Posted inଫୁରସତ

କୁନି ବୈଜ୍ଞାନିକ ଗୀତାଞ୍ଜଳି

ଆମେରିକାର କଲରାଡୋରେ ରହୁଥିବା ଗୀତାଞ୍ଜଳି ରାଓ ଭାରତୀୟ ବଂଶୋଦ୍ଭବ ଅଟନ୍ତି। ବୟସ ତାଙ୍କର ମାତ୍ର ୧୧ ବର୍ଷ। ଏହି ବୟସରେ ସେ ଆମେରିକାର ଟପ୍‌ ୟଙ୍ଗ ସାଇଣ୍ଟିଷ୍ଟ ହେବାର ସୁନାମ ଅର୍ଜନ କରିଛନ୍ତି। ଉକ୍ତ ସମ୍ମାନ ସେ ତିଆରି କରିଥିବା ଏକ ଯାନ୍ତ୍ରିକ ଉପକରଣ ପାଇଁ ଲାଭ କରିଛନ୍ତି। ଏହି ଉପକରଣ ମାଧ୍ୟମରେ ପାଣିରେ ବିଷାକ୍ତ ଲିଡ ବା ସୀସା ଅଛି କି ନାହିଁ ଜଣାପଡିଥାଏ। ଆଜି ପର୍ଯ୍ୟନ୍ତ ଜଳରେ ସୀସା ଅଛି କି ନାହିଁ ଜାଣିବା ବ୍ୟୟବହୁଳ ଥିଲା। ଜଳକୁ ସଂଗ୍ରହ କରି ଲ୍ୟାବ ପଠାଇ ପରୀକ୍ଷଣ କରାଯାଉଥିଲା। ହେଲେ ଗୀତାଞ୍ଜଳିଙ୍କ ଦ୍ୱାରା ତିଆରି ଉପକରଣରେ ସହଜରେ ଓ କମ୍‌ ସମୟରେ ପାଣିରେ ସୀସା ଅଛି କି ନାହିଁ ଜଣାପଡି ଯାଉଛି। ଉକ୍ତ ଉପକରଣକୁ ଯେକୌଣସି ସ୍ଥାନକୁ ନିଆଯାଇପାରେ। ଏହାକୁ ମୋବାଇଲର ଏକ ଆପ୍‌ ସହ ଯୋଡି ପାଣିରେ ସୀସା ଅଛି କି ନାହିଁ ଜଣାପଡିଥାଏ। ଗୀତାଞ୍ଜଳି ଉକ୍ତ ଉପକରଣର ନାମ ଗ୍ରୀସ୍‌ର ଶୁଦ୍ଧଜଳର ଦେବୀ ଟେଥିଜ୍‌ଙ୍କ ନାମାନୁସାରେ କରିଛନ୍ତି। ଗୀତାଞ୍ଜଳିଙ୍କୁ ଆଓ୍ବାର୍ଡ ସହ ୧୬.୨୨ ଲକ୍ଷ ଅର୍ଥ ରାଶି ବି ପ୍ରଦାନ କରାଯାଇଥିଲା। ଗୀତା କହନ୍ତି, ‘ଉକ୍ତ ଉପକରଣର ପରୀକ୍ଷଣ ସମୟରେ ମୁଁ ଅନେକ ଥର ବିଫଳ ହୋଇଥିଲି। ଆଉ ସେଥିପାଇଁ ବହୁତ ରାଗ ଲାଗିଥିଲା। ହେଲେ ମୁଁ ଜାଣିଥିଲି ଏହିଭଳି ଭାବେ ହିଁ ମୁଁ ସଫଳ ହେବି ବୋଲି।’


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀରେ ଲାଗିବ ସୂର୍ଯ୍ୟପରାଗ, ସୂର୍ଯ୍ୟ ଚାରିପଟେ ଦେଖାଯିବ ନିଆଁର ବଳୟ! କେବେ ଦେଖି ନ ଥିବେ…

୬ ଫେବୃଆରୀ ୨୦୨୭ ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହେବ। ଏହି ସମୟରେ ଆକାଶରେ ‘ରିଙ୍ଗ ଅଫ ଫାୟାର୍‌’ (Ring of Fire) ଅର୍ଥାତ ନିଆଁର ବଳୟ…

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri