Posted inଜାତୀୟ

ଅଦ୍ଭୁତ ସଂଯୋଗ: ଦିନେ ୧୧ଏ ସିଟ୍‌ରେ ବସିଥିଲେ ଅଭିନେତା, ଭୟଙ୍କର ଭାବେ କ୍ରାଶ୍‌ ହେଲା ପ୍ଲେନ, ତା’ ପରେ…

ଅହମଦାବାଦ, ୧୫।୬: ଅହମ୍ମଦାବାଦ ବିମାନ ଦୁର୍ଘଟଣା ସାରା ବିଶ୍ବରେ ସୃଷ୍ଟି କରିଛି ଆଲୋଡ଼ନ । ଅହମ୍ମଦାବାଦ ଏୟାରପୋର୍ଟରୁ ଟେକ୍ ଅଫ୍ କରିବାର ମାତ୍ର ୩୦ରୁ ୩୫ ସେକେଣ୍ଡ ଭିତରେ ବୋଇଂ ୭୮୭-୮ ଡ୍ରିମଲାଇନର ବିମାନ ଏକ ମେଡିକାଲ କଲେଜ ହଷ୍ଟେଲ କୋଠାରେ ଧକ୍କା ହୋଇ ଜଳିଯାଇଥିଲା । ସାରା ବିଶ୍ବ ଦେଖିଥିଲା ଏହି ଭୟଙ୍କର ଦୁର୍ଘଟଣାର ଛାତିଥରା ଭିଡିଓ । ଏୟାର ଇଣ୍ଡିଆର ବୋଇଂ 787 କ୍ରାସ୍‌ରେ ୨୭୫ ଜଣଙ୍କ ଜୀବନ ଯାଇଛି ।   ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି ।

ବିମାନରେ ଥିବା ୨୨୯ ଜଣ ଯାତ୍ରୀ, ୨ ଜଣ ପାଇଲଟ୍‌ ଓ ୧୦ ଜଣ କେବିନ କ୍ରିଉ ମେମ୍ବର ଏଥିରେ ପ୍ରାଣ ହରାଇଛନ୍ତି । ସେହିଭଳି ମେଡିକାଲ କଲେଜ ହଷ୍ଟେଲରେ ମଧ୍ୟ ଅନେକଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ସଂଖ୍ୟା ୨୭୫ରେ ପହଞ୍ଚିଲାଣି । ତେବେ ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ କେବଳ ଜଣେ ମାତ୍ର ଯାତ୍ରୀ ରକ୍ଷା ପାଇଯାଇଥିଲେ । ରମେଶ କୁମାର ବିଶ୍ବାସ ନାମକ ଜଣେ ଯୁବକ ଏତେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ।   ତେବେ 11A ସିଟ୍‌କୁ ନେଇ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି ।

ଥାଇଲ୍ୟାଣ୍ଡର ଜଣାଶୁଣା ଅଭିନେତା ତଥା ଗାୟକ ରୁଆଙ୍ଗସାକ ଜେମ୍ସ ଲୋୟଚୁସାକ ୧୯୯୮ ମସିହାରେ ଏକ ଭୟଙ୍କର ବିମାନ ଦୁର୍ଘଟଣାରୁ ବଞ୍ଚିଥିଲେ। ସେ ସମୟରେ ସେ ୧୧ଏ ସିଟ୍‌ରେ ବସିଥିଲେ। ଆଶ୍ଚର୍ଯ୍ୟର କଥା, ୨୦୨୫ ମସିହାରେ ଅହମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଏକମାତ୍ର ବଞ୍ଚିଥିବା ଯାତ୍ରୀ ବିଶ୍ୱାସ କୁମାର ରମେଶ ମଧ୍ୟ ସେହି ସିଟ ୧୧ଏରେ ବସିଥିଲେ। ଏହି ଅଦ୍ଭୁତ ସଂଯୋଗ ଶୁଣି ରୁଆଙ୍ଗସାକ ନିଜେ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ସୋସିଆଲ ମିଡିଆରେ ନିଜର ଅନୁଭୂତି ପ୍ରକାଶ କରିଛନ୍ତି।

୧୯୯୮ ମସିହା ଡିସେମ୍ବର ୧୧ ତାରିଖରେ ଥାଇ ଏୟାରୱେଜର ଫ୍ଲାଇଟ ଟିଜି୨୬୧ ଦକ୍ଷିଣ ଥାଇଲ୍ୟାଣ୍ଡର ସୁରଟ ଥାନୀରେ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖରାପ ପାଗ ଯୋଗୁଁ ପାଇଲଟ ଦୁଇଥର ଅବତରଣ ଚେଷ୍ଟା କରିଥିଲେ, କିନ୍ତୁ ତୃତୀୟ ଥରରେ ବିମାନଟି ଏକ ଜଳାଶୟ ମଧ୍ୟରେ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୧୪୬ ଯାତ୍ରୀଙ୍କ ମଧ୍ୟରୁ ୧୦୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୪୫ ଜଣ ଆହତ ହୋଇଥିଲେ। ରୁଆଙ୍ଗସାକ, ଯିଏ ସେତେବେଳେ ଏକ କନସର୍ଟ ପାଇଁ ଯାଉଥିଲେ, ସିଟ ୧୧ଏରେ ବସିଥିଲେ ଏବଂ ଆଶ୍ଚର୍ଯ୍ୟରୂପେ ବଞ୍ଚିଯାଇଥିଲେ। ଏହି ଘଟଣା ପରେ ତାଙ୍କୁ “ଜେମ୍ସ ଆଇରନ ବୋନ୍ସ” ଉପନାମ ଦିଆଯାଇଥିଲା। ସେ କହିଛନ୍ତି ଯେ ଏହି ଦୁର୍ଘଟଣା ପରେ ପ୍ରାୟ ୧୦ ବର୍ଷ ଧରି ତାଙ୍କୁ ବିମାନରେ ଯାତ୍ରା କରିବାକୁ ଭୟ ଲାଗୁଥିଲା। ଏବେ, ୨୭ ବର୍ଷ ପରେ, ଅହମଦାବାଦରେ ଏୟାର ଇଣ୍ଡିଆ ଫ୍ଲାଇଟ ଏଆଇ୧୭୧ର ଦୁର୍ଘଟଣା ତାଙ୍କ ପୁରୁଣା ସ୍ମୃତିକୁ ଆଉ ଥରେ ତାଜା କରିଛି।

 ପୂର୍ବରୁ ଏମିତି ଏକ ଦୁର୍ଘଟଣା ଘଟିଥିଲା ୧୯୯୮ ମସିହାରେ । ଯେଉଁଥିରେ ଥାଇଲାଣ୍ଡର ଜଣେ ପ୍ରସିଦ୍ଧ ଅଭିନେତା ବର୍ତ୍ତିଯାଇଥିଲେ । ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ସେ ବଞ୍ଚି ଯାଇଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?