Posted inଫୁରସତ

ଲେଖା ଦେଇଛି ପରିଚୟ

ଗାଁମୁଣ୍ଡ ଆମ୍ବତୋଟା ନିକଟରେ ରହିଥାଏ ଛୋଟ ପାହାଡ଼ଟିଏ। ପାଖରେ ବହିଯାଇଛି ରାଜୁଆ ନଦୀ। ନଦୀପଠାର କଡ଼ରେ ଥିବା ଧାନବିଲରେ ହସିଉଠୁଛି ସବୁଜକ୍ଷେତର ସମ୍ଭାର । ଅନିତ ଦୂରରେ ଥିବା ଏକ ପାଇକମେଳି ଗାଁର ଗଡ଼ସାହିରେ ରହିଛି ବହୁବର୍ଷର ପୁରୁଣା ଅସ୍ତ୍ରଶସ୍ତ୍ର। ପିଲାଦିନେ ସେଠାକୁ ବୁଲିବାକୁ ଯାଇ ରାଜାରାଜୁଡ଼ା ସମୟର କାହାଣୀ ଶୁଣନ୍ତି। ଯାହାକୁ ନେଇ ସେ ପ୍ରାୟ ୪ ଦଶନ୍ଧି ଧରି ସେ ଲେଖନୀ ଚାଳନା କରିଆସୁଛନ୍ତି। ଯେଉଁଥିରେ ରହିଛି ଏକାଧିକ ଗଳ୍ପ, କବିତା, ନାଟକ, ଉପନ୍ୟାସ ଓ ଐତିହାସିକ ପୁସ୍ତକ, ଯାହା ତାଙ୍କୁ ଭିନ୍ନ ପରିଚୟ ଦେଇଛି । ଶିକ୍ଷାଦାନକୁ ବୃତ୍ତିଭାବେ ଗ୍ରହଣ କରିଥିବା ବେଳେ ନିଶା ତାଙ୍କର ପାଲଟିଛି ସାହିତ୍ୟ ସାଧନା । ସେ ହେଲେ କୃପାସିନ୍ଧୁ ବିଶ୍ୱାଳ। ଜନ୍ମ ୧ା୩ା୧୯୫୫ ମସିହାରେ। ପିତା ଫକିର ବିଶ୍ୱାଳ, ମାତା ଦର୍ପଣୀ ଦେବୀ। ଘର ପୁରୀ ଜିଲା କଣାସ ବ୍ଲକର ଗଡ଼ସାନପୁଟ ଗ୍ରାମପଞ୍ଚାୟତ ଅଧୀନ ଲୋକାପାଳ ଗାଁରେ। ସେ କୁହନ୍ତି, ମୋ ବାପା ଥିଲେ ଜଣେ କୃଷକ । ଯାହା କିଛି ରୋଜଗାର କରୁଥିଲେ ସେଥିରେ ଆମ ପରିବାରରେ ବାପା, ମା ଓ ଆମେ ୩ ଭାଇ ଓ ୩ ଭଉଣୀ ଚଳୁଥିତ୍ଲୁ। କିନ୍ତୁ ଘରେ ଅଭାବ ଅସୁବିଧା ଲାଗି ରହୁଥିଲା। ସେହି ସମୟରେ ହଳଦିଆପଡ଼ା, ଉ.ପ୍ରା. ବିଦ୍ୟାଳୟରେ ମୋର ପାଠପଢ଼ା ଆରମ୍ଭ ହୋଇଥିଲା। ସେତେବେଳେ ୬ଷ୍ଠ ଶ୍ରେଣୀରେ ପଢୁଥାଏ । ପ୍ରତିଦିନ ଆମ ଘରକୁ ଡାକରେ ପ୍ରଜାତନ୍ତ୍ର ଖବରକାଗଜ ଆସୁଥିଲା। କିନ୍ତୁ ପ୍ରତି ଗୁରୁବାର ସେଥିରେ ଶିଶୁମାନଙ୍କ ପାଇଁ ମିନାବଜାର ପ୍ରକାଶ ପାଇଥାଏ, ଯେଉଁଥିରେ ଶିଶୁମାନଙ୍କ ନିମନ୍ତେ ଗଳ୍ପ, କବିତା, ହସକଥା ଆଦି ଥାଏ। ସେଗୁଡ଼ିକୁ ପଢ଼ିବା ମୋର ଏକ ନିଶା ହୋଇଗଲା। ଏମିତି କି କିଛି କିଛି ଗପ ଓ କବିତା ମଧ୍ୟ ଲେଖିଲି। ଥରେ ଏକ କବିତା ‘ଆମ ଗାଁ ତୋଟା ତଳର ରାଜୁଆ ନଈ’ଲେଖାଟି ମିନାବଜାରକୁ ପଠାଇଥିଲି। ଏହା ପ୍ରକାଶ ପାଇଥିଲା। ଏହାପରେ ମତେ ବିଷୁବ ପୁରସ୍କାର ମିଳିଥିଲା। ଏଥିପାଇଁ ଲେଖା ପ୍ରତି ମନରେ ଅଧିକ ଆଗ୍ରହ ସୃଷ୍ଟି ହୋଇଥିଲା। ମୋ ବଡ଼ଭାଇ ଦୀନବନ୍ଧୁ ବିଶ୍ୱାଳ ମତେ ଉତ୍ସାହିତ କରିଥିଲେ। ଆମ ଅଞ୍ଚଳର ଜଣାଶୁଣା ଲେଖକ ଫକିର ହରିଚନ୍ଦନଙ୍କ ଲେଖାକୁ ମୁଁ ପଢ଼େ। ତାହା ମୋତେ ପ୍ରଭାବିତ କରିଥିଲା। ଏହି ସମୟରେ ବିଭିନ୍ନ ଐତିହାସିକ ପୀଠ ବିଷୟରେ ଜାଣିବାକୁ ମନରେ ଆଗ୍ରହ ଜନ୍ମୁଥିଲା। ଏଥିଯୋଗୁ ବିଭିନ୍ନ ଇତିହାସ ପୁସ୍ତକ ପଢିବାକୁ ଲାଗିଲି। ବିଶେଷକରି ଖୋର୍ଦ୍ଧା ଇତିହାସ, ଓଡ଼ିଶାର ରାଜାରାଜୁଡ଼ାଙ୍କ କଥା, ବ୍ରିଟିଶ ଶାସନ ସମୟର କେତେକ ଲୁକ୍କାୟିତ ଘଟଣା ଜାଣିବା ପାଇଁ ମନରେ ଏକପ୍ରକାର ଜିଜ୍ଞାସା ଜାତ ହେଲା। କିନ୍ତୁ ଆମ ଅଞ୍ଚଳର ଇତିହାସ ବିଷୟରେ ଜାଣିବା ପାଇଁ ଅଧିକାଂଶ ସମୟ ବିଭିନ୍ନ ଇତିହାସ ବହିକୁ ଅଧୟନ କଲି। ଏମିତିରେ କେତେକ ପତ୍ରପତ୍ରିକାରୁ ବିଭିନ୍ନ ଇତିହାସ ତଥ୍ୟକୁ ସଂଗୃହୀତ କରିବାରୁ କେତେକ ପୁସ୍ତକ ରଚନାରେ ସହାୟକ ହୋଇପାରିଥିଲା। ସେଥିମଧ୍ୟରେ -ଗଡ଼ ଓ ଗଡ଼ଖାଇ, ଓଡ଼ିଶାର ଗଣବିଦ୍ରୋହ, ପାଇକ ଖେଦା, ଫିରିଙ୍ଗକଳି ଭାରତ, ଚଇନି ଚକଡ଼ା ଓ ଚକଡ଼ାପୋଥି। ସାରସ୍ବତ ଓ୍ବାର୍ଡବୁକ୍‌ ଛୋଟ/ବଡ଼ ,ସାଉଁଟା ଫୁଲର ମାଳା, କଥା କୈବଲ୍ୟ, ଓଡ଼ିଶାର କିମ୍ବଦନ୍ତୀ ଓ କାହାଣୀ, ସାରସ୍ବତ ଓଡ଼ିଆ ଭାଷା କୋଷ,ବାଙ୍କା ଦାଶ ଚଉପଦୀ, ଓଡ଼ିଆ ପ୍ରତିଶଦ୍ଦ, ପର୍ଯ୍ୟଟନ ଓଡ଼ିଶା, ଦାନବୀର ତାପଙ୍ଗ ଦଳବେହେରା, ଶହୀଦ ରଘୁଦିବାକର, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ମହୀୟସୀ ମହିଳା କସ୍ତୁରବା, ଓଡ଼ିଆ ରଚନା ଓ ପତ୍ର ଲିଖନ, ସମ୍ରାଟ ଅଶୋକ, ଅବଦୁଲ କଲାମ ଆଦି ପ୍ରାୟ ୬୭ ପୁସ୍ତକ ପ୍ରକାଶିତ ହୋଇସାରିଛି। ଏହାବାଦ ଶିକ୍ଷକତା ଜୀବନରେ ପିଲାମାନଙ୍କ ପାଇଁ କେତେକ ଶିଶୁମନସ୍କ ପୁସ୍ତକ ବି ଲେଖିଛି। ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ କାଳରୂପଣ ଶୀର୍ଷକଟି ୧୯୭୮ମସିହାରେ ଝଙ୍କାରରେ କ୍ରମାଗତଭାବେ ପ୍ରକାଶିତ ହୋଇଥିଲା।
ମୋର ସାହିତ୍ୟ ସାଧନା ଲାଗି ବିଷୁବ ପୁରସ୍କାର ପ୍ରଜାତନ୍ତ୍ର ପ୍ରଚାର ସମିତି କଟକ, ଟିକି ଦୁନିଆ, ପଲ୍ଲୀବିକାଶ ସାହିତ୍ୟ ସଂସଦ ଗଡ଼ମାଣନ୍ତ୍ରୀ, ବ୍ରହ୍ମଗିରି ସାହିତ୍ୟ ସଂସଦ,ଖୋର୍ଦ୍ଧା ସାହିତ୍ୟ ସଂସଦ, ଦକ୍ଷିଣ ଓଡ଼ିଶା ସାହିତ୍ୟ ପରିଷଦ ରାୟଗଡ଼ା, ରାଜଧାନୀ ପୁସ୍ତକମେଳା ଭୁବନେଶ୍ୱର ଆଦିରୁ ପୁରସ୍କୃତ ହୋଇଛି। ଖୋର୍ଦ୍ଧା ପ୍ରାଣନାଥ କଲେଜରେ ବିଏସ୍‌ସି ପଢ଼ା ସମୟରେ ମୋର ପ୍ରଥମ ଉପନ୍ୟାସ ‘ବିଷବୃକ୍ଷ’ ପୁସ୍ତକ ପ୍ରକାଶିତ ହୋଇଥିଲା। ପାଠପଢ଼ା ପରେ ପ୍ରଥମେ କଟକ ବଡ଼ମେଡିକାଲରେ ଜୁନିୟର ରିସର୍ଚ୍ଚର ଅଫିସରଭାବେ ନିଯୁକ୍ତି ପାଇଲି। ସମୟକ୍ରମେ ଶିକ୍ଷକତା ପ୍ରତି ମନ ବଳାଇଥିଲି। ତା’ପରେ ମନ୍ଦାରବସ୍ତ ଏମ୍‌ଇ ସ୍କୁଲରେ ଶିକ୍ଷକ ଚାକିରି କଲି। ସରକାରୀ ଶିକ୍ଷକତା କାର୍ଯ୍ୟରୁ ଅବସର ନେଲା ପରେ କିଛିଦିନ ଏକ ଖବର କାଗଜର ପ୍ରୁଫ୍‌ରିଡର୍‌ଭାବେ କାର୍ଯ୍ୟକରିଥିଲି। ମାତ୍ର ଲେଖନୀ ଚାଳନା ଜାରି ରହିଥାଏ। ଲେଖାଲେଖି ସହ ମୋର ପଢିବାରେ ବି ଖୁବ୍‌ ଆଗ୍ରହ। ମୋ ଆଖପାଖରେ ମତେ ଯେତେବେଳେ ଯେଉଁ ପତ୍ରପତ୍ରିକା ମିଳେ ତାକୁ ପଢେ। ଆଉ ଭଲ ଲାଗୁଥିବା ଲେଖାକୁ କାଟି ସାଇତି ରଖେ। ଯାହା ପରବର୍ତ୍ତୀ ସମୟରେ କାମରେ ଲାଗେ। ଆଗାମୀ ପିଢ଼ିର ଦାୟାଦମାନେ ଯେପରି ଆମ ପରମ୍ପରାକୁ ନେଇ ଗର୍ବ ଓ ଗୌରବ ଅନୁଭବ କରିବା ସହିତ ସେମାନଙ୍କ ଭିତରେ କିପରି ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିବ, ଏଥିପାଇଁ ସାହିତ୍ୟ ସାଧନା ଜାରିରଖିଛି।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri