ଷ୍ଟୋଇନିସଙ୍କ ବିସ୍ଫୋରକ ବ୍ୟାଟିଂ; ଆର୍‌ସିବି ସାମ୍ନାରେ ୧୯୭ ରନ ଟାର୍ଗେଟ୍‌ ରଖିଲା ଦିଲ୍ଲୀ

ଦୁବାଇ, ୫।୧୦: ଚଳିତ ଆଇପିଏଲ୍‌ର ସୋମବାର ଖେଳାଯାଇଥିବା ୧୯ତମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପର ସାମ୍ନା ସାମ୍ନି ହୋଇଛନ୍ତି। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ୍‌ ହରାଇ ୧୯୬ ରନ୍‌ ସଂଗ୍ରହ କରିଛି। ଦଳ ପକ୍ଷରୁ ମାର୍କସ ଷ୍ଟୋଇନିସ ୨୬ ବଲରୁ ୫୩ ରନର ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୃଥ୍ବୀ ଶ ୪୨, ଶିଖର ଧାଓ୍ବନ ୩୨, ଅଧିନାୟକ ଶ୍ରେୟାସ ଆୟାର ୧୧, ରିଷଭ ପନ୍ତ ୩୭ ଓ ସିମରନ ହେଟ୍‌ମେୟର ଅପରାଜିତ ୧୧ ରନ କରିଥିଲେ। ପ୍ରତିପକ୍ଷ ବାଙ୍ଗାଲୋର ପକ୍ଷରୁ ମହମ୍ମଦ ସିରାଜ ୨ଟି ଉଇକେଟ୍‌ ନେଇଥିଲେ।
ଟୁର୍ନାମେଣ୍ଟରେ ଦିଲ୍ଲୀ ବର୍ତ୍ତମାନ ସୁଦ୍ଧା ୪ ମ୍ୟାଚ୍‌ରୁ ୩ ବିଜୟ ସହ ୬ ପଏଣ୍ଟ ପାଇ ମୁମ୍ବାଇ ଇଣ୍ଡିଆନ୍ସ ପଛକୁ ଟେବୁଲ ତାଲିକାର ୨ୟ ସ୍ଥାନରେ ରହିଛି। ଅପରପକ୍ଷରେ ବାଙ୍ଗାଲୋର ୪ ମ୍ୟାଚ୍‌ରୁ ୩ ବିଜୟ ହାସଲ କରିଥିଲେ ମଧ୍ୟ ରେଟିଂ ଦୃଷ୍ଟିରୁ ୩ୟ ସ୍ଥାନରେ ରହିଛି। ଆଘାତଜନିତ ସମସ୍ୟା ଲାଗି ଚଳିତ ଆଇପିଏଲ୍‌ର ବଳକା ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିବା ଅମିତ୍‌ ମିଶ୍ରାଙ୍କ ସ୍ଥାନରେ ଦିଲ୍ଲୀ ଦଳରେ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିଛି। ସେହିଭଳି ଆଡାମ ଜାମ୍ପା ଓ ଗୁରକୀରଟ୍‌ ସିଂ ମନ୍ନଙ୍କ ସ୍ଥାନରେ ମୋଇନ ଅଲୀ ଓ ମହମ୍ମଦ ସିରାଜ ବାଙ୍ଗାଲୋର ଦଳରେ ଦୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାରିନ୍‌ ଗ୍ରାଁ ପ୍ରି: ଅଳ୍ପକେ ବର୍ତ୍ତିଗଲେ ଗ୍ରସ୍‌ଜେଁ

ସାଖିର (ବାହାରିନ୍‌), ୩୦ା୧୧ (ଏପି)-ରବିବାର ଅନୁଷ୍ଠିତ ବାହାରିନ୍‌ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟରରେସିଂ ଆରମ୍ଭରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ହାସ୍‌ ଟିମ୍‌ର ରୋମେନ ଗ୍ରସ୍‌ଜେଁ।...

