ବେନାମୀ ବ୍ୟାଙ୍କ ଆକାଉଣ୍ଟ୍‌ ରାକେଟ୍‌ ଧରିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର,୨୦।୧୦(ସତ୍ୟଜିତ୍‌ ରାଉତ):ନିରୀହ ଗାଁ ଲୋକଙ୍କୁ ଫସାଇ ଖୋଲୁଥିଲେ ମ୍ୟୁଲ୍‌ ବ୍ୟାଙ୍କ୍‌ ଆକାଉଣ୍ଟ୍‌। ପରେ ଏହାକୁ ସାଇବର ଅପରାଧୀଙ୍କୁ ବିକ୍ରି କରି କମାଉଥିଲେ ବିପୁଳ ଟଙ୍କା। ଏଭଳି ଏକ ବେନାମି (ମ୍ୟୁଲ୍‌) ବ୍ୟାଙ୍କ ଆକାଉଣ୍ଟ୍‌ ର଼୍ୟାକେଟ୍‌କୁ ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଧରିବା ସହ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମାଷ୍ଟରମାଇଣ୍ଡ୍‌ ତଥା ପଶ୍ଚିମବଙ୍ଗ ପଶ୍ଚିମ ମେଦିନାପୁର ଜିଲା ମୋହନପୁର ଥାନା ଅନ୍ତର୍ଗତ ରାମପୁରା ଅଞ୍ଚଳର ଏସ୍‌.କେ. ଜାମିରଉଦ୍ଦିନ୍‌, ବାଲେଶ୍ୱର ଜିଲା ରାଇବଣିଆ ଥାନା ଅନ୍ତର୍ଗତ ବରହମ୍‌ପୁର ଅଞ୍ଚଳର ଏସ୍‌.କେ. ଜାହାଙ୍ଗିର୍‌ ଓ ଭୁବନେଶ୍ୱର ରସୁଲଗଡ଼ ଅଞ୍ଚଳରେ ରହୁଥିବା ବାଲେଶ୍ୱର ରାଇବଣିଆ ଥାନା ଅନ୍ତର୍ଗତ ବରହମ୍‌ପୁର ଅଞ୍ଚଳର ଏସ୍‌.କେ. ହାପିଜୁଲ୍‌। ଏନେଇ ଏସ୍‌ଟିଏଫ୍‌ ପକ୍ଷରୁ ଏକ ମାମଲା (ନଂ.୨୪/୨୦୨୩) ରୁଜୁ କରାଯାଇଛି। ଅଭିଯୁକ୍ତଦ୍ୱୟଙ୍କୁ ଗୁରୁବାର ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନ ମିଳିବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ର଼୍ୟାକେଟ୍‌ର ଅନ୍ୟ ସଦସ୍ୟଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ତଦନ୍ତ ଜାରି ରଖିଛି।
ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମଙ୍ଗର ତ୍ରିକୋଣୀୟ ଅଞ୍ଚଳରେ ଏହି ର଼୍ୟାକେଟ୍‌ ସକ୍ରିୟ ଥିବା ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି। ର଼୍ୟାକେଟର ସଦସ୍ୟମାନେ ବିଶେଷ କରି ବାଲେଶ୍ୱର, ମୟୂରଭଞ୍ଜ, ପୂର୍ବ ମେଦିନାପୁର, ପଶ୍ଚିମ ମେଦିନାପୁର, ପୂର୍ବ ସିଂହଭୂମି, ପଶ୍ଚିମ ସିଂହଭୂମି ଓ ସରାଇକେଲା ଜିଲାରେ ଏପରି ବେଆଇନ କାରବାର ଚଳାଇଥିଲେ। ଜାମିର୍‌ଉଦ୍ଦିନ୍‌ ୧୦ରୁ ୧୫ଜଣ ଲୋକଙ୍କୁ ମାସକୁ ୧୫ ହଜାର ଟଙ୍କା ଦରମାରେ ନିଯୁକ୍ତି ଦେଇଥିଲେ। ସେମାନେ ଏସବୁ ଜିଲାର ଗ୍ରାମୀଣ ଅଞ୍ଚଳକୁ ଯାଇ ଲୋକଙ୍କୁ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଖୋଲିବାକୁ ପ୍ରବର୍ତ୍ତାଉଥିଲେ। ପ୍ରତି ଲୋକଙ୍କୁ ଆକାଉଣ୍ଟ୍‌ ପିଛା ୨ ହଜାର ଟଙ୍କା ଦିଆଯାଉଥିଲା। ବଡ଼ କଥା ହେଲା, ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ରେ ଗ୍ୟାଙ୍ଗର ସଦସ୍ୟମାନେ ଦେଉଥିବା ମୋବାଇଲ୍‌ ନମ୍ବର ହିଁ ଲିଙ୍କ୍‌ କରାଯାଉଥିଲା। ଏହାପରେ ଏସବୁ ବ୍ୟାଙ୍କ୍‌ ଆକାଉଣ୍ଟ ଓ ଲିଙ୍କ୍‌ ଥିବା ମୋବାଇଲ ନମ୍ବରକୁ ଏହି ର଼୍ୟାକେଟ୍‌ ବିଭିନ୍ନ ସାଇବର ଠକମାନଙ୍କୁ ବିକ୍ରି କରୁଥିଲେ। କୋଲକାତା ଓ ଦେଶର ଅନ୍ୟ ପ୍ରାନ୍ତରରେ ଥିବା ସାଇବର ଅପରାଧୀମାନେ ହିଁ ଏହି ଆକାଉଣ୍ଟକୁ କିଣୁଥିଲେ। ସିକ୍ରେଟ୍‌ ହ୍ବାଟ୍‌ସଆପ୍‌ ଗ୍ରୁପ୍‌, ଫେସ୍‌ବୁକ୍‌ ପେଜ୍‌, ଟେଲିଗ୍ରାମ ଚ୍ୟାନେଲ୍‌ ଆଦି ମାଧ୍ୟମରେ ଏହି ମ୍ୟୁଲ୍‌ ଆକାଉଣ୍ଟ ବିକାକିଣା କାରବାର ଚାଲୁଥିଲା। ପ୍ରତି ବ୍ୟାଙ୍କ୍‌ ଆକାଉଣ୍ଟକୁ ୧୫ରୁ ୨୦ ହଜାର ଟଙ୍କାରେ ବିକ୍ରି କରୁଥିଲେ। ଅଭିଯୁକ୍ତମାନେ ଏଯାଏ ବିଭିନ୍ନ ମାଧ୍ୟମରେ ୫ ହଜାର ମ୍ୟୁଲ୍‌ ବ୍ୟାଙ୍କ୍‌ ଆକାଉଣ୍ଟ ବିକ୍ରି କରିଥିବା ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି। ତେବେ ଏହି ଆକାଉଣ୍ଟ୍‌ଗୁଡ଼ିକ ପୋଲିସ ତଥା ଲ’ ଏନ୍‌ଫୋର୍ସମେଣ୍ଟ୍‌ ଏଜେନ୍ସିର ଅନୁରୋଧକ୍ରମେ ବ୍ୟାଙ୍କ କର୍ତ୍ତୃପକ୍ଷ ଫ୍ରିଜ୍‌ କରିଦେଉଥିବାରୁ ସାଇବର ଅପରାଧୀମାନେ ଆକାଉଣ୍ଟର ଟ୍ରାଞ୍ଜାକ୍ସନ୍‌ ୧ ଲକ୍ଷ ଛୁଇଁଲା ପରେ ଏହାକୁ ବନ୍ଦ କରିଦେଉଥିବା ଏସ୍‌ଟିଏଫ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍‌ରେ ହେଉଛି ନିଷ୍କାସନ

ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…

କୂଳ ଲଙ୍ଘୁଛି ସମୁଦ୍ର: ପଥର ବନ୍ଧ ନିର୍ମାଣ ଦାବି ଦୋହରାଇଲେ ଅଞ୍ଚଳବାସୀ

ଛତ୍ରପୁର,୧୨ା୮(ଦିଲୀପ ସାମଲ): ଦିନକୁ ଦିନ ସମୁଦ୍ର କୂଳ ଲଘୁଂଥିବାରୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ…

ଗୁଟଖା-ତମାଖୁ ଉପରେ ସରକାରଙ୍କ ବଡ଼ ଆକ୍ସନ୍! ୧ ବର୍ଷ ପାଇଁ ବ୍ୟାନ୍

ବେଙ୍ଗାଲୁରୁ,୧୩।୮: ଗୁଟଖା-ତମାଖୁକୁ ନେଇ ବଡ଼ ନିଷ୍ପତ୍ତି ନେଇନ୍ତି କର୍ନାଟକ ସରକାର । ରାଜ୍ୟ ସରକାର ଗୁଟ୍‌ଖା, ପାନ ମସଲା ଏବଂ ତମାଖୁ-ନିକୋଟିନ୍‌ଯୁକ୍ତ ଉତ୍ପାଦଗୁଡ଼ିକ ଉପରେ ଏକ ବର୍ଷ…

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri