ଆସିବ ‘ଆର୍‌ଆର୍‌ଆର୍‌’ର ସିକ୍ୱୁଲ!

ମୁମ୍ବାଇ: ଅଭିନେତା ରାମ ଚରଣ, ଜୁନିୟର ଏନ୍‌ଟିଆର୍‌, ଆଲିଆ ଭଟ୍ଟ ଓ ଅଜୟ ଦେବଗନ ଷ୍ଟାରର ଫିଲ୍ମ ‘ଆର୍‌ଆର୍‌ଆର୍‌’ ବକ୍ସ ଅଫିସରେ ଝଡ ସୃଷ୍ଟି କରିଛି । ଫିଲ୍ମକୁ କେବଳ ଦର୍ଶକେ କାହିଁକି ଫିଲ୍ମ କ୍ରିଟିକ୍ସ ବି ପ୍ରଶଂସା କରି କରି ଥକି ଗଲେଣି । ‘ଆର୍‌ଆର୍‌ଆର୍‌’ ହିଟ୍ ହେବା ପରେ ଏବେ ଏହାର ସିକ୍ୱୁଲକୁ ନେଇ ଚର୍ଚ୍ଚା ହେଲାଣି । ଦର୍ଶକେ ‘ଆର୍‌ଆର୍‌ଆର୍‌’ର ସିକ୍ୱୁଲ ଦେଖିବାକୁ ଇଚ୍ଛା ପ୍ରକାଶ କଲେଣି । ତେବେ ନିର୍ଦ୍ଦେଶକ ଏସଏସ ରାଜାମୌଳି କହିଛନ୍ତି ଯଦି ‘ଆର୍‌ଆର୍‌ଆର୍‌’ର ସିକ୍ୱୁଲ ନିର୍ମାଣ କରାଯାଏ ତେବେ ରାମ ଚରଣ ଓ ଜୁନିୟର ଏନଟିଆରଙ୍କ ସହ କିଛି ସମୟ ବିତାଇବାକୁ ତାଙ୍କୁ ସମୟ ମିଳିଯିବ । ହେଲେ ଏହି ଯୋଜନା ଏବେ ନୁହେଁ । ଏଥିପାଇଁ କିଛି ସମୟ ଅପେକ୍ଷା କରିବାକୁ ପଡିବ । ସେ କହିଛନ୍ତି, ‘ଆର୍‌ଆର୍‌ଆର୍‌’ ୨୦୨୦ରେ ଆରମ୍ଭ କରାଯାଇଥିଲା ଆଉ ଏବେ ୨୦୨୨ । ତେଣୁ ଏହି ସମୟ ମଧ୍ୟରେ ଯେଉଁ ଉତ୍ତାପ ମୁଁ ପାଇଛି ତାକୁ ଟିକେ ଥଣ୍ଡ ହେବାକୁ ଦିଅନ୍ତୁ । ମୁଁ ଏବେ ଥଣ୍ଡା ହେବାକୁ ଚେଷ୍ଟା କରୁଛି । ମୋ ପାଇଁ ସିକ୍ୱୁଲ ନିର୍ମାଣ କରିବା ବଡ ଖୁସିର କଥା ହେବ । ଏହା ବକ୍ସ ଅଫିସରେ କ’ଣ କଲେକ୍ସନ କଲା ତା’ ନୁହେଁ ବରଂ ମୋର ଦୁଇ ଭାଇ ରାମ ଚରଣ ଓ ଜୁନିୟର ଏନଟିଆରଙ୍କ ସହ କିଛି ସମୟ ବିତାଇବାର ସୁଯୋଗ ମିଳିଯିବ, ଯାହା ମୋପାଇଁ ଖୁବ୍ ଏକ୍ସାଇଟିଂ ହେବ ବୋଲି ରାଜାମୌଳି କହିଛନ୍ତି ।
‘ଆର୍‌ଆର୍‌ଆର୍‌’ ଏକ ଇମାଜିନାରୀ ଷ୍ଟୋରୀ ହୋଇଥିବା ବେଳେ ଏହା କ୍ରାନ୍ତିକାରୀ ଅଲ୍ଲୁରୀ ସୀତାରାମ ରାଜୁ ଓ କୋମାରାମ ଭିମଙ୍କ କାହାଣୀ । ଏମାନେ ବ୍ରିଶିଟ ଶାସନ ବିରୋଧରେ ଲଢୁଥିବା ଦେଖାଯାଇଛି ।ଏହି ଫିଲ୍ମ ତାମିଲ, ତେଲଗୁ, କନ୍ନଡ ଓ ମଲୟାଲମ ସହ ହିନ୍ଦୀ ଭାଷାରେ ବି ରିଲିଜ୍ କରାଯାଇଛି । ଫିଲ୍ମ ‘ଆର୍‌ଆର୍‌ଆର୍‌’ ଗ୍ଲୋବାଲ ବକ୍ସ ଅଫିସରେ ୧୦୦୦କୋଟି ଆୟ କରିସାରିଲାଣି । ଏବେବି ଏହାର ବ୍ୟବସାୟ ଜାରି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଜିଲା ଟପ୍ପର ହେଲେ ଛାତ୍ରୀ ପ୍ରତୀକ୍ଷାରାଣୀ: ଭବିଷ୍ୟତରେ ଏହି କାମ କରିବାକୁ ଲକ୍ଷ୍ୟ

ଲୋଇସିଂହା,୨୩।୫(ସୁଶାନ୍ତ ବାରିକ):ନିକଟରେ ସିଏଚ୍‌ଏସଇ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି ା ଏଥିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ସକମାସ୍ଥିତ ଯୁବୋଦୟ କଲେଜର…

ଟ୍ରମ୍ପ ପ୍ରଶାସନର ବଡ଼ ନିଷ୍ପତ୍ତି! ଗ୍ରୀନ କାର୍ଡ ନିୟମରେ ହେଲା ବଡ଼ ପରିବର୍ତ୍ତନ, ନୂଆ ସର୍ତ୍ତ ଶୁଣି ସଭିଏଁ ଆଶ୍ଚର୍ଯ୍ୟ

ଓ୍‌ବାଶିଂଟନ୍‌,୨୩।୫: ଆମେରିକାରେ ସ୍ଥାୟୀ ନାଗରିକତା କିମ୍ବା ଗ୍ରୀନ କାର୍ଡ ପାଇଁ ଅପେକ୍ଷା କରିଥିବା ହଜାର ହଜାର ଭାରତୀୟଙ୍କ ପାଇଁ ଏକ ବଡ଼ ଖବର ଆସିଛି। ଡୋନାଲ୍ଡ ଟ୍ରମ୍ପ…

ତାତିଠୁ ବଳିଯାଇଛି ଜଳକଷ୍ଟ: ପାନୀୟଜଳ ଯୋଗାଣ ପ୍ରକଳ୍ପ ଅଚଳ

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ):ବର୍ତ୍ତମାନ ତାତିର ପ୍ରକୋପ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। କେବଳ ବାହାରେ ନୁହେଁ, ଘରେ ରହିଲେ ମଧ୍ୟ ଜୀବନ ଦହଗଞ୍ଜ ହୋଇ ପଡ଼ୁଛି। ଏଭଳି ସ୍ଥିତିରେ…

ହଠାତ୍‌ ଚଳନ୍ତା କାର୍‌ରେ ଲାଗିଲା ନିଆଁ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୨୨।୫(ଅନାଥ ତରାଇ/ଦିଲ୍ଲୀପ ସାମଲ)ଜାତୀୟ ରାଜପଥ ହୁମା ହାଟ ପଡ଼ିଆ ନିକଟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଧରାତିରେ ଏକ ଚଳନ୍ତା କାର୍‌ରେ ହଠାତ ନିଆଁ ଲାଗିଯିବାରୁ ତାହା…

୨ ସାହି ମଧ୍ୟରେ ମହାଭାରତ: ଥାନା ସମ୍ମୁଖରେ ମାରପିଟ ହୋଇ…

ରାୟଗଡ଼ା,୨୩।୫( ସୁଜାତା ପାଢ଼ୀ): ରାୟଗଡ଼ ସହର ଥାନା ସମ୍ମୁଖରେ ଦୁଇ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ମାରପିଟ ସହ ଅଶାନ୍ତି ଦେଖାଦେଇଛି । ଦୁଇ ସାହି ମଧ୍ୟରେ ବଚ୍‌ସା…

ଶୁଭିଲା ପ୍ରଚଣ୍ଡ ଶବ୍ଦ : ହଠାତ୍‌ ଘର କାନ୍ଥ ଫାଟି ଆଁ କରିଲା, ଜୀବନ ବିକଳରେ ଦୌଡ଼ି ଆସିଥିଲେ ପରିବାର ଲୋକେ

ଆନନ୍ଦପୁର, ୨୩।୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲାରୁ ଲୁହାପଥର ଚାଲାଣ ପାଇଁ ଜେଏସଡବ୍ଲୁ କମ୍ପାନୀ ପକ୍ଷରୁ ଏମ୍ପ୍ରୋକନ ଠିକା ସଂସ୍ଥା ଦ୍ୱାରା ୨୦ ନମ୍ବର ଜାତୀୟ ରାଜପଥ…

ଯୁକ୍ତ୨ ନାମଲେଖା ପାଇଁ ଏହିଦିନଠୁ ଆରମ୍ଭ ହେବ ଆବେଦନ

ଭୁବନେଶ୍ୱର,୨୩ା୫(ସୁଚିସ୍ମିତା ସାହୁ): ଯୁକ୍ତ ୨ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୬ ତାରିଖରୁ ଜୁନ୍‌ ୩୦ ଯାଏ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri