ଖଟିଆରେ ୨ କି.ମି. ବୁହାହେଲେ ରୋଗୀ

ମୁନିଗୁଡା,୨୪।୨(ଡି.ଏନ୍‌.ଏ.) ରାସ୍ତା ଖରାପ ଥିବାରୁ ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ। ଫଳରେ ରୋଗୀଙ୍କୁ ପରିବାର ଲୋକେ ୨ କି.ମି. ଦୂରରେ ଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଖଟିଆରେ ବୋହି ଆଣିଥିଲେ। ଏପରି ଘଟଣା ରାୟଗଡ଼ା ଜିଲା ମୁନିଗୁଡା ବ୍ଲକ ଜଗଦଳପୁର ପଞ୍ଚାୟତ ହାତିଚାଞ୍ଚଡା ଗାଁରେ ଦେଖିବାକୁ ମିଳିଛି। ବୁଧବାର ସନ୍ଧ୍ୟାରେ ହାତିଚାଞ୍ଚଡା ଗାଁରେ ରାଜେସ ଜାକେସିକା(୬) ଖେଳିବା ସମୟରେ ପଡି ଯିବାରୁ ତାଙ୍କର ପେଟ ଓ ପିଠିରେ ଗଭୀର ଆଘାତ ଲାଗିଥିଲା। ତୁରନ୍ତ ତାଙ୍କୁ ଡାକ୍ତରଖାନା ଆଣିବା ପାଇଁ ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କିନ୍ତୁ ଗାଁ ଆଗରୁ ପଡୁଥିବା ଏକ କଲଭର୍ଟ କାମ ଦୀର୍ଘ ବର୍ଷ ଧରି ସରି ନ ଥିବାରୁ ଆମ୍ବୁଲାନ୍ସଟି ଗାଁକୁ ଯାଇପାରି ନଥିଲା। ଗ୍ରାମବାସୀ ଓ ଆମ୍ବୁଲାନ୍ସ କର୍ମଚାରୀ ମନୋରଞ୍ଜନ କର ମିଶି ରାଜେଶଙ୍କୁ ଖଟିଆରେ ବୋହି ଆଣିଥିଲେ। ତାଙ୍କୁ ମୁନିଗୁଡା ଡାକ୍ତରଖାନାକୁ ଅଣାଯାଇଥିଲା ଗୁରୁତର ଥିବାରୁ ରାଜେଶଙ୍କୁ ବିଷମକଟକ ଖ୍ରୀଷ୍ଟ୍ରିୟାନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାସ୍ତା କାମ ଶୀଘ୍ର ସାରିବାକୁ ଗ୍ରାମବାସୀ ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri