Posted inଜାତୀୟ

ପ୍ରଯୁକ୍ତିକୁ ଅସ୍ତ୍ର କରିବା ବନ୍ଦ ହେଉ

ନୂଆଦିଲ୍ଲୀ,୨।୧(ପି.ଟି.): ଅତ୍ୟାବଶ୍ୟକ ସରକାରୀ ସେବାରେ ଆଧାର ନମ୍ବର ବ୍ୟବହାର ଜରୁରୀ ନୁହେଁ ବୋଲି ସୁପ୍ରିମକୋର୍ଟ ଗତବର୍ଷ ମାର୍ଚ୍ଚରେ ରାୟ ଦେଇଥିଲେ। ଏହା ସତ୍ତ୍ୱେ କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଅଧିନିୟମ (ଏମ୍‌ଜିଏନ୍‌ଆର୍‌ଇଜିଏ)ରେ ମଜୁରି ପୈଠ ପାଇଁ ଆଧାରଭିତ୍ତିକ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧୀ ଦଳ କଂଗ୍ରେସ ନିନ୍ଦା କରିବା ସହ ପ୍ରଯୁକ୍ତି ବିଶେଷକରି ଆଧାରକୁ ଅସ୍ତ୍ର କରାଯିବା ବନ୍ଦ ହେଉ ବୋଲି କହିଛି। ଏହାଦ୍ୱାରା ବହୁ ଗରିବ ଭାରତୀୟ ସାମାଜିକ କଲ୍ୟାଣ ସୁବିଧାରୁ ବଞ୍ଚତ୍ତ ହେବେ ବୋଲି ବିରୋଧୀ ଦଳ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍‌ଜିଏନ୍‌ଆର୍‌ଇଜିଏକୁ ଅବହେଳା କରିଆସୁଥିବାବେଳେ ଏଥିରୁ ହିତାଧିକାରୀମାନଙ୍କୁ ବାଦ୍‌ ଦେବା ପାଇଁ ପ୍ରଯୁକ୍ତିକୁ ଅସ୍ତ୍ର ଭାବେ ବ୍ୟବହାର କରିବାରେ ଏକାଧିକ ଡିଜାଇନ୍‌ର ପ୍ରୟୋଗ କରିଛନ୍ତି।
କଂଗ୍ରେସର ଯୋଗାଯୋଗ ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ଆଧାର ଭିତ୍ତିକ ପେମେଣ୍ଟ ବ୍ୟବସ୍ଥା (ଏବିପିଏସ୍‌) ଜରିଆରେ ଏମ୍‌ଜିଏନ୍‌ଆର୍‌ଇଜିଏ ମଜୁରି ପ୍ରଦାନକୁ ବାଧ୍ୟତାମୂଳକ କରିବା ଲାଗି ଥିବା ସମୟସୀମାକୁ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟ ପଞ୍ଚମ ଥରରେ ୨୦୨୩ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଇଥିଲେ। ଦେଶରେ ମୋଟ ୨୫.୬୯ କୋଟି ଏମ୍‌ଜିଏନ୍‌ଆର୍‌ଇଜିଏ ଶ୍ରମିକ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୪.୩୩ କୋଟିଙ୍କୁ ସକ୍ରିୟ ବିବେଚନା କରାଯାଉଛି। ଡିସେମ୍ବର ୨୭ ସୁଦ୍ଧା ମୋଟ ପଞ୍ଜୀକୃତ ଶ୍ରମିକଙ୍କ ମଧ୍ୟରୁ ୩୪.୮ ପ୍ରତିଶତ (୮.୯ କୋଟି) ଏବଂ ସକ୍ରିୟ ଶ୍ରମିକଙ୍କ ମଧ୍ୟରୁ ୧୨.୭ ପ୍ରତିଶତ (୧.୮ କୋଟି ) ଏବିପିଏସ୍‌ରେ ମଜୁରି ପାଇବାକୁ ଯୋଗ୍ୟ ବିବେଚିତ ହୋଇ ନ ଥିବା ଜୟରାମ କହିଛନ୍ତି।
