Posted inଫୁରସତ

ପିଲା ମନନେଇ ଲେଖେ

ତାଙ୍କର ପାଠ ପଢିବାର ଝୁଙ୍କ୍‌ ଥିଲା ବହୁତ। ଅର୍ଥାଭାବ ପାଇଁ ସେ ପଢ଼ା ଖର୍ଚ୍ଚ ଉଠେଇବାକୁ ଖବରକାଗଜର ଏଜେନ୍ସି ନେଇ ହକର ସାଜିିଲେ । ପରେ ପାଠ ପଢା ସହ ସେ ଶିଶୁ କବିତା, ଗଳ୍ପ, ଶିଶୁ ନାଟକ ଓ ଉପନ୍ୟାସ ଆଦିରେ ମନୋନିବେଶ କଲେ,
ଯାହା ତାଙ୍କୁ ରାଜ୍ୟ ଓ ରାଜ୍ୟ ବାହାରେ ପରିଚିତି ଆଣିଦେଲା…

ଦିନଥିଲା ତାଙ୍କ ଘରର ବହୁ ଅଭାବ ଅସୁବିଧା ଯୋଗୁ ସେ ଅଧାରୁ ପାଠପଢ଼ା ବନ୍ଦ କରି ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଇଥିଲେ। କିନ୍ତୁ ମନରେ ସବୁବେଳେ ପାଠ ପଢ଼ିବାର ଚିନ୍ତା ଘାରୁଥିଲା। ଏଥିପାଇଁ ଏକ ଉପାୟ ପାଞ୍ଚିଲେ। ନିଜର ସମସ୍ୟା ସମ୍ପର୍କରେ ମହାମାନ୍ୟ ରାଜ୍ୟପାଳଙ୍କ ନିକଟକୁ ସେ ଏକ ଚିଠି ଲେଖିଥିଲେ। ତା’ପରେ ପଢ଼ିବାର ସୁବ୍ୟବସ୍ଥା ହେଲା।
ସେ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଲେ । ହେଲେ ସବୁଦିନ ନିଜର ପଢ଼ା ଖର୍ଚ୍ଚ ଉଠେଇବାକୁ ଖବରକାଗଜର ଏଜେନ୍ସିପ୍‌ ନେଇ ହକର ସାଜିଲେ। ପୂର୍ବରୁ ଲେଖାଲେଖି ପ୍ରତି ଥିବା ରୁଚିକୁ ସେ ଏହି ସମୟରେ ଶିଶୁ କବିତା, ଗଳ୍ପ, ଶିଶୁ ନାଟକ ଓ ଉପନ୍ୟାସ ମାଧ୍ୟମରେ ପରିପ୍ରକାଶ କରିଲେ। ସମୟକ୍ରମେ ୩ୟ ଶ୍ରେଣୀଠାରୁ ୮ମ ଯାଏ ସ୍କୁଲ ପାଠ୍ୟପୁସ୍ତକରେ ବି ତାଙ୍କର ଶିଶୁମନସ୍କ ବହୁ ଉପାଦେୟ ଲେଖା ସ୍ଥାନ ପାଇଲା। ତାଙ୍କର ଏହି ସାହିତ୍ୟ କୃତି ପାଇଁ ତାଙ୍କୁ ମିଳିଛି ଏକାଧିକ ଜାତୀୟସ୍ତରୀୟ ପୁରସ୍କାର। ବହୁ ସଂସ୍ଥାରୁ ସେ ହୋଇଛନ୍ତି ସମ୍ମାନିତ ଓ ପୁରସ୍କୃତ ।

ସେ ହେଲେ ଡ. କୃତିବାସ ନାୟକ। ଜନ୍ମ-୧୯୫୫ ମସିହା ମାର୍ଚ୍ଚ ଦୁଇ ତାରିଖରେ। ପିତା ବାସୁଦେବ ନାୟକ। ମା’ ସୁବର୍ଣ୍ଣଦେବୀ। ଘର କେନ୍ଦ୍ରାପଡ଼ା ଜିଲାର ରାଜକନିକାସ୍ଥିତ ଏକତଳା ଗ୍ରାମରେ। ସେ କୁହନ୍ତି, ‘ବାପ ମା’ଙ୍କର ମୁଁ ୪ର୍ଥ ସନ୍ତାନ। ପିଲାଦିନେ ଘରେ ଅନେକ ସମୟ ମୋ ମା’ଙ୍କଠାରୁ ମହାପୁରୁଷଙ୍କ ଜୀବନ ଶୁଣେ। ମୋ ଅଜା ଦାଶରଥି ରାଉତ ଥିଲେ କନିକା ରାଜାଙ୍କ ରାହାସ ପାର୍ଟିର ଜଣେ କଳାକାର। ମା’ ମୋତେ ତାଙ୍କ ଆଦର୍ଶ କଥା କୁହେ। ପିଲାଦିନେ କଳାକଳେବର କହ୍ନାଇ, ମନବୋଧ ଚଉତିଶା ଓ ବହୁ ଗୀତକୁ ମନେରଖି ଗାନ କରିପାରୁଥିଲି। ଜାଗୁଳାଇପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହେଲା। ପୁଣି ଏଠାରେ ନବନିର୍ମିତ ‘ଜାଏମାଲବ’ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପଢ଼ିଲିି। ସେହି ସମୟରେ ରଘୁନାଥ ନାୟକ (ଯେ କି ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କୁ ଧରିଥିଲେ) ଆମସ୍କୁଲକୁ ବାରମ୍ବାର ଆସୁଥିଲେ। ସେ ମହାପୁରୁଷଙ୍କ ଜୀବନୀ କହୁଥିଲେ। ସ୍କୁଲରେ ଆୟୋଜିତ ହେଉଥିବା ‘ସତୀସାବିତ୍ରୀ’ ନାଟକରେ ଜଣେ ବୀର ବାଳକ ଭୂମିକାରେ ଅଭିନୟ କରିଥିଲି। ଆମ ଗାଁରେ ପ୍ରତିବର୍ଷ ଆୟୋଜିତ ହେଉଥିବା ହରିହାଟ ଓ ପାଲା ଦେଖିବାକୁ ଯାଏ। ଏମିତିରେ ଗ୍ରାମର କେତେଜଣ ପିଲାଙ୍କୁ ନେଇ ପାଲା ଶିଖୁଥିଲୁ। ଗ୍ରାମରେ ଲକ୍ଷ୍ମୀଧର ଦାସ ପିଲାଙ୍କୁ ନେଇ ଡ୍ରାମା ପରିବେଷଣ କରାନ୍ତି। ସେତେବେଳେ ଗାଁର କେତେଜଣ ପିଲା ଏକାଠି ହୋଇ ଏକ ନାଟକ କରିବା ପାଇଁ ରାମାୟଣର ବିଷୟବସ୍ତୁକୁ ନେଇ ଏକ ପାଣ୍ଡୁଲିପି ପ୍ରସ୍ତୁତ କରିଥିଲି। ରଜ ଉତ୍ସବକୁ ନେଇ ‘ବସୁମାତା’ ଶୀର୍ଷକ କବିତା ଲେଖି ମା’ଙ୍କୁ ଦେଖାଇ ବେଶ୍‌ ଖୁସି ହୋଇଥିଲି। ସେହିପରି ଗାଁର ବିବେକାନନ୍ଦ ପାଠାଗାର ତରଫରୁ କବିତା ଅନ୍ତାକ୍ଷରୀ ହୁଏ। ଏଥିରେ ଭାଗନେଇ ପୁରସ୍କୃତ ହୋଇଥିଲି। ମାତ୍ର ମୋର ସପ୍ତମ ଶ୍ରେଣୀ ପଢ଼ାବେଳେ ବାପାଙ୍କ ଦେହାନ୍ତ ହେବାରୁ ଘରେ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଲା।

ବାପାଙ୍କୁ ହରାଇବାର ଏକ ଦୁଃଖପୂର୍ଣ୍ଣ କବିତା ଲେଖିଥିଲି। କିନ୍ତୁ ଅଭାବ ଅସୁବିଧା ଯୋଗୁ ରାଜକନିକାର ରାଜେନ୍ଦ୍ର ନାରାୟଣ ହାଇସ୍କୁଲରେ ଗରିବ ବାଳକଫଣ୍ଡ ସହାୟତାରେ ଅଷ୍ଟମ ଶ୍ରେଣୀରେ ପଢିଥିଲି। ୧୯୭୧ ମସିହାର ମହାବାତ୍ୟା ସମଗ୍ର ଅଞ୍ଚଳକୁ ଉଚ୍ଛନ୍ନ କରିଦେଇଥିଲା । ପାଠ ଆଶା ଛାଡ଼ି ପେଟ ପାଇଁ ପରିଶ୍ରମ କରିଥିଲି। ଅର୍ଥାଭାବ ଯୋଗୁ ସେତେବେଳେ ମେଟ୍ରିକ୍‌ ପରୀକ୍ଷା ଦେଇ ନ ପାରି ରୋଜଗାର ପାଇଁ କଲିକତା ପଳାଇଥିଲି । ସେଠାରେ ଜଣେ ସୈନିକଙ୍କ ସାହାଯ୍ୟରେ ଏକ କ୍ୟାଣ୍ଟିନରେ କାମ କରୁଥିଲି। ଏଠାରେ ସବୁବେଳେ ପାଠକଥା ମନକୁ ଘାରିଲା। ଥରେ ଉପାୟ ପାଞ୍ଚି ରାଜ୍ୟପାଳଙ୍କ ନିକଟକୁ ମୋ ବିଷୟରେ ଚିଠିଟିଏ ଲେଖିଥିଲି। ଏହାପରେ ମତେ ପରୀକ୍ଷାଦେବାର ସୁଯୋଗ ମିଳିଲା। କଲିକତାରୁ ଚାନ୍ଦବାଲି ଆସି ମେଟ୍ରିକ ପରୀକ୍ଷା ଦେଲି । ଉତ୍ତୀର୍ଣ୍ଣ ହେଲି। ଅଧିକ ଶିକ୍ଷା ପାଇଁ ଚିନ୍ତାକଲି ।

ଏମିତି ପରିସ୍ଥିତିରେ ମାଲକାନଗିରି ବାଲିମେଳାକୁ ପଳାଇଥିଲି । ସେଠାରେ ଭାଇଙ୍କ ଘରେ କିଛିଦିନ ରହିଲି। ଜନସାହିତ୍ୟ, ଧରିତ୍ରୀ ଖବରକାଗଜର ଏଜେନ୍ସି ନେଲି। ପୁଣି ୫/୭ଜଣ ପିଲାଙ୍କୁ ଟିଉସନ କରି ରୋଜଗାର କରିଲି। ମୋ ହସ୍ତାକ୍ଷର ସୁନ୍ଦର ଯୋଗୁ ଏକ ଅଫିସରେ କିଛି ଲେଖିବା ପାଇଁ ସୁଯୋଗ ମିଳିବାରୁ କିଛି ପାରିଶ୍ରମିକ ମିଳିଲା। ଏହି ସମୟରେ ଏକ ପତ୍ରିକା ‘ଶିଶୁନୟନ’ ସାହିତ୍ୟ ସଂସଦ ଦ୍ୱାରା ପ୍ରକାଶନ କରିଲି। କିଛିଦିନ ପରେ ଉପର କୋଲାବ ପ୍ରକଳ୍ପ ଅଫିସ ପାଇଁ କ୍ଲର୍କଭାବେ ଚାକିରି ପାଇଲି। ତା’ପରେ ବିଏ,ଏମଏ ସାରିଲି କିନ୍ତୁ ପିଏଚ.ଡି. ଅଧାଚାଲିଥାଏ ସେହି ସମୟରେ ଅଥାତ୍‌ ୧୯୮୯ରେ ଆକାଶବାଣୀର ପ୍ରୋଗ୍ରାମ ଏକ୍‌ଜିକ୍ୟୁଟିଭ ଚାକିରି ମିଳିଲା। ସମ୍ବଲପୁର, ରାଉରକେଲା, ଯୋରନ୍ଦା, କଟକ ଓ ଜୟପୁରରେ କାର୍ଯ୍ୟକରିଲି। ଏ ଭିତରେ ଲେଖାଲେଖି ଚାଲିଥାଏ ବ୍ୟଙ୍ଗକବିତା, ଅନୁବାଦ, ଉପନ୍ୟାସ, ଗୀତିକବିତା, ବିଜ୍ଞାନ, ଗୀତିନାଟ୍ୟ, ନାଟକ, ଏକାଙ୍କିକା, ସୂଚନାସାହିତ୍ୟ, ଐତିହାସିକ କଥା, କାହାଣୀ, ସାଂସ୍କୃତିକ ଓ ସାମାଜିକ ଶିକ୍ଷା, ଜୀବନୀ ଆଦି ପ୍ରାୟ ୨ଶହ ଖଣ୍ଡ ପୁସ୍ତକ ରଚନା କରିସାରିଲାଣିି। ଅନ୍ୟପକ୍ଷେ ଉପନ୍ୟାସ ଶୁଭଲକ୍ଷ୍ମୀ, କୁଳବୋହୂ, ହସୁକୁରୀ ଜହ୍ନ ଓ ଗଳ୍ପ-ବଣଭୋଜି, ଫୁଲସବୁ ଫୁଟିଲେ ପୁସ୍ତକ ପାଇଁ ଜାତୀୟସ୍ତରରେ ପୁରସ୍କୃତ ହୋଇଛି। ମୋର ପ୍ରଥମଲେଖା ‘ବାରମଜା’ରେ କୁକୁରର ପରିବା ଦୋକାନ ପ୍ରକାଶିତ ହୋଇଥିଲା। ସବୁବେଳେ ପିଲାମାନଙ୍କ ସହିତ ଖେଳେ। ନିଜକୁ ଛୋଟପିଲାଟିଏ ମନେକରେ। ସେଥିପାଇଁ ଶିଶୁମନସ୍କ ଲେଖା ଆସେ। ପ୍ରେରଣା ମିଳେ। ଦୈନିକ ‘ଧରିତ୍ରୀ’ରେ ୧୯୯୨ରୁ ୧୯୯୫ ମସିହା ଯାଏ ସ୍ତମ୍ଭଲେଖା ସ୍ଥାନ ପାଇଛି। କିନ୍ତୁ ୨୦୧୫ରେ ଆକାଶବାଣୀ କେନ୍ଦ୍ରର ସରକାରୀ ଚାକିରିରୁ ଅବସର ନେଇସାରିଛି। ଘରେ ପତ୍ନୀଙ୍କ ସହିତ ଖୁସୀରେ ରହିଛି । ମୋର ଗୋଟିଏ ପୁଅ ସେ ଆମେରିକାରେ ଏକ କମ୍ପାନୀର ଉଚ୍ଚପଦବୀରେ ନିଯୁକ୍ତ ଅଛି। ଗୋଟିଏ ଝିଅ ଦିଲ୍ଲୀରେ ବିଭିନ୍ନ ଭଏସ୍‌ ରେକର୍ଡିଂରେ କାର୍ଯ୍ୟ କରେ। କିନ୍ତୁ ମୋର ପ୍ରତ୍ୟେକ ସୃଜନାତ୍ମକ କାର୍ଯ୍ୟରେ ବାବା ଆଖଣ୍ଡଳମଣିଙ୍କ ପ୍ରତି ଦୃଢ଼ବିଶ୍ୱାସ ରହିଥିବାରୁ ତାଙ୍କ କୃପା ଅନୁଭବ କରେ।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri