Posted inଫୁରସତ

ବନ୍ଧୁ ମହାନ୍ତିଙ୍କ କଥା

ଯୁଗେ ଯୁଗେ ଭଗବାନ ଭକ୍ତର।  ଯିଏ ନିଷ୍ଠାରେ, ଭକ୍ତିରେ ନିଜକୁ ସମର୍ପିତ କରେ ପରମ କାରୁଣିକ ପ୍ରଭୁ ପତିତ ପାବନ ତାଙ୍କୁ ନିଜ ଚରଣରେ ଆଶ୍ରୟ ଦିଅନ୍ତି। ଦରିଦ୍ର ସୁଦାମାର ଖୁଦମୁଠା ପାଇଁ ପ୍ରଭୁ ବ୍ୟାକୁଳ ହୋଇଛନ୍ତି। ଦାସିଆ ବାଉରୀଠାରୁ ନଡ଼ିଆ ଗ୍ରହଣ କରିଛନ୍ତି। ଭକ୍ତ ବଳାରାମ ଦାସଙ୍କର ବାଲିରଥରେ କାଳିଆ ସାଆନ୍ତ ବିଜେ କରିଛନ୍ତି। ସେହିପରି ବିଶ୍ୱ ଠାକୁରଙ୍କର ଆଉ ଜଣେ ପରମ ଭକ୍ତ ଥିଲେ ଦିବ୍ୟସିଂହ ମହାପାତ୍ର, ଯିଏକି ପରବର୍ତ୍ତୀ ସମୟରେ ବନ୍ଧୁ ମହାନ୍ତି ଭାବେ ପରିଚିତ ହୋଇଥିଲେ। ଆଜକୁ ପ୍ରାୟ ୬୦୦ ବର୍ଷ ପୂର୍ବେ ଷୋଡ଼ଶ ଶତାବ୍ଦୀର ମଧ୍ୟ ଭାଗରେ ପ୍ରାଚୀନ ତନ୍ତ୍ରପୀଠ ଯାଜପୁରରୁ ପ୍ରାୟ ୩୦ କିମି ଦୂରରେ ପୁଣ୍ୟତୋୟା ବୈତରଣୀ ନଦୀ କୂଳରେ ଥିବା ଦତ୍ତପୁର ଗ୍ରାମରେ ଏହି ମହାମାନବ ନିଜର କର୍ମମୟ ଜୀବନ କାଟୁଥିଲେ। ଏହା ବିଭିନ୍ନ ପ୍ରାଚୀନ ଗ୍ରନ୍ଥରେ ଲିପିବଦ୍ଧ ହୋଇଛି। କିମ୍ବଦନ୍ତୀ ଅନୁସାରେ, ଦିବ୍ୟସିଂହ ଖୋର୍ଦ୍ଧାଗଡ ରାଜ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ପିତା ଥିଲେ ଶ୍ୟାମ ସୁନ୍ଦର ହରିଚନ୍ଦନ ମହାପାତ୍ର ଓ ମାତା ଅପର୍ଣ୍ଣା ଦେବୀ। କିନ୍ତୁ ସେମାନେ ପ୍ରଥମେ ଯାଜପୁର ସନ୍ନିକଟ ଯୋଗେଶ୍ୱରରେ ଅବସ୍ଥାନ କରିଥିଲେ ଏବଂ ପରେ କୌଣସି କାରଣରୁ ଦତ୍ତପୁରକୁ ଚାଲିଆସିଥିଲେ। ତେଣୁ ବିଭିନ୍ନ ତଥ୍ୟ, ଲିଖିତ ଦସ୍ତାବିଜରୁ ବନ୍ଧୁ ମହାନ୍ତିଙ୍କ ବାସସ୍ଥାନ ଦତ୍ତପୁର ବୋଲି ପ୍ରମାଣ ମିଳେ। ତେବେ ମାତାପିତାଙ୍କ ଉତାରେ ଦିବ୍ୟସିଂହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ପତ୍ନୀ ମାଳତୀ, ପୁତ୍ର ଶ୍ୟାମ ସୁନ୍ଦର ଓ ୨ କନ୍ୟା ଲକ୍ଷ୍ମୀ, ସରସ୍ବତୀଙ୍କୁ ନେଇ ତାଙ୍କ ସଂସାର ରଥ ଗଡି ଚାଲୁଥିଲା ା ଦିବ୍ୟସିଂହ କୃଷ୍ଣ ନାମ ଜପ କରିବା ବ୍ୟତୀତ ଅନ୍ୟକିଛିରେ ମନ ଦେଉ ନ ଥିଲେ ା ଜଗତରନାଥ ଜଗନ୍ନାଥଙ୍କ ପ୍ରତି ତାଙ୍କର ପ୍ରଗାଢ଼ ଭକ୍ତିଥିଲା। ଶୟନେ, ସପନେ, ଜାଗରଣେ କେବଳ ସେ ବଡ଼ଠାକୁରଙ୍କୁ ଦେଖୁଥିଲେ। ନିଜ ଘର ପାଖରେ ବାଉଁଶ ନିର୍ମିତ ଠାକୁରବାଡି ପ୍ରତିଷ୍ଠା କରି କାଳିଆ ସାଆନ୍ତଙ୍କ ଛୋଟ ଦାରୁ ମୂର୍ତ୍ତିଟିଏ ରଖି ସେ ପୂଜାର୍ଚ୍ଚନା କରୁଥିଲେ। ଠାକୁରଙ୍କ ସେବାରେ ନିଜକୁ ନିୟୋଜିତ କରି ସତେ ଯେମିତି ପରିବାରକୁ ଭୁଲିଯାଇଥିଲେ। କଥିତ ଅଛି ଭକ୍ତଙ୍କୁ ପରୀକ୍ଷା କରିବା ପାଇଁ ଭଗବାନ ସେହି ଅଞ୍ଚଳରେ ଦୁର୍ଭିକ୍ଷ ରଚନା କଲେ। ମାସ ମାସ ଧରି ମିଳିଲାନି ଖାଦ୍ୟ ା ଭୋକ ଉପାସରେ ଆଉଟୁ ପାଉଟୁ ହୋଇ ପତ୍ନୀ ମାଳତୀ ତାଙ୍କ ବନ୍ଧୁଙ୍କୁ ନିଜର ଅସୁବିଧା ସମ୍ପର୍କରେ ଜଣାଇବାକୁ ସ୍ବାମୀଙ୍କୁ ଅନୁରୋଧ କଲେ। ଏଥର ନିଜ ବଡ଼ଦେଉଳିଆ ବନ୍ଧୁଙ୍କୁ ସାକ୍ଷାତ୍‌ କରିବାକୁ ନିଜ ପିଲାଛୁଆଙ୍କୁ ଧରି ଶ୍ରୀକ୍ଷେତ୍ରକୁ ବାହାରିଲେ ଦିବ୍ୟସିଂହ ା ବନ୍ଧୁଙ୍କୁ ସାକ୍ଷାତ୍‌ କରିବାର ଉତ୍ସାହ ତାଙ୍କ ପଥଚଲା କଷ୍ଟ ଦୂର କରିଥିଲା। ୫ ଦିନ ପରେ ରାତିରେ ସପରିବାର ପହଞ୍ଚତ୍ଲେ ବଡ଼ଦାଣ୍ଡରେ। ପହଞ୍ଚତ୍ବାର କିଛି ସମୟ ପୂର୍ବରୁ ବଡ଼ଦେଉଳର ସିଂହଦ୍ୱାରରେ ଭିଡ଼ ଲାଗିଥିଲା। ପୂର୍ବରୁ ପରିବାର ଲୋକେ ଦିବ୍ୟସିଂହଙ୍କ ବନ୍ଧୁଙ୍କ ବିଷୟରେ ଜାଣି ନ ଥିଲେ। କାହିଁଗଲେ ବନ୍ଧୁ ବୋଲି ପତ୍ନୀଙ୍କ ପ୍ରଶ୍ନରେ ମ୍ରିୟମାଣ ନ ହୋଇ ଦିବ୍ୟସିଂହ କହିଥିଲେ ମୋ ବନ୍ଧୁ ବହୁତ ବଡ଼ଲୋକ, ସେ ଶୋଇ ପଡିଲେଣି, ସକାଳେ ତାଙ୍କୁ ଦେଖା ମିଳିବ। ଦକ୍ଷିଣ ଦ୍ୱାର ନିକଟରେ ସମସ୍ତେ ଭୋକରେ ଶୟନ କରିଥିଲେ। ଦିବ୍ୟଅନ୍ନ ସହ ବିଭିନ୍ନ କିସମର ବ୍ୟଞ୍ଜନ, ଖିରି, ମହୁର