ତଦନ୍ତ ପରେ ପଦକ୍ଷେପ: ମୁଖ୍ୟ ପ୍ରଶାସକ

ପୁରୀ, ୧୮ା୬(ଅଜିତ୍‌ ମହାନ୍ତି) ପୁରୀ ପାଇକ ସାହିରେ ନକଲି ମହାପ୍ରସାଦ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ସୁଆର ମହାସୁଆର ନିଯୋଗର କର୍ମକର୍ତ୍ତା ମୁହଁ ଖୋଲିଛନ୍ତି। ଏ ନେଇ ଅଭିଯୋଗକୁ ସୁଆର ମହାସୁଆର ନିଯୋଗର ସମ୍ପାଦକ ନାରାୟଣ ମହାସୁଆର ଖଣ୍ଡନ କରଛନ୍ତି। ନାରାୟଣ କହିଛନ୍ତି ଯେ, ଅନେକ ସ୍ଥାନରେ କୁଡୁଆରେ ରନ୍ଧାଯାଉଛି। ପ୍ରସାଦ ଭାବେ ଲୋକଙ୍କୁ ପ୍ରଦାନ କରାଯାଉଛି। ବର୍ଷସାରା ଏପରି ବିଭିନ୍ନ ସ୍ଥାନରେ ହେଉଛି। ତେବେ ଯେଉଁଠାରେ ଏପରି କୁଡୁଆରେ ରନ୍ଧାଯାଇ ବିକ୍ରି କରାଯାଉଛି, ତାହାକୁ ମହାପ୍ରସାଦ ନୁହେଁ ପ୍ରସାଦ କହି ବିକ୍ରି କରାଯାଉଛି। ଗଣାଲାଗି ଦିନ ଭକ୍ତ ହୁଅନ୍ତୁ ବା ପୁରୀବାସୀ ସେମାନେ ସେମାନଙ୍କ କାର୍ଯ୍ୟ ପାଇଁ ବିଭିନ୍ନ ଠାକୁରଙ୍କ ନିକଟରେ ରାନ୍ଧି ଭୋଗ କରି ପ୍ରସାଦ ଭାବେ ପାଇଥାନ୍ତି। ଶୁକ୍ରବାର ଯେଉଁ ଘଟଣା ଘଟିଛି, ସମ୍ପୃକ୍ତ ବ୍ୟକ୍ତି ବରାଦ ଦେଇଥିଲେ। ସେ ମଧ୍ୟ ଅନ୍ୟ ଠାକୁରଙ୍କ ନିକଟରେ ରାନ୍ଧି ତାଙ୍କୁ ପ୍ରସାଦ ଦେବା ପାଇଁ କହିଥିଲେ। ତେଣୁ ଯିଏ ବି ରାନ୍ଧିଥିଲେ ତାଙ୍କର କୌଣସି ଭୁଲ୍‌ ନାହିଁ। ନୃସିଂହ ମନ୍ଦିର ଠାରୁ ଆରମ୍ଭ କରି ବାରବାଟୀ ଜାଗାରେ ମାଟିହାଣ୍ଡିରେ ପ୍ରସାଦ ରନ୍ଧାଯାଇ ଲୋକଙ୍କୁ ପ୍ରଦାନ କରାଯାଇଛି। ତେବେ ଶ୍ରୀମନ୍ଦିରରେ ରନ୍ଧାଯାଇ ମହାପ୍ରଭୁଙ୍କ ନିକଟରେ ଭୋଗ କରାଯାଇ ଉକ୍ତ ଭୋଗକୁ ମା’ ବିମଳାଙ୍କୁ ଅର୍ପଣ କରାଯିବା ପରେ ତାହାକୁ ମହାପ୍ରସାଦ କୁହାଯାଇଥାଏ। ମାତ୍ର ଶ୍ରୀମନ୍ଦିର ବାହାରେ ଯେ କୌଣସି ଠାକୁରଙ୍କ ନିକଟରେ କୁଡୁଆରେ ଭୋଗ ପ୍ରସ୍ତୁତ କରାଗଲେ ତାହାକୁ ମହାପ୍ରସାଦ କୁହାଯାଏ ନାହିଁ। ବରଂ ତାହାକୁ ପ୍ରସାଦ କୁହାଯାଇଥାଏ। ଶୁକ୍ରବାର ଯେଉଁ ରୋଷେଇ କରାଯାଉଥିଲା, ତାହା ଅବଢ଼ା ନୁହେଁ ବରଂ ଶଙ୍ଖୁଡ଼ି ଭୋଗ ଥିଲା। ଏ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରାଯିବାରୁ ସେ ପ୍ରସାଦ ବୋଲି କହିଥିଲେ। ଯଦି ସେ ମହାପ୍ରସାଦ କହି ବିତରଣ କରୁଥିବେ ତାହାଲେ ସମ୍ପୂର୍ଣ୍ଣ ଭୁଲ। କିନ୍ତୁ ପ୍ରସାଦ କହି ବିତରଣ କରୁଥିଲେ ଭୁଲ୍‌ ନୁହେଁ ବୋଲି ନାରାୟଣ କହିଛନ୍ତି।
ସେହିପରି ସୁଆର ମହାସୁଆର ନିଯୋଗ ସଭାପତି ପଦ୍ମନାଭ ମହାସୁଆର କହିଛନ୍ତି, ଟେଣ୍ଟ ମଧ୍ୟରେ ଯେଉଁଭଳି ପ୍ରସାଦ ପ୍ରସ୍ତୁତ କରି ବିକ୍ରି କରାଯାଉଥିଲା ତାହା ଅତି ନିନ୍ଦନୀୟ ଘଟଣା। ଶ୍ରୀଜଗନ୍ନାଥ ସଂସ୍କୃତିର ଅପପ୍ରଚାର କରିବାକୁ କିଛି କୁଚକ୍ରୀ ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି। ଏ ନେଇ ସେ ନିଯୋଗ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦେବା ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଅବଗତ କରିଛନ୍ତି। ଶ୍ରୀମନ୍ଦିର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ହାଣ୍ଡି ଓ କୁଡୁଆର ବ୍ୟବହାର ଉପରେ ରୋକ ଲଗାଯାଉ ବୋଲି ସେ କହିଛନ୍ତି। ଉକ୍ତ ଘଟଣା ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଦେଇଛି। ଯଦି ଶ୍ରୀମନ୍ଦିରର କୌଣସି ସୁଆର କିମ୍ବା କର୍ମଚାରୀ ଏଥିରେ ସାମିଲ ରହିଥାନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସଭାପତି କହିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, ସିଂହଦ୍ୱାର ଥାନାରେ ସୁଆର ମହାସୁଆର ନିଯୋଗ ପକ୍ଷରୁ ଦିଆଯାଇଥିବା ଏତଲା ଆଧାରରେ ତଦନ୍ତ ଚାଲିଛି। ତଦନ୍ତ ପରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri