Posted inଜାତୀୟ

କିଛି ଦିନ ଏକାଠି ରହିବା ‘ଲିଭ୍‌ ଇନ୍‌’ ନୁହେଁ, ହାଇକୋର୍ଟଙ୍କ ରାୟ…

ଚଣ୍ଡିଗଡ଼, ୧୩।୧୨: ଦୁଇଜଣ ବୟସ୍କ ବ୍ୟକ୍ତି କିଛି ଦିନ ଧରି ଏକାଠି ରହିଲେ ଏହାକୁ ଲିଭ-ଇନ ରିଲେଶନଶିପ୍‌ କୁହାଯିବ ନାହିଁ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ଲିଭ-ଇନ ରିଲେଶନଶିପ୍‌ ମାମଲାରେ ସମ୍ପୃକ୍ତ ଦୁଇ ବ୍ୟକ୍ତିଙ୍କ ପକ୍ଷରୁ ଦାଖଲ ହୋଇଥିବା ସୁରକ୍ଷା ଆବେଦନ ଉପରେ ବିଚାର କରି ଏଭଳି ରାୟ ଦେଇଛନ୍ତି। ସେମାନେ ଦାବି କରୁଛନ୍ତି ଯେ, ଲିଭ୍‌ ଇନ୍‌ରେ ଅଛନ୍ତି।

ମାତ୍ର ଏହି ଦାବି ପ୍ରର୍ଯ୍ୟାପ୍ତ ନୁହେଁ ବୋଲି କୋର୍ଟ କହିଛନ୍ତି। ବିଚାରପତି ମନୋଜ ବଜାଜଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ବିଚାର କରି ୨୫,୦୦୦ ଟଙ୍କାର ଜରିମାନା ଦଣ୍ଡାଦେଶ କରିବା ସହିତ ଆବେଦନକୁ ଖାରଜ କରି ଦେଇଛନ୍ତି। ଆବେଦନରେ କୌଣସି ଉପଯୁକ୍ତ ପ୍ରମାଣ ନ ଥିବା ଖଣ୍ଡପୀଠ କହିଛନ୍ତି। ଜଣେ ୧୮ ବର୍ଷ ବୟସ୍କା ଯୁବତୀ ଏବଂ ୨୦ ବର୍ଷ ବୟସ୍କ ଯୁବକଙ୍କ ଦ୍ୱାରା ଏକ ଆବେଦନ ଦାଖଲ ହୋଇଥିଲା ଯେ, ସେମାନେ ପରସ୍ପରକୁ ଭଲ ପାଆନ୍ତି ଏବଂ ବିବାହ ଉପଯୋଗୀ ବୟସ ହେବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୁରକ୍ଷା ଆବେଦନରେ ଦର୍ଶାଯାଇଥିଲା ଯୁବତୀଙ୍କ ପିତାମାତା ଏହାର ବିରୋଧ କରୁଛନ୍ତି। ସେମାନେ ତାଙ୍କ ପସନ୍ଦର ପୁଅ ସହିତ ବିବାହ କରିବାକୁ ଚାହୁଁଛନ୍ତି। ସେମାନେ ଯୁବତୀ ଏବଂ ଯୁବକଙ୍କୁ ମିଥ୍ୟା ଅପରାଧିକ ମାମଲାରେ ସମ୍ପୃକ୍ତ କରିବାକୁ ଧମକ ଦେଇଛନ୍ତି। ତେଣୁ, ସେମାନେ ବର୍ତ୍ତମାନ ଏକ ହୋଟେଲରେ ୨୪ ନଭେମ୍ବର ୨୦୨୧ଠାରୁ ଲିଭ୍‌-ଇନ୍‌ରେ ରହୁଛନ୍ତି। ଖଣ୍ଡପୀଠ ଆବେଦନକାରୀଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ଧମକ ବାସ୍ତବ ନ ଲାଗୁଥିବା କହିଥିଲେ।

ଖଣ୍ଡପୀଠ କହିଛନ୍ତି ଯେ,ଯଦି ଆବେଦନକାରୀଙ୍କ ବିରୋଧରେ ପୋଲିସ ନିକଟରେ କୌଣସି ଅଭିଯୋଗ କରାଯାଏ ତେବେ ଏହା ସେମାନଙ୍କ ଜୀବନ ତଥା ସ୍ବାଧୀନତା ପ୍ରତି ବିପଦ ରହିଥିବା ବୋଲି ବିବେଚନା କରାଯାଇପାରିବ ନାହିଁ । ଏହି ଆବେଦନକୁ ଖାରଜ କରି ଖଣ୍ଡପୀଠ କହିଛନ୍ତି ଯେ ଲିଭ-ଇନ ସମ୍ପର୍କ ପରସ୍ପର ପ୍ରତି ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ଏବଂ ଦାୟିତ୍ୱବୋଧ ଆଧାରରେ ଏହାକୁ ବିବାହ ପରବର୍ତ୍ତୀ ସମ୍ପର୍କ ସହିତ ସମାନ କରିଥାଏ। ମାତ୍ର ଏକ୍ଷେତ୍ରରେ ଏଭଳି କିଛି ହେଉନାହିଁ ବୋଲି କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା-ପାକିସ୍ତାନ ସୀମାରେ ମେଗା ସମରାଭ୍ୟାସ ଆୟୋଜନ କରିବ ବାୟୁସେନା

ନୂଆଦିଲ୍ଲୀ,୧।୮: ଚାଇନା ଏବଂ ପାକିସ୍ତାନ ସୀମାରେ ଭାରତୀୟ ବାୟୁସେନା ମେଗା ସମରାଭ୍ୟାସ ଆୟୋଜନ କରିବ। ବାୟୁସେନା ସମରାଭ୍ୟାସ ସେପ୍ଟେମ୍ବର ୪ରୁ ଆରମ୍ଭ ହେବ, ଯାହାକି ୧୧...

ଶ୍ରୀଲଙ୍କାକୁ ୨୧,୦୦୦ ଟନ ସାର ଯୋଗାଇଲା ଭାରତ

ନୂଆଦିଲ୍ଲୀ/କଲମ୍ବୋ,୨୨।୮:ଭାରତ ସୋମବାର ଏକ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମ ଅଧୀନରେ ଶ୍ରୀଲଙ୍କାକୁ ୨୧,୦୦୦ ଟନ ସାର ପ୍ରଦାନ କରିଛି। ଏହି ପଦକ୍ଷେପ ପଡୋଶୀ ଦେଶର କୃଷକମାନଙ୍କୁ ସାହାଯ୍ୟ...

ଉତ୍ତର ପ୍ରଦେଶରେ ସ୍କୁଲ ପିଲାଙ୍କୁ ୟୁନିଫର୍ମ ପାଇଁ ମିଳିବ ୧୨୦୦ ଟଙ୍କା

ଲକ୍ଷ୍ନୌ,୨୬ ।୭: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଲୋକ ଭବନରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୯ଟି...

ବରିଷ୍ଠ କଂଗ୍ରେସ ନେତା ମନୀଷ ତିୱାରୀଙ୍କୁ କରୋନା: ଟୁଇଟ କରି ଦେଲେ ସୂଚନା

ନୂଆଦିଲ୍ଲୀ,୧୬।୧୧-ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୀଷ ତିୱାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ସୋମବାର ଟୁଇଟ କରି ସୂଚନା ଦେଇଛନ୍ତି।...

‘ଏଥର ଦିଲ୍ଲୀରେ ‘ଇଣ୍ଡିଆ’ସରକାର’, ମମତା ବାନାର୍ଜୀଙ୍କ ଫଟୋ ସହ କୋଲକାତାରେ ଲାଗିଲା ନୂଆ ପୋଷ୍ଟର

କୋଲକାତା,୫।୮: ବିରୋଧୀ ଦଳର ମିଳିତ ମଞ୍ଚ ‘ଇଣ୍ଡିଆ’ ଘୋଷଣା ପରେ ଏହାର ପ୍ରଭାବ ପଶ୍ଚିମବଙ୍ଗ ରାଜନୀତିରେ ଦେଖା ଦେଲାଣି। ରାଜଧାନୀ କୋଲକାତାରେ ଇଣ୍ଡିଆ ମିଳିତ ମଞ୍ଚକୁ...

ଆଦିବାସୀ ସଂସ୍କୃତି-ପରମ୍ପରା ସଂରକ୍ଷଣ ପାଇଁ ଅଛି ଆଇନ: ବାଘେଲ ସରକାରଙ୍କୁ ରମଣଙ୍କ ଜବାବ…

ରାୟପୁର,୨୮।୬ : ୟୁସିସି ନେଇ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ରମଣ ସିଂ କହିଛନ୍ତି ୟୁନିଫାଏଡ...

ଟୁର୍ନାମେଣ୍ଟ ବେଳେ କବାଡ଼ି ଖେଳାଳିଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ,୧୫।୩: ପଞ୍ଜାବର ଜଳନ୍ଧରରେ ସୋମବାର ଆୟୋଜିତ କବାଡ଼ି ଟୁର୍ନାମେଣ୍ଟରେ ଜଣେ ଖେଳାଳିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ହେଲେ ଅନ୍ତର୍ଜାତୀୟ ସ୍ତରର କବାଡି ଖେଳାଳି...

ଭାଜପାକୁ ୨୦୨୪ରେ ପରାଜୟର ଭୟ, ଏଥିଲାଗି ବାରମ୍ବାର ବିାହାର ଗସ୍ତରେ ଆସୁଛନ୍ତି ଶାହା: ତେଜସ୍ବୀ

ପୂର୍ଣ୍ଣିଆ,୨୫।୨: ବିହାର ରାଜନୀତି ଲାଗି ଶନିବାର ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଗୋଟିଏ ପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ବିହାରରେ ଦୁଇଟି...

Advertisement
Archives

Model This Week