୧୩ରେ ଲଘୁଚାପ, ବଢ଼ିବ ଶୀତ

ଭୁବନେଶ୍ୱର, ୧୧ା୧୧(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ। ବର୍ତ୍ତମାନ ଉତ୍ତରପ୍ରଦେଶର ଉତ୍ତର-ପଶ୍ଚିମଠାରୁ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ପର୍ଯ୍ୟନ୍ତ ଏକ ଟ୍ରଫ୍‌ ଲମ୍ବିଛି। ଏହା ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟଦେଇ ସମୁଦ୍ରପତ୍ତନଠାରୁ ୩.୧ କି.ମି ଉପରେ ଗତି କରୁଛି। ଏହା ଘନୀଭୂତ ହୋଇ ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଏହା ପ୍ରଭାବରେ ରାଜ୍ୟର ଉପକୂଳ ଅଞ୍ଚଳରେ ଆକାଶ ମେଘୁଆ ରହିବା ସହ ବର୍ଷା ସମ୍ଭାବନା ରହିଛି। ଫଳରେ ତାପମାତ୍ରା କମିବା ସହ କୁହୁଡ଼ି ଓ ଶୀତ ବଢ଼ିବ। କିନ୍ତୁ ୭ ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଗତ ୨୪ଘଣ୍ଟାର ତଥ୍ୟ ଅନୁଯାୟୀ, କିଛି ସ୍ଥାନରେ ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ କମ୍‌ ତାପମାତ୍ରା ରେକର୍ଡ ହୋଇଥିବାବେଳେ କୋରାପୁଟରେ ସ୍ବାଭାବିକଠାରୁ ୫.୨ ଡିଗ୍ରୀ ତାପମାତ୍ରା ଅଧିକ ରହିଥିଲା। ଫୁଲବାଣୀ ଓ ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ୧୪.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବାବେଳେ ସିମିଳିଗୁଡ଼ାରେ ୧୧.୬, ଜି. ଉଦୟଗିରିରେ ୧୨.୪ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୪, ଭବାନୀପାଟଣାରେ ୧୪.୬ ଡିଗ୍ରୀ, ନବରଙ୍ଗପୁରରେ ୧୫ ଡିଗ୍ରୀ, ରାଉରକେଲାରେ ୧୫.୬ ଡିଗ୍ରୀ, କଟକରେ ୧୭.୪ ଏବଂ ଭୁବନେଶ୍ୱରରେ ୧୮.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ସେହିପରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବା ସହିତ ରାଜ୍ୟରେ ଧୀରେ ଧୀରେ ଶୀତ ପ୍ରକୋପ ବଢ଼ିବାକୁ ଯାଉଛି। ସେହିପରି ବୁଧବାର ସୁନ୍ଦରଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ଅନୁଗୋଳ, ଢେଙ୍କାନାଳ, କୋରାପୁଟ, ନୟାଗଡ଼ ଓ କଟକ ଜିଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ରିଲ୍ସ ନୁହେଁ, ପରିବେଶ ସଚେତନତା ଜରୁରୀ

ଯୁବପିଢ଼ି ଚାହିଁଲେ ପରିବେଶ ପ୍ରଦୂଷଣ ରୋକିପାରିବେ ଆମେ ଦୈନନ୍ଦିନ ଜୀବନରେ ଜଳ ଓ ବାୟୁ ବ୍ୟବହାର କରୁଛୁ। ଯଦି ଜଳ ଓ ବାୟୁ ପ୍ରଦୂଷିତ ହେବ, ତେବେ…

ପୃଥିବୀର ମାଲିକ

ବିଶ୍ୱର ଅନ୍ୟତମ ପ୍ରମୁଖ ଟେକ୍‌ କମ୍ପାନୀ ତଥା ଏଆଇ ଆଧାରିତ ଅତ୍ୟାଧୁନିକ ଚିପ୍ସ ପ୍ରସ୍ତୁତ କରୁଥିବା ଆମେରିକାର ଏନ୍‌ଭିଡିଆ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ତଥା…

ଜମି ପାସ୍‌ବୁକ୍‌ ପରେ ସମ୍ପତ୍ତି ସ୍ମାର୍ଟ କାର୍ଡ

ଭୁବନେଶ୍ୱର,୧୧ା୧୧(ରବିନାରାୟଣ ଜେନା): ରାଜ୍ୟରେ ଜମିଜମା ସମ୍ବନ୍ଧୀୟ ମାମଲାର ସମାଧାନ କରିବା ସହିତ ଗ୍ରାମାଞ୍ଚଳ ଲୋକଙ୍କୁ ସ୍ବଚ୍ଛ ଉପାୟରେ ଜମି ମାଲିକାନା ଦେବା ଏବଂ ବ୍ୟାଙ୍କ ଋଣ କରାଇବା…

୨୦୨୭ ବିଶ୍ୱକପ ପରେ ବିରାଟଙ୍କ ଅବସର ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ! କୋଚ୍‌ଙ୍କ ବଡ଼ ଖୁଲାସା, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ, ୧୧।୧୧: ବିରାଟ କୋହଲି ଭାରତ ପାଇଁ ବର୍ତ୍ତମାନ କେବଳ ଦିନିକିଆ ଫର୍ମାଟ୍‌ରେ ଖେଳୁଛନ୍ତି। ସେ ୨୦୨୪ରେ ଟି-୨୦ ଅନ୍ତର୍ଜାତୀୟ ଏବଂ ୨୦୨୫ରେ ଟେଷ୍ଟ କ୍ରିକେଟରୁ ଅବସର…

ମଧୁବାବୁ ପେନ୍‌ସନ ଯୋଜନାରେ ଯୋଡ଼ିହେଲେ ୫.୦୫ଲକ୍ଷ ନୂଆ ହିତାଧିକାରୀ

ବାଲେଶ୍ୱର, ୧୧।୧୧(ବାଞ୍ଛାନିଧି ଦେ): ବାଲେଶ୍ୱରସ୍ଥିତ ରିଜର୍ଭ ପୋଲିସ ଲାଇନ ପଡ଼ିଆଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମାଝୀ ଜୟ ଜଗନ୍ନାଥ, ଜୟ କ୍ଷୀରଚୋରା ଗୋପୀନାଥ, ଜୟ ବାବା ପଞ୍ଚଲିଙ୍ଗେଶ୍ୱରରୁ…

ପୂର୍ବତନ ସଚିବଙ୍କ ବୟାନ ପରେ ଭଞ୍ଜନଗର ଜଳସମ୍ପଦ ବିଭାଗରେ ହଟଚମଟ: ଖୋଜା ଚାଲିଛି ପୁରୁଣା ଫାଇଲ୍, ଚାଷ କାର୍ଯ୍ୟ ପାଇଁ…

ଭଞ୍ଜନଗର, ୧୦/୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଗତ ୨୯ ତାରିଖରେ ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପ୍ରବଳ ବର୍ଷା ଯୋଗୁ ଭୟାବହ ବନ୍ୟା ସୃଷ୍ଟି ହୋଇଥିଲା। ଏଥିରେ…

ସାକ୍ଷୀଙ୍କୁ ଜେଲରୁ ଧମକ ମାମଲା ତୃତୀୟଥର ଥାନାରେ ହାଜର ହେଲେ ବିକ୍ରମ

ବ୍ରହ୍ମପୁର,୧୦ା୧୧(ସୁବାସ ଚନ୍ଦ୍ର ପାଢ଼ୀ ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଧମକ ଘଟଣାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା…

ଦିବ୍ୟାଙ୍ଗ ଶିଶୁଙ୍କୁ ସହାୟତାର ହାତ, ୨୬୦ଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ୧୧୨ ଚିହ୍ନଟ

ଦାରିଙ୍ଗବାଡ଼ି, ୧୦।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ରାପଡ଼ାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?