Posted inଫୁରସତ

ଖ୍ରୀଷ୍ଟମାସକୁ ନେଇ ଅଜବ ପ୍ରଥା

ଉପହାର, ଚକୋଲେଟ୍‌, ଖିଆପିଆ ଓ ବୁଲାବୁଲିରେ ଅଧିକାଂଶ ଖ୍ରୀଷ୍ଟମାସ ପର୍ବ ପାଳନ କରୁଥିବାବେଳେ ଅନ୍ୟ କିଛି ସ୍ଥାନରେ ଏହାର ବ୍ୟତିକ୍ରମ ଦେଖାଯାଏ। ଖ୍ରୀଷ୍ଟମାସ ପାଳନ ହୁଏ ଟିକିଏ ନିଆରା ଢଙ୍ଗରେ…

ୟୁଲେ ଗୋଟ୍‌ : ୧୯୬୬ ମସିହାଠାରୁ ସୁଇଡେନ୍‌, ଗାଭ୍‌ଲେ ଗ୍ରାମରେ ଖ୍ରୀଷ୍ଟମାସ ନିଆରା ଢଙ୍ଗରେ ପାଳନ କରାଯାଉଛି। ନିକଟସ୍ଥ ଦୁର୍ଗ ପାଖରେ ୧୩ମିଟରର ଏକ ବଡ଼ ଛେଳି ଭଳି ପ୍ରତିକୃତି ତିଆରି କରି ତାହାକୁ ଜଳାଯାଏ। ପୂର୍ବେ ଏହି ପରମ୍ପରାକୁ କିଛି ଲୋକ ବନ୍ଦ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହାକୁ ଲୋକେ ବେଶ୍‌ ପସନ୍ଦ କରୁଥିବାରୁ ଏବେଯାଏ ଏହାକୁ ପାଳନ କରାଯାଉଛି।

କ୍ରାମ୍ପସ୍‌: ଅଷ୍ଟ୍ରିଆ ଖ୍ରୀଷ୍ଟମାସ କ୍ରାମ୍ପସ୍‌ ପର୍ବରେ କିଛି ଲୋକ ଅଧା ଛେଳି ଓ ଅଧା ଦାନବ ବେଶ ହୋଇ ଛୋଟ ପିଲାଙ୍କୁ ଡରେଇବା ସହ ଖରାପ ଲୋକଙ୍କୁ ଦଣ୍ଡ ଦେଇଥାନ୍ତି। ଏହି ପର୍ବ ଡିସେମ୍ବରର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଯାଇଥାଏ। ଏଥିରେ ଲୋକମାନେ ଭୂତ ପରି ବେଶ ହୋଇ ଖାସ୍‌କରି ଦୁଷ୍ଟ ପିଲାଙ୍କୁ ଖୋଜି ଡରାଇଥାନ୍ତି।

ସାଣ୍ଟାଙ୍କ ବେଶ ପାଳନ : ଆଇସ୍‌ଲାଣ୍ଡରେ ଖ୍ରୀଷ୍ଟମାସ ପାଇଁ ୧୩ ଦିନ ଧରି ୧୩ଜଣ ବ୍ୟକ୍ତି ସାଣ୍ଟା ବେଶ ହୋଇ ରାତିରେ ଘରଘର ବୁଲି ପିଲାମାନଙ୍କୁ ଗିଫ୍ଟସ୍‌, ଚକୋଲେଟ୍‌, ଖେଳନା ଆଦି ବାଣ୍ଟିଥାନ୍ତି । ଏମାନଙ୍କୁ ୟୁଲେ ଲାଡ କୁହାଯାଏ। ସେଠାକାର ପିଲାମାନେ ମଧ୍ୟ ଘରର ଝରକା ପାଖରେ ସାଣ୍ଟା ପାଇଁ କୌତୁକିଆ ଉପହାର ଓ ଅନ୍ୟମାନଙ୍କ ପାଇଁ ନିଜର ଏକ ହଳ ଜୋତା ଉପହାର ଭାବେ ରଖିଥାନ୍ତି ।

ପେପର୍‌ ଲାଣ୍ଟର୍ନ ପର୍ବ : ଫିଲିପାଇନ୍ସର ସାନ୍‌ ଫର୍ନାଣ୍ଡୋ ସହରରେ ଖ୍ରୀଷ୍ଟମାସ ଉପଲକ୍ଷେ ବଡ଼ଦିନର ପୂର୍ବ ସନ୍ଧ୍ୟାରୁ ନିଆରା ପେପର୍‌ ଲାଣ୍ଟର୍ନ ପର୍ବ ଆରମ୍ଭ ହୋଇଥାଏ । ଏହି ଆଲୋକମାଳାର ଉତ୍ସବରେ ବିଭିନ୍ନ ସ୍ଥାନର ପ୍ରତିଯୋଗୀ ବିରାଟକାୟ ପେପର୍‌ ଲାଣ୍ଟର୍ନ ତିଆରି କରିଥାନ୍ତି।

ଲାଣ୍ଟର୍ନଗୁଡ଼ିକ ବଡ଼, ଗୋଲାକାର ବ୍ୟାସାର୍ଦ୍ଧ ବିଶିଷ୍ଟ ହୋଇଥାଏ। ଏଥିରେ ଜାପାନୀ କଲର୍‌ ପେପର୍‌ ଏବଂ ଆଲୋକ ପାଇଁ କ୍ୟାଣ୍ଡେଲ୍‌ର ବ୍ୟବହାର କରାଯାଏ ।

ନ୍ୟାଶ୍‌ନାଲ ଲାଇଟେନିଙ୍ଗ୍‌: ଆମେରିକା, ଓ୍ବାଶିଂଟନ୍‌ର ହନୁକାଠାରେ ୧୯୭୯ଠାରୁ ଖ୍ରୀଷ୍ଟମାସ ଉପଲକ୍ଷେ ୯ମିଟର ଉଚ୍ଚତାର ୯ଟି ବଡ଼ ବଡ଼ ମେନୋରା ଲ୍ୟାମ୍ପ(ତ୍ରିଶୂଳ ପରି) ନଅ ଦିନ ଓ ରାତି ଜଳେ। ଏହା ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ।
ଏଠାରେ ଖାସ୍‌ ବଡ଼ଦିନ ପାଇଁ ଏପରି ଲ୍ୟାମ୍ପର ବ୍ୟବସ୍ଥା କରାଯାଇଥାଏ। ଏହି ଲ୍ୟାମ୍ପ ଜଳିବା ପରେ ଏହାର ଚାରିପାଖରେ ଗୀତ, ନାଚ ଓ ପିଲାମାନଙ୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri