Posted inଖେଳ

୧୪ ବର୍ଷ ପରେ ପ୍ରଥମ ଇଂଲଣ୍ଡ ଖେଳାଳି ଭାବେ ଏହି ସଫଳତା ପାଇଲେ ଷ୍ଟୋକ୍ସ

ଦୁବାଇ,୨୧।୭(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଇଂଲଣ୍ଡ ବେନ୍‌ ଷ୍ଟୋକ୍ସ ଶ୍ରେଷ୍ଠ ଅଲରାଉଣ୍ଡର ବିବେଚିତ ହୋଇଛନ୍ତି। ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡରଙ୍କୁ ପଛରେ ପକାଇ ସେ ଅଲରାଉଣ୍ଡର ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଏଥିସହିତ ସେ ବ୍ୟାଟିଂ ତାଲିକାରେ କ୍ୟାରିୟର ଶ୍ରେଷ୍ଠ ତୃତୀୟ ସ୍ଥାନ ମଧ୍ୟ ଅଧିକାର କରିଛନ୍ତି। ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଦମ୍‌ଦାର ପ୍ରଦର୍ଶନ କରି ଇଂଲଣ୍ଡକୁ ବଜୟୀ କରାଇବା ସହ ଷ୍ଟୋକ୍ସ ଏହି ସଫଳତା ହାସଲ କରିଛନ୍ତି।
ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଷ୍ଟୋକ୍ସ ୫୪ ରେଟିଂ ପଏଣ୍ଟରେ ହୋଲ୍ଡରଙ୍କଠାରୁ ପଛରେ ରହିଥିଲେ। ତେବେ ୧୭୬ ରନର ଶତକୀୟ ଓ ଅପରାଜିତ ୭୮ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିବା ପରେ ଷ୍ଟୋକ୍ସ ଏବେ ୩୮ ପଏଣ୍ଟ ଆଗରେ ରହିଛନ୍ତି। ଷ୍ଟୋକ୍ସ ମଧ୍ୟ ଏହି ମ୍ୟାଚ୍‌ରେ ୩ ଉଇକେଟ ଅକ୍ତିଆର କରିଥିଲେ। ଇଂଲଣ୍ଡ ୧୧୩ ରନରେ ବିଜୟ ହାସଲ କରି ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜକୁ ୧-୧ ସମାନ ସ୍ଥିତିକୁ ଆଣିଛି। ଏଥିସହିତ ଷ୍ଟୋକ୍ସ ହୋଲ୍ଡରଙ୍କ ଦୀର୍ଘ ୧୮ ମାସର ଆଧିପତ୍ୟକୁ ଶେଷ କରିଛନ୍ତି। ୨୦୦୬ ପରେ ପ୍ରଥମ ଇଂଲଣ୍ଡ ଖେଳାଳିଭାବେ ଷ୍ଟୋକ୍ସ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ପୂର୍ବରୁ ଏହି ବର୍ଷ ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ୍‌ ଇଂଲଣ୍ଡର ଶେଷ ଖେଳାଳିଭାବେ ଟେଷ୍ଟ ଅଲରାଉଣ୍ଡର ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ପୂର୍ବପରି ତୃତୀୟ ସ୍ଥାନ ବଜାର ରଖିଛନ୍ତି। ସେହିପରି ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ଚତୁର୍ଥ ଓ ଭାରତର ରବିଚନ୍ଦ୍ରନ ଅଶ୍ୱିନ୍‌ ପଞ୍ଚମ ସ୍ଥାନରେ ରହିଛନ୍ତି।
ବ୍ୟାଟିଂ ତାଲିକାରେ ଅଷ୍ଟ୍ରେଲିଆ ମାର୍ନସ ଲାବୁସେନଙ୍କ ସହିତ ଯୁଗ୍ମ ଭାବେ ଷ୍ଟୋକ୍ସ ତୃତୀୟ ସ୍ଥାନରେ ରହିଛନ୍ତି। ଷ୍ଟିଭେନ୍‌ ସ୍ମିଥ୍‌ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ନ୍ୟୁଜିଲାଣ୍ଡର କେନ୍‌ ଓ୍ବିଲିୟମସନ ଚତୁର୍ଥ ଓ ପାକିସ୍ତାନର ବାବର ଆଜମ ପଞ୍ଚମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ନବମ ଓ ଓପନର ଡୋମିନିକ୍‌ ସିବ୍‌ଲେ ୨୯ଟି ସ୍ଥାନ ଉପରକୁ ଉଠି କ୍ୟାରିୟର ଶ୍ରେଷ୍ଠ ୩୫ତମ ସ୍ଥାନ ଅଧିକାର କରିଛନ୍ତି। ଭାରତ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେ ଗୋଟିଏ ଲେଖାଏ ସ୍ଥାନ ତଳକୁ ଖସି ଯଥାକ୍ରମେ ଅଷ୍ଟମ ଓ ନବମ ସ୍ଥାନ ଅଧିକାର କରିଛନ୍ତି।
ଅପରପକ୍ଷରେ ବୋଲିଂ ତାଲିକାରେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍‌ ଟପ୍‌-୧୦କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦୁଇଟି ଇନିଂସରେ ୩ଟି ଲେଖାଏ ଉଇକେଟ ଅକ୍ତିଆର କରି ସେ ୧୦ମ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

ସୂର୍ଯ୍ୟ-କେତୁ ଆଣିବେ ବଡ଼ ସଙ୍କଟ! ଆଗାମୀ ୨୬ ଦିନ ୩ ରାଶି ପାଇଁ ବଢିବ ଅଯଥା ଟେନସନ୍, ହୋଇଯାଆନ୍ତୁ ସାବଧାନ…

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ ଦେବତାଙ୍କୁ ଆତ୍ମା, ପିତା, ସମ୍ମାନ ଏବଂ ନେତୃତ୍ୱର କାରକ ଭାବରେ ବିବେଚନା କରାଯାଏ । ସମାନକ୍ରମରେ ପାପି କେତୁଙ୍କୁ ଏକ ଛାୟା ଗ୍ରହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri