କୋମଳ ତ୍ୱଚା ପାଇଁ ଷ୍ଟିମ୍‌

ଷ୍ଟିମ୍‌ କରିବା ଦ୍ୱାରା ଆପଣଙ୍କ ମୁହଁର ସୂକ୍ଷ୍ମ ଛିଦ୍ର ଖୋଲିଥାଏ। ଏହା ତ୍ୱଚାରେ ଥିବା ମୃତ କୋଷଗୁଡ଼ିକୁ ଦୂର କରି ମୁହଁକୁ ପ୍ରାକୃତିକଭାବେ ସତେଜ କରିଥାଏ।
ତ୍ୱଚାକୁ ହାଇଡ୍ରେଟ କରିବାରେ ସାହାଯ୍ୟ କରିଥାଏ ଷ୍ଟିମ୍‌। ଚର୍ମରେ ତୈଳ ଅଂଶକୁ କମାଇ ମଇଳା ପରିଷ୍କାର କରିବା ସହ ପ୍ରାକୃତିକ ଭାବରେ ମଶ୍ଚରାଇଜ ମଧ୍ୟ କରିଥାଏ।
ନିୟମିତ ଷ୍ଟିମ୍‌ କରିବା ଦ୍ୱାରା ବ୍ଲାକହେଡସ୍‌ ଏବଂ ହ୍ବାଇଟହେଡସ୍‌ ସମସ୍ୟା ଦୂର ହୋଇଥାଏ। ତ୍ୱଚାରେ ବ୍ଲାକହେଡ୍‌ସ ନ ରହିଲେ ମୁହଁ ଅଧିକ ଗ୍ଲୋ କରିବା ସହ କୋମଳ ଲାଗିଥାଏ।
ସ୍କିନ୍‌ କେୟାର ରୁଟିନ୍‌ ଫଲୋ କରୁଥିଲେ ବେଳେବେଳେ ତ୍ୱଚା ଶୁଖିଲା ଦେଖାଯିବା ସହ ଡିହାଇଡ୍ରେଟ ହୋଇଯାଏ। ଏହାର ମୁଖ୍ୟ କାରଣ ସେହି ସ୍ଥାନରେ ରକ୍ତ ସଞ୍ଚାଳନ ହୋଇ ନ ଥାଏ। ତେବେ ଫେସ୍‌ ଷ୍ଟିମିଂ ନେବା ଦ୍ୱାରା ରକ୍ତ ସଞ୍ଚାଳନ ହେବା ସହ ତ୍ୱଚା ଆକର୍ଷଣୀୟ ହୋଇଥାଏ।
ମୁହଁର ସୌନ୍ଦଯର୍‌ୟ ଅଧିକ ବଢ଼ାଇବାକୁ ଚାହଁୁଥିଲେ ଫେସ୍‌ମାସ୍କ ବ୍ୟବହାର କରି ଫେସ୍‌ ଷ୍ଟିମିଂ କରନ୍ତୁ। ଫେସ୍‌ ମାସ୍କକୁ ବାହାର କରିବା ପାଇଁ ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁ। ପରେ ଆଇସ୍‌ କ୍ୟୁବ୍‌କୁ ମୁହଁ ଓ ବେକରେ କିଛି ସମୟ ପାଇଁ ଘଷନ୍ତୁ।
ବ୍ରଣ ସମସ୍ୟା ଦୂର କରିବା ପାଇଁ ମଧ୍ୟ ଷ୍ଟିମ୍‌ କରିପାରିବେ। ୩ରୁ ୪ମିନିଟ୍‌ ଫେସ୍‌ ଷ୍ଟିମ କରିବା ପରେ ଅଧଘଣ୍ଟା ପାଇଁ ଛାଡ଼ି ଦିଅନ୍ତୁ। ପରେ ସେଥିରେ ୫ମିନିଟ୍‌ ପାଇଁ ଆଇସ୍‌ କ୍ୟୁବ୍‌ ଘଷନ୍ତୁ। ଏହା ଦ୍ୱାରା ପିମ୍ପଲ୍‌ ଦୂର ହେବା ସହ ନାଲିଦାଗ କିମ୍ବା ତ୍ୱଚା ପୋଡାଜଳା ହେଉଥିଲେ ଉପଶମ ମିଳିବ।
ଯଦି ପ୍ରତିଦିନ ମେକ୍‌ଅପ ହେଉଛନ୍ତି ତେବେ ସପ୍ତାହକୁ ଅତିକମରେ ଥରେ ଫେସ୍‌ ଷ୍ଟିମିଂ କରନ୍ତୁ। ଏହା ଆପଣଙ୍କ ମେକଅପ୍‌କୁ ସଫା କରିଦେଇଥାଏ ଏବଂ କୌଣସି ଇନ୍‌ଫେକ୍‌ସନ ମଧ୍ୟ ହୋଇ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କ ସହ ବୁଲିବାକୁ ଯାଉଥିଲେ…

ପିଲାମାନଙ୍କ ଆଚାର ବ୍ୟବହାର, କଥାବାର୍ତ୍ତା ଶୈଳୀ ପ୍ରତି ମା’ବାପା ଧ୍ୟାନଦେବା ଦରକାର। କାରଣ କେତେଜଣ ପିଲାଙ୍କ ରୁକ୍ଷ କଥା ଏବଂ ବ୍ୟବହାର ଅନେକ ସମୟରେ ମାତାପିତାଙ୍କୁ...

ଖରାଦିନେ ଟମାଟୋ ଖାଉଛନ୍ତି କି

ଖରାଦିନେ ଟମାଟୋ ଖାଇବା ଶରୀର ପାଇଁ ହିତକର। ଅନେକ ପ୍ରକାର ରୋଗରେ ଟମାଟୋକୁ ଔଷଧ ଭାବେ ଗ୍ରହଣ କରାଯାଏ। ଜାଣନ୍ତୁ ସେ ସମ୍ପର୍କରେ। -ଟମାଟୋରେ କ୍ୟାଲ୍‌ସିୟମ...

ଅବସାଦରୁ ଦୂରେଇ ରହିବା ପାଇଁ ସପ୍ତାହରେ ଥରେ କରନ୍ତୁ ଏପରି…

ପରିବର୍ତ୍ତିତ ଜୀବନଶୈଳୀରେ କେତେକ ମାନସିକ ଅବସାଦର ଶିକାର ହୋଇଥାନ୍ତି। ତେବେ ଏଥିରୁ ଦୂରେଇ ରହିବାର ରହିଛି ସହଜ ଉପାୟ। କାନ୍ଦିଲେ ମନରୁ ଅବସାଦ ଦୂର ହୋଇ...

ଏହି ବ୍ଲଡ୍‌ ଗ୍ରୁପ୍‌ ଲୋକଙ୍କୁ ଡାଇବେଟିସ୍‌ ହେବା ଆଶଙ୍କା ଅଧିକ…

ଡାଇବେଟିସ୍‌ ପରିବର୍ତ୍ତିତ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ ହୋଇଥାଏ। ତେବେ କେତେକଙ୍କଠାରେ ଏହା ଦେଖାଯାଇ ନ ଥାଏ। ଅପରପକ୍ଷରେ କେତେକଙ୍କ ଠାରେ ଏହା ଗୁରୁତର...

ବ୍ରାଇଡାଲ୍‌ ଆଉଟଫିଟ୍‌

ବାହାଘର ସିଜନ୍‌ରେ ୟୁନିକ ଦେଖାଯିବାକୁ କିଏ ନ ଚାହେଁ। ହଳଦୀ ବିଧି, ସଙ୍ଗୀତ, ମେହେନ୍ଦୀଠାରୁ ଆରମ୍ଭ କରି ବାହାଘର ପର୍ଯ୍ୟନ୍ତ ସବୁ କାର୍ଯ୍ୟକ୍ରମରେ ଟ୍ରେଣ୍ଡି ଆଉ...

ପ୍ରାକୃତିକ ଜୀବସାର

ପ୍ରକୃତି ତାହାର କୋଳରେ ଥିବା ଜୀବଜଗତ ନୀରୋଗ ଜୀବନଯାପନ କରିବା ନିମନ୍ତେ ପୋଷକତତ୍ତ୍ୱ ପରିପୂର୍ଣ୍ଣ ଜୀବସାର, ଖଣିଜସାର ଓ ପ୍ରୋଟିନ୍‌ଯୁକ୍ତ ଆହାର ଓ ଔଷଧ ମହଜୁଦ...

ଅତ୍ୟଧିକ ଆମ୍ବ ଖାଉଛନ୍ତି କି…

ଆମ୍ବ ଦେଖିବାକୁ ଯେତିକି ସୁନ୍ଦର ଖାଇବାକୁ ତା’ଠୁ ଅଧିକ ସ୍ବାଦିଷ୍ଟ। ବର୍ଷାଦିନରେ ଆମ୍ବର ମଜା ନେବାକୁ ପ୍ରାୟ ସମସ୍ତଙ୍କୁ ବେଶି ପସନ୍ଦ ହୋଇଥାଏ। ଏହା ପୋଷକ...

ଅଦରକାରୀ ପ୍ଲାଷ୍ଟିକ୍‌ର ନୂଆ ରୂପ…

ପ୍ଲାଷ୍ଟିକ୍‌ ବୋତଲ୍‌ଗୁଡ଼ିକୁ ବ୍ୟବହାର କରିସାରିବା ପରେ ବାହାରେ ନ ଫିଙ୍ଗି ବିଭିନ୍ନ ଆକୃତିରେ କାଟି ଗଛ ଲଗାଇବା ପାଇଁ ବ୍ୟବହାର କରିପାରିବେ। ଏଥିରେ ଓ୍ବାଲ୍‌ ହାଙ୍ଗିଙ୍ଗ୍‌...

Advertisement
Archives

Model This Week