Posted inଜାତୀୟ

କିଛି ଦିନ ଏକାଠି ରହିବା ‘ଲିଭ୍‌ ଇନ୍‌’ ନୁହେଁ, ହାଇକୋର୍ଟଙ୍କ ରାୟ…

ଚଣ୍ଡିଗଡ଼, ୧୩।୧୨: ଦୁଇଜଣ ବୟସ୍କ ବ୍ୟକ୍ତି କିଛି ଦିନ ଧରି ଏକାଠି ରହିଲେ ଏହାକୁ ଲିଭ-ଇନ ରିଲେଶନଶିପ୍‌ କୁହାଯିବ ନାହିଁ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ଲିଭ-ଇନ ରିଲେଶନଶିପ୍‌ ମାମଲାରେ ସମ୍ପୃକ୍ତ ଦୁଇ ବ୍ୟକ୍ତିଙ୍କ ପକ୍ଷରୁ ଦାଖଲ ହୋଇଥିବା ସୁରକ୍ଷା ଆବେଦନ ଉପରେ ବିଚାର କରି ଏଭଳି ରାୟ ଦେଇଛନ୍ତି। ସେମାନେ ଦାବି କରୁଛନ୍ତି ଯେ, ଲିଭ୍‌ ଇନ୍‌ରେ ଅଛନ୍ତି।

ମାତ୍ର ଏହି ଦାବି ପ୍ରର୍ଯ୍ୟାପ୍ତ ନୁହେଁ ବୋଲି କୋର୍ଟ କହିଛନ୍ତି। ବିଚାରପତି ମନୋଜ ବଜାଜଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ବିଚାର କରି ୨୫,୦୦୦ ଟଙ୍କାର ଜରିମାନା ଦଣ୍ଡାଦେଶ କରିବା ସହିତ ଆବେଦନକୁ ଖାରଜ କରି ଦେଇଛନ୍ତି। ଆବେଦନରେ କୌଣସି ଉପଯୁକ୍ତ ପ୍ରମାଣ ନ ଥିବା ଖଣ୍ଡପୀଠ କହିଛନ୍ତି। ଜଣେ ୧୮ ବର୍ଷ ବୟସ୍କା ଯୁବତୀ ଏବଂ ୨୦ ବର୍ଷ ବୟସ୍କ ଯୁବକଙ୍କ ଦ୍ୱାରା ଏକ ଆବେଦନ ଦାଖଲ ହୋଇଥିଲା ଯେ, ସେମାନେ ପରସ୍ପରକୁ ଭଲ ପାଆନ୍ତି ଏବଂ ବିବାହ ଉପଯୋଗୀ ବୟସ ହେବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୁରକ୍ଷା ଆବେଦନରେ ଦର୍ଶାଯାଇଥିଲା ଯୁବତୀଙ୍କ ପିତାମାତା ଏହାର ବିରୋଧ କରୁଛନ୍ତି। ସେମାନେ ତାଙ୍କ ପସନ୍ଦର ପୁଅ ସହିତ ବିବାହ କରିବାକୁ ଚାହୁଁଛନ୍ତି। ସେମାନେ ଯୁବତୀ ଏବଂ ଯୁବକଙ୍କୁ ମିଥ୍ୟା ଅପରାଧିକ ମାମଲାରେ ସମ୍ପୃକ୍ତ କରିବାକୁ ଧମକ ଦେଇଛନ୍ତି। ତେଣୁ, ସେମାନେ ବର୍ତ୍ତମାନ ଏକ ହୋଟେଲରେ ୨୪ ନଭେମ୍ବର ୨୦୨୧ଠାରୁ ଲିଭ୍‌-ଇନ୍‌ରେ ରହୁଛନ୍ତି। ଖଣ୍ଡପୀଠ ଆବେଦନକାରୀଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ଧମକ ବାସ୍ତବ ନ ଲାଗୁଥିବା କହିଥିଲେ।

ଖଣ୍ଡପୀଠ କହିଛନ୍ତି ଯେ,ଯଦି ଆବେଦନକାରୀଙ୍କ ବିରୋଧରେ ପୋଲିସ ନିକଟରେ କୌଣସି ଅଭିଯୋଗ କରାଯାଏ ତେବେ ଏହା ସେମାନଙ୍କ ଜୀବନ ତଥା ସ୍ବାଧୀନତା ପ୍ରତି ବିପଦ ରହିଥିବା ବୋଲି ବିବେଚନା କରାଯାଇପାରିବ ନାହିଁ । ଏହି ଆବେଦନକୁ ଖାରଜ କରି ଖଣ୍ଡପୀଠ କହିଛନ୍ତି ଯେ ଲିଭ-ଇନ ସମ୍ପର୍କ ପରସ୍ପର ପ୍ରତି ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ଏବଂ ଦାୟିତ୍ୱବୋଧ ଆଧାରରେ ଏହାକୁ ବିବାହ ପରବର୍ତ୍ତୀ ସମ୍ପର୍କ ସହିତ ସମାନ କରିଥାଏ। ମାତ୍ର ଏକ୍ଷେତ୍ରରେ ଏଭଳି କିଛି ହେଉନାହିଁ ବୋଲି କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

ଚିନି ଦରରେ ନିଆଁ: କେନ୍ଦ୍ର ସରକାର ସ୍ପଷ୍ଟ କଲେ ଦରବୃଦ୍ଧିର କାରଣ, କମିଯିବ କି….

ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା…

ଦିଲ୍ଲୀ ଏନ୍‌ସିଆରରେ ପ୍ରବଳ ବର୍ଷା: ବଦଳିଲା ୧୫ ବିମାନର ରୁଟ୍‌

ନୂଆଦିଲ୍ଲୀ,୨୪।୮: ଦିଲ୍ଲୀ ଏନ୍‌ସିଆରରେ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁ ବିମାନ ସେବା ପ୍ରଭାବିତ ହୋଇଛି। ବର୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିମାନବନ୍ଦରରେ ୧୫ଟି ବିମାନର…

‘ରସୁଣ-ପିଆଜ ନପଡ଼ିଲେ ମାଛ ଆମିଷ ନୁହେଁ’, ମନ୍ତ୍ରୀଙ୍କ ଦାବିକୁ ନେଇ ତେଜିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪ା୮: ମାଛ ଆମିଷ ନା ନିରାମିଷ? ଏହି ପ୍ରଶ୍ନକୁ ନେଇ ଉତ୍ତରପ୍ରଦେଶରେ ଏବେ ରାଜନୈତିକ ବିବାଦ ଦେଖାଦେଇଛି । ମାଛକୁ ନିରାମିଷ ବୋଲି ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ…

‘ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ’, TVKର ଦାବିରେ କଂଗ୍ରେସର କଟାକ୍ଷ- ‘୨୭୨ ସାଂସଦ…’

ଚେନ୍ନାଇ, ୨୪।୮: ତାମିଲନାଡୁର ରାଜନୀତିରେ ଅଭିନେତାରୁ ନେତା ପାଲଟିଥିବା ସି. ଜୋସେଫ ବିଜୟ ଅର୍ଥାତ୍‌ ଥଲାପତି ବିଜୟଙ୍କୁ ନେଇ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ବିଜୟଙ୍କ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri