Posted inଫୁରସତ

ଅଜବ କାକ୍‌ଟସ୍‌

କାକଟସ୍‌ ସାଧାରଣତଃ କଣ୍ଟା ଜାତୀୟ ଓ ଦେଖିବାକୁ ଖୁବ୍‌ ଆକର୍ଷଣୀୟ । କେବଳ ବଗିଚା ନୁହେଁ ଏହାକୁ ଘର ଭିତରେ ମଧ୍ୟ ଲଗାଯାଇଥାଏ। ତେବେ ଏମିତି କିଛି କାକଟସ୍‌ ଅଛି, ଯାହାକୁ ଦେଖିଲେ ଆଦୌ ଲାଗିବ ନାହିଁ ଯେ, ଏହା କାକ୍‌ଟସ୍‌ ବୋଲି…

ପେରୁଭିଆନ୍‌ ଓଲ୍ଡ ଲେଡି କାକ୍‌ଟସ୍‌ : ଏହା ଏକ ପ୍ରକାର ଲୋମଶ କାକ୍‌ଟସ୍‌ ସାଧାରଣତଃ ପାହାଡିଆ ଉଚ୍ଚ ଜଙ୍ଗଲରେ ଦେଖିବାକୁ ମିଳେ । ଏହା ପ୍ରାୟ ୧୦ଇଞ୍ଚ ପଯ୍ୟନ୍ତ ବଢିଥାଏ ଓ ବାହାର ଅଂଶରେ ଥିବା ଲୋମ ପରି ଜାଲ ଯୋଗୁ ଏହାର କଣ୍ଟା ଲୁଚି ଯାଇଥାଏ । ଏହି ଜାତୀୟ କାକ୍‌ଟସ୍‌ କୁଣ୍ଡରେ ଭଲ ବଢିଥାଏ । ପାଣି ଡ୍ରେନ୍‌ ହୋଇ ପାରୁଥିବା ଉତ୍ତମ ମାଟି ଓ ପ୍ରଚୁର ସୂର୍ଯ୍ୟକିରଣରେ ଏହା ଭଲ ବଢିଥାଏ । ଶୀତ ଦିନରେ ଅଳ୍ପ ପାଣିରେ ବଞ୍ଚତ୍ପାରେ ।

ପାଇସ୍‌ ଫ୍ରମ୍‌ ହେଭେନ୍‌ : ଏହି ଅଜବ ଫୁଲ ଆକାରର ଦିଶୁଥିବା କାକ୍‌ଟସ୍‌ ମାଡାଗାସ୍କାର ଜାତୀୟ ତୃଣ । ଏହା ୧୨ ଇଞ୍ଚ ପଯର୍‌ୟନ୍ତ ବଢିଥାଏ । ଏହାର ପତ୍ର ଅଳ୍ପ ଲୋମଶ ହୋଇଥିବାରୁ ଏହା ରୂପେଲି, ସବୁଜ ଓ ମାଟିଆ ରଙ୍ଗରେ ଚିତ୍ର ଭଳି ଦେଖାଯାଏ। ଏହି କାକ୍‌ଟସ୍‌ରେ ହାଲ୍‌କା ସବୁଜ-ହଳଦିଆ ରଙ୍ଗ ମିଶ୍ରିତ ଫୁଲ ଫୁଟିଥାଏ । ଏହି କାକ୍‌ଟସ୍‌କୁ ଉଭୟ ଘରେ ଓ ବାହାରେ ସଜାଇ ରଖିହେବ । କିନ୍ତୁ ଏହା ଥଣ୍ଡା ସହିବା ଗଛ ନୁହେଁ, ସେଥିପାଇଁ ଟାଣ ଖରା ପଡୁଥିବା ସ୍ଥାନରେ ରଖିଲେ ଏହା ଅଧିକ ଦିନ ଯାଏ ସତେଜ ରହେ ଏବଂ ଘର ଭିତରେ ସୂର୍ଯ୍ୟକିରଣ ପଡୁଥିବା ସ୍ଥାନ ବା ଉଷ୍ଣ ବାତାବରଣରେ ରଖିହେବ । ଏହା ମଧ୍ୟ ସ୍ବଳ୍ପ ପାଣିରେ ବଞ୍ଚିପାରେ ।

ମିଙ୍ଗ୍‌ ଥିଙ୍ଗ୍‌ : ଦକ୍ଷିଣ ଆମେରିକାରେ ଏକ ପ୍ରକାର ମୋଡିମୋଡି ହୋଇଥିବା ଭଳି କାକ୍‌ଟସ୍‌ ଦେଖିବାକୁ ମିଳେ । ମିଙ୍ଗ୍‌ ଥିଙ୍ଗ କାକ୍‌ଟସ୍‌ ନୀଳ-ସବୁଜ ରଙ୍ଗର ହୋଇଥାଏ ଏବଂ ଏହା ୧୨ ଇଞ୍ଚ ବିଶିଷ୍ଟ । ଏଥିରେ ଛୋଟ ଛୋଟ କଳା ରଙ୍ଗର କଣ୍ଟା ଥାଏ। ଏହାକୁ ବେଶି ଘର ଭିତରେ ସଜାଯାଏ । ଏହି ଜାତୀୟ କାକ୍‌ଟସ୍‌ ବହୁତ ବଢିଥାଏ ଓ ଏହା ଟାଣ ସୂର୍ଯ୍ୟ ରଶ୍ମିରେ ବଞ୍ଚେ ।
କ୍ରାସୁଲା ବେବି ନେକ୍‌ଲେସ୍‌ : ବେବି ନେକଲେସ୍‌ କାକ୍‌ଟସ୍‌ ଏକ ହାଇବ୍ରିଡ୍‌ ମାଇରନ୍‌ କିମ୍‌ନାଚ ଜାତୀୟ କାକ୍‌ଟସ୍‌ । ଏହାର ପତ୍ରଗୁଡିକ ଛୋଟ, ହାଲ୍‌କା ଓ ନଡା ଆକାରର କାଣ୍ଡ ପରି ଏବଂ ଏହା ଦେଖିବାକୁ ମାଳିରେ ଗୁନ୍ଥା ହୋଇଥିବା ନେକ୍‌ଲେସ୍‌ ପରି। ଏହା ପ୍ରାୟ ୧୨ ଇଞ୍ଚ ଯାଏ ବଢେ । ବସନ୍ତ ଋତୁ ଶେଷ ଓ ଗ୍ରୀଷ୍ମ ଆରମ୍ଭ ସମୟରେ ଏଥିରେ ଫୁଲ ଆସିଥାଏ । ଏହାର ଅଧିକ ଯତ୍ନ ନେବାକୁ ପଡେ ନାହିଁ । କିନ୍ତୁ ଏହା ଅଧିକ ସୂର୍ଯ୍ୟାଲୋକ ଆବଶ୍ୟକ କରିଥାଏ ।

ମୌନା ଲୋଆ : ଏହା ଦେଖିବାକୁ ଏକଦମ୍‌ ଗୋଲାପ ଫୁଲ ପରି । ପତ୍ରଗୁଡିକ ଭିତର ଆଡୁ ସବୁଜ ହୋଇ ଶେଷ ଆଡକୁ ନାଲି ରଙ୍ଗର ଢେଉ ଆକାରର । ଏହାକୁ ଦେଖିଲେ କେହି କାକ୍‌ଟସ୍‌ ବୋଲି ବିଶ୍ୱାସ କରିପାରିବେ ନାହିଁ । ଏହା ଏଚେଭେରୀଆଲ୍‌ କଲଟିଭର ଜାତୀୟ କାକ୍‌ଟସ୍‌ । ଏହା ଅନ୍ୟ କାକ୍‌ଟସ୍‌ ତୁଳନାରେ ବହୁତ ଭିନ୍ନ । ଏହା ବଞ୍ଚତ୍ବା ପାଇଁ ଅଧିକ ପାଣି ଆବଶ୍ୟକ କରିଥାଏ ।

ବେସ୍‌ ବଲ କାକ୍‌ଟସ୍‌ ପ୍ଲାଣ୍ଟ : ବଲ୍‌ ପରି ଦିଶୁଥିବା ଏହି କାକ୍‌ଟସ୍‌ ୟୁଫୋରବିଆ ଓବେସା ଜାତୀୟ କାକ୍‌ଟସ୍‌, ଯାହା ଦେଖିବାକୁ ମାଟିଆ ଓ ସବୁଜ ରଙ୍ଗର ଏବଂ ଏଥିରେ କମଳା ଓ ବାଇଗଣୀ ରଙ୍ଗର ଦାଗ ରହିଥାଏ । ଏହି କାକ୍‌ଟସ୍‌ର ଉଚ୍ଚତା ୮ ଇଞ୍ଚ ହୋଇଥିବା ବେଳେ ମୋଟେଇ ୩.୫ ଇଞ୍ଚ ଥାଏ । ଏହା ଅଧିକ ପାଣି ଓ ସୂର୍ଯ୍ୟକିରଣ ଆବଶ୍ୟକ କରେ । ଏଥିରେ ସବୁଜ-ହଳଦିଆ ରଙ୍ଗ ମିଶ୍ରଣର ଫୁଲ ଫୁଟିଥାଏ ।

ଲିଭିଙ୍ଗ ଷ୍ଟୋନ୍‌ : ଲିଭିଙ୍ଗ ଷ୍ଟୋନ୍‌ କାକ୍‌ଟସ୍‌ ସାଧାରଣତଃ ଦକ୍ଷିଣ ଆଫିକାରେ ଦେଖିବାକୁ ମିଳେ । ଏହା ଉଭୟ ଲମ୍ବା ଓ ମୋଟେଇରେ ୩ ଇଞ୍ଚ ଯାଏ ବଢିଥାଏ । ଏହି କାକ୍‌ଟସ୍‌ ବିଭିନ୍ନ ରଙ୍ଗର ଦେଖିବାକୁ ମିଳେ । ଏହା ଏକଦମ୍‌ ଛୋଟ ଛୋଟ ପଥର ଆକାରର ହୋଇଥାଏ । ଶରତ ଋତୁ ସମୟରେ ଏଥିରେ ବଡ ବଡ ଧଳା ରଙ୍ଗର ଫୁଲ ଫୁଟେ । ଏହାର ବହୁତ ଯତ୍ନ ନେବାକୁ ପଡେ ।

କ୍ରଲିଙ୍ଗ ଅକ୍ଟୋପସ୍‌ ବା ଭ୍ୟାନ୍‌ ବାଲେନ୍‌ ଅଲି : ଏହା ଗାଢ ଲାଲ୍‌ ଓ କମଳା ରଙ୍ଗ ପତ୍ର ବିଶିଷ୍ଟ କାକ୍‌ଟସ୍‌ ଅଟେ । ପ୍ରଥମେ ଏହା ସବୁଜ ରଙ୍ଗର ହୋଇଥାଏ। କିନ୍ତୁ ଧୀରେ ଧୀରେ କମଳା ଓ ପରେ ନାଲି ରଙ୍ଗର ହୋଇଥାଏ । ଏହା ଅଧିକ ସୂଯର୍‌ୟାଲୋକ ଆବଶ୍ୟକ କରେ । ଏହାର ପତ୍ରଗୁଡିକ ଅକ୍ଟୋପସ୍‌ର ଗୋଡ ପରି ବାହାରି ଥାଏ; ଯାହା ୩ ରୁ ୪ ଇଞ୍ଚ ଯାଏ ବଢିଥାଏ ା ଏହା ମାଟି ଓ ଟାଣ ଖରାରେ ବଢିଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?