କୁଲସେକରାଙ୍କ ଅବସର

କଲମ୍ବୋ,୨୪।୭- ପୂର୍ବତନ ଶ୍ରୀଲଙ୍କା ବୋଲର ନୂଆନ କୁଲସେକରା ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। କିମ୍ବଦନ୍ତୀ ପେସର ଲସିଥ ମାଲିଙ୍ଗା ବାଂଲାଦେଶ ବିପକ୍ଷ ପ୍ରଥମ...

କେବୁଲ କାର୍‌ରୁ ଡେଇଁଲେ ଦୁଇ ଭାରତୀୟ ଫୁଟବଲର

ପଣଜୀ,୨୮।୭- ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ଦୁଇ ସଦସ୍ୟ ଗୁରୁତର ଆହତ ହେବାରୁ ବର୍ତ୍ତିଯାଇଛନ୍ତି। ତୁର୍କି ଗସ୍ତରେ ଥିବା ଭାରତୀୟ ଦଳ ଶନିବାର ସ୍ଥାନୀୟ...

୬ ହଜାର ବର୍ଗ ଫୁଟ ଅଞ୍ଚଳରେ ନିର୍ମାଣ ହୋଇଛି ହାର୍ଦ୍ଦିକଙ୍କ ପେଣ୍ଟହାଉସ୍‌: ଭିତରୁ ଦେଖିବାକୁ ଏଭଳି

ଭାରତୀୟ କ୍ରିକେଟ ଟିମ୍‌ର ଅନ୍ୟତମ ଶ୍ରେଷ୍ଠ ଖେଳାଳି ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ଜାତୀୟ ତଥା ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସେ ନିଜର ଦମଦାର ପ୍ରଦର୍ଶନ ଜରିଆରେ ସ୍ବତନ୍ତ୍ର...

ଭାରତୀୟ କ୍ରିକେଟ ଦଳରେ ପୂର୍ଣ୍ଣାଙ୍ଗ ଫିଲ୍‌ଡର ନାହାନ୍ତି

ନୂଆଦିଲ୍ଲୀ, ୧୧ା୫ (ପି.ଟି.)- ବର୍ତ୍ତମାନର ଭାରତୀୟ କ୍ରିକେଟ ଦଳରେ ବହୁ ଭଲ ଫିଲ୍‌ଡର ରହିଛନ୍ତି, ହେଲେ ଜଣେ ହେଲେ ଯୁବରାଜ ସିଂଙ୍କ ଭଳି ପୂର୍ଣ୍ଣାଙ୍ଗ ଫିଲ୍ଡର...

୨୪ ବର୍ଷର ରେକର୍ଡ ଭାଙ୍ଗିଲେ ଉମରାନ

ଗୁଆହାଟୀ,୧୧।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଭାରତୀୟ ଦଳ ଜିତିଛି। ଏହି ମ୍ୟାଚ୍‌ରେ ବିଜୟ ସହ ଭାରତ ତିନି...

ଟି୨୦ ସିରିଜ ଜିତିଲା ଭାରତ

ନାଗପୁର, ୧୧।୧୧(ପି.ଟି.)- ବାଂଲାଦେଶ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୦ ରନରେ ବିଜୟୀ ହୋଇଛି। ଫଳରେ ୩ ମ୍ୟାଚ ବିଶିଷ୍ଟ ଏହି...

‘ ଅନ୍ୟ କୌଣସି ଫ୍ରାଞ୍ଚାଇଜ ପାଇଁ ଖେଳିବି ଚିନ୍ତା କରି ନ ଥିଲି’

ମୁମ୍ବାଇ,୨୯।୩ : ଅନ୍ୟ କୌଣସି ଫ୍ରାଞ୍ଚାଇଜ ପାଇଁ ଖେଳିବି କଦାପି ଚିନ୍ତା କରି ନ ଥିଲି । ଏଭଳି କହିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର...

Advertisement
Archives

Model This Week