ଦୁଇ ମନ୍ଦିରରୁ ଚୋରି, କାଳି ମନ୍ଦିର ହୁଣ୍ଡିରୁ ୧ଲକ୍ଷ ଟଙ୍କା ସମେତ ସୁନା ଓ ରୂପା ଗହଣା ଗାଏବ

ରାୟଗଡା,୨୦।୫(ସ୍ବ.ପ୍ର): ରାୟଗଡା ଏସପି ବାସଗୃହ ନିକଟସ୍ଥ କାଳୀ ମନ୍ଦିରରୁ ଚୋରି ହୋଇଛି। ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ କାଳୀ ମନ୍ଦରି ମୁଖ୍ୟ ଦ୍ୱାରର ତାଲା ଭାଙ୍ଗି ଭିତରେ ପଶିଥିଲେ। ଭିତରେ ପଶି ପ୍ରବେଶ ଦ୍ୱାରରେ ରହିଥିବା ହୁଣ୍ଡିର ତାଲା ଭାଙ୍ଗି ସେଥିରୁ ସମସ୍ତ ନୋଟ୍‌ ଓ କଏନ ସବୁ ଚୋରି କରିନେଇଛନ୍ତି । ଆନୁମାନିକ ପ୍ରାୟ ୧ ଲକ୍ଷ ଟଙ୍କା ସମେତ ସୁନା ଓ ରୂପା ଗହଣା ମଧ୍ୟ ହୁଣ୍ଡିରୁ ଚୋରି ହୋଇଥିବା କାଳୀ ମନ୍ଦିର କମିଟି ସଭାପତି ଦିଲିପ ପଟ୍ଟନାୟକ କହିଛନ୍ତି । ସେହିଭଳି ଗୌତମ ନଗର ସ୍ଥିତ ଶିବ ମନ୍ଦିରରୁ ମଧ୍ୟ ଏକ ମାସ ବ୍ୟବଧାନରେ ପୁଣି ଥରେ ଚୋରି ହୋଇଥିବା ଜଣାପଡିଛି । ମନ୍ଦିରରେ ରହିଥିବା ସ୍ଥାୟୀ ହୁଣ୍ଡିକୁ ଦୁର୍ବୃତ୍ତ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ଭାଙ୍ଗି ପାରି ନ ଥିଲେ। ତେବେ ସେଠାରେ ରହିଥିବା ଅନ୍ୟ ଏକ ଷ୍ଟିଲ ହୁଣ୍ଡିଟିକୁ ଭାଙ୍ଗି ସେଥିରୁ ପ୍ରାୟ ୨ହଜାର ଟଙ୍କା ଚୋରି କରିନେଇଥିବା ମନ୍ଦିର ପୂଜକ ପ୍ରକାଶ କରିଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଏସପିଙ୍କ ବାସଭବନ ପାର୍ଶ୍ୱରେ କାଳୀ ମନ୍ଦିର ରହିଥିବା ବେଳେ ଉକ୍ତ ଛକ ଉପରେ ଲାଗିଥିବା ୩ଟି ସିସି କ୍ୟାମେରା ଶୁକ୍ରବାର ରାତି ଠାରୁ ଅଚଳ ରହିଛି ବୋଲି ପୋଲିସ ସୂଚନା ଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ପୋଲିସ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ତିନି ତିନିଟି ମନ୍ଦିରରୁ ଲୁଟ୍‌, ରାତି ପାହିଲା ବେଳକୁ…

ଗଞ୍ଜାମ, ୨୨।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଗୋଟିଏ ରାତିରେ ତିନୋଟି ମନ୍ଦିରରୁ ସଙ୍ଘବଦ୍ଧ ଲୁଟ୍ ହୋଇଥିବା ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତିରେ…

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

ଗାଡ଼ି ଅଟକାଇ ମାଡ଼ ମାରିବା ମାମଲା: ୩ ଅଭିଯୁକ୍ତ ଜେଲ୍ ଗଲେ, ଜଣେ ଗିରଫ ଓ ୨ ଆତ୍ମସମର୍ପଣ

ବଞ୍ଚୋ,୨୨।୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅଧୀନ ଦେଓଗାଁ ଅଞ୍ଚଳରେ ଘଟିଥିବା ଗାଡ଼ି ଅଟକାଇ ମାଡ଼ ମାରିବା ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଏହି…

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

ଆକାଉଣ୍ଟଧାରୀ ସାବଧାନ! ୨୫ ସେପ୍ଟେମ୍ୱର ସୁଦ୍ଧା ସାରନ୍ତୁ ବ୍ୟାଙ୍କ୍‌ କାମ, ନହେଲେ ଉଠାଇପାରିବେନି ଟଙ୍କା?

ନୂଆଦିଲ୍ଲୀ,୨୨।୮: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡ଼ିତ କୌଣସି ଜରୁରୀ କାର୍ଯ୍ୟ ବାକି ଅଛି, ତେବେ ତାହାକୁ ଯଥାଶୀଘ୍ର ସାରିଦେବା ହିଁ ଆପଣଙ୍କ ପାଇଁ ଲାଭଦାୟକ ହେବ।…

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ସାଂସଦ ନବ ଚରଣ ମାଝୀ ମଙ୍ଗଳବାର…

ନୂଆ ଛାତ୍ରୀଛାତ୍ରଙ୍କୁ ସ୍ବାଗତ: ପ୍ରତିଭା ବିକାଶ ଉପରେ ଗୁରୁତ୍ୱ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ନବାଗତ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?