Posted inଫୁରସତ

ଅଜବ ଜୋତା

ଆଜିର ଯୁବପିଢ଼ିଙ୍କ ପସନ୍ଦ ସତରେ ଅଜବ। ଆଉ ସେମାନଙ୍କ ରୁଚିକୁ ଆଖି ଆଗରେ ରଖି ନାମୀଦାମୀ କମ୍ପାନିଗୁଡ଼ିକ ମଧ୍ୟ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଜାଣିବା କେତୋଟି ଅଜବ ଜୋତା ସମ୍ପର୍କରେ…
ଦି ରାଟ୍‌ ଶୁ: ଏହି ଜୋତା ଦେଖିବା ପାଇଁ ଦୁଇଟି ବଡ଼ ମୂଷା ଭଳି। ହଠାତ୍‌ ଏହାକୁ ଦେଖିଲେ ଯେକେହି ଡରିଯିବ। ଦୁର୍ବଳମନା ଏହାକୁ ନ ପିନ୍ଧିବା ଲାଗି ସେଥିରେ ମଧ୍ୟ ଲେଖା ରହିଛି। ତେବେ ଏହି ଜୋତାକୁ ହାଲୋଓ୍ବିନ୍‌ ଥିମ୍‌ ପାର୍ଟିରେ ପିନ୍ଧିବାକୁ ଯୁବପିଢ଼ି ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।
ଏ ଓ୍ବାକିଂ ପିସ୍‌ ଅଫ୍‌ ଆର୍ଟ: ଲେଦରରେ ପ୍ରସ୍ତୁତ ହୋଇଥିବା ଏହି ଜୋତାଟି ଦେଖିବାକୁ ଖୁବ୍‌ ଆକର୍ଷଣୀୟ। କାରଣ ଏହା ଉପରେ ରହିଛି ସବୁଜ ଘାସ, ଏକ ଗଛ, ପଥର, କାଠ ଏବଂ ଘୋଡ଼ା; ଯାହାକୁ ଦେଖିଲେ ଏକ ମନୋରମ ସବୁଜ ପ୍ରାକୃତିକ ପରିବେଶର ଭ୍ରମ ସୃଷ୍ଟି କରିଥାଏ। ପ୍ରକୃତିପ୍ରେମୀ ଯୁବପିଢ଼ିଙ୍କୁ ଏହି ଜୋତା ଅଧିକ ଆକୃଷ୍ଟ କରୁଛି। ତେବେ ଏହାକୁ ପାଦରେ ପିନ୍ଧିବା ଅପେକ୍ଷା ଶୋ’ କେସ୍‌ରେ ସଜାଇବା ପାଇଁ ଅନେକେ କିଣୁଥିବା ଦେଖିବାକୁ ମିଳୁଛି।
ସ୍ୟାଣ୍ଡଓ୍ବିଚ୍‌ ଥଙ୍ଗ୍ସ: ଏହି ଫୁଟ୍‌ଓ୍ବେର୍‌କୁ ସ୍ୟାଣ୍ଡଓ୍ବିଚ୍‌ ଫ୍ଲିପ୍‌ ଫ୍ଲପ୍‌ ବି କୁହାଯାଏ। ଏହି ଜୋତାଟି ଦେଖିବାକୁ ମ୍ୟାକ୍‌ଡୋନାଲ୍ଡ ହାମ୍‌ବର୍ଗର ଭଳି। ଏଥିରେ ଦୁଇଟି ବ୍ରେଡ୍‌ ପିସ୍‌ ଆକୃତିର ସ୍ପଞ୍ଜ ମଧ୍ୟରେ ମିଟ୍‌, ସାଲାଡ୍‌ ଏବଂ ଚିଜ୍‌ ଆକାରର ନରମ ଫୋମ୍‌ ଦିଆଯାଇଛି, ଯାହାକି ପାଦ ପାଇଁ ଖୁବ୍‌ ଆରାମଦାୟକ। ଏହା ଦେଖିବାକୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଆଇକ୍ୟାଚି। ଯୁବପିଢ଼ି ପିକ୍‌ନିକ୍‌ କିମ୍ବା କୌଣସି ଥିମ୍‌ ପାର୍ଟିରେ ଏହାକୁ ପିନ୍ଧିବାକୁ ବେଶୀ ପସନ୍ଦ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ଦେଶର ପ୍ରଥମ ଡାଏନୋସର ପାର୍କ

ଗୁଜରାଟର ଖେଡ଼ା ଜିଲାରେ ପ୍ରଥମଥର ପାଇଁ ଖୋଲାଯାଇଛି ଦେଶର ପ୍ରଥମ ତଥା ବିଶ୍ୱର ତୃତୀୟ ଡାଏନୋସର ପାର୍କ। ରୟାଲି ଗାଁରେ ଥିବା ଏହି ପାର୍କଟି ୧୨୮...

ଶୁଆ ପାଳିଲେ ଜେଲଦଣ୍ଡ

ଲକ୍ଷ୍ନୌ: ଆପଣ ଶୁଆ ପାଳିଛନ୍ତି କି? ତା’ହେଲେ ସାବଧାନ ହୋଇଯାଆନ୍ତୁ, ଆପଣଙ୍କୁ ଜରିମାନା ତ ଦେବାକୁ ପଡ଼ିବ ତା’ ସହ ୩ ବର୍ଷ ଜେଲ ଦଣ୍ଡ...

ମୁସଲମାନ ପରିବାର କଲେ ହିନ୍ଦୁ ବୃଦ୍ଧଙ୍କ ଅନ୍ତିମ ସଂସ୍କାର…

ପାଟନା, ୩।୭ : ଧର୍ମ ଅପେକ୍ଷା ମାନବିକତା ଅଧିକ ଗୁରୁତ୍ୱପୂର୍ଣ୍ଣ। ବିହାର ରାଜା ବଜାରର ସାବନପୁରାର ଏକ ମୁସଲମାନ ପରିବାର ଭାଇଚାରା ଏବଂ ସୌହାର୍ଦ୍ଦ୍ୟର ଏକ...

ବିପଦ ଆସୁଛି ମାଡ଼ି, ପୃଥିବୀ ମୁହାଁ ସୌରଝଡ଼, ଘଣ୍ଟାପ୍ରତି ବେଗ ୧୬ ଲକ୍ଷ କିଲୋମିଟର…

ଓ୍ବାଶିଂଟନ,୧୦।୭: ଗୋଟିଏ ପରେ ଗୋଟିଏ ବିପଦ ପୃଥିବୀ ଉପରେ ଘନେଇ ଆସୁଛି। କରୋନ ମହାମାରୀ ଆତଙ୍କ ଜାରି ରହିଥିବାବେଳେ ଏବେ ମହାକାଶରେ ପୃଥିବୀ ପାଇଁ ବିପଦ...

କରୋନା ମହାମାରୀକୁ ଦୂରେଇବା ପାଇଁ ମୁମ୍ବାଇ ପୋଲିସର ମଜାଦାର ପୋଷ୍ଟ

ମୁମ୍ବାଇ,୧୨ ।୩: କରୋନା ମହାମାରୀକୁ ନେଇ ବିଭିନ୍ନ ରାଜ୍ୟର ପୋଲିସଙ୍କ ଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ...

୪ ଗୋଡ଼ିଆ ତିମି ମାଛର ଜୀବାଶ୍ମ ମିଳିଲା…

କାଇରୋ,୨୯।୮: ଗୋଡ଼ ଥିବା ତିମି ମାଛ କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭବିକ। ତେବେ ଇଜିପ୍ଟର ଫାୟୋମ୍‌ ସ୍ଥିତ ମରୂଭୂମିରୁ ଏଭଳି ତିମି...

ମାସ୍କ୍‌ ବଦଳରେ ମୁହଁରେ ବାନ୍ଧିଲେ ସ୍ତ୍ରୀଙ୍କ ସାୟା…

ଭୋପାଳ, ୨୬।୭: କରୋନା ସଂକ୍ରମଣ ଯୋଗୁ ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏପରିସ୍ଥଳେ ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଉପରେ ସରକାରଙ୍କ ପକ୍ଷରୁ...

ଡାକ୍ତରଙ୍କୁ ରାଗରେ ଚାହିଁଲା ନବଜାତ ଶିଶୁ

ରିୟୋ ଡି ଜେନେରିୟୋ,୨୩।୨: ନବଜାତ ଶିଶୁ ପୁଣି ରାଗିବା ଶୁଣିଲେ କାହାକୁ ବି ବିଶ୍ୱାସ ହେବ ନାହିଁ। ତେବେ ବ୍ରାଜିଲ୍‌ରେ ଏଭଳି ଏକ ଘଟଣା ଘଟିଛି।...

Advertisement
Archives

Model This Week