ଆଦି ପ୍ରଭୁଙ୍କ ରତ୍ନ ଥାଳିରେ ସ୍ବୟଂ ଜଗନ୍ନାଥ ଜଣେ ସେବାୟତ ବେଶରେ ଆଣି ବନ୍ଧୁ ମହାନ୍ତିଙ୍କୁ ନିଦରୁ ଉଠାଇ ଖାଇବାକୁ ଦେଲେ। ପ୍ରଭାତରେ ଉକ୍ତ ରତ୍ନଥାଳିଟିକୁ ବନ୍ଧୁ ମହାନ୍ତିଙ୍କ ମୁଣ୍ଡ ତଳେ ଥିବାର ଦେଖି ପଣ୍ଡାମାନେ ତାଙ୍କୁ ଚୋର ବୋଲି କହି ମାଡ଼ ମାରିବା ସହ ତାଙ୍କୁ ରାଜାଙ୍କ ବନ୍ଦୀଶାଳାରେ ନେଇ ରଖିଲେ। କିନ୍ତୁ ପ୍ରଭୁଙ୍କର ସ୍ବପ୍ନାଦେଶ ପାଇ ରାଜା ପ୍ରତାପରୁଦ୍ର ଦେବ ନିଜେ ବନ୍ଦୀଶାଳାକୁ ଯାଇ ବନ୍ଧୁ ମହାନ୍ତିଙ୍କୁ ମୁକ୍ତି ଦେବା ସହ ତାଙ୍କ ପରିଚର୍ଯ୍ୟା ପୂର୍ବକ ସମସ୍ତ ବନ୍ଦୋବସ୍ତ କଲେ। ଦକ୍ଷିଣ ଦ୍ୱାର ନିକଟରେ ସ୍ଥାୟୀ ଗୃହ ନିର୍ମାଣ କରାଇବା ସହ ପ୍ରତିଦିନ ରତ୍ନ ଥାଳିରେ ଖାଦ୍ୟ ଦେବା ବ୍ୟବସ୍ଥା କରାଇଲେ। ଏଥିସହିତ ରାଜା ଦିବ୍ୟସିଂହଙ୍କୁ ବନ୍ଧୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାପାଇଁ କେଉଁକାର୍ଯ୍ୟ କରିବେ ବୋଲି ପ୍ରଶ୍ନ କରିବାରୁ ସେ କହିଲେ- ମୁଁ ପ୍ରତିଦିନ ସକାଳୁ ଖରଶୋଧ ଦାୟିତ୍ୱ ତୁଲାଇବି। ଅର୍ଥାତ୍‌ ସବୁଦିନ ଭକ୍ତଙ୍କ ପାଦ ଧୂଳିକୁ ସାଉଁଟିବା କାର୍ଯ୍ୟ କରିବାକୁ ତାଙ୍କୁ ଅନୁମତି ଦେବାକୁ ସେ ରାଜାଙ୍କୁ ନିବେଦନ କଲେ। ଅଦ୍ୟାବଧି ସେହିକାର୍ଯ୍ୟ ବଂଶାନୁକ୍ରମରେ ଚାଲୁଥିବା ସୂଚନା ରହିଛି।
ତଥ୍ୟ ଅନୁଯାୟୀ, ବନ୍ଧୁ ମହାନ୍ତି ଶ୍ରୀକ୍ଷେତ୍ରରୁ ରାଧାମାଧବଙ୍କ ମୂର୍ତ୍ତି ଆଣି ପୂର୍ବରୁ ଦତ୍ତପୁରରେ ନିର୍ମିତ ଏକ ଝାଟିମାଟି ଘରେ ଅବସ୍ଥାନ କରାଇଥିଲେ। ପ୍ରଭୁଙ୍କ ଦୈନନ୍ଦିନ ସେବାପୂଜା ପାଇଁ ସେ କେନ୍ଦ୍ରାପଡ଼ା ଜିଲା ନମତରା ଗାଁରୁ ବିପ୍ର ଚରଣ ଦାଶ ନାମକ ଜଣେ ବ୍ରାହ୍ମଣ ପିଲାକୁ ଆଣି ଘରବାଡ଼ି ଯୋଗାଇବା ସହ ରାଧାମାଧବଙ୍କ ବିଜେସ୍ଥଳୀରେ ଠାକୁରଙ୍କ ନାମରେ କିଛି ଜାଗା ବି ପଞ୍ଜୀକୃତ କରାଇଥିଲେ। ଏଥିସହିତ ପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ବୁଝିବାକୁ ଭଦ୍ରକ ଜିଲା ବାତୋଳ ଗ୍ରାମର ରାଧାଚରଣ ଦାସ ନାମକ ଜଣେ ବୈଷ୍ଣବଙ୍କୁ ମଧ୍ୟ ଜଳଜମି ପ୍ରଦାନ କରି ଥଇଥାନ କରାଇଥିଲେ। ତେଣୁ ଦତ୍ତପୁର ଗ୍ରାମ ଶ୍ରୀଶ୍ରୀ ରାଧାମାଧବ ଜୀଉଙ୍କ ପୀଠସ୍ଥଳୀ ଭାବେ ଏବେ ପରିଚିତ। ଏଠାରେ ବାରମାସରେ ତେରଯାତ ପାଳିତ ହୋଇଥାଏ। ଗହ୍ମା ପୂର୍ଣ୍ଣିମା, ରାହାସ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଏଠାକାର ମୁଖ୍ୟ ପର୍ବ। ଏସବୁ ପର୍ବରେ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ତେବେ ଏହି ପୀଠରେ କେବଳ ଶ୍ରୀ ରାଧାମାଧବଙ୍କ ମୂର୍ତ୍ତି ଦେଖିବାକୁ ମିଳେ ତାହା ନୁହେଁ, ଗୋପୀନାଥ ଜୀଉ ଏବଂ ଶ୍ରୀରାଧାଙ୍କ ଏକ ମୂର୍ତ୍ତି ବି ଏଠାରେ ପୂଜା ପାଇଥାଏ। ସେହିପରି ବନ୍ଧୁ ମହାନ୍ତିଙ୍କ ଦ୍ୱାରା ନିର୍ମିତ ଏକ ଚଉଁରା ଏବେ ବି ସେଠାରେ ରହିଥିବା ଦେଖିବାକୁ ମିଳିଥାଏ। ତେବେ ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ଆଜକୁ ପ୍ରାୟ ୨୫୦ ବର୍ଷ ତଳେ ଦତ୍ତପୁରର ପଡ଼ୋଶୀ ଗାଁ ଦଓ୍ବୋନ ପାଟଣାର କଡ଼ାକି ପରିଡା ନାମକ ଜଣେ ବ୍ୟକ୍ତି; ଯିଏକି ମଣିପୁର ରାଜାଙ୍କ ସେବାକାର୍ଯ୍ୟ ତୁଲାଉଥିଲେ। ବାର୍ଦ୍ଧକ୍ୟରେ ଉପନୀତ ହେବାରୁ ଉକ୍ତ ରାଜା ତାଙ୍କୁ ତାଙ୍କ ଗ୍ରାମକୁ ପଠାଇବାର ବ୍ୟବସ୍ଥା କରିବା ସହ ପୁରସ୍କାରରେ କ’ଣ ନେବାକୁ ଚାହଁ ବୋଲି ପଚାରିବାରୁ, କଡାକି କହିଥିଲେ- ଯଦି ଆପଣ ଶପଥ କରିବେ, ତା’ହେଲେ ମୁଁ କିଛି ମାଗିବି। ରାଜା ଶପଥ କରିବାରୁ ସେ ରାଜାଙ୍କର ଆରାଧ୍ୟ ଦେବତା ଶ୍ରୀ ଗୋପୀନାଥ ଜୀଉଙ୍କୁ ସାଙ୍ଗରେ ଆଣିବାକୁ ଇଚ୍ଛା କଲେ। ରାଜା ବିଚଳିତ ହୋଇଗଲେ; ହେଲେ ସତ୍ୟ ରକ୍ଷା କରିବାକୁ ବାଧ୍ୟହୋଇ ନିଜ ପ୍ରଭୁଙ୍କୁ କଡାକିଙ୍କୁ ପ୍ରଦାନ କରିଥିଲେ ହେଁ ଶ୍ରୀରାଧାଙ୍କୁ କିନ୍ତୁ ଦେଇ ନ ଥିଲେ। ପରେ ରାଜା ଆଉ ଏକ ଗୋପୀନାଥ ମୂର୍ତ୍ତି ଆଣି ଶ୍ରୀରାଧାଙ୍କ ପାଖରେ ପ୍ରତିଷ୍ଠା କରାଇଥିଲେ; ଯାହାକି ଆଜି ବି ମଣିପୁର ରାଜ ଦରବାରରେ ଦୃଶ୍ୟମାନ ହୋଇଥାଏ। ଅନ୍ୟପକ୍ଷେ କଡ଼ାକି ରାଜାଙ୍କଠାରୁ ଆଣିଥିବା ଗୋପୀନାଥ ଜୀଉଙ୍କ ମୂର୍ତ୍ତିକୁ ଘରେ ରଖି ପୂଜାର ଆୟୋଜନ କରିଥିଲେ ହେଁ ଠାକୁର ସେଥିରେ ସନ୍ତୁଷ୍ଟ ନ ଥିଲେ। ବନ୍ଧୁ ମହାନ୍ତିଙ୍କ ଦ୍ୱାରା ନିର୍ମିତ ଦତ୍ତପୁର ଠାକୁରବାଡିରେ ତାଙ୍କୁ ଅବସ୍ଥାପିତ କରାଇବାକୁ ସେ ଦଓ୍ବୋନି ପାଟଣା ଗ୍ରାମର ବିଭିନ୍ନ ବ୍ୟକ୍ତିଙ୍କୁ ସ୍ବପ୍ନରେ କହିଲେ; ଯଦ୍ଦ୍ବାରା ପରବର୍ତ୍ତୀ ସମୟରେ ଶ୍ରୀ ଗୋପୀନାଥଙ୍କୁ ଦତ୍ତପୁରଠାରେ ଅବସ୍ଥାପିତ କରାଯାଇଥିଲା। ଏଥିସହିତ କାଶୀରୁ ଏକ ରାଧା ମୂର୍ତ୍ତି ଆଣି ପ୍ରଭୁ ଗୋପୀନାଥଙ୍କ ପାଖରେ ଦତ୍ତପୁରବାସୀ ଅବସ୍ଥାନ କରାଇଲେ। ଗୋପୀନାଥ ଜୀଉ ମହାପ୍ରଭୁ ଏବେ ଆଖପାଖ ୫୦ ଖଣ୍ଡ ଗ୍ରାମର ଆରାଧ୍ୟ ଦେବତା। ଶ୍ରଦ୍ଧାଳୁମାନେ ନିଜର ମାନସିକ ପୂରଣ ପାଇଁ ଏଠାକୁ ପ୍ରତିଦିନ ଧାଇଁ ଆସନ୍ତି। ଗୋପୀନାଥ ଜୀଉଙ୍କ ପାଇଁ ଗ୍ରାମବାସୀ ଏକ ଭବ୍ୟ ମନ୍ଦିର ମଧ୍ୟ ନିର୍ମାଣ କରିଛନ୍ତି। ତେବେ ବନ୍ଧୁ ମହାନ୍ତିଙ୍କ ଜନ୍ମପୀଠ ଦତ୍ତପୁରକୁ ଏକ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ମିଳିବା ସହ ସେଠାରେ ବନ୍ଧୁ ମହାନ୍ତିଙ୍କର ଏକ ସ୍ମାରକୀ ସ୍ତମ୍ଭ ନିର୍ମାଣ କରାଇବାକୁ ଏବେ ସ୍ଥାନୀୟ ଗ୍ରାମବାସୀ ଓଡ଼ିଶା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
-ଦୀପ୍ତି ରଞ୍ଜନ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?