Posted inଫୁରସତ

ଖ୍ରୀଷ୍ଟମାସକୁ ନେଇ ଅଜବ ପ୍ରଥା

ଉପହାର, ଚକୋଲେଟ୍‌, ଖିଆପିଆ ଓ ବୁଲାବୁଲିରେ ଅଧିକାଂଶ ଖ୍ରୀଷ୍ଟମାସ ପର୍ବ ପାଳନ କରୁଥିବାବେଳେ ଅନ୍ୟ କିଛି ସ୍ଥାନରେ ଏହାର ବ୍ୟତିକ୍ରମ ଦେଖାଯାଏ। ଖ୍ରୀଷ୍ଟମାସ ପାଳନ ହୁଏ ଟିକିଏ ନିଆରା ଢଙ୍ଗରେ…

ୟୁଲେ ଗୋଟ୍‌ : ୧୯୬୬ ମସିହାଠାରୁ ସୁଇଡେନ୍‌, ଗାଭ୍‌ଲେ ଗ୍ରାମରେ ଖ୍ରୀଷ୍ଟମାସ ନିଆରା ଢଙ୍ଗରେ ପାଳନ କରାଯାଉଛି। ନିକଟସ୍ଥ ଦୁର୍ଗ ପାଖରେ ୧୩ମିଟରର ଏକ ବଡ଼ ଛେଳି ଭଳି ପ୍ରତିକୃତି ତିଆରି କରି ତାହାକୁ ଜଳାଯାଏ। ପୂର୍ବେ ଏହି ପରମ୍ପରାକୁ କିଛି ଲୋକ ବନ୍ଦ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହାକୁ ଲୋକେ ବେଶ୍‌ ପସନ୍ଦ କରୁଥିବାରୁ ଏବେଯାଏ ଏହାକୁ ପାଳନ କରାଯାଉଛି।

କ୍ରାମ୍ପସ୍‌: ଅଷ୍ଟ୍ରିଆ ଖ୍ରୀଷ୍ଟମାସ କ୍ରାମ୍ପସ୍‌ ପର୍ବରେ କିଛି ଲୋକ ଅଧା ଛେଳି ଓ ଅଧା ଦାନବ ବେଶ ହୋଇ ଛୋଟ ପିଲାଙ୍କୁ ଡରେଇବା ସହ ଖରାପ ଲୋକଙ୍କୁ ଦଣ୍ଡ ଦେଇଥାନ୍ତି। ଏହି ପର୍ବ ଡିସେମ୍ବରର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଯାଇଥାଏ। ଏଥିରେ ଲୋକମାନେ ଭୂତ ପରି ବେଶ ହୋଇ ଖାସ୍‌କରି ଦୁଷ୍ଟ ପିଲାଙ୍କୁ ଖୋଜି ଡରାଇଥାନ୍ତି।

ସାଣ୍ଟାଙ୍କ ବେଶ ପାଳନ : ଆଇସ୍‌ଲାଣ୍ଡରେ ଖ୍ରୀଷ୍ଟମାସ ପାଇଁ ୧୩ ଦିନ ଧରି ୧୩ଜଣ ବ୍ୟକ୍ତି ସାଣ୍ଟା ବେଶ ହୋଇ ରାତିରେ ଘରଘର ବୁଲି ପିଲାମାନଙ୍କୁ ଗିଫ୍ଟସ୍‌, ଚକୋଲେଟ୍‌, ଖେଳନା ଆଦି ବାଣ୍ଟିଥାନ୍ତି । ଏମାନଙ୍କୁ ୟୁଲେ ଲାଡ କୁହାଯାଏ। ସେଠାକାର ପିଲାମାନେ ମଧ୍ୟ ଘରର ଝରକା ପାଖରେ ସାଣ୍ଟା ପାଇଁ କୌତୁକିଆ ଉପହାର ଓ ଅନ୍ୟମାନଙ୍କ ପାଇଁ ନିଜର ଏକ ହଳ ଜୋତା ଉପହାର ଭାବେ ରଖିଥାନ୍ତି ।

ପେପର୍‌ ଲାଣ୍ଟର୍ନ ପର୍ବ : ଫିଲିପାଇନ୍ସର ସାନ୍‌ ଫର୍ନାଣ୍ଡୋ ସହରରେ ଖ୍ରୀଷ୍ଟମାସ ଉପଲକ୍ଷେ ବଡ଼ଦିନର ପୂର୍ବ ସନ୍ଧ୍ୟାରୁ ନିଆରା ପେପର୍‌ ଲାଣ୍ଟର୍ନ ପର୍ବ ଆରମ୍ଭ ହୋଇଥାଏ । ଏହି ଆଲୋକମାଳାର ଉତ୍ସବରେ ବିଭିନ୍ନ ସ୍ଥାନର ପ୍ରତିଯୋଗୀ ବିରାଟକାୟ ପେପର୍‌ ଲାଣ୍ଟର୍ନ ତିଆରି କରିଥାନ୍ତି।

ଲାଣ୍ଟର୍ନଗୁଡ଼ିକ ବଡ଼, ଗୋଲାକାର ବ୍ୟାସାର୍ଦ୍ଧ ବିଶିଷ୍ଟ ହୋଇଥାଏ। ଏଥିରେ ଜାପାନୀ କଲର୍‌ ପେପର୍‌ ଏବଂ ଆଲୋକ ପାଇଁ କ୍ୟାଣ୍ଡେଲ୍‌ର ବ୍ୟବହାର କରାଯାଏ ।

ନ୍ୟାଶ୍‌ନାଲ ଲାଇଟେନିଙ୍ଗ୍‌: ଆମେରିକା, ଓ୍ବାଶିଂଟନ୍‌ର ହନୁକାଠାରେ ୧୯୭୯ଠାରୁ ଖ୍ରୀଷ୍ଟମାସ ଉପଲକ୍ଷେ ୯ମିଟର ଉଚ୍ଚତାର ୯ଟି ବଡ଼ ବଡ଼ ମେନୋରା ଲ୍ୟାମ୍ପ(ତ୍ରିଶୂଳ ପରି) ନଅ ଦିନ ଓ ରାତି ଜଳେ। ଏହା ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ।
ଏଠାରେ ଖାସ୍‌ ବଡ଼ଦିନ ପାଇଁ ଏପରି ଲ୍ୟାମ୍ପର ବ୍ୟବସ୍ଥା କରାଯାଇଥାଏ। ଏହି ଲ୍ୟାମ୍ପ ଜଳିବା ପରେ ଏହାର ଚାରିପାଖରେ ଗୀତ, ନାଚ ଓ ପିଲାମାନଙ୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri