Posted inଫୁରସତ

ଅଜବ କାକ୍‌ଟସ୍‌

କାକଟସ୍‌ ସାଧାରଣତଃ କଣ୍ଟା ଜାତୀୟ ଓ ଦେଖିବାକୁ ଖୁବ୍‌ ଆକର୍ଷଣୀୟ । କେବଳ ବଗିଚା ନୁହେଁ ଏହାକୁ ଘର ଭିତରେ ମଧ୍ୟ ଲଗାଯାଇଥାଏ। ତେବେ ଏମିତି କିଛି କାକଟସ୍‌ ଅଛି, ଯାହାକୁ ଦେଖିଲେ ଆଦୌ ଲାଗିବ ନାହିଁ ଯେ, ଏହା କାକ୍‌ଟସ୍‌ ବୋଲି…

ପେରୁଭିଆନ୍‌ ଓଲ୍ଡ ଲେଡି କାକ୍‌ଟସ୍‌ : ଏହା ଏକ ପ୍ରକାର ଲୋମଶ କାକ୍‌ଟସ୍‌ ସାଧାରଣତଃ ପାହାଡିଆ ଉଚ୍ଚ ଜଙ୍ଗଲରେ ଦେଖିବାକୁ ମିଳେ । ଏହା ପ୍ରାୟ ୧୦ଇଞ୍ଚ ପଯ୍ୟନ୍ତ ବଢିଥାଏ ଓ ବାହାର ଅଂଶରେ ଥିବା ଲୋମ ପରି ଜାଲ ଯୋଗୁ ଏହାର କଣ୍ଟା ଲୁଚି ଯାଇଥାଏ । ଏହି ଜାତୀୟ କାକ୍‌ଟସ୍‌ କୁଣ୍ଡରେ ଭଲ ବଢିଥାଏ । ପାଣି ଡ୍ରେନ୍‌ ହୋଇ ପାରୁଥିବା ଉତ୍ତମ ମାଟି ଓ ପ୍ରଚୁର ସୂର୍ଯ୍ୟକିରଣରେ ଏହା ଭଲ ବଢିଥାଏ । ଶୀତ ଦିନରେ ଅଳ୍ପ ପାଣିରେ ବଞ୍ଚତ୍ପାରେ ।

ପାଇସ୍‌ ଫ୍ରମ୍‌ ହେଭେନ୍‌ : ଏହି ଅଜବ ଫୁଲ ଆକାରର ଦିଶୁଥିବା କାକ୍‌ଟସ୍‌ ମାଡାଗାସ୍କାର ଜାତୀୟ ତୃଣ । ଏହା ୧୨ ଇଞ୍ଚ ପଯର୍‌ୟନ୍ତ ବଢିଥାଏ । ଏହାର ପତ୍ର ଅଳ୍ପ ଲୋମଶ ହୋଇଥିବାରୁ ଏହା ରୂପେଲି, ସବୁଜ ଓ ମାଟିଆ ରଙ୍ଗରେ ଚିତ୍ର ଭଳି ଦେଖାଯାଏ। ଏହି କାକ୍‌ଟସ୍‌ରେ ହାଲ୍‌କା ସବୁଜ-ହଳଦିଆ ରଙ୍ଗ ମିଶ୍ରିତ ଫୁଲ ଫୁଟିଥାଏ । ଏହି କାକ୍‌ଟସ୍‌କୁ ଉଭୟ ଘରେ ଓ ବାହାରେ ସଜାଇ ରଖିହେବ । କିନ୍ତୁ ଏହା ଥଣ୍ଡା ସହିବା ଗଛ ନୁହେଁ, ସେଥିପାଇଁ ଟାଣ ଖରା ପଡୁଥିବା ସ୍ଥାନରେ ରଖିଲେ ଏହା ଅଧିକ ଦିନ ଯାଏ ସତେଜ ରହେ ଏବଂ ଘର ଭିତରେ ସୂର୍ଯ୍ୟକିରଣ ପଡୁଥିବା ସ୍ଥାନ ବା ଉଷ୍ଣ ବାତାବରଣରେ ରଖିହେବ । ଏହା ମଧ୍ୟ ସ୍ବଳ୍ପ ପାଣିରେ ବଞ୍ଚିପାରେ ।

ମିଙ୍ଗ୍‌ ଥିଙ୍ଗ୍‌ : ଦକ୍ଷିଣ ଆମେରିକାରେ ଏକ ପ୍ରକାର ମୋଡିମୋଡି ହୋଇଥିବା ଭଳି କାକ୍‌ଟସ୍‌ ଦେଖିବାକୁ ମିଳେ । ମିଙ୍ଗ୍‌ ଥିଙ୍ଗ କାକ୍‌ଟସ୍‌ ନୀଳ-ସବୁଜ ରଙ୍ଗର ହୋଇଥାଏ ଏବଂ ଏହା ୧୨ ଇଞ୍ଚ ବିଶିଷ୍ଟ । ଏଥିରେ ଛୋଟ ଛୋଟ କଳା ରଙ୍ଗର କଣ୍ଟା ଥାଏ। ଏହାକୁ ବେଶି ଘର ଭିତରେ ସଜାଯାଏ । ଏହି ଜାତୀୟ କାକ୍‌ଟସ୍‌ ବହୁତ ବଢିଥାଏ ଓ ଏହା ଟାଣ ସୂର୍ଯ୍ୟ ରଶ୍ମିରେ ବଞ୍ଚେ ।
କ୍ରାସୁଲା ବେବି ନେକ୍‌ଲେସ୍‌ : ବେବି ନେକଲେସ୍‌ କାକ୍‌ଟସ୍‌ ଏକ ହାଇବ୍ରିଡ୍‌ ମାଇରନ୍‌ କିମ୍‌ନାଚ ଜାତୀୟ କାକ୍‌ଟସ୍‌ । ଏହାର ପତ୍ରଗୁଡିକ ଛୋଟ, ହାଲ୍‌କା ଓ ନଡା ଆକାରର କାଣ୍ଡ ପରି ଏବଂ ଏହା ଦେଖିବାକୁ ମାଳିରେ ଗୁନ୍ଥା ହୋଇଥିବା ନେକ୍‌ଲେସ୍‌ ପରି। ଏହା ପ୍ରାୟ ୧୨ ଇଞ୍ଚ ଯାଏ ବଢେ । ବସନ୍ତ ଋତୁ ଶେଷ ଓ ଗ୍ରୀଷ୍ମ ଆରମ୍ଭ ସମୟରେ ଏଥିରେ ଫୁଲ ଆସିଥାଏ । ଏହାର ଅଧିକ ଯତ୍ନ ନେବାକୁ ପଡେ ନାହିଁ । କିନ୍ତୁ ଏହା ଅଧିକ ସୂର୍ଯ୍ୟାଲୋକ ଆବଶ୍ୟକ କରିଥାଏ ।

ମୌନା ଲୋଆ : ଏହା ଦେଖିବାକୁ ଏକଦମ୍‌ ଗୋଲାପ ଫୁଲ ପରି । ପତ୍ରଗୁଡିକ ଭିତର ଆଡୁ ସବୁଜ ହୋଇ ଶେଷ ଆଡକୁ ନାଲି ରଙ୍ଗର ଢେଉ ଆକାରର । ଏହାକୁ ଦେଖିଲେ କେହି କାକ୍‌ଟସ୍‌ ବୋଲି ବିଶ୍ୱାସ କରିପାରିବେ ନାହିଁ । ଏହା ଏଚେଭେରୀଆଲ୍‌ କଲଟିଭର ଜାତୀୟ କାକ୍‌ଟସ୍‌ । ଏହା ଅନ୍ୟ କାକ୍‌ଟସ୍‌ ତୁଳନାରେ ବହୁତ ଭିନ୍ନ । ଏହା ବଞ୍ଚତ୍ବା ପାଇଁ ଅଧିକ ପାଣି ଆବଶ୍ୟକ କରିଥାଏ ।

ବେସ୍‌ ବଲ କାକ୍‌ଟସ୍‌ ପ୍ଲାଣ୍ଟ : ବଲ୍‌ ପରି ଦିଶୁଥିବା ଏହି କାକ୍‌ଟସ୍‌ ୟୁଫୋରବିଆ ଓବେସା ଜାତୀୟ କାକ୍‌ଟସ୍‌, ଯାହା ଦେଖିବାକୁ ମାଟିଆ ଓ ସବୁଜ ରଙ୍ଗର ଏବଂ ଏଥିରେ କମଳା ଓ ବାଇଗଣୀ ରଙ୍ଗର ଦାଗ ରହିଥାଏ । ଏହି କାକ୍‌ଟସ୍‌ର ଉଚ୍ଚତା ୮ ଇଞ୍ଚ ହୋଇଥିବା ବେଳେ ମୋଟେଇ ୩.୫ ଇଞ୍ଚ ଥାଏ । ଏହା ଅଧିକ ପାଣି ଓ ସୂର୍ଯ୍ୟକିରଣ ଆବଶ୍ୟକ କରେ । ଏଥିରେ ସବୁଜ-ହଳଦିଆ ରଙ୍ଗ ମିଶ୍ରଣର ଫୁଲ ଫୁଟିଥାଏ ।

ଲିଭିଙ୍ଗ ଷ୍ଟୋନ୍‌ : ଲିଭିଙ୍ଗ ଷ୍ଟୋନ୍‌ କାକ୍‌ଟସ୍‌ ସାଧାରଣତଃ ଦକ୍ଷିଣ ଆଫିକାରେ ଦେଖିବାକୁ ମିଳେ । ଏହା ଉଭୟ ଲମ୍ବା ଓ ମୋଟେଇରେ ୩ ଇଞ୍ଚ ଯାଏ ବଢିଥାଏ । ଏହି କାକ୍‌ଟସ୍‌ ବିଭିନ୍ନ ରଙ୍ଗର ଦେଖିବାକୁ ମିଳେ । ଏହା ଏକଦମ୍‌ ଛୋଟ ଛୋଟ ପଥର ଆକାରର ହୋଇଥାଏ । ଶରତ ଋତୁ ସମୟରେ ଏଥିରେ ବଡ ବଡ ଧଳା ରଙ୍ଗର ଫୁଲ ଫୁଟେ । ଏହାର ବହୁତ ଯତ୍ନ ନେବାକୁ ପଡେ ।

କ୍ରଲିଙ୍ଗ ଅକ୍ଟୋପସ୍‌ ବା ଭ୍ୟାନ୍‌ ବାଲେନ୍‌ ଅଲି : ଏହା ଗାଢ ଲାଲ୍‌ ଓ କମଳା ରଙ୍ଗ ପତ୍ର ବିଶିଷ୍ଟ କାକ୍‌ଟସ୍‌ ଅଟେ । ପ୍ରଥମେ ଏହା ସବୁଜ ରଙ୍ଗର ହୋଇଥାଏ। କିନ୍ତୁ ଧୀରେ ଧୀରେ କମଳା ଓ ପରେ ନାଲି ରଙ୍ଗର ହୋଇଥାଏ । ଏହା ଅଧିକ ସୂଯର୍‌ୟାଲୋକ ଆବଶ୍ୟକ କରେ । ଏହାର ପତ୍ରଗୁଡିକ ଅକ୍ଟୋପସ୍‌ର ଗୋଡ ପରି ବାହାରି ଥାଏ; ଯାହା ୩ ରୁ ୪ ଇଞ୍ଚ ଯାଏ ବଢିଥାଏ ା ଏହା ମାଟି ଓ ଟାଣ ଖରାରେ ବଢିଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri