Posted inଜାତୀୟ

ଏନଡିଏ ବିରୋଧରେ ମାଷ୍ଟର ଷ୍ଟ୍ରୋକ୍‌!

ନୂଆଦିଲ୍ଲୀ,୪।୮: ପୁଣି ସଂସଦରେ ଗର୍ଜିବେ ରାହୁଲ । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଉତ୍ସାହିତ ହୋଇଛି କଂଗ୍ରେସ ଶିବିର। ରାହୁଲଙ୍କ ଉପସ୍ଥିତି ସଂସଦରେ ବିରୋଧୀଙ୍କ ସ୍ବରକୁ ଆହୁରି ତୀବ୍ର କରାଇବ। ବିରୋଧୀଙ୍କ ନିକଟରେ ଏବେ ମାଳ ମାଳ ପ୍ରସଙ୍ଗ ରହିଥିବାବେଳେ ରାହୁଲଙ୍କ ସପକ୍ଷରେ ଆସିଥିବା ରାୟ ମୌସୁମୀ ଅଧିବେଶନକୁ ଆହୁରି ସରଗରମ କରାଇବ । ତେବେ ସବୁଠାରୁ ବଡ଼ କଥା ହେଲା ଅନାସ୍ଥା ପ୍ରସ୍ତାବ ଉପରେ ହେବାକୁ ଥିବା ଚର୍ଚ୍ଚାରେ ରାହୁଲଙ୍କ ଉପସ୍ଥିତି ବେଶ ରୋଚକ କରାଇବ।

ମୋଦି ସାଙ୍ଗିଆ ଟିପ୍ପଣୀରେ ରାହୁଲଙ୍କୁ ମିଳିଛି ଆଶ୍ୱସ୍ତି। ରାହୁଲ ଗାନ୍ଧି ଏବେ ଲୋକସଭା ସଦସ୍ୟତା ଫେରିପାଇବା ସହ ନିର୍ବାଚନ ମଧ୍ୟ ଲଢିପାରିବେ। ଏହି ମାମଲାର ଶୁଣାଣି କରିଛନ୍ତିି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ। ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି, ତଳ କୋର୍ଟଙ୍କ ବିଚାରପତି ସର୍ବୋଚ୍ଚ ଦଣ୍ଡ ବିଧାନ ପାଇଁ କୌଣସି କାରଣ ଦର୍ଶାଇ ନାହାନ୍ତି। ତେଣୁ ଏହି ଦୋଷରେ ରାହୁଲଙ୍କ ସଦସ୍ୟତା ପଦ ଯିବାର କୌଣସି ଉଲ୍ଲେଖନୀୟ କାରଣ ଦେଖାଯାଉନାହିଁ। କିନ୍ତୁ କୌଣସି ନିର୍ବାଚନି ରାଲି କିମ୍ବା ସଭାକୁ ସମ୍ବୋଧନ କରିବା ସମୟରେ ରାହୁଲ ଏପରି ଟିପ୍ପଣୀ ଦେବାକୁ ସର୍ତକତା ଅବଲମ୍ବନ କରିବେ। ଏହାର ଚୂଡାନ୍ତ ରାୟ ପୁଣିଥରେ ଶୁଣାଣି କରାଯିବ।

ସୁପ୍ରିମକୋର୍ଟଙ୍କ ଏହି ରାୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଏନଡିଏ ମେଣ୍ଟକୁ ଶକ୍ତ ଝଟକା ଲାଗିଛି। ତେବେ ଏହାକୁ ମୋଦିଙ୍କ ବିରୋଧରେ ମାଷ୍ଟର ଷ୍ଟ୍ରୋକ୍‌ ବୋଲି କୁହାଯାଉଛି। ବର୍ତ୍ତମାନ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟ ମଜବୁତ ହେବାକୁ ଯାଉଛି। କଂଗ୍ରେସ ସାଂସଦ ସଚିନ ପାଇଲଟ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସୋନିଆ ଗାନ୍ଧି, କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖର୍ଗେ, ମୁଖ୍ୟମନ୍ତ୍ର ଅରବିନ୍ଦ ଏନେଇ ଖୁସି ବ୍ୟକ୍ତ କରିଛନ୍ତି। ସଚିନ ପାଇଲଟ କହିଛନ୍ତି, ସଂସଦରେ ରାହୁଲଙ୍କ ଉପସ୍ଥିତି ଦ୍ୱାରା ଆମେ ନିଶ୍ଚିତ ଲାଭବାନ ହେବୁ। ଚଳିତ ବର୍ଷ ହେବାକୁ ଥିବା ୪ଟି ରାଜ୍ୟସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟ ବର୍ତ୍ତମାନ ଅଧିକରୁ ଅଧିକ ବଳ ଗୋଟାଇବ। ବିରୋଧିଙ୍କ ପାଇଁ ଏହା ବୁଷ୍ଟର ଡୋଜ୍‌ ରୂପେ କାମ କରିବ। ସଂସଦରେ କଂଗ୍ରେସ ଦଳ ଏବଂ ବିରୋଧୀଙ୍କ ଆଭିମୁଖ୍ୟ ବୃଦ୍ଧି ପାଇବ।

କଗ୍ରେଂସର ଏହି ବଡ ବିଜୟକୁ ନେଇ କଂଗ୍ରେସ ପାର୍ଟିରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଆସନ୍ତା ଅଗଷ୍ଟ ୮ତାରିଖରେ ଅନାସ୍ଥା ପ୍ରସ୍ତାବକୁ ନେଇ ସଂସଦରେ ଆଲୋଚନ କରାଯିବ। ସୁପ୍ରିମକୋର୍ଟର ଚୂଡାନ୍ତ ରାୟ ଆସିବା ପରେ ରାହୁଲ ଯଦି ସଦସ୍ୟତା ପଦ ଫେରି ପାଆନ୍ତି ତେବେ ସେ ଏହି ଆଲୋଚନାରେ ସାମିଲ ହେବେ। ମଣିପୁର ଠାରୁ ଆରମ୍ଭ କରି ହରିୟାଣା ହିଂସା ପର୍ଯ୍ୟନ୍ତ ରାହୁଲଙ୍କ ନେତୃତ୍ୱରେ ବିରୋଧି ସଂସଦରେ ସରକାରଙ୍କୁ ଘେରିବେ। ଆଗକୁ ରାହୁଲ ଜନସାଧାରଣଙ୍କ ସ୍ବାର୍ଥ ପ୍ରସଙ୍ଗକୁ ଗୃହରେ ଅଧିକ ଜୋରଦାର କରିବେ।

ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିରେ ନ୍ୟାୟପାଳିକା ଉପରେ ଲୋକଙ୍କ ବିଶ୍ୱାସ ବୃଦ୍ଧି ପାଇଛି। ତେବେ ଏକାଧିକ ମାମଲାରେ ସୁପ୍ରିମକୋର୍ଟ ନିଷ୍ପତ୍ତି ସରକାରଙ୍କ ବିପକ୍ଷରେ ଗଲେ ମଧ୍ୟ ଉଚିତ ନ୍ୟାୟ ପ୍ରଦର୍ଶନ କରିଛି। ପ୍ରତିଟି ମାଲାରେ ଉଚ୍ଚ ନ୍ୟାୟାଳୟ ସରକାରଙ୍କୁ ଭର୍ତ୍ସନା କରିବା ଠିକ୍‌ ଭୁଲର ବିଚାର କରିବା ପାଇଁ ପରାମର୍ଶ ଦେଇଛନ୍ତି। ସେହିପରି ଦେଖାଯାଇଥିଲା କି, ୩ମାସରୁ ଉର୍ଦ୍ଧ ସମୟ ଧରି ମଣିପୁର ହିଂସାକୁ ନେଇ ନିରବ ରହିଥିବା ଆମ ପ୍ରଧାନମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ପ୍ରହାରରେ ୩୪ସେକେଣ୍ଡ ପାଇଁ ହେଉ ପଛେ ମୁହଁ ଖୋଲିଥିଲେ। ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଆଗଭର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri