Posted inଜାତୀୟ

ସୁପ୍ରିମକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ

ନୂଆଦିଲ୍ଲୀ,୨୩ା୯: ଜାତିଆଣ ହିଂସା ପ୍ରଭାବିତ ମଣିପୁରରେ ସମସ୍ତ ଉତ୍ସରୁ ଅସ୍ତ୍ରଶସ୍ତ୍ରକୁ ଉଦ୍ଧାର କରାଯାଇଥିବା ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛନ୍ତି। କେନ୍ଦ୍ର ଏବଂ ମଣିପୁର ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠଙ୍କୁ ଏହା କହିଛନ୍ତି। ମହିଳା ଓ ଶିଶୁମାନଙ୍କ ପ୍ରତି ହୋଇଥିବା ଯୌନ ହିଂସା ସମ୍ପର୍କିତ ୧୧ଟି ଏତଲା ସିିବିଆଇକୁ ହସ୍ତାନ୍ତର ହୋଇଥିଲାବେଳେ ତଦନ୍ତର ସବିଶେଷ ତଥ୍ୟ ତଦନ୍ତକାରୀ ସଂସ୍ଥା ଦେବା ପାଇଁ ପିଟିଶନରେ ଦାବି କରାଯାଇଥିଲା। ଅପରାଧ ମାମଲାଗୁଡ଼ିକର ଅନୁଧ୍ୟାନ ପାଇଁ ଅଭିଜ୍ଞ ଆଇପିଏସ୍‌ ଅଫିସର ଦତ୍ତାତ୍ରେୟ ପଡ୍‌ସାଲଗିକରଙ୍କୁ ନିଯୁକ୍ତ କରାଯାଇଥିବା ଖଣ୍ଡପୀଠ କହିଥିଲେ। ଅଫିସରମାନଙ୍କୁ ଦାୟିତ୍ୱ ନେବା, ସ୍ଥିତି ଅନୁଧ୍ୟାନ କରିବା ପାଇଁ ସମୟ ଦିଆଯାଉ ବୋଲି ଖଣ୍ଡପୀଠ କହିଥିଲେ। ମହାରାଷ୍ଟ୍ରର ପୂର୍ବତନ ଡିଜିପି ପଡ୍‌ସାଲଗିକର ମଣିପୁର ଗସ୍ତ କରି ତଦନ୍ତ ପ୍ରକ୍ରିୟାର ତଦାରଖ କରୁଛନ୍ତି ବୋଲି ସିଜେଆଇ ଚନ୍ଦ୍ରଚୂଡ଼ କହିଥିଲେ। ମଣିପୁର ହିଂସାର ତଦନ୍ତ ଅଦାଲତଙ୍କ ତତ୍ତ୍ୱାବଧାନରେ କରାଯିବା, ରିଲିଫ୍‌ ଏବଂ ଥାଇଥାନ ପାଇଁ ପଦକ୍ଷେପ ଆଦି ଉପରେ ହୋଇଥିବା ଆବେଦନର ଶୁଣାଣି କରି ଖଣ୍ଡପୀଠ ଗତ ମାସ ୭ରେ ପଡସାଲଗିକରଙ୍କୁ ସିବିଆଇ ତଦନ୍ତର ଅନୁଧ୍ୟାନ କରିବାକୁ ନିଯୁକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଟିଆ ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ବନ୍ଧାହେଲେ ଘରମାଲିକ

କେନ୍ଦୁଝର,୧୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ଘର ମାଲିକଙ୍କୁ ଗିରଫ କରିଛି। ଅଭିଯୁକ୍ତ ପୁରୀ ଜିଲା ତାଳବଣିଆ…

ଭାରତର ଗୁରୁତ୍ୱକୁ ଅନୁଭବ କରୁଛି ବାଂଲାଦେଶ, ଏବେ କରୁଛି ଏମିତି ଚିନ୍ତା

ଢାକା,୧୧।୫: ବାଂଲାଦେଶ ଏବେ ଭାରତ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଚାହୁଁଛି। ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ଜଣେ ବରିଷ୍ଠ ପରାମର୍ଶଦାତାଙ୍କ ପକ୍ଷରୁ ଏ ସମ୍ପର୍କରେ ଏକ ବିବୃତ୍ତି ପ୍ରକାଶ…

ପଡ଼ୋଶୀଙ୍କ କୋଦାଳ ଆଉ ଶାବଳମାଡ଼ରେ ମହିଳାଙ୍କ ଜୀବନ ଗଲା

ଖଇରା,୧୧ା୫(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ହରିପୁର ଗ୍ରାମରେ ଘର ତିଆରି ପାଇଁ ସେଣ୍ଟରିଂ ବେଳେ ଅଭାବନୀୟ ଘଟଣା ଘଟି ଯାଇଛି। ସୀମା ବିବାଦକୁ…

ମୋଦିଙ୍କ ବଡ଼ ଉପଦେଶ, କହିଲେ ଘରୁ ରହି କାମ କରିବାକୁ…

ନୂଆଦିଲ୍ଲୀ,୧୧।୫:  ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ବିଶ୍ୱ ବଜାରରେ ତୈଳ ସଙ୍କଟ ଦେଖାଦେଇଥିବାବେଳେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ଆଶଙ୍କା କରାଯାଉଛି। ପଶ୍ଚିମ ଏସିଆ ସଙ୍କଟ…

ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହତ୍ୟା କଲେ ଖଣି ମାଫିଆ, ଶରୀରର ଅନେକ ସ୍ଥାନରେ ରହିଛି…

ନୟାଗଡ଼,୧୧ା୫(ଲୋକନାଥ ମିଶ୍ର): ମାଙ୍କଡ଼ାପଥର ଚୋରାଚାଲାଣକୁ ବିରୋଧ କରିବାରୁ ରବିବାର ବିଳମ୍ବିତ ରାତିରେ ଓଡ଼ଗାଁ ବିଜୟ ମଣ୍ଡପସାହିର ଅଜିତ ସାହୁ(୩୫)ଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ମାଫିଆ। ଏହି…

ଆମେରିକାକୁ କଡ଼ା ଜବାବ ଦେଲା ଇରାନ!

ତେହରାନ,୧୧।୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଉଥିବା ପରି ମନେ ହେଉଛି। ଗୋଟିଏ ପଟେ, ଆମେରିକା ସମାଧାନ ପାଇଁ ଚାପ ପ୍ରୟୋଗ…

ରାହୁଲଙ୍କୁ ମହଙ୍ଗା ପଡ଼ିଲା ଥାଲାପତିଙ୍କ ସହ ଇନଷ୍ଟା ରିଲ ଶେୟାର କରିବା

ନୂଆଦିଲ୍ଲୀ,୧୧।୫: ତାମିଲନାଡୁରେ ବିଜୟ ଥାଲାପତିଙ୍କ ଶପଥ ଗ୍ରହଣ ସମାରୋହ ସମୟରେ, ଟିଭିକେ ମୁଖ୍ୟ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ମଞ୍ଚ ଉପରେ ଏକ ରିଲ…

ସ୍ତ୍ରୀଙ୍କ ହାତ ଗୋଡ଼ ବାନ୍ଧି ମାରିବା ପାଇଁ ସ୍ବାମୀଙ୍କ ଉଦ୍ୟମ, ଜ୍ୱାଇଁଙ୍କୁ ମାଡ଼ ମାରି ଶ୍ୱଶୁର ଘର ଲୋକେ…

ମହାକାଳପଡ଼ା,୧୧ା୫ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ସ୍ଥାନୀୟ ଖରିନାଶୀ ଗ୍ରାମର ମନୋରଞ୍ଜନ ଗିରି ୧୪ ବର୍ଷ ପୂର୍ବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri