ଅଟକିଲା ବର୍ଦ୍ଧିତ ହୋଲ୍‌ଡିଂ ଟିକସ

ଭୁବନେଶ୍ୱର, ୧୬ା୩ (ବ୍ୟୁରୋ):ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ବର୍ଦ୍ଧିତ ଟିକସ ଲାଗୁକୁ ବିଭିନ୍ନ ବର୍ଗରୁ ପ୍ରବଳ ବିରୋଧ ହେବା ପରେ ସରକାର ପଛଘୁଞ୍ଚା ଦେଇଛନ୍ତି। ବର୍ଦ୍ଧିତ ହୋଲ୍‌ଡିଂ ଟିକସ ଆଦାୟକୁ ସ୍ଥଗିତ ରଖାଯାଇଛି। ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୋମବାର କହିଛନ୍ତି। ୨୦୧୯ ବେଞ୍ଚ ମାର୍କ ଭାଲ୍ୟୁଏଶନକୁ ଆଧାର କରି ବିଏମ୍‌ସି ବର୍ଦ୍ଧିତ ଟିକସ ଲାଗୁ କରିଥିଲା। ଏହାକୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ହାଇକୋର୍ଟଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ ବର୍ଦ୍ଧିତ ଟିକସ ଆଦାୟ କରାଯିବ ନାହିଁ, ସେତେବେଳ ଯାଏ ପୂର୍ବ ଧାର୍ଯ୍ୟ ଟିକସ ଆଦାୟ କରାଯିବ ବୋଲି ମନ୍ତ୍ରୀ ଜେନା ସ୍ପଷ୍ଟ କରିଛନ୍ତି। ଏପରି କି ଯେଉଁମାନେ ବର୍ଦ୍ଧିତ ଟିକସ ପଇଠ କରିଛନ୍ତି, ସେମାନେ କିପରି ଟଙ୍କା ଫେରିପାଇବେ ସେନେଇ ସରକାର ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି। ସରକାରଙ୍କ ଏଭଳି ଘୋଷଣା ପରେ ମହାନଗରବାସୀଙ୍କୁ ଆଶ୍ୱସ୍ତି ମିଳିଛି।
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ଭୁବନେଶ୍ୱର ଜମିର ୨୦୧୯ ବେଞ୍ଚ ମାର୍କ ଭାଲ୍ୟୁଏଶନକୁ ଆଧାର କରି ବିଏମ୍‌ସି ପକ୍ଷରୁ ବର୍ଦ୍ଧିିତ ହୋଲ୍‌ଡିଂ ଟିକସ ଆଦାୟ କରିବାକୁ ଘୋଷଣା କରାଯାଇଥିଲା। ଏପରି କି ଏହା ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପାଇଁ ଅଲଗା ଅଲଗା କରାଯାଇଥିଲା। ପୂର୍ବ ଦର ଅପେକ୍ଷା ବର୍ଦ୍ଧିତ ଟିକସ ବହୁ ଗୁଣା ଅଧିକ ହୋଇଥିବାରୁ ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା। ରାଜଧାନୀବାସୀଙ୍କ ମତାମତ ଲୋଡ଼ା ନ ଯାଇ ମନଇଚ୍ଛା ଟିକସ ଧାର୍ଯ୍ୟ କରାଯାଇଥିବା ଅଭିଯୋଗ ହୋଇଥିଲା। ବିଏମ୍‌ସିର ଏଭଳି ଏକଚାଟିଆ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ମାମଲା ହୋଇଥିଲା। ଉକ୍ତ ମାମଲା ଏବେ ବିଚାରାଧୀନ ରହିଛି। ବିରୋଧୀ କଂଗ୍ରେସ ଓ ଭାଜପା ଏହି ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଥିଲେ। ବର୍ଦ୍ଧିତ ହୋଲ୍‌ଡିଂ ଟିକସ ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ ଆନ୍ଦୋଳନକୁ ଜୋର୍‌ଦାର କରାଯିବ ବୋଲି ଉଭୟ ଦଳ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଏପରି କି ସୋମବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବିଏମ୍‌ସି ଅଫିସ ଘେରାଉ କରିବା ସହ ଧାରଣା ଦେଇଥିଲେ। ବେଞ୍ଚମାର୍କ ଭାଲ୍ୟୁଏଶନରେ ଜମିର ମୂଲ୍ୟ ତୁଳନାରେ ବିଏମ୍‌ସି ବହୁ ଅଧିକ ହୋଲ୍‌ଡିଂ ଟିକସ ଆଦାୟ କରୁଛି। ଏହାଦ୍ୱାରା ଗରିବ ଏବଂ ମଧ୍ୟମ ବର୍ଗର ଲୋକମାନେ ଯେପରି ଆଉ ଭୁବନେଶ୍ୱରରେ ଘର କରି ରହିପାରିବେ ନାହିଁ। କେବଳ ପୁଞ୍ଜିପତି ଏବଂ ଧନିକ ଶ୍ରେଣୀ ଲୋକମାନେ ବସବାସ କରିବେ ବୋଲି ନିରଞ୍ଜନ କହିଥିଲେ।
ରାଜସ୍ବ ବୃଦ୍ଧି ନାମରେ ବର୍ଦ୍ଧିତ ଟିକସ ଆଦାୟ କରିବା ପାଇଁ ବିଏମ୍‌ସି ବିଭିନ୍ନ ସମୟରେ ଉଦ୍ୟମ ଜାରି ରଖିଥିଲା। ଏପରି କି ନିୟମିତ ହୋଲ୍‌ଡିଂ ଟିକସ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗତ ୧୨ତାରିଖରେ ବିଏମ୍‌ସି ଡେପୁଟି କମିଶନର(ରାଜସ୍ବ) ମହାନଗର ନିଗମର ସମସ୍ତ ଜୋନାଲ ଡେପୁଟି କମିଶନରଙ୍କୁ ଚିଠି କରିଥିଲେ। ବହୁ ଲୋକ ହୋଲ୍‌ଡିଂ ଟିକସ ଦେଇ ନାହାନ୍ତି, ତେଣୁ ସେମାନଙ୍କ ବିରୋଧରେ ଯଥାଶୀଘ୍ର ଓଡ଼ିଶା ପବ୍ଲିକ ଡିମାଣ୍ଡ ରିକଭର(ଓପିଡିଆର) ଆକ୍ଟ ଅନୁଯାୟୀ ସାର୍ଟିଫିକେଟ କେସ୍‌ ରୁଜୁ କରାଯାଉ। ସେହିପରି ଯେଉଁମାନଙ୍କ ବିରୋଧରେ ସାର୍ଟିଫିକେଟ କେସ୍‌ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି, ସେମାନଙ୍କ କୋଠାଗୁଡିକୁ ସିଲ୍‌ କରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ରାଜସ୍ବ କ୍ଷତି ରୋକିବାକୁ ଏପରି ନିର୍ଦ୍ଦେଶ ଦିଆଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଥିଲା। ବିଏମ୍‌ସିର ଏହି ନିର୍ଦ୍ଦେଶନାମାକୁ ନେଇ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେବା ପରେ ରବିବାର ବିଏମ୍‌ସି ପକ୍ଷରୁ ସଫେଇ ଦିଆଯାଇ ବଡ଼ ବଡ଼ ଟିକସ ଖିଲାପକାରୀଙ୍କ ବିରୋଧରେ ଓପିଡିଆର୍‌ ଆକ୍ଟ ଅନୁଯାୟୀ ସାର୍ଟିଫିକେଟ କେସ୍‌ କରାଯିବା ଏକ ନିୟମିତ ପ୍ରକ୍ରିୟା। ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଜୋନାଲ୍‌ ଡେପୁଟି କମିଶନରଙ୍କୁ ଚିଠି କରାଯାଇଛି। ଏଥିରେ କୌଣସି ବ୍ୟକ୍ତିଗତ ଘର ବିରୋଧରେ କେସ୍‌ କରାଯାଏ ନାହିଁ। ତେଣୁ ଜନସାଧାରଣ ଅଯଥାରେ ଭୟଭୀତ ହେବା ଠିକ୍‌ ନୁହେଁ ବୋଲି ବିଏମ୍‌ସି ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri