Posted inଖେଳ

ତୃତୀୟ ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି ଷ୍ଟୋକ୍ସ

ମାଞ୍ଚେଷ୍ଟର, ୨୩।୭(ପି.ଟି.)-  ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ କ୍ରିକେଟ ଟେଷ୍ଟ ଶୁକ୍ରବାରଠାରୁ ଆରମ୍ଭ ହେବ। ୩ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ ସ୍ଥିତିରେ ରହିଛି। ଓ୍ବେଷ୍ଟଇଣ୍ଡିଜ ସାଉଥାମ୍ପଟନ ଟେଷ୍ଟ ଜିତିଥିବାବେଳେ ଇଂଲଣ୍ଡ ମାଞ୍ଚେଷ୍ଟରରେ ବିଜୟ ହାସଲ କରିଛି। ତେଣୁ ତୃତୀୟ ଟେଷ୍ଟରେ ସିରିଜ ନିର୍ଣ୍ଣୟ ହେବ। ଇଂଲଣ୍ଡ ପାଇଁ ଚଳିତ ସିରିଜରେ ସବୁଠାରୁ ପ୍ରଭାବୀ ପ୍ରଦର୍ଶନ କରିଥିବା ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ତୃତୀୟ ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି। ରୋଟେଶନ ପଦ୍ଧତିରେ ଷ୍ଟୋକ୍ସଙ୍କୁ ସାମିଲ କରାଯିବା ଯୋଜନା ରହିଥିବା ସୂଚନା ଦେଇଛନ୍ତି କୋଚ୍‌ କ୍ରିସ୍‌ ସିଲଭରଉଡ୍‌। ଷ୍ଟୋକ୍ସ ଦ୍ୱିତୀୟ ଟେଷ୍ଟର ଦୁଇ ଇନିଂସରେ ଯଥାକ୍ରମେ ୧୭୬ ଓ ୭୮* ରନ କରିଥିବାବେଳେ ୩ଟି ଉଇକେଟ ହାସଲ କରିଥିଲେ। ଏହି ମ୍ୟାଚରେ ଇଂଲଣ୍ଡର ୧୧୩ ରନରେ ବିଜୟରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସାମ୍ପ୍ରତିକ ପ୍ରଦର୍ଶନ ତାଙ୍କୁ ଆଇସିସି ଅଲରାଉଣ୍ଡର ର଼୍ୟାଙ୍କିଙ୍ଗ୍‌ର ନମ୍ବରଓ୍ବାନ ସ୍ଥାନରେ ମଧ୍ୟ ପହଞ୍ଚାଇ ଦେଇଛି। ”ବର୍ତ୍ତମାନ ଷ୍ଟୋକ୍ସ କିପରି ପ୍ରଦର୍ଶନ କରୁଛନ୍ତି ତାହା ସମସ୍ତେ ଜାଣନ୍ତି। ମାତ୍ର ଆମେ ରୋଟେଶନ କଥା ଚିନ୍ତା କରୁଛୁ। ଗତ ମ୍ୟାଚ ଗୁଡ଼ିକରେ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେ ଯଦି ସମ୍ପୂର୍ଣ୍ଣ ଫିଟ୍‌ ଓ ସୁସ୍ଥ ଥିବେ ତେବେ ଖେଳିବେ, ନଚେତ ଆମେ ରୋଟେଶନ କଥା ଚିନ୍ତା କରିବୁ“ ବୋଲି ସିଲଭରଉଡ୍‌ ପ୍ରକାଶ କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ୟ ଟେଷ୍ଟ ପରେ ପାକିସ୍ତାନ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ ଇଂଲଣ୍ଡ। ଅଗଷ୍ଟ ୫ରୁ ଏହା ଆରମ୍ଭ ହେବ। ଇଂଲଣ୍ଡ ପ୍ରଥମ ଟେଷ୍ଟରେ ଜେମ୍ସ ଆଣ୍ଡରସନ, ଜୋଫ୍ରା ଆର୍ଚର ଓ ମାର୍କ ଉଡ୍‌ଙ୍କୁ ଖେଳାଇଥିବାବେଳେ ଦ୍ୱିତୀୟ ଟେଷ୍ଟ ପାଇଁ ଷ୍ଟୁଆର୍ଟ ବ୍ରଡ୍‌, କ୍ରିସ୍‌ ଓ୍ବକ୍ସ ଓ ସାମ୍‌ କୁରାନଙ୍କୁ ସାମିଲ କରିଥିଲା। ବର୍ତ୍ତମାନ ଦଳରେ ୬-୭ ଜଣ ଦ୍ରୁତ ବୋଲର ଥିବାରୁ ସିଲଭରଉଡ୍‌ ଚୟନ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ତେବେ ତୃତୀୟ ଟେଷ୍ଟ ପାଇଁ ଯେପରି ବୋଲିଂ ଆକ୍ରମଣ ଶକ୍ତିଶାଳୀ ହୋଇପାରିବ ତା ଉପରେ ଧ୍ୟାନ ଦିଆଯିବ ବୋଲି କୋଚ୍‌ କହିଛନ୍ତି। ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିବା ସତ୍ତ୍ୱେ ସ୍ପିନର ଡୋମିନିକ୍‌ ବେସ୍‌ ଓ ଉଇକେଟ କିପର ଜୋସ୍‌ ବଟଲର ତୃତୀୟ ଟେଷ୍ଟ ପାଇଁ ସ୍ଥାନ ବଜାୟ ରଖିବେ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଫିଟ୍‌ ରହିଲେ ବିଶ୍ୱକପ୍‌ର ସମସ୍ତ ମ୍ୟାଚ୍‌ ଖେଳିବି’

ଲଣ୍ଡନ,୧୬ା୬(ପିଟି): ଅଷ୍ଟ୍ରେଲିଆ ଦଳ ଚଳିତ ବିଶ୍ୱକପ୍‌ରେ ୫ ମ୍ୟାଚ୍‌ରୁ ୪ ବିଜୟ ସହ ସର୍ବାଧିକ ୮ ପଏଣ୍ଟ ଅର୍ଜନ କରି ଶୀର୍ଷରେ ରହିଛି। ଏଭଳି ସ୍ଥିତିରେ...

ଟି୧୦ ଲିଗ୍‌ରେ ୨୩ ବଲରେ ଖେଳିଲେ ୭୭ ରନ୍‌ର ବିସ୍ଫୋରକ ପାଳି

ଆବୁଧାବି,୨୮।୧୧: ଚଳିତ ଆବୁଧାବି ଟି୧୦ ଲିଗ୍‌ରେ ଶନିବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ନର୍ଦନ ଓ୍ବାରିଅର୍ସ ପାଇଁ ଖେଳୁଥିବା ମୋଇନ ଅଲି ମାତ୍ର ୨୩ ବଲରେ ଖେଳିଥିଲେ...

ଜାତୀୟ ରୋଲ୍‌ବଲ ଚାମ୍ପିୟନଶିପ୍‌ ପ୍ରଥମଥର ପାଇଁ କ୍ୱାର୍ଟରରେ ଓଡ଼ିଶା

ଭୁବନେଶ୍ୱର, ୩୧।୧୨(କ୍ରୀଡ଼ା ପ୍ରତିନିଧି)- ଆସାମର ଗୁଆହାଟୀଠାରେ ଚାଲିଥିବା ୧୩ତମ ଜାତୀୟ ରୋଲ୍‌ବଲ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶା ଦଳ ଚମତ୍କାର ପ୍ରଦର୍ଶନ କରିଛି। ପ୍ରଥମଥରପାଇଁ ଦଳ କ୍ୱାର୍ଟର ଫାଇନାଲରେ...

ସ୍ବାଗତିକା ରଥଙ୍କ ଅବସର

ଭୁବନେଶ୍ୱର,୩ା୫ (ସ୍ପୋଟର୍‌ସ ବ୍ୟୁରୋ): ଅନ୍ତର୍ଜାତୀୟ ମହିଳା କ୍ରିକେଟରେ ଭାରତର ପ୍ରତିନିଧିତ୍ୱ କରିଥିବା ଓଡ଼ିଶା ଖେଳାଳି ସ୍ବାଗତିକା ରଥ ଅବସର ଘୋଷଣା କରିଛନ୍ତି। ଓଡ଼ିଶା ଓ ରେଲଓ୍ବେଜ୍‌...

ରିଚର୍ସ ଆର୍ଟିକିଲ ପଢିବା ସହ ପରିବାରକୁ ସମୟ ଦେଉଛନ୍ତି ଶୁଭକାନ୍ତ

କଟକ ଅଫିସ,୧୫ା୪- ରାଜ୍ୟ ସିନିୟର କ୍ରିକେଟ ଦଳର ଫିଜିଓ ହେଲେ ଶୁଭକାନ୍ତ ସାହୁ। ୨୦୧୧ ମସିହାରୁ ରାଜ୍ୟ ସିନିୟର ଖେଳାଳିଙ୍କ ଫିଟ୍‌ନେସ ଭାର ଶୁଭକାନ୍ତଙ୍କ କାନ୍ଧରେ।...

ମେରୀ କମ୍‌ ନିରୀକ୍ଷଣ କମିଟି ମୁଖ୍ୟ

ନୂଆଦିଲ୍ଲୀ,୨୪ା୧:ଭାରତୀୟ ବକ୍ସିଂ କିମ୍ବଦନ୍ତୀ ଏମ୍‌ସି ମେରୀ କମ୍‌ଙ୍କୁ ୫ ଜଣିଆ ନିରୀକ୍ଷଣ କମିଟିର ମୁଖ୍ୟ ଭାବେ ନିଯୁକ୍ତ କରିଛି କ୍ରୀଡ଼ା ମନ୍ତ୍ରଣାଳୟ। ଭାରତୀୟ କୁସ୍ତିଯୋଦ୍ଧା ସଂଘ...

କୋହଲିଙ୍କୁ ନେଇ ପାରସ୍ପରିକ ଝଗଡା କଲେ ଭାରତ-ପାକିସ୍ତାନର ଦୁଇ ଖେଳାଳି

ନୂଆଦିଲ୍ଲୀ,୭।୧୦: ଅକ୍ଟୋବର ୨୪ରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦ ବିଶ୍ୱକପ ମ୍ୟାଚ ଖେଳାଯିବ। ଏହି ହାଇ ପ୍ରୋଫାଇଲ ମ୍ୟାଚ ପୂର୍ବରୁ ଭାରତ ଏବଂ...

୨୦୨୨ ଆଇପିଏଲ୍‌ ପୂର୍ବରୁ ଆର୍‌ସିବିର ବଡ଼ ଘୋଷଣା

ବାଙ୍ଗାଲୋର,୯।୧୧: ୨୦୨୨ ଆଇପିଏଲ୍‌ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ପକ୍ଷରୁ କୋଚ୍‌ ପଦ ନେଇ ବଡ଼ ଘୋଷଣା କରାଯାଇଛି। ମଙ୍ଗଳବାର ଆରିସିବି ଆଗାମୀ ଦୁଇ ବର୍ଷ...

Advertisement
Archives

Model This Week