ଅଟକିଲା ବର୍ଦ୍ଧିତ ହୋଲ୍‌ଡିଂ ଟିକସ

ଭୁବନେଶ୍ୱର, ୧୬ା୩ (ବ୍ୟୁରୋ):ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ବର୍ଦ୍ଧିତ ଟିକସ ଲାଗୁକୁ ବିଭିନ୍ନ ବର୍ଗରୁ ପ୍ରବଳ ବିରୋଧ ହେବା ପରେ ସରକାର ପଛଘୁଞ୍ଚା ଦେଇଛନ୍ତି। ବର୍ଦ୍ଧିତ ହୋଲ୍‌ଡିଂ ଟିକସ ଆଦାୟକୁ ସ୍ଥଗିତ ରଖାଯାଇଛି। ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୋମବାର କହିଛନ୍ତି। ୨୦୧୯ ବେଞ୍ଚ ମାର୍କ ଭାଲ୍ୟୁଏଶନକୁ ଆଧାର କରି ବିଏମ୍‌ସି ବର୍ଦ୍ଧିତ ଟିକସ ଲାଗୁ କରିଥିଲା। ଏହାକୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ହାଇକୋର୍ଟଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ ବର୍ଦ୍ଧିତ ଟିକସ ଆଦାୟ କରାଯିବ ନାହିଁ, ସେତେବେଳ ଯାଏ ପୂର୍ବ ଧାର୍ଯ୍ୟ ଟିକସ ଆଦାୟ କରାଯିବ ବୋଲି ମନ୍ତ୍ରୀ ଜେନା ସ୍ପଷ୍ଟ କରିଛନ୍ତି। ଏପରି କି ଯେଉଁମାନେ ବର୍ଦ୍ଧିତ ଟିକସ ପଇଠ କରିଛନ୍ତି, ସେମାନେ କିପରି ଟଙ୍କା ଫେରିପାଇବେ ସେନେଇ ସରକାର ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି। ସରକାରଙ୍କ ଏଭଳି ଘୋଷଣା ପରେ ମହାନଗରବାସୀଙ୍କୁ ଆଶ୍ୱସ୍ତି ମିଳିଛି।
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ଭୁବନେଶ୍ୱର ଜମିର ୨୦୧୯ ବେଞ୍ଚ ମାର୍କ ଭାଲ୍ୟୁଏଶନକୁ ଆଧାର କରି ବିଏମ୍‌ସି ପକ୍ଷରୁ ବର୍ଦ୍ଧିିତ ହୋଲ୍‌ଡିଂ ଟିକସ ଆଦାୟ କରିବାକୁ ଘୋଷଣା କରାଯାଇଥିଲା। ଏପରି କି ଏହା ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପାଇଁ ଅଲଗା ଅଲଗା କରାଯାଇଥିଲା। ପୂର୍ବ ଦର ଅପେକ୍ଷା ବର୍ଦ୍ଧିତ ଟିକସ ବହୁ ଗୁଣା ଅଧିକ ହୋଇଥିବାରୁ ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା। ରାଜଧାନୀବାସୀଙ୍କ ମତାମତ ଲୋଡ଼ା ନ ଯାଇ ମନଇଚ୍ଛା ଟିକସ ଧାର୍ଯ୍ୟ କରାଯାଇଥିବା ଅଭିଯୋଗ ହୋଇଥିଲା। ବିଏମ୍‌ସିର ଏଭଳି ଏକଚାଟିଆ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ମାମଲା ହୋଇଥିଲା। ଉକ୍ତ ମାମଲା ଏବେ ବିଚାରାଧୀନ ରହିଛି। ବିରୋଧୀ କଂଗ୍ରେସ ଓ ଭାଜପା ଏହି ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଥିଲେ। ବର୍ଦ୍ଧିତ ହୋଲ୍‌ଡିଂ ଟିକସ ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ ଆନ୍ଦୋଳନକୁ ଜୋର୍‌ଦାର କରାଯିବ ବୋଲି ଉଭୟ ଦଳ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଏପରି କି ସୋମବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବିଏମ୍‌ସି ଅଫିସ ଘେରାଉ କରିବା ସହ ଧାରଣା ଦେଇଥିଲେ। ବେଞ୍ଚମାର୍କ ଭାଲ୍ୟୁଏଶନରେ ଜମିର ମୂଲ୍ୟ ତୁଳନାରେ ବିଏମ୍‌ସି ବହୁ ଅଧିକ ହୋଲ୍‌ଡିଂ ଟିକସ ଆଦାୟ କରୁଛି। ଏହାଦ୍ୱାରା ଗରିବ ଏବଂ ମଧ୍ୟମ ବର୍ଗର ଲୋକମାନେ ଯେପରି ଆଉ ଭୁବନେଶ୍ୱରରେ ଘର କରି ରହିପାରିବେ ନାହିଁ। କେବଳ ପୁଞ୍ଜିପତି ଏବଂ ଧନିକ ଶ୍ରେଣୀ ଲୋକମାନେ ବସବାସ କରିବେ ବୋଲି ନିରଞ୍ଜନ କହିଥିଲେ।
ରାଜସ୍ବ ବୃଦ୍ଧି ନାମରେ ବର୍ଦ୍ଧିତ ଟିକସ ଆଦାୟ କରିବା ପାଇଁ ବିଏମ୍‌ସି ବିଭିନ୍ନ ସମୟରେ ଉଦ୍ୟମ ଜାରି ରଖିଥିଲା। ଏପରି କି ନିୟମିତ ହୋଲ୍‌ଡିଂ ଟିକସ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗତ ୧୨ତାରିଖରେ ବିଏମ୍‌ସି ଡେପୁଟି କମିଶନର(ରାଜସ୍ବ) ମହାନଗର ନିଗମର ସମସ୍ତ ଜୋନାଲ ଡେପୁଟି କମିଶନରଙ୍କୁ ଚିଠି କରିଥିଲେ। ବହୁ ଲୋକ ହୋଲ୍‌ଡିଂ ଟିକସ ଦେଇ ନାହାନ୍ତି, ତେଣୁ ସେମାନଙ୍କ ବିରୋଧରେ ଯଥାଶୀଘ୍ର ଓଡ଼ିଶା ପବ୍ଲିକ ଡିମାଣ୍ଡ ରିକଭର(ଓପିଡିଆର) ଆକ୍ଟ ଅନୁଯାୟୀ ସାର୍ଟିଫିକେଟ କେସ୍‌ ରୁଜୁ କରାଯାଉ। ସେହିପରି ଯେଉଁମାନଙ୍କ ବିରୋଧରେ ସାର୍ଟିଫିକେଟ କେସ୍‌ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି, ସେମାନଙ୍କ କୋଠାଗୁଡିକୁ ସିଲ୍‌ କରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ରାଜସ୍ବ କ୍ଷତି ରୋକିବାକୁ ଏପରି ନିର୍ଦ୍ଦେଶ ଦିଆଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଥିଲା। ବିଏମ୍‌ସିର ଏହି ନିର୍ଦ୍ଦେଶନାମାକୁ ନେଇ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେବା ପରେ ରବିବାର ବିଏମ୍‌ସି ପକ୍ଷରୁ ସଫେଇ ଦିଆଯାଇ ବଡ଼ ବଡ଼ ଟିକସ ଖିଲାପକାରୀଙ୍କ ବିରୋଧରେ ଓପିଡିଆର୍‌ ଆକ୍ଟ ଅନୁଯାୟୀ ସାର୍ଟିଫିକେଟ କେସ୍‌ କରାଯିବା ଏକ ନିୟମିତ ପ୍ରକ୍ରିୟା। ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଜୋନାଲ୍‌ ଡେପୁଟି କମିଶନରଙ୍କୁ ଚିଠି କରାଯାଇଛି। ଏଥିରେ କୌଣସି ବ୍ୟକ୍ତିଗତ ଘର ବିରୋଧରେ କେସ୍‌ କରାଯାଏ ନାହିଁ। ତେଣୁ ଜନସାଧାରଣ ଅଯଥାରେ ଭୟଭୀତ ହେବା ଠିକ୍‌ ନୁହେଁ ବୋଲି ବିଏମ୍‌ସି ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri