Posted inଖେଳ

ପ୍ରତିଶୋଧ ଅପେକ୍ଷାରେ ଦକ୍ଷିଣ ଆଫ୍ରିକା

ଧର୍ମଶାଳା, ୧୭।୧୦: ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡ୍ସ ମଧ୍ୟରେ ମୁକାବିଲା ହେବ। ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ଖେଳିଥିବା ୨ଟିଯାକ ମ୍ୟାଚ୍‌କୁ ବୃହତ୍‌ ବ୍ୟବଧାନରେ ଜିତିସାରିଛି। ଅନ୍ୟପକ୍ଷରେ ନେଦରଲାଣ୍ଡ୍ସ ସମାନ ସଂଖ୍ୟକ ମ୍ୟାଚ ଖେଳି ସବୁଥିରେ ପରାଜିତ ହୋଇଛି। ତେଣୁ ମଙ୍ଗଳବାର ମ୍ୟାଚ୍‌ ପାଇଁ ଦକ୍ଷିଣ ଆଫ୍ରିକାକୁ ଫେଭରାଇଟ ବିବେଚିତ କରାଯାଉଛି। ତେବେ ସୀମିତ ଓଭର କ୍ରିକେଟରେ ନେଦରଲାଣ୍ଡ୍ସ ବିପର୍ଯ୍ୟୟ ଘଟାଇବାର କ୍ଷମତା ରଖିଛି। ଗତବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପର ସୁପର-୧୨ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାକୁ ପରାଜୟ ସ୍ବାଦ ଚଖାଇଥିଲା ନେଦରଲାଣ୍ଡ୍ସ । ଏହି ଫଳାଫଳ ଦକ୍ଷିଣ ଆଫ୍ରିକାକୁ ପ୍ରତିଯୋଗିତାରୁ ବିଦାୟ ପଥ ମଧ୍ୟ ଦେଖାଇଥିଲା। ତେଣୁ ଏହାର ମଧୁର ପ୍ରତିଶୋଧ ଅପେକ୍ଷାରେ ରହିଛି ଦକ୍ଷିଣ ଆଫ୍ରିକା। ବିଜୟଧାରା ବଜାୟ ରଖି ଏହି ଦଳ ଆଗକୁ ବଢ଼ିବା ଲକ୍ଷ୍ୟରେ ରହିଛି।
ଚଳିତ ଟୁର୍ନାମେଣ୍ଟରେ ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ମ୍ୟାଚ୍‌ରେ ୧୦୨ ରନ୍‌ରେ ଶ୍ରୀଲଙ୍କାକୁ ହରାଇ ଅଭିଯାନ ଆରମ୍ଭ କରିଥିଲା। ଏହି ମ୍ୟାଚ୍‌ରେ ଦଳ ୪୨୮/୫ ରନ୍‌ର ବୃହତ୍‌ ସ୍କୋର ମଧ୍ୟ କରିଥିଲା। ଏହାପରେ ଲକ୍ଷ୍ନୌରେ ଅନୁଷ୍ଠିତ ନିଜର ଦ୍ୱିତୀୟ ମ୍ୟାଚ୍‌ରେ ୫ଥର ଚାମ୍ପିୟନ ଅଷ୍ଟ୍ରେଲିଆକୁ ୧୩୪ ରନ୍‌ରେ ପରାସ୍ତ କରିଥିଲା। ଏପର୍ଯ୍ୟନ୍ତ ଉଭୟ ବୋଲିଂ ଓ ବ୍ୟାଟିଂରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଏହି ଦଳ ସେହି ପ୍ରଦର୍ଶନ ବଜାୟ ରଖିବା ଆଶାରେ ରହିଛି। ଟପ୍‌ ଅର୍ଡରରେ କ୍ୱିଣ୍ଟନ ଡି’କକ୍‌, ରସି ଭାନ୍‌ ଡର ଡୁସେନ ଓ ଏଡେନ ମାରକ୍ରମ ଚମତ୍କାର ଫର୍ମରେ ଅଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ଏହି ୩ ଖେଳାଳି ଶତକ ହାସଲ କରିଥିଲେ। ଏହା ବ୍ୟତୀତ ହେନ୍‌ରିଚ କ୍ଲାସେନ ଓ ଡେଭିଡ୍‌ ମିଲର ଉପଯୋଗୀ ଅବଦାନ ଦେବାରୁ ଦଳ ୪୨୮ ରନ୍‌ ସ୍କୋର କରିପାରିଥିଲା। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ବୋଲରମାନେ ଯଦିଓ କିଛିଟା ମହଙ୍ଗା ରହିଥିଲେ ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ। ଡି’କକ୍‌ କ୍ରମାଗତ ଦ୍ୱିତୀୟ ଶତକ ହାସଲ କରିଥିବାବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ମାର୍କୋ ଜାନସେନ ଓ କାଗିସୋ ରାବାଡ଼ା ଘାତକ ବୋଲିଂ କରିଥିଲେ। ନେଦରଲାଣ୍ଡ୍ସ ଦଳରେ ବିଶେଷ ନାମୀ ବ୍ୟାଟର ନ ଥିବାରୁ ଦକ୍ଷିଣ ଆଫ୍ରିକା ବୋଲରମାନେ ଅଧିକ ପ୍ରଭାବୀ ହୋଇପାରନ୍ତି। ଆଗାମୀ ମ୍ୟାଚରେ ଟପ୍‌ ଅର୍ଡରର ୩ ବ୍ୟାଟର ଡି’କକ୍‌, ଡୁସେନ ଓ ମାରକ୍ରମ ପୁଣି କ୍ଲିକ୍‌ କରନ୍ତୁ ବୋଲି ଦକ୍ଷିଣ ଆଫ୍ରିକା ଚାହିଁବ ନିଶ୍ଚିତ। ବଡ଼ ସ୍କୋର ହୋଇପାରିଲେ ବୋଲରମାନଙ୍କୁ ଡିଫେଣ୍ଡ କରିବା ସହଜ ହେବ।
ଅନ୍ୟପକ୍ଷରେ ଟି୨୦ ବିଶ୍ୱକପ୍‌ରେ ନେଦରଲାଣ୍ଡ୍ସ ଯେ କେବଳ ଦକ୍ଷିଣ ଆଫ୍ରିକାକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲା ତା’ ନୁହେଁ, ୨୦୦୯ରେ ଲଡର୍‌ସଠାରେ ଇଂଲଣ୍ଡକୁ ମଧ୍ୟ ହରାଇଥିଲା। ଟି୨୦ ଓ ୫୦ ଓଭର ଫର୍ମାଟ୍‌ ଯଦିଓ ସମ୍ପୂର୍ଣ୍ଣ ଭିନ୍ନ ତେବେ ପୂର୍ବ ବିଜୟଗୁଡ଼ିକରୁ ସ୍କଟ୍‌ ଏଡ୍‌ଓ୍ବାଡର୍‌ସଙ୍କ ନେତୃତ୍ୱାଧୀନ ଦଳ ଅନେକ କିଛି ଶିକ୍ଷା କରିଥିବ ନିଶ୍ଚିତ। ଗତ ରବିବାର ନୂଆଦିଲ୍ଲୀରେ ଇଂଲଣ୍ଡକୁ ହରାଇ ଆଫଗାନିସ୍ତାନ ବିପର୍ଯ୍ୟୟ ସୃଷ୍ଟି କରିଛି। ଏହା ମଧ୍ୟ ନେଦରଲାଣ୍ଡ୍ସକୁ ପ୍ରେରଣା ଯୋଗାଇଥିବ। ତେଣୁ ଆଗାମୀ ମ୍ୟାଚ୍‌ ରୋମାଞ୍ଚକ ହେବା ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?