ଏମ୍‌ଜିଏନ୍‌ଆର୍‌ଇଜିଏ ମଜୁରି ପୈଠ ପାଇଁ ଏବିପିଏସ୍‌ ବ୍ୟବହାରରେ ବହୁ ଚ୍ୟାଲେଞ୍ଜ ରହିଥିବା ଶ୍ରମିକଙ୍କଠାରୁ ଆରମ୍ଭ କରି ଆଇନଜୀବୀ ଓ ଗବେଷକ ଅଭିଯୋଗ କରିବା ସତ୍ତ୍ୱେ କେନ୍ଦ୍ର ସରକାର ପ୍ରଯୁକ୍ତିକୁ ନେଇ ଧ୍ୱଂସାତ୍ମକ ପ୍ରୟୋଗ ଜାରି ରଖିଛନ୍ତି। ଦେଶର କୋଟି କୋଟି ଗରିବଙ୍କୁ ମୌଳିକ ଆୟରୁ ବଞ୍ଚତ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହା ନିଷ୍ଠୁର ନବବର୍ଷ ଉପହାର ବୋଲି ଜୟରାମ ଅଭିଯୋଗ କରିଛନ୍ତି।
ଗତ ଅଗଷ୍ଟ ୩୦ରେ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟ ଏକ ବିବୃତିରେ କହିଥିଲା, ଏବିପିଏସ୍‌ ପାଇଁ ଅଯୋଗ୍ୟ ବିବେଚିତ ହେଉଥିବା ଶ୍ରମିକଙ୍କ ଜବ୍‌ କାର୍ଡକୁ କାଟିଦିଆଯିବ ନାହିଁ। ମଜୁରି ପୈଠ କରିବାରେ ଏବିପିଏସ୍‌ ସବୁଠୁ ଭଲ ଉପାୟ ବୋଲି ବିଭିନ୍ନ ଷ୍ଟେକ୍‌ହୋଲ୍ଡର ପରାମର୍ଶ ଦେଇଥିବା ମନ୍ତ୍ରଣାଳୟ କହିଥିଲା। ଏହାଦ୍ୱାରା ଶ୍ରମିକମାନେ ଠିକ୍‌ ସମୟରେ ସେମାନଙ୍କ ମଜୁରି ପାଇବେ ବୋଲି କୁହାଯାଇଥିଲା। କିନ୍ତୁ ୨୦୨୨ ଏପ୍ରିଲରୁ ଇତିମଧ୍ୟରେ ସିଷ୍ଟମରୁ ୭.୬ କୋଟି ପଞ୍ଜୀକୃତ ଶ୍ରମିକଙ୍କ ନାଁ କାଟିଦିଆଗଲାଣି। ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ୯ ମାସରେ ୧.୯ କୋଟି ପଞ୍ଜୀକୃତ ଶ୍ରମିକ ବାଦ୍‌ ପଡ଼ିଛନ୍ତି। ମୋଦି ସରକାର ତରବରିଆ ଭାବେ ଆଧାର ପ୍ରମାଣୀକରଣ ଏବଂ ଏବିପିଏସ୍‌ ଲାଗୁ କରିବା ଫଳରେ ଭୁଲ୍‌କ୍ରମେ ଏତେସଂଖ୍ୟାରେ ଶ୍ରମିକଙ୍କ ନାଁ କିଣାଯାଇଥିବା ତଳସ୍ତରରୁ ହୋଇଥିବା ଯାଞ୍ଚରୁ ଜଣାପଡ଼ିଛି ବୋଲି କଂଗ୍ରେସ ନେତା କହିଛନ୍ତି। ଏବିପିଏସ୍‌ ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିଗତ ହସ୍ତକ୍ଷେପ କାର୍ଯ୍ୟକାରୀ କରିବା ଉପରେ ବହୁସଂଖ୍ୟାରେ ପ୍ରତିନିଧି ଚିନ୍ତାବ୍ୟକ୍ତ କରିଥିଲେ ମଧ୍ୟ ମୋଦି ସରକାର ସେଥିପ୍ରତି କର୍ଣ୍ଣପାତ କରୁନାହାନ୍ତି।
ଏବିପିଏସ୍‌ରେ ମଜୁରି ପୈଠ ସାମର୍ଥ୍ୟ ବଢ଼ିବ ବୋଲି ମନ୍ତ୍ରଣାଳୟ ଦାବି କରୁଥିବାବେଳେ ତାହା ନିରାଧାର ବୋଲି ଜଣାପଡ଼ିଛି। ଲିବ୍‌ଟେକ୍‌ ଇଣ୍ଡିଆ ତଥ୍ୟରେ ଏହାକୁ ସମ୍ପୂର୍ଣ୍ଣ ଖାରଜ କରିଦିଆଯାଇଛି। ଆକାଉଣ୍ଟ ପ୍ରକ୍ରିୟା ଏବଂ ଆଧାର ଭିତ୍ତିକ ପୈଠ ବ୍ୟବସ୍ଥାରେ ସମୟ ବ୍ୟୟରେ ବିଶେଷ କିଛି ପ୍ରାର୍ଥକ୍ୟ ନ ଥିବା ୩.୨ କୋଟି ମଜୁରି କାରବାରକୁ ଅନୁଧ୍ୟାନ କରାଯିବା ପରେ ଜଣାପଡ଼ିଥିବା ଜୟରାମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?