Posted inଫୁରସତ

ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି

ପୃଥିବୀର ବିଭିନ୍ନ ସ୍ଥାନରେ ଏଭଳି କିଛି ସ୍ଥାପତ୍ୟ ରହିଛି, ଯାହାକୁ ଦେଖିବା ଲାଗି ରାତି ପାହିଲେ ଜମେ ଦର୍ଶକଙ୍କ ଭିଡ଼।
ଏଭଳି ଏକ ଆଶ୍ଚର୍ଯ୍ୟଜନକ କୀର୍ତ୍ତି ହେଉଛି ଆମେରିକାର ନ୍ୟୁୟର୍କ ସହରରେ ଥିବା ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି। ଆସନ୍ତୁ ଜାଣିବା
ଏହା ସମ୍ପର୍କରେ କିଛି ରୋଚକ କଥା…

ଆମେରିକା ଏବଂ ଫ୍ରାନ୍ସ ମଧ୍ୟରେ ବନ୍ଧୁତାର ପ୍ରତୀକ ଭାବେ ୧୮୮୬ ମସିହା ଅକ୍ଟୋବର ୨୮ ତାରିଖରେ ଆମେରିକା ରାଷ୍ଟ୍ରପତି ଗ୍ରୋଭର କ୍ଲିଭ୍‌ଲାଣ୍ଡଙ୍କ ଉପସ୍ଥିତିରେ ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ଉଦ୍‌ଘାଟନ ହୋଇଥିଲା।

ଫ୍ରେଞ୍ଚ୍‌ ମୂର୍ତ୍ତିକାର ଫ୍ରେଡେରିକ୍‌ ଅଗଷ୍ଟ ବାର୍ଥୋଲ୍ଡି ଡିଜାଇନ୍‌ କରିଥିବା ବେଳେ ଆଭ୍ୟନ୍ତରୀଣ ନିର୍ମାଣ କାର୍ଯ୍ୟ ଇଞ୍ଜିନିଅର ଗଷ୍ଟେଭ୍‌ ଇଫେଲ୍‌ ତଦାରଖ କରିଥିଲେ।

ନିର୍ମାଣ କରିବା ଲାଗି ୩୦୦ ଭିନ୍ନଭିନ୍ନ ପ୍ରକାରର ହାତୁଡି ବ୍ୟବହାର କରାଯାଇଥିଲା।

ପୃଥିବୀର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ବି ସ୍ଥାନ ପାଇଥିଲା।

ପ୍ରକୃତ ନାମ ହେଉଛି ଲିବର୍ଟି ଏନ୍‌ଲାଇଟେନିଂ ଦି ଓ୍ବାଲର୍‌ଡ।

ମୂର୍ତ୍ତି ହାତରେ ଧରିଥିବା ମଶାଲ ଏବଂ ବହିରେ ଆମେରିକାର ସ୍ବତନ୍ତ୍ରତା ଘୋଷଣା ହେବା ଦିବସ ଜୁଲାଇ ୪, ୧୭୭୬ ଖୋଦିତ ହୋଇଛି।

ଅକ୍ଟୋବର ୧୫ ତାରିଖରେ ଏହାକୁ ଆମେରିକାର ଜାତୀୟ କୀର୍ତ୍ତିର ମାନ୍ୟତା ମିଳିଥିଲା।

ଷ୍ଟାଚ୍ୟୁର ରଙ୍ଗ ସବୁଜ ଦେଖାଯାଉଥିଲେ ହେଁ ବାସ୍ତବରେ ଏହାକୁ ଏପରି ରଙ୍ଗ କରାଯାଇ ନାହିଁ । ଏହାକୁ ନିର୍ମାଣ କରିବା ଲାଗି ବ୍ୟବହାର କରାଯାଇଥିବା ପିତ୍ତଳ ପବନ ସଂସ୍ପର୍ଶରେ ଆସିବା ଦ୍ୱାରା ସମୟକ୍ରମେ ଏହାର ରଙ୍ଗ ପରିବର୍ତ୍ତିତ ହୋଇ ଏପରି ହୋଇଛି।

ମୂର୍ତ୍ତିର ଉଚ୍ଚତା ୯୩ ମିଟର ହୋଇଥିବା ବେଳେ ଓଜନ ୨୦୪ ମେଟ୍ରିକ୍‌ ଟନ୍‌।

ମୁକୁଟରେ ୨୫ଟି ଝରକା ରହିଛି। ସେଠାକୁ ଯିବାକୁ ହେଲେ ପର୍ଯ୍ୟଟକଙ୍କୁ ୩୫୪ ପାହାଚ ଚଢ଼ିବାକୁ ହୋଇଥାଏ।
ମୁକୁଟରେ ଥିବା ୭ଟି କଣ୍ଟା ୭ଟି ମହାଦେଶକୁ ସୂଚାଇଥାଏ।

ମୂର୍ତ୍ତି ବର୍ଷକୁ ପ୍ରାୟ ୬୦୦ଥର ବଜ୍ରାଘାତର ଶିକାର ହୋଇଥାଏ। ଏହାର ଫଟୋ ପ୍ରଥମ ଥର ପାଇଁ ୨୦୧୦ରେ ଉଠାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri