Posted inଫୁରସତ

ନୀରବ ସାଧନାର ସନ୍ଦେଶ: ବୃନ୍ଦାବନ ଦାଶ

ଅନୁଶାସନ ପ୍ରିୟ ମଣିଷ। ପରୋପକାରକୁ ଭାବନ୍ତି ସର୍ବସ୍ବ। ପଇସା ଥାଉ କି ନ ଥାଉ ଅସୁବିଧାରେ ଥିବା ମଣିଷ ପାଖରେ ସୁବିଧା ହୋଇ ପହଞ୍ଚନ୍ତି ସେ। କୋଉ ପିଲା ଖାଇନି, କିଏ ବେମାର, କାହାର ଚପଲ ନାହିଁ କି ଚାଦର ଏସବୁ ଜାଣନ୍ତି ତ ତୁରନ୍ତ ସମାଧାନ କରନ୍ତି। ଅନାଥ ପିଲାଙ୍କୁ ହାତରେ ରାନ୍ଧି ଖୁଆଇବାଠାରୁ ରେଡ୍‌ଲାଇଟ ଏରିଆର ମାଆମାନଙ୍କ ସୁବିଧା ଅସୁବିଧା ବୁଝି ସହାୟତାର ହାତ ବଢ଼େଇବା କାମ ସୂଚାରୁ ରୂପେ ସମ୍ପାଦନ କରିଥାନ୍ତି ସେ ନିଜକୁ ପ୍ରଚାର ଓ ପ୍ରସାରଠାରୁ ଦୂରରେ ରଖି। ନିଜପାଖରେ ନ ଥିଲେ ଆଉ କାହାରିଠୁଁ ଆଣି ଦେଇଦେବେ ସିନା ନିରାଶ କରିବେନି କାହାକୁ। ଭରସା ତୁଟେଇବେନି କାହାର।

ସେ ହେଉଛନ୍ତି ମୟୂରଭଞ୍ଜ ଜିଲାର ବଡ଼ସାହି ବ୍ଲକ ଅନ୍ତର୍ଗତ ଆମ୍ବଡାଳି ଶାସନରେ ୫ ମେ ୧୯୪୦ ମସିହାରେ ଜନ୍ମଗ୍ରହଣ କରିଥିବା ବୃନ୍ଦାବନ ଦାଶ। ବୃତ୍ତିରେ ଶିକ୍ଷକ ଥିଲେ ସିନା ସାରାଟା ଜୀବନ ସମାଜ-ସାହିତ୍ୟ-ସଂସ୍କୃତି ଓ ଅଧ୍ୟାତ୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଆସିଛନ୍ତି। ପଦ୍ୟ, କବିତା, ଗୀତିକବିତା, ଗାଥା କବିତା, ରୀତିଯୁଗୀୟ ଶୈଳୀରେ ଆଳଙ୍କାରିକ କାବ୍ୟ, ଖଣ୍ଡକାବ୍ୟ ଓ ମହାକାବ୍ୟ ରଚନା, ସନେଟ୍‌, ଏକପଦୀ, ହାଇକୁ, ଭଜନଜଣାଣ, ପ୍ରାର୍ଥନା; ବିଭିନ୍ନ ପ୍ରକାରର ଗଳ୍ପ (ସାମାଜିକ, ସମସ୍ୟାମୂଳକ, ପୌରାଣିକ, ଐତିହାସିକ ଓ ଅନୂଦିତ), ଶିଶୁ-କିଶୋର ସାହିତ୍ୟ, ବିଭିନ୍ନ ରୁଚିର ପ୍ରବନ୍ଧ, ଆଲୋଚନା, ସମାଲୋଚନା ଓ ସମୀକ୍ଷା, ହାସ୍ୟ-ବ୍ୟଙ୍ଗ, ଲଘୁ ପ୍ରବନ୍ଧ, ଖବରକାଗଜରେ ସ୍ତମ୍ଭ, ଗୀତିନାଟ୍ୟ, ସଂସ୍କୃତରେ ସ୍ତବ, ସ୍ତୁତି, ଅଷ୍ଟକ ଓ ଶ୍ଲୋକାଦି ରଚନା୍‌, ଇଂଲିଶ ଓ ବଙ୍ଗଳାରେ କବିତା ଓ ପ୍ରବନ୍ଧ ଇତ୍ୟାଦି ଶବ୍ଦଶିଳ୍ପରେ ସମୃଦ୍ଧ ତାଙ୍କ ସାରସ୍ବତ ବ୍ୟକ୍ତିତ୍ୱ। ପ୍ରକାଶିତ ପୁସ୍ତକ ମଧ୍ୟରେ ଅଛି ‘ସଂଯୁକ୍ତା’ (ଐତିହାସିକ ଖଣ୍ଡକାବ୍ୟ), ଅନିର୍ବାଣ ଦୀପଶିଖା (ଜୀବନୀମୂଳକ), ନୀଳ ଆକାଶର ଟିକିତାରା (ଶିଶୁ-କିଶୋର ଉପଯୋଗୀ କବିତା ସଂକଳନ), ତିନି ବନ୍ଧୁଙ୍କ ମିଳିତ ଉଦ୍ୟୋଗରେ ପ୍ରକାଶିତ କବି ନୀଳକଣ୍ଠ ମିଶ୍ରଙ୍କ କାବ୍ୟ : ନୀଳାଦ୍ରି ସୁନ୍ଦର, ଏକ କାବି୍ୟକ ଆକଳନ ଏବଂ ଶିଳାସ୍ବପ୍ନ (କବିତା ସଂକଳନ)। ଅର୍ଥର ଅଭାବରୁ ଶତାଧିକ ପାଣ୍ଡୁଲିପି ଅପ୍ରକାଶିତ ହୋଇ ପଡିରହିଛି। ଏତଦ୍‌ ବ୍ୟତୀତ କେତେ ଯେ ସୃଷ୍ଟି ଉଇ, ମୂଷା ଓ ପୋକ କାଟି ଖାଇଗଲେଣି ତା’ର ହିସାବ ନାହିଁ। ୧୯୬୯ ଓ ୧୯୭୫ ମସିହାରେ ଦୁଇଦୁଇ ଥର ଘରପୋଡ଼ିରେ ଅସୁମାରୀ ସନେଟ୍‌, ଗୀତି କବିତା, ଏକାଙ୍କିକା, ଗୀତିନାଟ୍ୟ, ଗଳ୍ପ ଓ ପ୍ରବନ୍ଧ ପୋଡ଼ି ପାଉଁଶ ହୋଇଯାଇଛି। ତଥାପି କଲମ ଅଚଳ ହୋଇନାହିଁ ବୃନ୍ଦାବନ ଦାଶଙ୍କର। କଲମରେ ଯାତ୍ରା ଚାଲିଛି। ଏବେ ବି ବହୁ ପାଣ୍ଡୁଲିପି ଅସଜଡ଼ା ଅବସ୍ଥାରେ ଗଚ୍ଛିତ ଅଛି ଏବଂ ପ୍ରକାଶିତ ହେବାକୁ ଉନ୍ମୁଖ।

ଏତଦ୍‌ଭିନ୍ନ ବହୁ ପତ୍ରପତ୍ରିକା ଓ ସାହିତ୍ୟ ପ୍ରତିଷ୍ଠାନ, ସାଂସ୍କୃତିକ ପ୍ରତିଷ୍ଠାନ ଓ ଆଧ୍ୟାତ୍ମିକ ପ୍ରତିଷ୍ଠାନର ଉପଦେଷ୍ଟା ଭାବରେ କାର୍ଯ୍ୟରତ। ଓଡ଼ିଶା ତଥା ଓଡ଼ିଶା ବାହାରର ବହୁ ସମ୍ଭ୍ରାନ୍ତ ନିୟମିତ ଓ ସମସାମୟିକ ପତ୍ରପତ୍ରିକାରେ ଗଳ୍ପ, କବିତା, ପ୍ରବନ୍ଧ, ଆଲୋଚନା-ସମାଲୋଚନା, ହାସ୍ୟ-ବ୍ୟଙ୍ଗ, ଲଘୁ ପ୍ରବନ୍ଧ, ଶିଶୁ-କିଶୋର ଉପଯୋଗୀ ଗଳ୍ପ ଓ କବିତାଦି ବହୁ ଅତୀତରୁ ଅଦ୍ୟାବଧି ନିୟମିତ ବ୍ୟବଧାନରେ ପ୍ରକାଶିତ ହୋଇଆସୁଛି। ଆଧ୍ୟାତ୍ମିକ କଥାକୁ ସରଳ ସାବଲୀଳ ଭାଷାରେ ବଖାଣି ଘଣ୍ଟା ଘଣ୍ଟା ବାନ୍ଧିପାରନ୍ତି ଶ୍ରୋତାଙ୍କୁ। ବିମଳ ରାଜନୀତିରେ ରୁଚି ରଖୁଥିବା ମଣିଷ ବୃନ୍ଦାବନ ୧୯୬୪ର ଛାତ୍ର ଆନ୍ଦୋଳନକୁ ସଫଳତାର ସହ ପରିଚାଳନା କରି ଛାତ୍ରନେତା ହୋଇ ଅଜସ୍ର ଶ୍ରଦ୍ଧା ସାଉଁଟିଥିଲେ ଏକଦା। ଧର୍ମ କହିଲେ, ‘ମାନବିକତା ହିଁ ଆମର ଧର୍ମ’ବୋଲି ବୁଝୁଥିବା ଏହି ବ୍ୟକ୍ତି ଆଚରଣରେ ତାହା ହିଁ ଦେଖାନ୍ତି। ସେହି ବିଶେଷ ଗୁଣଟି ପାଇଁ କେହି କେହି ତାଙ୍କୁ ଗୋପବନ୍ଧୁ ବୋଲି କୁହନ୍ତି।

ଅଜସ୍ର ପ୍ରତିଭାର ଅଧିକାରୀ ବୃନ୍ଦାବନ ସରଳ, ଅମାୟିକ ଏବଂ ଅକପଟ। ଭୁଲ୍‌ ଦେଖିଲେ ସ୍ପଷ୍ଟ ସମାଲୋଚନା କରନ୍ତି ଯେପରି, ନିଜ ଦ୍ୱାରା ଭୁଲ୍‌ ହୋଇଥିଲେ ଯୋଡ଼ହସ୍ତେ କ୍ଷମା ଯାଚନା କରନ୍ତି ସେପରି। ଓଡ଼ିଆ ବ୍ୟତୀତ ଇଂଲିଶ, ବଙ୍ଗଳା ଓ ସଂସ୍କୃତରେ ବେଶ୍‌ ଦକ୍ଷତା ଅଛି ତାଙ୍କର। ବଙ୍ଗଳା ଭାଷାରେ ଡିପ୍ଲୋମା ହାସଲ କରିଥିବା ବୃନ୍ଦାବନ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରେରିତ ହୋଇ ବିଭିନ୍ନ ବଙ୍ଗ ଭାଷାଭାଷୀ ଅଞ୍ଚଳରୁ ଏହି ଭାଷା ସମ୍ପର୍କରେ ବିଶେଷ ଜ୍ଞାନ ହାସଲ କରିଛନ୍ତି ।

ନିଜର କୃତୀ ପାଇଁ ସେ ହାସଲ କରିଛନ୍ତି ଅନେକ ସମ୍ମାନ ଓ ସ୍ବୀକୃତି। ୧୯୯୧ରେ ବାର୍ତ୍ତାଊର୍ମ୍ମୀ ସମ୍ମାନ ବାଲେଶ୍ୱରରୁ, ୧୯୯୧ରେ ପୂଜ୍ୟପୂଜା ସାହିତ୍ୟ ସମ୍ମାନ ବାରିପଦାରୁ, ୧୯୯୨ରେ ପୂଜ୍ୟପୂଜା ଶିଶୁସାହିତ୍ୟ ସମ୍ମାନ ବାରିପଦାରୁ, ୧୯୯୩ରେ ରୁପାଥାଳିଆ ଶିଶୁ ସାହିତ୍ୟ ସମ୍ମାନ ବାଲେଶ୍ୱରରୁ, ୨୦୧୨ରେ ମୟୂରଭଞ୍ଜ ସାହିତ୍ୟ ପରିଷଦ ସମ୍ମାନ ବାରିପଦାରୁ, ୨୦୧୨ରେ କବିଭୂଷଣ ସମ୍ମାନ ରାମକୃଷ୍ଣ ଶାହ ସ୍ମୃତି ସଂସଦ, ବାରିପଦାରୁ,୨୦୧୩ରେ ପରଶମଣି ଶିଶୁ ସାହିତ୍ୟ ପ୍ରତିଷ୍ଠାନ ଦ୍ୱାରା ପରଶମଣି କବିତା ସମ୍ମାନ, ୨୦୧୪ରେ ମା’ ତୁଳସୀ ଆଧ୍ୟାତ୍ମିକ ପ୍ରତିଷ୍ଠାନ ଦ୍ୱାରା ବାରିପଦାରୁ ତୁଳସୀ ସମ୍ମାନ, ୨୦୧୫ରେ ମୟୂରଭଞ୍ଜରୁ ମକରମଣ୍ଡା ସମ୍ମାନ ଓ ସମ୍ବର୍ଦ୍ଧନା, ୨୦୧୫ରେ ଗୀତି ଗଙ୍ଗୋତ୍ରୀ, ଭୁବନେଶ୍ୱରରୁ ରାଜ୍ୟସ୍ତରୀୟ ଗୀତିକବି ସମ୍ମାନ, ୨୦୧୫ ବଳାଙ୍ଗୀ ମହୋତ୍ସବ, ବାରିପଦାରୁ ସମ୍ବର୍ଦ୍ଧନା, ୨୦୧୬ରେ ବାଣୀପୀଠ, ବଡ଼ସାହି, ମୟୂରଭଞ୍ଜରୁ, ଭଞ୍ଜପ୍ରଦୀପ ଉପାଧିପ୍ରାପ୍ତ,୨୦୧୬ରେ ଦୀନକୃଷ୍ଣ ସ୍ମୃତି ସଂସଦ, ଜଳେଶ୍ବରରୁ ରାଜ୍ୟସ୍ତରୀୟ ଡ. ହରେକୃଷ୍ଣ ମହତାବ ସମ୍ମାନ ଆଦି ଲାଭ କରି ବୃନ୍ଦାବନ ଦାଶ ତାଙ୍କ ସାରସ୍ବତ ଦକ୍ଷତାର ପ୍ରମାଣ ଦେଇଛନ୍ତି।

ତାଙ୍କ ସାଧନା ଯଥାର୍ଥ ମୂଲ୍ୟାୟନର ଅପେକ୍ଷା ରଖେ।
-ମାନମୟୀ ରଥ
ସେଣ୍ଟ ଜାଭିୟର୍ସ କିଡ୍ସ,ବାଲିପୁଟ, ପୁରୀ
ମୋ:୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?