Posted inଫୁରସତ

ଲେଖା ଦେଇଛି ପରିଚୟ

ଗାଁମୁଣ୍ଡ ଆମ୍ବତୋଟା ନିକଟରେ ରହିଥାଏ ଛୋଟ ପାହାଡ଼ଟିଏ। ପାଖରେ ବହିଯାଇଛି ରାଜୁଆ ନଦୀ। ନଦୀପଠାର କଡ଼ରେ ଥିବା ଧାନବିଲରେ ହସିଉଠୁଛି ସବୁଜକ୍ଷେତର ସମ୍ଭାର । ଅନିତ ଦୂରରେ ଥିବା ଏକ ପାଇକମେଳି ଗାଁର ଗଡ଼ସାହିରେ ରହିଛି ବହୁବର୍ଷର ପୁରୁଣା ଅସ୍ତ୍ରଶସ୍ତ୍ର। ପିଲାଦିନେ ସେଠାକୁ ବୁଲିବାକୁ ଯାଇ ରାଜାରାଜୁଡ଼ା ସମୟର କାହାଣୀ ଶୁଣନ୍ତି। ଯାହାକୁ ନେଇ ସେ ପ୍ରାୟ ୪ ଦଶନ୍ଧି ଧରି ସେ ଲେଖନୀ ଚାଳନା କରିଆସୁଛନ୍ତି। ଯେଉଁଥିରେ ରହିଛି ଏକାଧିକ ଗଳ୍ପ, କବିତା, ନାଟକ, ଉପନ୍ୟାସ ଓ ଐତିହାସିକ ପୁସ୍ତକ, ଯାହା ତାଙ୍କୁ ଭିନ୍ନ ପରିଚୟ ଦେଇଛି । ଶିକ୍ଷାଦାନକୁ ବୃତ୍ତିଭାବେ ଗ୍ରହଣ କରିଥିବା ବେଳେ ନିଶା ତାଙ୍କର ପାଲଟିଛି ସାହିତ୍ୟ ସାଧନା । ସେ ହେଲେ କୃପାସିନ୍ଧୁ ବିଶ୍ୱାଳ। ଜନ୍ମ ୧ା୩ା୧୯୫୫ ମସିହାରେ। ପିତା ଫକିର ବିଶ୍ୱାଳ, ମାତା ଦର୍ପଣୀ ଦେବୀ। ଘର ପୁରୀ ଜିଲା କଣାସ ବ୍ଲକର ଗଡ଼ସାନପୁଟ ଗ୍ରାମପଞ୍ଚାୟତ ଅଧୀନ ଲୋକାପାଳ ଗାଁରେ। ସେ କୁହନ୍ତି, ମୋ ବାପା ଥିଲେ ଜଣେ କୃଷକ । ଯାହା କିଛି ରୋଜଗାର କରୁଥିଲେ ସେଥିରେ ଆମ ପରିବାରରେ ବାପା, ମା ଓ ଆମେ ୩ ଭାଇ ଓ ୩ ଭଉଣୀ ଚଳୁଥିତ୍ଲୁ। କିନ୍ତୁ ଘରେ ଅଭାବ ଅସୁବିଧା ଲାଗି ରହୁଥିଲା। ସେହି ସମୟରେ ହଳଦିଆପଡ଼ା, ଉ.ପ୍ରା. ବିଦ୍ୟାଳୟରେ ମୋର ପାଠପଢ଼ା ଆରମ୍ଭ ହୋଇଥିଲା। ସେତେବେଳେ ୬ଷ୍ଠ ଶ୍ରେଣୀରେ ପଢୁଥାଏ । ପ୍ରତିଦିନ ଆମ ଘରକୁ ଡାକରେ ପ୍ରଜାତନ୍ତ୍ର ଖବରକାଗଜ ଆସୁଥିଲା। କିନ୍ତୁ ପ୍ରତି ଗୁରୁବାର ସେଥିରେ ଶିଶୁମାନଙ୍କ ପାଇଁ ମିନାବଜାର ପ୍ରକାଶ ପାଇଥାଏ, ଯେଉଁଥିରେ ଶିଶୁମାନଙ୍କ ନିମନ୍ତେ ଗଳ୍ପ, କବିତା, ହସକଥା ଆଦି ଥାଏ। ସେଗୁଡ଼ିକୁ ପଢ଼ିବା ମୋର ଏକ ନିଶା ହୋଇଗଲା। ଏମିତି କି କିଛି କିଛି ଗପ ଓ କବିତା ମଧ୍ୟ ଲେଖିଲି। ଥରେ ଏକ କବିତା ‘ଆମ ଗାଁ ତୋଟା ତଳର ରାଜୁଆ ନଈ’ଲେଖାଟି ମିନାବଜାରକୁ ପଠାଇଥିଲି। ଏହା ପ୍ରକାଶ ପାଇଥିଲା। ଏହାପରେ ମତେ ବିଷୁବ ପୁରସ୍କାର ମିଳିଥିଲା। ଏଥିପାଇଁ ଲେଖା ପ୍ରତି ମନରେ ଅଧିକ ଆଗ୍ରହ ସୃଷ୍ଟି ହୋଇଥିଲା। ମୋ ବଡ଼ଭାଇ ଦୀନବନ୍ଧୁ ବିଶ୍ୱାଳ ମତେ ଉତ୍ସାହିତ କରିଥିଲେ। ଆମ ଅଞ୍ଚଳର ଜଣାଶୁଣା ଲେଖକ ଫକିର ହରିଚନ୍ଦନଙ୍କ ଲେଖାକୁ ମୁଁ ପଢ଼େ। ତାହା ମୋତେ ପ୍ରଭାବିତ କରିଥିଲା। ଏହି ସମୟରେ ବିଭିନ୍ନ ଐତିହାସିକ ପୀଠ ବିଷୟରେ ଜାଣିବାକୁ ମନରେ ଆଗ୍ରହ ଜନ୍ମୁଥିଲା। ଏଥିଯୋଗୁ ବିଭିନ୍ନ ଇତିହାସ ପୁସ୍ତକ ପଢିବାକୁ ଲାଗିଲି। ବିଶେଷକରି ଖୋର୍ଦ୍ଧା ଇତିହାସ, ଓଡ଼ିଶାର ରାଜାରାଜୁଡ଼ାଙ୍କ କଥା, ବ୍ରିଟିଶ ଶାସନ ସମୟର କେତେକ ଲୁକ୍କାୟିତ ଘଟଣା ଜାଣିବା ପାଇଁ ମନରେ ଏକପ୍ରକାର ଜିଜ୍ଞାସା ଜାତ ହେଲା। କିନ୍ତୁ ଆମ ଅଞ୍ଚଳର ଇତିହାସ ବିଷୟରେ ଜାଣିବା ପାଇଁ ଅଧିକାଂଶ ସମୟ ବିଭିନ୍ନ ଇତିହାସ ବହିକୁ ଅଧୟନ କଲି। ଏମିତିରେ କେତେକ ପତ୍ରପତ୍ରିକାରୁ ବିଭିନ୍ନ ଇତିହାସ ତଥ୍ୟକୁ ସଂଗୃହୀତ କରିବାରୁ କେତେକ ପୁସ୍ତକ ରଚନାରେ ସହାୟକ ହୋଇପାରିଥିଲା। ସେଥିମଧ୍ୟରେ -ଗଡ଼ ଓ ଗଡ଼ଖାଇ, ଓଡ଼ିଶାର ଗଣବିଦ୍ରୋହ, ପାଇକ ଖେଦା, ଫିରିଙ୍ଗକଳି ଭାରତ, ଚଇନି ଚକଡ଼ା ଓ ଚକଡ଼ାପୋଥି। ସାରସ୍ବତ ଓ୍ବାର୍ଡବୁକ୍‌ ଛୋଟ/ବଡ଼ ,ସାଉଁଟା ଫୁଲର ମାଳା, କଥା କୈବଲ୍ୟ, ଓଡ଼ିଶାର କିମ୍ବଦନ୍ତୀ ଓ କାହାଣୀ, ସାରସ୍ବତ ଓଡ଼ିଆ ଭାଷା କୋଷ,ବାଙ୍କା ଦାଶ ଚଉପଦୀ, ଓଡ଼ିଆ ପ୍ରତିଶଦ୍ଦ, ପର୍ଯ୍ୟଟନ ଓଡ଼ିଶା, ଦାନବୀର ତାପଙ୍ଗ ଦଳବେହେରା, ଶହୀଦ ରଘୁଦିବାକର, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ମହୀୟସୀ ମହିଳା କସ୍ତୁରବା, ଓଡ଼ିଆ ରଚନା ଓ ପତ୍ର ଲିଖନ, ସମ୍ରାଟ ଅଶୋକ, ଅବଦୁଲ କଲାମ ଆଦି ପ୍ରାୟ ୬୭ ପୁସ୍ତକ ପ୍ରକାଶିତ ହୋଇସାରିଛି। ଏହାବାଦ ଶିକ୍ଷକତା ଜୀବନରେ ପିଲାମାନଙ୍କ ପାଇଁ କେତେକ ଶିଶୁମନସ୍କ ପୁସ୍ତକ ବି ଲେଖିଛି। ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ କାଳରୂପଣ ଶୀର୍ଷକଟି ୧୯୭୮ମସିହାରେ ଝଙ୍କାରରେ କ୍ରମାଗତଭାବେ ପ୍ରକାଶିତ ହୋଇଥିଲା।
ମୋର ସାହିତ୍ୟ ସାଧନା ଲାଗି ବିଷୁବ ପୁରସ୍କାର ପ୍ରଜାତନ୍ତ୍ର ପ୍ରଚାର ସମିତି କଟକ, ଟିକି ଦୁନିଆ, ପଲ୍ଲୀବିକାଶ ସାହିତ୍ୟ ସଂସଦ ଗଡ଼ମାଣନ୍ତ୍ରୀ, ବ୍ରହ୍ମଗିରି ସାହିତ୍ୟ ସଂସଦ,ଖୋର୍ଦ୍ଧା ସାହିତ୍ୟ ସଂସଦ, ଦକ୍ଷିଣ ଓଡ଼ିଶା ସାହିତ୍ୟ ପରିଷଦ ରାୟଗଡ଼ା, ରାଜଧାନୀ ପୁସ୍ତକମେଳା ଭୁବନେଶ୍ୱର ଆଦିରୁ ପୁରସ୍କୃତ ହୋଇଛି। ଖୋର୍ଦ୍ଧା ପ୍ରାଣନାଥ କଲେଜରେ ବିଏସ୍‌ସି ପଢ଼ା ସମୟରେ ମୋର ପ୍ରଥମ ଉପନ୍ୟାସ ‘ବିଷବୃକ୍ଷ’ ପୁସ୍ତକ ପ୍ରକାଶିତ ହୋଇଥିଲା। ପାଠପଢ଼ା ପରେ ପ୍ରଥମେ କଟକ ବଡ଼ମେଡିକାଲରେ ଜୁନିୟର ରିସର୍ଚ୍ଚର ଅଫିସରଭାବେ ନିଯୁକ୍ତି ପାଇଲି। ସମୟକ୍ରମେ ଶିକ୍ଷକତା ପ୍ରତି ମନ ବଳାଇଥିଲି। ତା’ପରେ ମନ୍ଦାରବସ୍ତ ଏମ୍‌ଇ ସ୍କୁଲରେ ଶିକ୍ଷକ ଚାକିରି କଲି। ସରକାରୀ ଶିକ୍ଷକତା କାର୍ଯ୍ୟରୁ ଅବସର ନେଲା ପରେ କିଛିଦିନ ଏକ ଖବର କାଗଜର ପ୍ରୁଫ୍‌ରିଡର୍‌ଭାବେ କାର୍ଯ୍ୟକରିଥିଲି। ମାତ୍ର ଲେଖନୀ ଚାଳନା ଜାରି ରହିଥାଏ। ଲେଖାଲେଖି ସହ ମୋର ପଢିବାରେ ବି ଖୁବ୍‌ ଆଗ୍ରହ। ମୋ ଆଖପାଖରେ ମତେ ଯେତେବେଳେ ଯେଉଁ ପତ୍ରପତ୍ରିକା ମିଳେ ତାକୁ ପଢେ। ଆଉ ଭଲ ଲାଗୁଥିବା ଲେଖାକୁ କାଟି ସାଇତି ରଖେ। ଯାହା ପରବର୍ତ୍ତୀ ସମୟରେ କାମରେ ଲାଗେ। ଆଗାମୀ ପିଢ଼ିର ଦାୟାଦମାନେ ଯେପରି ଆମ ପରମ୍ପରାକୁ ନେଇ ଗର୍ବ ଓ ଗୌରବ ଅନୁଭବ କରିବା ସହିତ ସେମାନଙ୍କ ଭିତରେ କିପରି ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିବ, ଏଥିପାଇଁ ସାହିତ୍ୟ ସାଧନା ଜାରିରଖିଛି।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?