‘ସର୍ଭେ ନାମରେ ହିତାଧିକାରୀ ଆଧାରିତ ଯୋଜନା ବନ୍ଦ କର’

ଭୁବନେଶ୍ୱର,୫ା୫(ଅନିଲ ଦାସ): ଚଳିତ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ, ନିରପେକ୍ଷ ଓ ସ୍ବଚ୍ଛ କରିବା ପାଇଁ ଭାରତ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧିର ଅନୁପାଳନ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏ ସମ୍ପର୍କରେ ଶନିବାର ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ଭାରତ ନିର୍ବାଚନ କମିଶନଙ୍କ ନିିର୍ଦ୍ଦେଶନାମାରେ ନିର୍ବାଚନ ପରବର୍ତ୍ତୀ ହିତାଧିକାରୀ ଆଧାରିତ କଲ୍ୟାଣକାରୀ ଯୋଜନା ଘୋଷଣା, ନୂଆ ପ୍ରକଳ୍ପ କିମ୍ବା କାର୍ଯ୍ୟକ୍ରମ ଘୋଷଣା, କୌଣସି ପ୍ରକାର ଆର୍ଥିକ ଅନୁଦାନ କିମ୍ବା ରିହାତି ଘୋଷଣା, ଭିତ୍ତିପ୍ରସ୍ତର ସ୍ଥାପନ ଭଳି କାର୍ଯ୍ୟକୁ ନିଷିଦ୍ଧ କରାଯାଇଛି। ଏ ପ୍ରକାର ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ସମସ୍ତ ରାଜନୈତିକ ଦଳକୁ ସର୍ଭେ ନାମରେ ହିତାଧିକାରୀ ଆଧାରିତ ଯୋଜନା ପାଇଁ ଭୋଟର ନାମଲେଖା/ପଞ୍ଜୀକରଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରସ୍ତାବିତ ହିତାଧିକାରୀ ଯୋଜନା ପାଇଁ ବିଭିନ୍ନ ସର୍ଭେ ନାମରେ ଭୋଟରଙ୍କ ସବିଶେଷ ତଥ୍ୟ ସଂଗ୍ରହ କରୁଥିବା ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ କାର୍ଯ୍ୟକଳାପ ଉପରେ ନିର୍ବାଚନ କମିଶନ ସତର୍କ ଦୃଷ୍ଟି ଦେଇଛନ୍ତି। ଲୋକପ୍ରତିନିଧି ଅଧିନିୟମର ଧାରା ୧୨୩(୧) ଅନୁଯାୟୀ ଏହା ଏକପ୍ରକାର ପ୍ରରୋଚନା, ଯାହା ଦୁର୍ନୀତି ଅନ୍ତର୍ଭୁକ୍ତ। ସମସ୍ତ ଜାତୀୟ ତଥା ରାଜ୍ୟ ରାଜନୈତିକ ଦଳଗୁଡ଼ିକୁ ଭାରତ ନିର୍ବାଚନ କମିଶନ କୌଣସି ବିଜ୍ଞାପନ, ସର୍ଭେ, ଆପ୍‌ ମାଧ୍ୟମରେ ନିର୍ବାଚନ ପରବର୍ତ୍ତୀ ହିତାଧିକାରୀ ଆଧାରିତ ଯୋଜନା ପାଇଁ ପଞ୍ଜୀକରଣ କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ଆଇନଗତ ସର୍ବେକ୍ଷଣ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ପ୍ରୟାସ ମଧ୍ୟରେ ସୀମାକୁ ଅସ୍ପଷ୍ଟ କରୁଥିବା କାର୍ଯ୍ୟକଳାପଗୁଡ଼ିକୁ କମିଶନ ଧ୍ୟାନକୁ ନେଇଛନ୍ତି, ଯାହା ଛଦ୍ମ ଭାବରେ ଆଇନଗତ ସର୍ଭେ ମାଧ୍ୟମରେ ନିର୍ବାଚନରେ ଲାଭ ହାସଲ ପାଇଁ କରାଯାଉଛି। ଏଣୁ ଖବରକାଗଜ ବିଜ୍ଞାପନ ମାଧ୍ୟମରେ ଭୋଟରଙ୍କୁ ଯୋଜନାର ଲାଭ ଉଠାଇବା ପାଇଁ ପଞ୍ଜୀକରଣ କରିବାକୁ ମିସ୍‌ କଲ୍‌ କିମ୍ବା ଫୋନ୍‌ କଲ୍‌ କରିବାକୁ କୁହାଯିବା, ଏକ ଗ୍ୟାରେଣ୍ଟି/କାର୍ଡକୁ ସୂଚନାପତ୍ର ଭାବେ ପ୍ରଦାନ କରି ଭୋଟର ବିବରଣୀ ସଂଗ୍ରହ(ବ୍ୟକ୍ତିଗତ ବିବରଣୀ, ବୁଥ୍‌ ନଂ, ନିର୍ବାଚନ କ୍ଷେତ୍ର ନଂ. ଇତ୍ୟାଦି) କରାଯିବା, ସାମାଜିକ-ଅର୍ଥନୈତିକ ସର୍ଭେ ନାମରେ ଚାଲୁଥିବା ସରକାରୀ ଯୋଜନାର ଲାଭ ବିସ୍ତାର କରିବାକୁ ଯାଇ ଫର୍ମ ବଣ୍ଟନ କରାଯିବା ଏବଂ ଭୋଟର ବିବରଣୀ ସଂଗ୍ରହ କରାଯିବା, ରାଜନୈତିକ ଦଳମାନେ ଭୋଟରଙ୍କ ସବିଶେଷ ସୂଚନା ପାଇବାକୁ ପ୍ରାର୍ଥୀମାନେ ୱେବ୍‌ ପ୍ଲାଟ୍‌ଫର୍ମ/ ଆପସ୍‌କୁ ପ୍ରୋତ୍ସାହିତ କରିବା(ବ୍ୟକ୍ତିଗତ ଫାଇଦା କିମ୍ବା ଭୋଟରଙ୍କ ପସନ୍ଦ ପ୍ରକାଶ କରିବା ପାଇଁ ଏଥିରେ ବିକଳ୍ପ ଥାଇପାରେ କିମ୍ବା ନ ଥାଇପାରେ), ଖବରକାଗଜ ବିଜ୍ଞାପନ/ ଲିଖିତ ଫର୍ମ ମାଧ୍ୟମରେ ସାମ୍ପ୍ରତିକ ଲାଭ ଯୋଜନାରେ ପଞ୍ଜୀକରଣ ପାଇଁ ଭୋଟର ବିବରଣୀ ସଂଗ୍ରହ କରାଯିବାକୁ କମିଶନ ପକ୍ଷରୁ ବାରଣ କରାଯାଇଛି।

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନର ଉପରୋକ୍ତ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଭାରତ ନିର୍ବାଚନ କମିଶନ ସମସ୍ତ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନଙ୍କୁ ଆଦର୍ଶ ଆଚରଣ ବିଧିର ଅନୁପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି କୌଣସି କ୍ଷେତ୍ରରେ ଆଦର୍ଶ ଆଚରଣବିଧିର ଉଲ୍ଲଂଘନ ହୁଏ ତେବେ ଜିଲା ନିର୍ବାଚନ ଅଧିକାରୀମାନଙ୍କୁ ଏହା ଉପରେ ବିଧି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?