ପାର୍କରୁ ଚୋରି ହେଉଛି ବ୍ୟାୟାମ ଉପକରଣ

ବ୍ରହ୍ମପୁର ଅଫିସ,୩ା୬: ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପକ୍ଷରୁ ସହରବାସୀଙ୍କ ଆମୋଦ ପ୍ରମୋଦ ଓ ବ୍ୟାୟାମ ନିମନ୍ତେ ମିନି ପାର୍କ ନିର୍ମାଣ କରାଯାଇଛି। ନିଗମ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷରେ ୪କୋଟି ୯ ଲକ୍ଷ ୮ ହଜାର ଟଙ୍କା ବ୍ୟୟରେ ୪୬ଟି ମିନି ପାର୍କ ନିର୍ମାଣ କରାଯାଇଛି। ଏହି ପାର୍କ ଗୁଡିକରେ ଚଲାପଥ, ଜିମ ଓ ବସିବା ନିମନ୍ତେ ଚଉକି ନିର୍ମାଣ କରାଯାଇଛି। ପାର୍କ ପରିସରରେ ପେଭର ବ୍ଲକ ରାସ୍ତା, ଆଲୋକୀକରଣ ବ୍ୟବସ୍ଥା ସହ ସ୍ବଚ୍ଛତା ନିମନ୍ତେ ଡଷ୍ଟବିନ ରଖାଯାଇଛି। ସକାଳେ ଓ ସନ୍ଧ୍ୟାରେ ପାର୍କକୁ ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ପିଲାମାନେ ମଧ୍ୟ ଆସିଥାନ୍ତି। ଯୁବପୀଢ଼ୀ ଓ ବରିଷ୍ଠ ନାଗରିକମାନେ ପାର୍କରେ ଥିବା ବ୍ୟାୟମ ଉପକରଣରେ ବ୍ୟବହାର କରିଥାନ୍ତି। ତେବେ ଏଭଳି ପାର୍କ ରହିଛି ଯାହାକି ବର୍ତ୍ତମାନ ଅବହେଳିତ ହୋଇରହିଛି। ନିଗମର ଅସାବଧାନତା କାରଣରୁ ପାର୍କ ପରିସରରୁ ବ୍ୟାୟମ ଉପକରଣ ଚୋରି ହେଉଥିବା ଅଭିଯୋଗ ହୋଇଛି। ଏଥିସହ ସିମେଣ୍ଟ ଚଉକିଗୁଡିକ ଭାଙ୍ଗି ରୁଜି ଯାଇଥିବା ଦେଖିବାକୁ ମିଳିଛି। ବିଇଏମସିର ୨୩ ନଂ. ୱାର୍ଡ ଅନ୍ତର୍ଗତ ଗୋଲାପଲୀ ବନ୍ଧ ପାର୍କରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି।
ଗୋଲାପଲୀ ବନ୍ଧ ପାର୍କ ୩ ବର୍ଷ ତଳେ ନିର୍ମାଣ କରାଯାଇଥିଲା। ପାର୍କ ପରିସରରେ ସମସ୍ତ ପ୍ରକାର ବ୍ୟାୟମ ଉପକରଣଠାରୁ ଆରମ୍ଭ କରି ସାୈନ୍ଦର୍ଯ୍ୟକରଣ ମଧ୍ୟ କରାଯାଇଛି। କିନ୍ତୁ ବିଇଏମସିର ଅସାବଧାନତାରୁ ବର୍ତ୍ତମାନ ପାର୍କ ପରିସରରୁ ବହୁ ବ୍ୟାୟମ ଉପକରଣ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏଠାରେ ଥିବା ୧୦ରୁ ଉର୍ଦ୍ଧ୍ୱ ଉପକରଣ କଟାଯାଇ ଚୋରି ହୋଇଛି। ଚୋରି ନେଇ ଅଭିଯୋଗ ପରେ ମଧ୍ୟ ନିଗମ ପକ୍ଷରୁ କାୈଣସି କାର୍ଯ୍ୟାନୁ୍‌ଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ପାର୍କ ମଧ୍ୟରେ ପେଭର ବ୍ଲକ ମଧ୍ୟ ଦବି ଯାଇଛି। ଯାହାଦ୍ୱାରା ବରିଷ୍ଠ ନାଗରିକମାନେ ଚାଲିବା ସମୟରେ ଅସୁବିଧା ଭୋଗୁଉଛନ୍ତି। ପାର୍କରେ ପରିଷ୍କାର ପରିଚ୍ଛନତା ପ୍ରତି ଦୃଷ୍ଟି ଦିଆଯାଉ ନାହିଁ। ଲାଇଟ ଜଳୁନାହିଁ। ଫଳରେ ସନ୍ଧ୍ୟା ସମୟରେ ପାର୍କ ମଧ୍ୟରେ ଅନ୍ଧାରର ସୁଯୋଗ ନେଇ ଅସାମାଜିକ ଯୁବକମାନେ ଆଡ୍ଡା ଜମାଉଛନ୍ତି। ପାର୍କର ରକ୍ଷଣାବେକ୍ଷଣ ନିମନ୍ତେ ଜଣେ କର୍ମଚାରୀ ନିୟୋଜିତ ରହିଥିବା ବେଳେ ସେ ଠିକ ସମୟରେ ଆସୁ ନ ଥିବା କାରଣରୁ ପାର୍କଟି ଅନେକ ସମୟରେ ବନ୍ଦ ରହୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ବିଇଏମସି ନିର୍ବାହୀ ଯନ୍ତ୍ରୀ ଇଂ ଲଳିତ ମୋହନ ଦାଶଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ପ୍ରତି ୱାର୍ଡରେ ପାର୍କର ରକ୍ଷଣାବେକ୍ଷଣ ନିମନ୍ତେ ଏସଏଚଜିଙ୍କୁ ଦାୟିତ୍ୱ ପ୍ରଦାନ କରାଯିବ। ଏସଏଚଜିମାନେ ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ୱ ତୁଲାଇବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri