୬ ଘଣ୍ଟାରେ ବାତ୍ୟା! ଓଡ଼ିଶାର ଏହିସବୁ ଜିଲାରେ ଛେଚିବ…

ଭୁବନେଶ୍ୱର,୨୯।୧୧: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ପେଙ୍ଗାଲ। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଫେଙ୍ଗାଲ ଭୟଙ୍କର ରୂପ ଧାରଣ କରିଛି । ଅପରାହ୍ନଣ ୨ଟା ୩୦ରେ ବାତ୍ୟାର ରୂପ ନେଇଛି ଗଭୀର ଅବପାତ। ତେବେ ତାମିଲନାଡୁରେ ଯେଉଁ ଝଡ଼ ସୃଷ୍ଟି ହେବାର ଆଶଙ୍କା ରହିଛି ହଠାତ୍‌ ଏହାର ଦିଗ ବଦଳାଇଥିବା ସୂଚନା ମିଳିଛି । ଏହା ଘଣ୍ଟା ପ୍ରତି ୩ କିଲୋମିଟରରୁ ୧୦ କିଲୋମିଟର ବେଗରେ ଗତି କରୁଛି । ତେବେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଏହା ଏକ ଭୟଙ୍କର ଘୂର୍ଣ୍ଣିବଳୟ। ଏହା ଉତ୍ତର ଦିଗକୁ ଯିବାର ସମ୍ଭାବନା ଅଛି । ଏହା ୩୦ ତାରିଖରେ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ବୋଲି ଆଶା କରାଯାଉଛି ।

ବାତ୍ୟା ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଭିତରେ ରାଜ୍ୟରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଓ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପ ଜଗତସିଂହପୁର, ପୁରୀ, କଟକ, ଯାଜପୁର, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ସ୍ବଳ୍ପ ବର୍ଷା ହୋଇପାରେ। ଏଥିସହ ପାଗ ମେଘୁଆ ରହିବାର ସମ୍ଭାବନା ରହିଛି।

ଠିକ ସେହିପରି ୩୦ ଓ ୧ତାରିଖରେ ମଧ୍ୟ କିଛି ଜିଲାରେ ହାଲକାରୁ ମଧ୍ୟମ ଧରଣରବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, କଟକ, ଯାଜପୁର, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡା, ମୟୂରଭଞ୍ଜ ଓ କେନ୍ଦୁଝର ଜିଲାରେ ପାଗ ମେଘୁଆ ରହିବା ସହିତ ଗୋଟିଏରୁ ଦୁଇଟି ସ୍ଥାନାରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି।

୨ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। ତା’ସହ ପାଗ ମେଘୁଆ ରହିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି କାଳରେ ପାଚିକାଙ୍କ ମୃତ୍ୟୁ ହେଲେ, ମିଳିବ…

ଭୁବନେଶ୍ୱର,୭ା୧୨: ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ଅଧୀନରେ କାର୍ଯ୍ୟରତ ମଧ୍ୟାହ୍ନଭୋଜନ ପାଚିକାଙ୍କ ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଚାକିରି କାଳରେ...

ପୂର୍ବତନ ଅବକାରୀ ଡେପୁଟି କମିଶନରଙ୍କୁ ୨ ବର୍ଷ ଜେଲ

କଟକ,୭ା୧୨(କାର୍ତ୍ତିକ ସାହୁ)- ସମ୍ବଲପୁର ନର୍ଥ ଡିଭିଜନର ପୂର୍ବତନ ଡେପୁଟି କମିଶନର ସ୍ବୟଂମ୍ଭୁ ପ୍ରସାଦ ମିଶ୍ର କଟକ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ଶନିବାର ଦଣ୍ଡିତ ହୋଇଛନ୍ତି। ଅଦାଲତ...

ମେ’ ଫେୟାର ହୋଟେଲ ସମ୍ମୁଖରେ ସିବିଆଇ ରେଡ୍‌, ଗାଡିରୁ ମିଳିଲା…

ଭୁବନେଶ୍ବର,୭।୧୨: ରାଜଧାନୀ ଭୁବନେଶ୍ବରରେ ସିବିଆଇ ରେଡ୍‌। ମେ’ ଫେୟାର ହୋଟେଲ ସମ୍ମୁଖରେ ସିବିଆଇ ରେଡ୍‌ କରିଥିବା ସୂଚନା ମିଳିଛି। ଏକ ନାଲିରଙ୍ଗର ଦାମୀଗାଡ଼ିରେ ଟଙ୍କା ଓ...

ପଞ୍ଚାୟତ ଆକାଉଣ୍ଟରୁ ଭତ୍ତା ଟଙ୍କା ନେଇଗଲେ

ନୂଆପଡ଼ା,୭ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ୍‌ କୋନାବିରା ପଞ୍ଚାୟତ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କ ଅଜାଣତରେ ବାର୍ଦ୍ଧକ୍ୟଭତ୍ତା ବାବଦ ଟଙ୍କା ବ୍ୟାଙ୍କ ଆକାଉଣ୍ଟରୁ ଉଭାନ...

ଲୋକ ମହୋତ୍ସବ ମଣ୍ଡେଇରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ନବରଙ୍ଗପୁର,୭।୧୨(ସଦାଶିବ ପ୍ରହରାଜ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ନବରଙ୍ଗପୁର ଲୋକ ମହୋତ୍ସବ ମଣ୍ଡେଇ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ...

ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର

ସମ୍ବଲପୁର,୭।୧: ସମ୍ବଲପୁର ଜିଲା ରେଙ୍ଗାଲି ରମ୍ପେଲା ଛକ ନିକଟରେ ଶନିବାର ଏକ ଏନ୍‌କାଉଣ୍ଟର ହୋଇଛି। ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୀବ କରାଳି ଆହତ ହୋଇଛନ୍ତି।...

ସ୍ତ୍ରୀ କଲେ ସ୍ବାମୀଙ୍କୁ ହତ୍ୟା, ସନ୍ଦେହରେ…

ଗଜପତି,୭।୧୨(ଗିରିଧାରୀ ପରିଛା): ପାରିବାରିକ ହିଂସାକୁ କେନ୍ଦ୍ର କରି ସ୍ତ୍ରୀ କରିଲେ ସ୍ବାମୀଙ୍କୁ ହତ୍ୟା । ଏଭଳି ଏକ ଘଟଣା ଘଟିଛି ପାରଳାଖେମୁଣ୍ଡି ଜଙ୍ଗମସାହିରେ। ପୋଲିସ ଘଟଣାରେ...

ମୁଖ୍ୟମନ୍ତ୍ରୀ ଦେବେ ଉପହାର: ଆସନ୍ତାକାଲି ଚାଷୀଙ୍କ ଖାତାକୁ ଯିବ…

ଭୁବନେଶ୍ୱର,୭।୧୨: ଆସନ୍ତାକାଲିଠୁ ଚାଷୀଙ୍କ ଖାତାକୁ ଯିବ ୮ ଶହ ଟଙ୍କାର ଇନପୁଟ ସହାୟତା। କେନ୍ଦ୍ର ପ୍ରଦତ୍ତ ୨୩୦୦ ସହ ରାଜ୍ୟ ସରକାର ୮୦୦ ଟଙ୍କା ଦେବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri