Posted inଫୁରସତ

ଅଜବ ଜୋତା

ଆଜିର ଯୁବପିଢ଼ିଙ୍କ ପସନ୍ଦ ସତରେ ଅଜବ। ଆଉ ସେମାନଙ୍କ ରୁଚିକୁ ଆଖି ଆଗରେ ରଖି ନାମୀଦାମୀ କମ୍ପାନିଗୁଡ଼ିକ ମଧ୍ୟ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଜାଣିବା କେତୋଟି ଅଜବ ଜୋତା ସମ୍ପର୍କରେ…
ଦି ରାଟ୍‌ ଶୁ: ଏହି ଜୋତା ଦେଖିବା ପାଇଁ ଦୁଇଟି ବଡ଼ ମୂଷା ଭଳି। ହଠାତ୍‌ ଏହାକୁ ଦେଖିଲେ ଯେକେହି ଡରିଯିବ। ଦୁର୍ବଳମନା ଏହାକୁ ନ ପିନ୍ଧିବା ଲାଗି ସେଥିରେ ମଧ୍ୟ ଲେଖା ରହିଛି। ତେବେ ଏହି ଜୋତାକୁ ହାଲୋଓ୍ବିନ୍‌ ଥିମ୍‌ ପାର୍ଟିରେ ପିନ୍ଧିବାକୁ ଯୁବପିଢ଼ି ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।
ଏ ଓ୍ବାକିଂ ପିସ୍‌ ଅଫ୍‌ ଆର୍ଟ: ଲେଦରରେ ପ୍ରସ୍ତୁତ ହୋଇଥିବା ଏହି ଜୋତାଟି ଦେଖିବାକୁ ଖୁବ୍‌ ଆକର୍ଷଣୀୟ। କାରଣ ଏହା ଉପରେ ରହିଛି ସବୁଜ ଘାସ, ଏକ ଗଛ, ପଥର, କାଠ ଏବଂ ଘୋଡ଼ା; ଯାହାକୁ ଦେଖିଲେ ଏକ ମନୋରମ ସବୁଜ ପ୍ରାକୃତିକ ପରିବେଶର ଭ୍ରମ ସୃଷ୍ଟି କରିଥାଏ। ପ୍ରକୃତିପ୍ରେମୀ ଯୁବପିଢ଼ିଙ୍କୁ ଏହି ଜୋତା ଅଧିକ ଆକୃଷ୍ଟ କରୁଛି। ତେବେ ଏହାକୁ ପାଦରେ ପିନ୍ଧିବା ଅପେକ୍ଷା ଶୋ’ କେସ୍‌ରେ ସଜାଇବା ପାଇଁ ଅନେକେ କିଣୁଥିବା ଦେଖିବାକୁ ମିଳୁଛି।
ସ୍ୟାଣ୍ଡଓ୍ବିଚ୍‌ ଥଙ୍ଗ୍ସ: ଏହି ଫୁଟ୍‌ଓ୍ବେର୍‌କୁ ସ୍ୟାଣ୍ଡଓ୍ବିଚ୍‌ ଫ୍ଲିପ୍‌ ଫ୍ଲପ୍‌ ବି କୁହାଯାଏ। ଏହି ଜୋତାଟି ଦେଖିବାକୁ ମ୍ୟାକ୍‌ଡୋନାଲ୍ଡ ହାମ୍‌ବର୍ଗର ଭଳି। ଏଥିରେ ଦୁଇଟି ବ୍ରେଡ୍‌ ପିସ୍‌ ଆକୃତିର ସ୍ପଞ୍ଜ ମଧ୍ୟରେ ମିଟ୍‌, ସାଲାଡ୍‌ ଏବଂ ଚିଜ୍‌ ଆକାରର ନରମ ଫୋମ୍‌ ଦିଆଯାଇଛି, ଯାହାକି ପାଦ ପାଇଁ ଖୁବ୍‌ ଆରାମଦାୟକ। ଏହା ଦେଖିବାକୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଆଇକ୍ୟାଚି। ଯୁବପିଢ଼ି ପିକ୍‌ନିକ୍‌ କିମ୍ବା କୌଣସି ଥିମ୍‌ ପାର୍ଟିରେ ଏହାକୁ ପିନ୍ଧିବାକୁ ବେଶୀ ପସନ୍ଦ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri