Posted inଖେଳ

୧୪ ବର୍ଷ ପରେ ପ୍ରଥମ ଇଂଲଣ୍ଡ ଖେଳାଳି ଭାବେ ଏହି ସଫଳତା ପାଇଲେ ଷ୍ଟୋକ୍ସ

ଦୁବାଇ,୨୧।୭(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଇଂଲଣ୍ଡ ବେନ୍‌ ଷ୍ଟୋକ୍ସ ଶ୍ରେଷ୍ଠ ଅଲରାଉଣ୍ଡର ବିବେଚିତ ହୋଇଛନ୍ତି। ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡରଙ୍କୁ ପଛରେ ପକାଇ ସେ ଅଲରାଉଣ୍ଡର ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଏଥିସହିତ ସେ ବ୍ୟାଟିଂ ତାଲିକାରେ କ୍ୟାରିୟର ଶ୍ରେଷ୍ଠ ତୃତୀୟ ସ୍ଥାନ ମଧ୍ୟ ଅଧିକାର କରିଛନ୍ତି। ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଦମ୍‌ଦାର ପ୍ରଦର୍ଶନ କରି ଇଂଲଣ୍ଡକୁ ବଜୟୀ କରାଇବା ସହ ଷ୍ଟୋକ୍ସ ଏହି ସଫଳତା ହାସଲ କରିଛନ୍ତି।
ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଷ୍ଟୋକ୍ସ ୫୪ ରେଟିଂ ପଏଣ୍ଟରେ ହୋଲ୍ଡରଙ୍କଠାରୁ ପଛରେ ରହିଥିଲେ। ତେବେ ୧୭୬ ରନର ଶତକୀୟ ଓ ଅପରାଜିତ ୭୮ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିବା ପରେ ଷ୍ଟୋକ୍ସ ଏବେ ୩୮ ପଏଣ୍ଟ ଆଗରେ ରହିଛନ୍ତି। ଷ୍ଟୋକ୍ସ ମଧ୍ୟ ଏହି ମ୍ୟାଚ୍‌ରେ ୩ ଉଇକେଟ ଅକ୍ତିଆର କରିଥିଲେ। ଇଂଲଣ୍ଡ ୧୧୩ ରନରେ ବିଜୟ ହାସଲ କରି ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜକୁ ୧-୧ ସମାନ ସ୍ଥିତିକୁ ଆଣିଛି। ଏଥିସହିତ ଷ୍ଟୋକ୍ସ ହୋଲ୍ଡରଙ୍କ ଦୀର୍ଘ ୧୮ ମାସର ଆଧିପତ୍ୟକୁ ଶେଷ କରିଛନ୍ତି। ୨୦୦୬ ପରେ ପ୍ରଥମ ଇଂଲଣ୍ଡ ଖେଳାଳିଭାବେ ଷ୍ଟୋକ୍ସ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ପୂର୍ବରୁ ଏହି ବର୍ଷ ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ୍‌ ଇଂଲଣ୍ଡର ଶେଷ ଖେଳାଳିଭାବେ ଟେଷ୍ଟ ଅଲରାଉଣ୍ଡର ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ପୂର୍ବପରି ତୃତୀୟ ସ୍ଥାନ ବଜାର ରଖିଛନ୍ତି। ସେହିପରି ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ଚତୁର୍ଥ ଓ ଭାରତର ରବିଚନ୍ଦ୍ରନ ଅଶ୍ୱିନ୍‌ ପଞ୍ଚମ ସ୍ଥାନରେ ରହିଛନ୍ତି।
ବ୍ୟାଟିଂ ତାଲିକାରେ ଅଷ୍ଟ୍ରେଲିଆ ମାର୍ନସ ଲାବୁସେନଙ୍କ ସହିତ ଯୁଗ୍ମ ଭାବେ ଷ୍ଟୋକ୍ସ ତୃତୀୟ ସ୍ଥାନରେ ରହିଛନ୍ତି। ଷ୍ଟିଭେନ୍‌ ସ୍ମିଥ୍‌ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ନ୍ୟୁଜିଲାଣ୍ଡର କେନ୍‌ ଓ୍ବିଲିୟମସନ ଚତୁର୍ଥ ଓ ପାକିସ୍ତାନର ବାବର ଆଜମ ପଞ୍ଚମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ନବମ ଓ ଓପନର ଡୋମିନିକ୍‌ ସିବ୍‌ଲେ ୨୯ଟି ସ୍ଥାନ ଉପରକୁ ଉଠି କ୍ୟାରିୟର ଶ୍ରେଷ୍ଠ ୩୫ତମ ସ୍ଥାନ ଅଧିକାର କରିଛନ୍ତି। ଭାରତ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେ ଗୋଟିଏ ଲେଖାଏ ସ୍ଥାନ ତଳକୁ ଖସି ଯଥାକ୍ରମେ ଅଷ୍ଟମ ଓ ନବମ ସ୍ଥାନ ଅଧିକାର କରିଛନ୍ତି।
ଅପରପକ୍ଷରେ ବୋଲିଂ ତାଲିକାରେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍‌ ଟପ୍‌-୧୦କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦୁଇଟି ଇନିଂସରେ ୩ଟି ଲେଖାଏ ଉଇକେଟ ଅକ୍ତିଆର କରି ସେ ୧୦ମ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାଇରାଲ ହେଉଛି ଭାରତନାଟ୍ୟମ ଷ୍ଟାଇଲର ବୋଲିଂ ଭିଡିଓ

ନୂଆଦିଲ୍ଲୀ, ୧୭।୧ : ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ (ଯୁବି) ଇନ୍‌ଷ୍ଟାଗ୍ରାମରେ ବିଭିନ୍ନ ପ୍ରକାର ଭିଡିଓ ଶେୟାର କରନ୍ତି। ମଜାଳିଆ ହେଉ କି, ପ୍ରେରଣାଦାୟକ...

ଆରମ୍ଭରୁ ସିଏସ୍‌କେକୁ ୫୦ ଭୋଲ୍ଟର ଝଟ୍‌କା

ଦୁବାଇ,୧୯।୯: ଚଳିତ ଆଇପିଏଲ ସିଜନର ଦ୍ୱିତୀୟ ପର୍ଯ୍ୟାୟ ରବିବାରଠାରୁ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ଆରମ୍ଭରୁ ଚେନ୍ନାଇ...

ଇଷ୍ଟବେଙ୍ଗଲକୁ ହରାଇଲା ଏଟିକେ ମୋହନବାଗାନ

ଭାସ୍କୋର, ୨୮।୧୧- ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଷ୍ଟବେଙ୍ଗଲ ଓ ଏଟିକେ ମୋହନବାଗାନ ମଧ୍ୟରେ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ)ର ସବୁଠାରୁ ପ୍ରତୀକ୍ଷିତ ମ୍ୟାଚ ଶୁକ୍ରବାର ଆୟୋଜିତ ହୋଇ...

ଆହତ ଓ୍ବାର୍ନର ପ୍ରଥମ ଟେଷ୍ଟ ଖେଳିପାରିବେନି: ବନର୍‌ସ-ପୁକୋଭସ୍କି ଇନିଂସ ଓପନ କରିପାରନ୍ତି

କାନବେରା, ୨।୧୨(ପି.ଟି.)- ଉରୁସନ୍ଧିଆ ଆଘାତ ଜନିତ ସମସ୍ୟା ଯୋଗୁ ଡେଭିଡ ଓ୍ବାର୍ନର ଭାରତ ବିପକ୍ଷ ଅବଶିଷ୍ଟ ସୀମିତ ଓଭର କ୍ରିକେଟ ମ୍ୟାଚ ସହିତ ଅତିକମ୍‌ରେ ପ୍ରଥମ...

ଚା’ ପାନ ସୁଦ୍ଧା ଦକ୍ଷିଣ ଆଫ୍ରିକା ୨୬/୪

ରାଞ୍ଚି,୨୧।୧୦- ଏଠାରେ ଚାଲିଥିବା ତୃତୀୟ ଟେଷ୍ଟରେ ୩ୟ ଦିନ ଚା’ ପାନ ବିରତି ସୁଦ୍ଧା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ୪ ଉଇକେଟ ହରାଇ ମାତ୍ର...

ଟେଷ୍ଟରେ ରାହାନେ ନେବେ ନେତୃତ୍ୱ

ନୂଆଦିଲ୍ଲୀ,୧୧।୧୧: ଚଳିତ ମାସର ପରବର୍ତ୍ତୀ ଭାଗରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳାଯିବ। ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ନିୟମିତ ଅଧିନାୟକ ବିରାଟ...

ସିଡ୍‌ନୀ ଟେଷ୍ଟ: ଅଷ୍ଟ୍ରେଲିଆ ଦଳରେ ଓ୍ବାର୍ନର, ପୁକୋଭସ୍କି

ମେଲବୋର୍ନ, ୩୦।୧୨- ଭାରତ ବିପକ୍ଷ ଟେଷ୍ଟ ସିରିଜର ଅବଶିଷ୍ଟ ୨ ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ଦଳରୁ ଓପନର ଜୋ ବନର୍‌ସ ବାଦ୍‌ ପଡ଼ିଛନ୍ତି। ଡେଭିଡ ଓ୍ବାର୍ନର...

ଭାଇରାଲ ହେଉଛି ଗାଙ୍ଗୁଲିଙ୍କ ଉତ୍ତର

କୋଲକାତା,୧୮।୧୦- ସୌରଭ ଗାଙ୍ଗୁଲି ଓ ରବି ଶାସ୍ତ୍ରୀ ମଧ୍ୟରେ ପ୍ରାୟତଃ କିଛି ନା କିଛି ବିବାଦ ଦେଖିବାକୁ ମିଳେ। ଅନିଲ କୁମ୍ବଲେଙ୍କୁ ଭାରତୀୟ ଦଳର କୋଚ୍‌...

Advertisement
Archives

Model This Week