ରହସ୍ୟମୟ ବ୍ଲାକ୍‌ ବକ୍ସ୍‌ରେ ରେକର୍ଡ ହେବ ପୃଥିବୀ ଧ୍ୱଂସର କାହାଣୀ…

ସିଡ୍‌ନୀ,୧୧।୧୨: ଅଷ୍ଟ୍ରେଲିଆର ଏକ ଦୁର୍ଗମ ଅଞ୍ଚଳରେ ଥିବା ଏକ ସ୍କୁଲ ବସ ଆକାରର ଏକ ଷ୍ଟିଲ ଟ୍ରେଜେରୀ ପୃଥିବୀର ବୃଦ୍ଧି ପାଉଥିବା ତପାମାନ ସହିତ ବଦଳୁଥିବା ପାଣିପାଗ ରେକର୍ଡ କରିବା ଲାଗି ସ୍ଥାପନ କରାଯିବ। ଏହି ମେସିନ ମଣିଷର ପ୍ରତିଟି କାର୍ଯ୍ୟ କଳାପକୁ ରେକର୍ଡ କରିବା ସହିତ ମାନବ ସଭ୍ୟତାର ଭୁଲ ପଦକ୍ଷେପଗୁଡ଼ିକ ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରିବ।

ଏହାକୁ ପୃଥିବୀର ବ୍ଲାକ୍‌ ବକ୍ସ୍‌ ମଧ୍ୟ କୁହାଯିବ ବୋଲି ପାଣିପାଗ ଗବେଷକ କହିଛନ୍ତି। ଏହି ରହସ୍ୟମୟ ମେସିନ ଅଷ୍ଟ୍ରେଲିଆର ଟାସମାନିଆ ଦ୍ୱୀପ ରେ ସ୍ଥାପନ କରାଯିବାର ଯୋଜନା ରହିଛି। ଏହା ବିମାନରେ ଥିବା ବ୍ଳାକ୍‌ ବକ୍ସ୍‌ ପରି କାର୍ଯ୍ୟ କରିବ।

ତିନି ଇଞ୍ଚ ମୋଟା ଇସ୍ପାତରେ ୩୩ ଫୁଟ ଲମ୍ବର ଏହି ବ୍ଲାକ୍‌ ବକ୍ସ୍‌ ଆସନ୍ତା ବର୍ଷ ମଧ୍ୟଭାଗ ପୂର୍ବରୁ ସମ୍ପୂର୍ଣ୍ଣ ହେବ ନାହିଁ ବୋଲି ଆଶା କରାଯାଉଛି। ଏହାର ନିର୍ମାତାମାନେ କହିଛନ୍ତି ଯେ ସେମାନେ ନିର୍ମାଣ ସମ୍ପର୍କିତ ସୂଚନା ସଂଗ୍ରହ କରିବା ଆରମ୍ଭ କରି ଦେଇଛନ୍ତି। ପୃଥିବୀର ଏହି ବ୍ଲାକ୍‌ ବକ୍ସ୍‌ ଜଳବାୟୁ ପରିବର୍ତ୍ତନ ଏବଂ ମନୁଷ୍ୟ ଦ୍ୱାରା ସୃଷ୍ଟି ହୋଇଥିବା ବିଭିନ୍ନ ବିପଦକୁ ରେକର୍ଡ କରିବ।

ଏହା ସହିତ ମାନବ ସଭ୍ୟତାର ଧ୍ୱଂସର କାହାଣୀ ମଧ୍ୟ ରେକର୍ଡ ହେବ।ଏହା ଜଳବାୟୁର ତାପମାତ୍ରା, ସମୁଦ୍ର ପତ୍ତନ, ଜଳବାୟୁରେ ଅଙ୍ଗାରକାମ୍ଳର ପରିମାଣ ଏବଂ ଜଳବାୟୁ ବିପର୍ଯ୍ୟୟକୁ ରୋକିବାରେ ବିଫଳ ହେବାର ସମସ୍ତ ତଥ୍ୟକୁ ରେକର୍ଡ କରିବାକୁ ସକ୍ଷମ ହେବ।

ଟାସମାନିଆର ବିବିଡ଼ିଓ ବିଶ୍ୱବିଦ୍ୟାଳୟ ସହାୟତାରେ ମାର୍କେଟିଂ କମ୍ପାନୀ କ୍ଲେମେଞ୍ଜର ଦ୍ୱାରା ଏହି ପ୍ରକଳ୍ପର ବିକାଶ କରାଯାଉଛି। କମ୍ପାନୀ କହିଛି ଯେ ଏହି ବ୍ଲାକ୍‌ ବକ୍ସ୍‌ ନିର୍ମାଣର ଉଦ୍ଦେଶ୍ୟ ହେଉଛି ଯଦି ପୃଥିବୀରେ ଆଗାମୀ ଦିନରେ ମାନବ ସଭ୍ୟତା ଲୋପ ହୁଏ, ତେବେ ବଞ୍ଚିଥିବା ଲୋକମାନେ ସମସ୍ତ ତଥ୍ୟ ବ୍ଲାକ୍‌ ବକ୍ସ୍‌ରୁ ଜାଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri