ଜୁଲାଇ ପାଇଁ ରଣନୀତି

ଭୁବନେଶ୍ୱର,୩୦।୬(ବ୍ୟୁରୋ): ଏବେ ସରକାରୀ କର୍ମଚାରୀମାନେ ମଧ୍ୟ କୋଭିଡ-୧୯ ସଂକ୍ରମଣର ଶିକାର ହେଉଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତାପ୍ରକଟ କରିଛନ୍ତି। ବିଭିନ୍ନ ସରକାରୀ ଅଫିସ ଯେପରି ସଂକ୍ରମଣମୁକ୍ତ ରହିବ ସେ ନେଇ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। କୋଭିଡ ନିୟମ କଡ଼ାକଡ଼ି କରି ସରକାରୀ କାର୍ଯ୍ୟାଳୟଗୁଡିକୁ ଶୂନ ସଂକ୍ରମଣ ଅଞ୍ଚଳ କରି ରଖିବା ଏବଂ କର୍ମଚାରୀମାନେ କ’ଣ କରିବେ କ’ଣ ନ କରିବେ ସେ ସମ୍ପର୍କରେ ସଚେତନ କରିବାକୁ ପରାମର୍ଶ ଦିଆଯାଇଛି। ଏହା ସତ୍ତ୍ୱେ ଯଦି ଉଲ୍ଲଂଘନ ହୁଏ ତେବେ ସବୁ କାର୍ଯ୍ୟାଳୟର ମୁଖ୍ୟ ଏଥିପାଇଁ
ଦାୟୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି। କୋଭିଡ ସଂକ୍ରମଣ ରୋକିବାରେ ମାସ୍କର ବିଶେଷ ଗୁରୁତ୍ୱ ରହିଛି। ତେଣୁ ମାସ୍କର ଉପଯୁକ୍ତ ବ୍ୟବହାର ଓ ସାମାଜିକ ଦୂରତା ନିୟମର କଡ଼ାକଡ଼ି ପାଳନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଭିତରେ ୩ ମାସ ବିତିଗଲାଣି, ବର୍ତ୍ତମାନ ଏ ସବୁ ଉଲ୍ଲଂଘନ ଘଟଣାରେ ଅଧିକ କଠୋର ହେବାକୁ ପଡ଼ିବ।
ସୋମବାର ସନ୍ଧ୍ୟାରେ ଭିଡିଓ କନଫରେନ୍ସ ଜରିଆରେ ଜୁଲାଇର କୋଭିଡ ରଣନୀତି ସମ୍ପର୍କରେ ବରିଷ୍ଠ ଅଧିକାରୀ, ଜିଲାପାଳ ଏବଂ ଏସ୍‌ପିମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। କୋଭିଡ ପରିଚାଳନାରେ ଜିଲାପାଳ ଓ ଏସ୍‌ପିମାନେ ସେମାନଙ୍କର ଗତ ୩ ମାସର ଅଭିଜ୍ଞତା ଜଣାଇବା ସହିତ ଜୁଲାଇରେ କୋଭିଡ ମୁକାବିଲା ପାଇଁ ମତାମତ ଦେଇଛନ୍ତି। ସେମାନଙ୍କ ମତାମତ ଭିତ୍ତିରେ ରାଜ୍ୟ ସରକାର କୋଭିଡ ପରିଚାଳନା ପାଇଁ ସମ୍ପୂର୍ଣ୍ଣ ରଣନୀତି ନିର୍ଦ୍ଧାରଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ନିଜେ ସଂକ୍ରମିତ କୋଭିଡ ଯୋଦ୍ଧାମାନଙ୍କ ସହିତ ଫୋନରେ କଥାହୋଇ ସେମାନଙ୍କ ଭଲମନ୍ଦ ବୁଝୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କର ଉତ୍ତର ସନ୍ତୋଷଜନକ ରହିଛି। ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ସଂକ୍ରମିତ କୋଭିଡ ଯୋଦ୍ଧାଙ୍କ ସହିତ ଆଲୋଚନା କରିବା ପାଇଁ ପରାମର୍ଶ ଦିଆଯାଇଛି। ଏହାଦ୍ୱାରା ସେମାନଙ୍କର ମନୋବଳ ବୃଦ୍ଧି ପାଇବ ବୋଲି ସେ ମତ ଦେଇଛନ୍ତି।
ଗାଁ କଲ୍ୟାଣ ସମିତି ସ୍ତରରେ କୋଭିଡ କେୟାର କମିଟି ଗଠନ କରିବା, ପାଣ୍ଠି ଓ କ୍ଷମତା ପ୍ରଦାନ କରିବା, ପ୍ରଶିକ୍ଷଣ ସହିତ ସେମାନଙ୍କ କାର୍ଯ୍ୟକୁ ମନିଟରିଂ କରିବା ପାଇଁ ଏକ ବିଧିବଦ୍ଧ ବ୍ୟବସ୍ଥା ସୃଷ୍ଟି କରିବା, ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍‌ ସ୍ଥାପନ ଏବଂ କେତେକ ପଞ୍ଚାୟତକୁ ନେଇ ଟିଏମସି ଗଠନ, ସେମାନଙ୍କୁ ପାଣ୍ଠି ଯୋଗାଣ ଓ ସେବା ପ୍ରଦାନ ବ୍ୟବସ୍ଥା ଆଦି ବିଭିନ୍ନ ବିଷୟ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି), ବରିଷ୍ଠ ଅଧିକାରୀ ଓ ସମସ୍ତ ଜିଲାର ଜିଲାପାଳ, ଏସପି ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ନିର୍ବାଚନ ପାଇଁ ଲୋକଦେଖାଣିଆ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ’

ଭୁବନେଶ୍ୱର,୮।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟକାର୍ଡ ସାରା ରାଜ୍ୟରେ ବଣ୍ଟନ କରାଯାଉଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲାକୁ ଗସ୍ତ...

ସୋନ ଡ୍ୟାମ୍‌ରୁ ନିଖୋଜ ଦମ୍ପତିଙ୍କ ମୃତଦେହ ଉଦ୍ଧାର: ଗୁଣିଗାରେଡି ସନ୍ଦେହରେ ହତ୍ୟା, ଜଣେ ଅଭିଯୁକ୍ତ ଗିରଫ

କପ୍ତିପଦା,୯ା୧୦(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧିନ ମଝିଗଡିଆ ପଞ୍ଚାୟତ ଭେଜଡ଼ିହା ଗ୍ରାମର ଏକ ଦମ୍ପତି ଗତ ରବିବାର ସନ୍ଧ୍ୟାରୁ ନିଖୋଜ ଥିଲେ। ବୁଧବାର ସେମାନଙ୍କ...

ରାମନବମୀ ପୂର୍ବରୁ ରାମମନ୍ଦିରରୁ ଚୋରି କଲେ ଦୁର୍ବୃତ୍ତ

ବରଗଡ଼ ଅଫିସ,୯ା୪: ବରଗଡ଼ ସହର ବ୍ରହ୍ମବିହାରସ୍ଥିତ ଶ୍ରୀରାମ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଚୋରମାନେ ମନ୍ଦିର ମଧ୍ୟରେ ଥିବା ଦାନବାକ୍ସ, ମହାପ୍ରଭୁଙ୍କ ଦରବାର,...

ସରକାରୀ କର୍ମଚାରୀଙ୍କ କାର୍ଯ୍ୟ ସମୟ ଅଧଘଣ୍ଟା ବଢ଼ିଲା, ୪ର୍ଥ ଶନିବାର ସରକାରୀ ଅଫିସ ଛୁଟି

ଭୁବନେଶ୍ୱର, ୨୩ା୬(ବ୍ୟୁରୋ): ରାଜ୍ୟ ସରକାରୀ କର୍ମଚାରୀଙ୍କ କାର୍ଯ୍ୟ କରିବା ସମୟସୀମା ବୃଦ୍ଧି କରାଯାଇଛି। ଏଣିକି ସମସ୍ତ କର୍ମଚାରୀ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ୩୦ ମିନିଟ୍‌...

୪ ହଜାର ପଡ଼ା ହେବ ରାଜସ୍ବ ଗ୍ରାମ

ଭୁବନେଶ୍ୱର, ୨୯ା୭(ବ୍ୟୁରୋ): ରାଜ୍ୟରେ ଥିବା ୪ହଜାର ପଡ଼ା ବା ବସତିକୁ ରାଜସ୍ବ ଗ୍ରାମ ମାନ୍ୟତା ଦେବା ପାଇଁ ଥିବା ଦୀର୍ଘଦିନର ସମସ୍ୟାକୁ ରାଜ୍ୟ ସରକାର ସମାଧାନ...

୧୯ ଯାଏ ସ୍ବଳ୍ପ ବର୍ଷା

ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରହିଛି। ଆବଶ୍ୟକତା ଅନୁଯାୟୀ ବର୍ଷା ହେଉ ନ ଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଲେଣି। ଜୁନ୍‌ ପହିଲାରୁ...

ବାପା ପୋଲିସରେ, ପୁଅ ଆକ୍ସିସ ବ୍ୟାଙ୍କରୁ ଲୁଟ୍‌ କରି ଫସିଲେ

ସୁନ୍ଦରଗଡ଼,୯।୧୧(ଡି.ଏନ୍‌.ଏ.): ପୋଲିସ ବାପାଙ୍କ ସର୍ଭିସ ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟ୍‌ କରିବା ପଡ଼ିଛି ମହଙ୍ଗା। ଲୁଟେରାଙ୍କୁ କାବୁ କରିଛି ପୋଲିସ। ସୁନ୍ଦରଗଡ଼ ଟାଉନ୍‌ ଥାନା ଆକ୍ସିସ...

ଭାତ, ସୋୟାବିନ ତରକାରୀ ଖାଇ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ

ସୋହେଲା,୩୦।୯(ଡି.ଏନ୍‌.ଏ.): ବରଗଡ଼ ଜିଲା ସୋହେଲା ବ୍ଳକ ରେଙ୍ଗାଲି ପଞ୍ଚାୟତ ଅଧୀନ ବ୍ରାହ୍ମଣୀଡିହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ମଧ୍ୟାହ୍ନ ଭୋଜନ ଖାଇ ୫୦ରୁ ଊର୍ଦ୍ଧ୍ୱ...

Advertisement
Archives

Model This Week