ମହାତ୍ମା ଗାନ୍ଧୀ ମାର୍ଗରେ ପାଳିତ ହେବ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ, ଜିଲାସ୍ତରୀୟ ପାଇଁ ଅଧିକ ଅର୍ଥ ବରାଦ

ଭୁବନେଶ୍ୱର,୫।୮: ଚଳିତ ବର୍ଷର ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ମହାତ୍ମା ଗାନ୍ଧୀ ମାର୍ଗରେ ପାଳନ କରାଯିବ। ଆଜି ରାଜ୍ୟ ଗୃହ ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ସହିତ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି।

ବୈଠକର ଆଲୋଚନାରୁ ଜଣାଯାଇଛି ଯେ ଚଳିତ ବର୍ଷ ପରେଡରେ ସ୍କୁଲ-କଲେଜ ଓ ପୋଲିସ ବାହିନୀର କଣ୍ଟିଜେଣ୍ଟକୁ ମିଶାଇ ପ୍ରାୟ ୪୦ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିବେ । ମୁଖ୍ୟମନ୍ତ୍ରୀ ସକାଳ ୯ଟା ସମୟରେ ପତାକା ଉତ୍ତୋଳନ କରି ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ। ଏହାପରେ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ।

ଏହି ଅବସରରେ ଜିଲ୍ଲାସ୍ତରର ସ୍ବାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ପାଇଁ ଅଧିକ ଅର୍ଥର ବରାଦ କରିବାକୁ ମୁଖ୍ୟମନ୍ତ୍ରୀ ମାଝୀ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ବାଧୀନତା ଦିବସ ଆମର ଏକ ଜାତୀୟ କାର୍ଯ୍ୟକ୍ରମ। ସାରା ଦେଶବାସୀଙ୍କ ପାଇଁ ଖୁସି ଓ ଉତ୍ସବର ଦିବସ। ତେଣୁ ଏହାକୁ ମହାସମାରୋହରେ ପାଳନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂହ, ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂହ, ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା ଓ କଟକ-ଭୁବନେଶ୍ବରର ପୋଲିସ କମିଶନର ସଂଜୀବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

OBC ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ: ଯଦି ମାତାପିତା ଆଇଏଏସ ଅଧିକାରୀ ତେବେ…

ନୂଆଦିଲ୍ଲୀ,୨୨।୫: ସୁପ୍ରିମକୋର୍ଟ ଓବିସି ସଂରକ୍ଷଣ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି କରିଛନ୍ତି। କୋର୍ଟ ଟିପ୍ପଣୀ କରିଛନ୍ତି ଯେ, ଯଦି ମାତାପିତା ଆଇଏଏସ ଅଧିକାରୀ, ତେବେ ସେମାନେ…

ଆଉ ୧୦ଦିନ ପରେ ଓଡ଼ିଶାରେ ପ୍ରଳୟ! ଏବେଠୁ ପ୍ରଭାବ ପଡିବା ଆରମ୍ଭ?

ଭୁବନେଶ୍ବର,୨୨ା୫: ଦେଶର ଅଧିକାଂଶ ଭାଗରେ ପାରଦ ଏବେ ୪୫ ରୁ ୪୮ ଡିଗ୍ରୀ ସେଲସିୟସ ପାର୍‌ କରିସାରିଲାଣି। ଦିଲ୍ଲୀ-ଏନସିଆର, ଉତ୍ତର ଭାରତ ଏବଂ ଓ ସମେତ ବିଭିନ୍ନ…

ସିଂହାସନୀ ପୀଠକୁ ଯାଉଥିବାବେଳେ ବାଟରେ ଘଟିଲା ଅଘଟଣ: ବସ୍‌-ଅଟୋ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜଣଙ୍କ ଜୀବନ

ପୁରୁଷୋତ୍ତମପୁର,୨୨।୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭୂତସରସିଙ୍ଗି -ଶିକୁଳା ରାସ୍ତାର ଲଡକାପଲ୍ଲୀଠାରେ ଶୁକ୍ରବାର ଏକ ବସ୍‌ ଓ ଅଟୋ ମଧ୍ୟରେ ଧକ୍କା ହୋଇଛି ।…

ୟୁଟ୍ୟୁବର ସବ୍ୟସାଚୀ ଅମିତାଭଙ୍କ ଗିରଫକୁ ନେଇ ଚର୍ଚ୍ଚା: ଜୋର୍‌ ଧରିଛି ରାଜନୀତି

କେନ୍ଦୁଝର,୨୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ମୁଖ୍ୟାଳୟ ସର୍କିଟ ହାଉସ୍‌ରେ କାର୍‌ ଧକ୍କାରେ ସେଠାକାର କର୍ମଚାରୀଙ୍କ ବାଇକ୍‌ ଭାଙ୍ଗିବା ଏବଂ ଜଗୁଆଳିଙ୍କୁ ଜାତିଆଣ ଆକ୍ଷେପ କରିବା ଅଭିଯୋଗରେ ୟୁଟ୍ୟୁବର…

୨୪ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା: ଏହି ଦିନ ହେବ ଭୋଟିଂ

ନୂଆଦିଲ୍ଲୀ,୨୨।୫: ଜୁନ-ଜୁଲାଇରେ ଖାଲି ପଡୁଥିବା ୨୪ଟି ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ଏହା ସହିତ ମହାରାଷ୍ଟ୍ର ଏବଂ ତାମିଲନାଡୁର ଦୁଇଟି…

ଆସୁଛି ଲଘୁଚାପ, ଏହି ଦିନଠୁ ପ୍ରବଳ ବର୍ଷିବ

ଭୁବନେଶ୍ବର,୨୨ା୫: ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ…

ଇନ୍‌ଷ୍ଟାଗ୍ରାମରେ ଭାଜପାକୁ ପଛରେ ପକାଇଲା ‘କକ୍‌ରୋଚ ଜନତା ପାର୍ଟି’: ନୂଆ ଆକାଉଣ୍ଟ ସହ ଫେରିଲେ ପ୍ରତିଷ୍ଠାତା

ନୂଆଦିଲ୍ଲୀ,୨୨ା୫(ପି.ଟି.):ସୋସିଆଲ ମିଡିଆରେ ହଲଚଲ ସୃଷ୍ଟି କରିଥିବା ବ୍ୟଙ୍ଗାତ୍ମକ ଡିଜିଟାଲ ଆନ୍ଦୋଳନ ‘କକ୍‌ରୋଚ ଜନତା ପାର୍ଟି’ (ସିଜେପି) ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗୁରୁବାର ଏହି ପାର୍ଟିର…

ପୁଅ ବିବାହରେ ଯୋଗଦେଲେ ମୋତେ ମାରି ଦିଆଯିବ: କାହିଁକି ଏମିତି କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୨।୫: ଇରାନ ସମ୍ପର୍କରେ ପରିସ୍ଥିତିରେ ବ୍ୟସ୍ତ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଖରେ ତାଙ୍କ ନିଜ ପୁଅର ବିବାହରେ ଯୋଗଦେବା ପାଇଁ ସମୟ ନାହିଁ। ଟ୍ରମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri