Posted inଫୁରସତ

ପିଲା ମନନେଇ ଲେଖେ

ତାଙ୍କର ପାଠ ପଢିବାର ଝୁଙ୍କ୍‌ ଥିଲା ବହୁତ। ଅର୍ଥାଭାବ ପାଇଁ ସେ ପଢ଼ା ଖର୍ଚ୍ଚ ଉଠେଇବାକୁ ଖବରକାଗଜର ଏଜେନ୍ସି ନେଇ ହକର ସାଜିିଲେ । ପରେ ପାଠ ପଢା ସହ ସେ ଶିଶୁ କବିତା, ଗଳ୍ପ, ଶିଶୁ ନାଟକ ଓ ଉପନ୍ୟାସ ଆଦିରେ ମନୋନିବେଶ କଲେ,
ଯାହା ତାଙ୍କୁ ରାଜ୍ୟ ଓ ରାଜ୍ୟ ବାହାରେ ପରିଚିତି ଆଣିଦେଲା…

ଦିନଥିଲା ତାଙ୍କ ଘରର ବହୁ ଅଭାବ ଅସୁବିଧା ଯୋଗୁ ସେ ଅଧାରୁ ପାଠପଢ଼ା ବନ୍ଦ କରି ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଇଥିଲେ। କିନ୍ତୁ ମନରେ ସବୁବେଳେ ପାଠ ପଢ଼ିବାର ଚିନ୍ତା ଘାରୁଥିଲା। ଏଥିପାଇଁ ଏକ ଉପାୟ ପାଞ୍ଚିଲେ। ନିଜର ସମସ୍ୟା ସମ୍ପର୍କରେ ମହାମାନ୍ୟ ରାଜ୍ୟପାଳଙ୍କ ନିକଟକୁ ସେ ଏକ ଚିଠି ଲେଖିଥିଲେ। ତା’ପରେ ପଢ଼ିବାର ସୁବ୍ୟବସ୍ଥା ହେଲା।
ସେ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଲେ । ହେଲେ ସବୁଦିନ ନିଜର ପଢ଼ା ଖର୍ଚ୍ଚ ଉଠେଇବାକୁ ଖବରକାଗଜର ଏଜେନ୍ସିପ୍‌ ନେଇ ହକର ସାଜିଲେ। ପୂର୍ବରୁ ଲେଖାଲେଖି ପ୍ରତି ଥିବା ରୁଚିକୁ ସେ ଏହି ସମୟରେ ଶିଶୁ କବିତା, ଗଳ୍ପ, ଶିଶୁ ନାଟକ ଓ ଉପନ୍ୟାସ ମାଧ୍ୟମରେ ପରିପ୍ରକାଶ କରିଲେ। ସମୟକ୍ରମେ ୩ୟ ଶ୍ରେଣୀଠାରୁ ୮ମ ଯାଏ ସ୍କୁଲ ପାଠ୍ୟପୁସ୍ତକରେ ବି ତାଙ୍କର ଶିଶୁମନସ୍କ ବହୁ ଉପାଦେୟ ଲେଖା ସ୍ଥାନ ପାଇଲା। ତାଙ୍କର ଏହି ସାହିତ୍ୟ କୃତି ପାଇଁ ତାଙ୍କୁ ମିଳିଛି ଏକାଧିକ ଜାତୀୟସ୍ତରୀୟ ପୁରସ୍କାର। ବହୁ ସଂସ୍ଥାରୁ ସେ ହୋଇଛନ୍ତି ସମ୍ମାନିତ ଓ ପୁରସ୍କୃତ ।

ସେ ହେଲେ ଡ. କୃତିବାସ ନାୟକ। ଜନ୍ମ-୧୯୫୫ ମସିହା ମାର୍ଚ୍ଚ ଦୁଇ ତାରିଖରେ। ପିତା ବାସୁଦେବ ନାୟକ। ମା’ ସୁବର୍ଣ୍ଣଦେବୀ। ଘର କେନ୍ଦ୍ରାପଡ଼ା ଜିଲାର ରାଜକନିକାସ୍ଥିତ ଏକତଳା ଗ୍ରାମରେ। ସେ କୁହନ୍ତି, ‘ବାପ ମା’ଙ୍କର ମୁଁ ୪ର୍ଥ ସନ୍ତାନ। ପିଲାଦିନେ ଘରେ ଅନେକ ସମୟ ମୋ ମା’ଙ୍କଠାରୁ ମହାପୁରୁଷଙ୍କ ଜୀବନ ଶୁଣେ। ମୋ ଅଜା ଦାଶରଥି ରାଉତ ଥିଲେ କନିକା ରାଜାଙ୍କ ରାହାସ ପାର୍ଟିର ଜଣେ କଳାକାର। ମା’ ମୋତେ ତାଙ୍କ ଆଦର୍ଶ କଥା କୁହେ। ପିଲାଦିନେ କଳାକଳେବର କହ୍ନାଇ, ମନବୋଧ ଚଉତିଶା ଓ ବହୁ ଗୀତକୁ ମନେରଖି ଗାନ କରିପାରୁଥିଲି। ଜାଗୁଳାଇପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହେଲା। ପୁଣି ଏଠାରେ ନବନିର୍ମିତ ‘ଜାଏମାଲବ’ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପଢ଼ିଲିି। ସେହି ସମୟରେ ରଘୁନାଥ ନାୟକ (ଯେ କି ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କୁ ଧରିଥିଲେ) ଆମସ୍କୁଲକୁ ବାରମ୍ବାର ଆସୁଥିଲେ। ସେ ମହାପୁରୁଷଙ୍କ ଜୀବନୀ କହୁଥିଲେ। ସ୍କୁଲରେ ଆୟୋଜିତ ହେଉଥିବା ‘ସତୀସାବିତ୍ରୀ’ ନାଟକରେ ଜଣେ ବୀର ବାଳକ ଭୂମିକାରେ ଅଭିନୟ କରିଥିଲି। ଆମ ଗାଁରେ ପ୍ରତିବର୍ଷ ଆୟୋଜିତ ହେଉଥିବା ହରିହାଟ ଓ ପାଲା ଦେଖିବାକୁ ଯାଏ। ଏମିତିରେ ଗ୍ରାମର କେତେଜଣ ପିଲାଙ୍କୁ ନେଇ ପାଲା ଶିଖୁଥିଲୁ। ଗ୍ରାମରେ ଲକ୍ଷ୍ମୀଧର ଦାସ ପିଲାଙ୍କୁ ନେଇ ଡ୍ରାମା ପରିବେଷଣ କରାନ୍ତି। ସେତେବେଳେ ଗାଁର କେତେଜଣ ପିଲା ଏକାଠି ହୋଇ ଏକ ନାଟକ କରିବା ପାଇଁ ରାମାୟଣର ବିଷୟବସ୍ତୁକୁ ନେଇ ଏକ ପାଣ୍ଡୁଲିପି ପ୍ରସ୍ତୁତ କରିଥିଲି। ରଜ ଉତ୍ସବକୁ ନେଇ ‘ବସୁମାତା’ ଶୀର୍ଷକ କବିତା ଲେଖି ମା’ଙ୍କୁ ଦେଖାଇ ବେଶ୍‌ ଖୁସି ହୋଇଥିଲି। ସେହିପରି ଗାଁର ବିବେକାନନ୍ଦ ପାଠାଗାର ତରଫରୁ କବିତା ଅନ୍ତାକ୍ଷରୀ ହୁଏ। ଏଥିରେ ଭାଗନେଇ ପୁରସ୍କୃତ ହୋଇଥିଲି। ମାତ୍ର ମୋର ସପ୍ତମ ଶ୍ରେଣୀ ପଢ଼ାବେଳେ ବାପାଙ୍କ ଦେହାନ୍ତ ହେବାରୁ ଘରେ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଲା।

ବାପାଙ୍କୁ ହରାଇବାର ଏକ ଦୁଃଖପୂର୍ଣ୍ଣ କବିତା ଲେଖିଥିଲି। କିନ୍ତୁ ଅଭାବ ଅସୁବିଧା ଯୋଗୁ ରାଜକନିକାର ରାଜେନ୍ଦ୍ର ନାରାୟଣ ହାଇସ୍କୁଲରେ ଗରିବ ବାଳକଫଣ୍ଡ ସହାୟତାରେ ଅଷ୍ଟମ ଶ୍ରେଣୀରେ ପଢିଥିଲି। ୧୯୭୧ ମସିହାର ମହାବାତ୍ୟା ସମଗ୍ର ଅଞ୍ଚଳକୁ ଉଚ୍ଛନ୍ନ କରିଦେଇଥିଲା । ପାଠ ଆଶା ଛାଡ଼ି ପେଟ ପାଇଁ ପରିଶ୍ରମ କରିଥିଲି। ଅର୍ଥାଭାବ ଯୋଗୁ ସେତେବେଳେ ମେଟ୍ରିକ୍‌ ପରୀକ୍ଷା ଦେଇ ନ ପାରି ରୋଜଗାର ପାଇଁ କଲିକତା ପଳାଇଥିଲି । ସେଠାରେ ଜଣେ ସୈନିକଙ୍କ ସାହାଯ୍ୟରେ ଏକ କ୍ୟାଣ୍ଟିନରେ କାମ କରୁଥିଲି। ଏଠାରେ ସବୁବେଳେ ପାଠକଥା ମନକୁ ଘାରିଲା। ଥରେ ଉପାୟ ପାଞ୍ଚି ରାଜ୍ୟପାଳଙ୍କ ନିକଟକୁ ମୋ ବିଷୟରେ ଚିଠିଟିଏ ଲେଖିଥିଲି। ଏହାପରେ ମତେ ପରୀକ୍ଷାଦେବାର ସୁଯୋଗ ମିଳିଲା। କଲିକତାରୁ ଚାନ୍ଦବାଲି ଆସି ମେଟ୍ରିକ ପରୀକ୍ଷା ଦେଲି । ଉତ୍ତୀର୍ଣ୍ଣ ହେଲି। ଅଧିକ ଶିକ୍ଷା ପାଇଁ ଚିନ୍ତାକଲି ।

ଏମିତି ପରିସ୍ଥିତିରେ ମାଲକାନଗିରି ବାଲିମେଳାକୁ ପଳାଇଥିଲି । ସେଠାରେ ଭାଇଙ୍କ ଘରେ କିଛିଦିନ ରହିଲି। ଜନସାହିତ୍ୟ, ଧରିତ୍ରୀ ଖବରକାଗଜର ଏଜେନ୍ସି ନେଲି। ପୁଣି ୫/୭ଜଣ ପିଲାଙ୍କୁ ଟିଉସନ କରି ରୋଜଗାର କରିଲି। ମୋ ହସ୍ତାକ୍ଷର ସୁନ୍ଦର ଯୋଗୁ ଏକ ଅଫିସରେ କିଛି ଲେଖିବା ପାଇଁ ସୁଯୋଗ ମିଳିବାରୁ କିଛି ପାରିଶ୍ରମିକ ମିଳିଲା। ଏହି ସମୟରେ ଏକ ପତ୍ରିକା ‘ଶିଶୁନୟନ’ ସାହିତ୍ୟ ସଂସଦ ଦ୍ୱାରା ପ୍ରକାଶନ କରିଲି। କିଛିଦିନ ପରେ ଉପର କୋଲାବ ପ୍ରକଳ୍ପ ଅଫିସ ପାଇଁ କ୍ଲର୍କଭାବେ ଚାକିରି ପାଇଲି। ତା’ପରେ ବିଏ,ଏମଏ ସାରିଲି କିନ୍ତୁ ପିଏଚ.ଡି. ଅଧାଚାଲିଥାଏ ସେହି ସମୟରେ ଅଥାତ୍‌ ୧୯୮୯ରେ ଆକାଶବାଣୀର ପ୍ରୋଗ୍ରାମ ଏକ୍‌ଜିକ୍ୟୁଟିଭ ଚାକିରି ମିଳିଲା। ସମ୍ବଲପୁର, ରାଉରକେଲା, ଯୋରନ୍ଦା, କଟକ ଓ ଜୟପୁରରେ କାର୍ଯ୍ୟକରିଲି। ଏ ଭିତରେ ଲେଖାଲେଖି ଚାଲିଥାଏ ବ୍ୟଙ୍ଗକବିତା, ଅନୁବାଦ, ଉପନ୍ୟାସ, ଗୀତିକବିତା, ବିଜ୍ଞାନ, ଗୀତିନାଟ୍ୟ, ନାଟକ, ଏକାଙ୍କିକା, ସୂଚନାସାହିତ୍ୟ, ଐତିହାସିକ କଥା, କାହାଣୀ, ସାଂସ୍କୃତିକ ଓ ସାମାଜିକ ଶିକ୍ଷା, ଜୀବନୀ ଆଦି ପ୍ରାୟ ୨ଶହ ଖଣ୍ଡ ପୁସ୍ତକ ରଚନା କରିସାରିଲାଣିି। ଅନ୍ୟପକ୍ଷେ ଉପନ୍ୟାସ ଶୁଭଲକ୍ଷ୍ମୀ, କୁଳବୋହୂ, ହସୁକୁରୀ ଜହ୍ନ ଓ ଗଳ୍ପ-ବଣଭୋଜି, ଫୁଲସବୁ ଫୁଟିଲେ ପୁସ୍ତକ ପାଇଁ ଜାତୀୟସ୍ତରରେ ପୁରସ୍କୃତ ହୋଇଛି। ମୋର ପ୍ରଥମଲେଖା ‘ବାରମଜା’ରେ କୁକୁରର ପରିବା ଦୋକାନ ପ୍ରକାଶିତ ହୋଇଥିଲା। ସବୁବେଳେ ପିଲାମାନଙ୍କ ସହିତ ଖେଳେ। ନିଜକୁ ଛୋଟପିଲାଟିଏ ମନେକରେ। ସେଥିପାଇଁ ଶିଶୁମନସ୍କ ଲେଖା ଆସେ। ପ୍ରେରଣା ମିଳେ। ଦୈନିକ ‘ଧରିତ୍ରୀ’ରେ ୧୯୯୨ରୁ ୧୯୯୫ ମସିହା ଯାଏ ସ୍ତମ୍ଭଲେଖା ସ୍ଥାନ ପାଇଛି। କିନ୍ତୁ ୨୦୧୫ରେ ଆକାଶବାଣୀ କେନ୍ଦ୍ରର ସରକାରୀ ଚାକିରିରୁ ଅବସର ନେଇସାରିଛି। ଘରେ ପତ୍ନୀଙ୍କ ସହିତ ଖୁସୀରେ ରହିଛି । ମୋର ଗୋଟିଏ ପୁଅ ସେ ଆମେରିକାରେ ଏକ କମ୍ପାନୀର ଉଚ୍ଚପଦବୀରେ ନିଯୁକ୍ତ ଅଛି। ଗୋଟିଏ ଝିଅ ଦିଲ୍ଲୀରେ ବିଭିନ୍ନ ଭଏସ୍‌ ରେକର୍ଡିଂରେ କାର୍ଯ୍ୟ କରେ। କିନ୍ତୁ ମୋର ପ୍ରତ୍ୟେକ ସୃଜନାତ୍ମକ କାର୍ଯ୍ୟରେ ବାବା ଆଖଣ୍ଡଳମଣିଙ୍କ ପ୍ରତି ଦୃଢ଼ବିଶ୍ୱାସ ରହିଥିବାରୁ ତାଙ୍କ କୃପା ଅନୁଭବ କରେ।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri