡ଼ ଜଙ୍ଗଲରେ ନିଆଁ

ଦାମନଯୋଡ଼ି,୨୧ା୪(ମାନସ ରଞ୍ଜନ କର): ଲୋକ ସଚେତନତା ଅଭାବରୁ ଜଙ୍ଗଲରେ ନିଆଁ ହୁତୁହୁତୁ ହୋଇ ଜଳୁଛି। ଜଙ୍ଗଲ ପାହାଡ଼ ନିଆଁ ଯୋଗୁ ଜଙ୍ଗଲ ଜୀବଜନ୍ତୁ ଭୟଭୀତ ହୋଇପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri