Posted inଖେଳ

ରାଜ୍ୟ ସ୍କୁଲ୍ସ ଓପନ ଚେସ୍‌: ସାଇ ରଞ୍ଜନ ଚାମ୍ପିୟନ

ଭୁବନେଶ୍ୱର, ୧୫।୧ (ତପନ ସ୍ବାଇଁ): କେଶୁରାସ୍ଥିତ ରୟାଲ ପବ୍ଲିକ୍‌ ସ୍କୁଲରେ ରବିବାର ଆୟୋଜିତ ୭ମ ଆର.ଏନ. ଦାସ ସ୍ମାରକୀ ରାଜ୍ୟ ସ୍କୁଲ୍ସ ଓପନ ଚେସ୍‌ ଚାମ୍ପିୟନଶିପ୍‌ରେ ଯାଜପୁର ଟାଉନ୍‌ ଡିଏଭିର ସାଇ ରଞ୍ଜନ ମିଶ୍ର ଚାମ୍ପିୟନ ହୋଇଛନ୍ତି। ଆର.ଏନ. ଦାଶ ଫାଉଣ୍ଡେଶନ ଓ ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜନ ହୋଇଥିଲା। ୫ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସାଇ ରଞ୍ଜନ ପୂରା ୫ ପଏଣ୍ଟ ପାଇଥିଲେ। ଆଦିତ୍ୟ ପ୍ରସାଦ ସୁବୁଦ୍ଧି (କେଭି, ଆଇଆଇଟି ଭୁବନେଶ୍ୱର) ୪.୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଅଞ୍ଜଳି ମିଶ୍ର, ସ୍ବସ୍ତିକ ରଞ୍ଜନ ସ୍ବାଇଁ, ଆୟାଭନ୍ଥ ମହାନ୍ତି, ଅର୍ନଭ ଖୁଣ୍ଟିଆ, ରୁଦ୍ର ପ୍ରତାପ ମିଶ୍ର, ଇହାନ ଚୌଧୁରୀ, ଆୟୁଷ୍ମାନ ବେହେରା ଓ ନମନ ରାଜ ସିଂ ଟପ୍‌-୧୦ ଫିନିଶ୍‌ କରିଥିଲେ। ଏମାନଙ୍କ ବ୍ୟତୀତ ୮, ୧୦, ୧୨, ୧୪ ବର୍ଷରୁ କମ୍‌ ଏବଂ ବାଳିକା ବର୍ଗର ଶ୍ରେଷ୍ଠ ୨ ଜଣ ଲେଖାଏ ପ୍ରତିଯୋଗୀଙ୍କୁ ଏଜ୍‌ ଗ୍ରୁପ୍‌ ଏବଂ ୮ ଜଣ ପ୍ରତିଭାସମ୍ପନ୍ନ ଖେଳାଳିଙ୍କୁ ସ୍ବତନ୍ତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଆର.ଏନ. ଦାଶ ଫାଉଣ୍ଡେଶନର ମ୍ୟାନେଜିଂ ଟ୍ରଷ୍ଟି ସୁବ୍ରତ ଦାଶ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିବାବେଳେ ରୟାଲ ପବ୍ଲିକ୍‌ ସ୍କୁଲର ପ୍ରିନ୍ସିପାଲ ସର୍ବେଶ୍ୱର ସାମଲ, ରାଜ୍ୟ ଆସୋସିଏଶନ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ, ରନତ୍ା ଦାଶ ପ୍ରମୁଖ ଅତିଥିଭାବେ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏବେ ଆରସିବିର ମାଲିକ କିଏ ଜାଣନ୍ତି: ବିଜୟ ମାଲ୍ୟା ନା ଆଉ କିଏ

ନୂଆଦିଲ୍ଲୀ,୯।୫: ଇଣ୍ଡିଆନ ପ୍ରିମିୟର ଲିଗ ୨୦୦୮ରେ ଆରମ୍ଭ ହୋଇଥିଲା। ୧୭ ବର୍ଷ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲରୁ(ଆରସିବି) ସବୁଠାରୁ ଲୋକପ୍ରିୟ ଫ୍ରାଞ୍ଚାଇଜ ହୋଇପାରିଛି। ଆରସିବି ଦଳ...

୨୦ କୋଟି ଅଫର୍‌ ଦେଲେ ବି ଆଇପିଏଲ୍‌ ଖେଳିବେ ନାହିଁ ବାବର, କାରଣ ବି କହିଲେ…

ଇସଲାମାବାଦ,୯।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)କୁ ନେଇ ସାରା ବିଶ୍ୱରେ କ୍ରେଜ୍‌ ଅଧିକ ରହିଛି। ଏହା ଏଭଳି ଏକ ଟୁର୍ନାମେଣ୍ଟ ଯେଉଁଠି ରାତାରାତି ଯେକୌଣସି ଖେଳାଳିର ଭାଗ୍ୟ...

ରୋଚକ ହେଉଛି ଆଇପିଏଲ୍‌ ପ୍ଲେ ଅଫ୍‌ ରେସ୍‌: ଜାଣନ୍ତୁ କେଉଁ ଦଳ ଅଛନ୍ତି ପ୍ରମୁଖ ଦାବିଦାର

ନୂଆଦିଲ୍ଲୀ,୯।୫: ଆଇପିଏଲ ୨୦୨୪ର ୫୭ଟି ମ୍ୟାଚ ଖେଳାଯାଇଛି। ହାଇଦ୍ରାବାଦ ଲକ୍ଷ୍ନୌର ପ୍ଲେ ଅଫରେ ପହଞ୍ଚିବାର ଆଶା ଶେଷ କରିଛି। ତେବେ ଏପର୍ଯ୍ୟନ୍ତ କୌଣସି ଦଳ ପ୍ଲେ...

ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିବେ ରୋହିତ! ଅକରମ୍‌ କହିଲେ-କେଉଁ ଟିମ୍‌କୁ ଯିବେ ହିଟ୍‌ମ୍ୟାନ୍‌

ନୂଆଦିଲ୍ଲୀ,୯।୫: ଆଇପିଏଲ୍‌ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଛି। ୧୨ ମ୍ୟାଚ୍‌ରେ ୪ ବିଜୟ ସହ ଏମ୍‌ଆଇ ୮ ଅଙ୍କ...

ତୁମ ସମୟ ଆସିବାକୁ ଯାଉଛି… ନିଜ ଶିଷ୍ୟଙ୍କ ପ୍ରଶଂସାରେ ଶତମୁଖ ହେଲେ ସିକ୍ସର କିଙ୍ଗ୍‌

ନୂଆଦିଲ୍ଲୀ,୯।୫: ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ୧୬୭ ରନ୍‌ର ବିଜୟ ଲକ୍ଷ୍ୟ କେବଳ ୫୮ ବଲ୍‌ରେ ହାସଲ କରିନେଇଥିଲା। ଏହି ମୁକାବିଲାରେ ହାଇଦ୍ରାବାଦର ଓପନିଂ...

କେ.ଏଲ ରାହୁଲଙ୍କ ଉପରେ ରାଗି ଉଠିଲେ LSG ମାଲିକ, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ,୯।୫: ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ ମଧ୍ୟରେ ମ୍ୟାଚ ପରେ ଏକ ବିବାଦ ସାମ୍ନାକୁ ଆସିଛି ଯାହା କ୍ରିକେଟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

କୋହଲି ନୁହେଁ, ଏହି ୨ ବ୍ୟାଟ୍‌ସମ୍ୟାନ୍‌ ଅରେଞ୍ଜ୍‌ କ୍ୟାପ୍‌ ଜିତିବାର ପ୍ରମୁଖ ଦାବିଦାର

ନୂଆଦିଲ୍ଲୀ,୯।୫: ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସିଜିନ୍‌ ଏହାର ଶେଷ ପର୍ଯ୍ୟାୟରେ ପ୍ରବେଶ କରିଛି। ଆଗାମୀ ୨ ସପ୍ତାହରୁ କମ ସମୟ ମଧ୍ୟରେ, ଆଇପିଏଲ ୨୦୨୪ର...

ମାତ୍ର ୧୨ ରନ୍‌ରେ ଅଲଆଉଟ୍‌ ହେଲା ଏହି ଟିମ୍‌: ୭ ବ୍ୟାଟ୍ସମ୍ୟାନ୍‌ ‘ଶୂନ’ରେ ଆଉଟ୍‌

ନୂଆଦିଲ୍ଲୀ,୯।୫: ଆଜିକାଲି ଆଇପିଏଲ ୨୦୨୪ରେ ବିଭିନ୍ନ ବଡ଼ ସ୍କୋର କରୁଛନ୍ତି, କିନ୍ତୁ ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟ ରେ ଗୋଟିଏ ଦଳ ମାତ୍ର ୧୨ ରନ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri