ବେନାମୀ ବ୍ୟାଙ୍କ ଆକାଉଣ୍ଟ୍‌ ରାକେଟ୍‌ ଧରିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର,୨୦।୧୦(ସତ୍ୟଜିତ୍‌ ରାଉତ):ନିରୀହ ଗାଁ ଲୋକଙ୍କୁ ଫସାଇ ଖୋଲୁଥିଲେ ମ୍ୟୁଲ୍‌ ବ୍ୟାଙ୍କ୍‌ ଆକାଉଣ୍ଟ୍‌। ପରେ ଏହାକୁ ସାଇବର ଅପରାଧୀଙ୍କୁ ବିକ୍ରି କରି କମାଉଥିଲେ ବିପୁଳ ଟଙ୍କା। ଏଭଳି ଏକ ବେନାମି (ମ୍ୟୁଲ୍‌) ବ୍ୟାଙ୍କ ଆକାଉଣ୍ଟ୍‌ ର଼୍ୟାକେଟ୍‌କୁ ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଧରିବା ସହ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମାଷ୍ଟରମାଇଣ୍ଡ୍‌ ତଥା ପଶ୍ଚିମବଙ୍ଗ ପଶ୍ଚିମ ମେଦିନାପୁର ଜିଲା ମୋହନପୁର ଥାନା ଅନ୍ତର୍ଗତ ରାମପୁରା ଅଞ୍ଚଳର ଏସ୍‌.କେ. ଜାମିରଉଦ୍ଦିନ୍‌, ବାଲେଶ୍ୱର ଜିଲା ରାଇବଣିଆ ଥାନା ଅନ୍ତର୍ଗତ ବରହମ୍‌ପୁର ଅଞ୍ଚଳର ଏସ୍‌.କେ. ଜାହାଙ୍ଗିର୍‌ ଓ ଭୁବନେଶ୍ୱର ରସୁଲଗଡ଼ ଅଞ୍ଚଳରେ ରହୁଥିବା ବାଲେଶ୍ୱର ରାଇବଣିଆ ଥାନା ଅନ୍ତର୍ଗତ ବରହମ୍‌ପୁର ଅଞ୍ଚଳର ଏସ୍‌.କେ. ହାପିଜୁଲ୍‌। ଏନେଇ ଏସ୍‌ଟିଏଫ୍‌ ପକ୍ଷରୁ ଏକ ମାମଲା (ନଂ.୨୪/୨୦୨୩) ରୁଜୁ କରାଯାଇଛି। ଅଭିଯୁକ୍ତଦ୍ୱୟଙ୍କୁ ଗୁରୁବାର ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନ ମିଳିବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ର଼୍ୟାକେଟ୍‌ର ଅନ୍ୟ ସଦସ୍ୟଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ତଦନ୍ତ ଜାରି ରଖିଛି।
ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମଙ୍ଗର ତ୍ରିକୋଣୀୟ ଅଞ୍ଚଳରେ ଏହି ର଼୍ୟାକେଟ୍‌ ସକ୍ରିୟ ଥିବା ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି। ର଼୍ୟାକେଟର ସଦସ୍ୟମାନେ ବିଶେଷ କରି ବାଲେଶ୍ୱର, ମୟୂରଭଞ୍ଜ, ପୂର୍ବ ମେଦିନାପୁର, ପଶ୍ଚିମ ମେଦିନାପୁର, ପୂର୍ବ ସିଂହଭୂମି, ପଶ୍ଚିମ ସିଂହଭୂମି ଓ ସରାଇକେଲା ଜିଲାରେ ଏପରି ବେଆଇନ କାରବାର ଚଳାଇଥିଲେ। ଜାମିର୍‌ଉଦ୍ଦିନ୍‌ ୧୦ରୁ ୧୫ଜଣ ଲୋକଙ୍କୁ ମାସକୁ ୧୫ ହଜାର ଟଙ୍କା ଦରମାରେ ନିଯୁକ୍ତି ଦେଇଥିଲେ। ସେମାନେ ଏସବୁ ଜିଲାର ଗ୍ରାମୀଣ ଅଞ୍ଚଳକୁ ଯାଇ ଲୋକଙ୍କୁ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଖୋଲିବାକୁ ପ୍ରବର୍ତ୍ତାଉଥିଲେ। ପ୍ରତି ଲୋକଙ୍କୁ ଆକାଉଣ୍ଟ୍‌ ପିଛା ୨ ହଜାର ଟଙ୍କା ଦିଆଯାଉଥିଲା। ବଡ଼ କଥା ହେଲା, ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ରେ ଗ୍ୟାଙ୍ଗର ସଦସ୍ୟମାନେ ଦେଉଥିବା ମୋବାଇଲ୍‌ ନମ୍ବର ହିଁ ଲିଙ୍କ୍‌ କରାଯାଉଥିଲା। ଏହାପରେ ଏସବୁ ବ୍ୟାଙ୍କ୍‌ ଆକାଉଣ୍ଟ ଓ ଲିଙ୍କ୍‌ ଥିବା ମୋବାଇଲ ନମ୍ବରକୁ ଏହି ର଼୍ୟାକେଟ୍‌ ବିଭିନ୍ନ ସାଇବର ଠକମାନଙ୍କୁ ବିକ୍ରି କରୁଥିଲେ। କୋଲକାତା ଓ ଦେଶର ଅନ୍ୟ ପ୍ରାନ୍ତରରେ ଥିବା ସାଇବର ଅପରାଧୀମାନେ ହିଁ ଏହି ଆକାଉଣ୍ଟକୁ କିଣୁଥିଲେ। ସିକ୍ରେଟ୍‌ ହ୍ବାଟ୍‌ସଆପ୍‌ ଗ୍ରୁପ୍‌, ଫେସ୍‌ବୁକ୍‌ ପେଜ୍‌, ଟେଲିଗ୍ରାମ ଚ୍ୟାନେଲ୍‌ ଆଦି ମାଧ୍ୟମରେ ଏହି ମ୍ୟୁଲ୍‌ ଆକାଉଣ୍ଟ ବିକାକିଣା କାରବାର ଚାଲୁଥିଲା। ପ୍ରତି ବ୍ୟାଙ୍କ୍‌ ଆକାଉଣ୍ଟକୁ ୧୫ରୁ ୨୦ ହଜାର ଟଙ୍କାରେ ବିକ୍ରି କରୁଥିଲେ। ଅଭିଯୁକ୍ତମାନେ ଏଯାଏ ବିଭିନ୍ନ ମାଧ୍ୟମରେ ୫ ହଜାର ମ୍ୟୁଲ୍‌ ବ୍ୟାଙ୍କ୍‌ ଆକାଉଣ୍ଟ ବିକ୍ରି କରିଥିବା ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି। ତେବେ ଏହି ଆକାଉଣ୍ଟ୍‌ଗୁଡ଼ିକ ପୋଲିସ ତଥା ଲ’ ଏନ୍‌ଫୋର୍ସମେଣ୍ଟ୍‌ ଏଜେନ୍ସିର ଅନୁରୋଧକ୍ରମେ ବ୍ୟାଙ୍କ କର୍ତ୍ତୃପକ୍ଷ ଫ୍ରିଜ୍‌ କରିଦେଉଥିବାରୁ ସାଇବର ଅପରାଧୀମାନେ ଆକାଉଣ୍ଟର ଟ୍ରାଞ୍ଜାକ୍ସନ୍‌ ୧ ଲକ୍ଷ ଛୁଇଁଲା ପରେ ଏହାକୁ ବନ୍ଦ କରିଦେଉଥିବା ଏସ୍‌ଟିଏଫ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri