ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର: ବିଜେଡି କଲା ସ୍ବାଗତ

ଭୁବନେଶ୍ୱର,୧୮।୩: ବହୁ ଚର୍ଚ୍ଚିତ ନବଦାସ ହତ୍ୟାକାଣ୍ଡ ମାମଲାରେ ଆଇନ ମନ୍ତ୍ରୀଙ୍କ ବୟାନ ପରେ ବିଜେଡିର ପ୍ରତିକ୍ରିୟା ଦେଇଛି। ବିଜେଡି କହିଛି, ପୂର୍ବରୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦିଆଯାଇଥିଲା। ସେତେବେଳେ ଭାଜପାର କ୍ରାଇମବ୍ରାଞ୍ଚ ତଦନ୍ତକୁ ବିଶ୍ବାସନଥିଲା। ଏବେ ବି କ୍ରାଇମବ୍ରାଞ୍ଚ ତଦନ୍ତକୁ ବିଜେଡି ସ୍ବାଗତ କରୁଛି। ସିବିଆଇ ତଦନ୍ତ କଥା କହୁଥିଲେ ଏବେ ପଛଘୁଞ୍ଚା ଦେଉଛନ୍ତି ବୋଲି ବିଜେଡି କହିଛି।

ଅନ୍ୟପଟେ, ଗୃହରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇ କହିଛନ୍ତି ଯେ, ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ଆରମ୍ଭ ହୋଇଛି। ନବଙ୍କ ପରିବାର ଲୋକଙ୍କ ହେଲା ବୟାନ ରେକର୍ଡ କରାଯାଇଛି। ସେମାନେ ନ୍ୟାୟ ଦେଇ ପାରିନଥିଲେ, ତେଣୁ ଆମକୁ ଲେଖିକି ଦେଇଥିଲେ। ତାଙ୍କ ଘରେ କ୍ରାଇମବ୍ରାଞ୍ଚ ପହଞ୍ଚି ବୟାନ ରେକର୍ଡ କରିଛି।

ସୂଚନାଯୋଗ୍ୟ, ନବ ଦାସ ହତ୍ୟା ମାମଲାରେ ମଙ୍ଗଳବାର ସକାଳୁ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ ଝାରସୁଗୁଡ଼ାସ୍ଥିତ ଘରେ ପହଞ୍ଚିଥିଲେ।

ଅନ୍ୟପଟେ, ନବ ଦାସ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ କରିଥିଲେ ନବ ଦାସଙ୍କ ସ୍ତ୍ରୀ। ସେ ଇ-ମେଲ ଜରିଆରେ ସାକ୍ଷାତକାରର ସମୟ ମାଗିଥିଲେ। ଇ-ମେଲ ସହ ପୋଷ୍ଟାଲରେ ମଧ୍ୟ ଏକ ଚିଠି ପଠାଇ ସମୟ ମାଗଥିଲେ ନବ ଦାସଙ୍କ ସ୍ତ୍ରୀ। ସିବିଆଇ ତଦନ୍ତ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିବା ଚିଠିରେ ଉଲ୍ଲେଖ ରହିଛି। ଏନେଇ ନବ ଦାସଙ୍କ ପୁଅ ବିଶାଳ ଦାସ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

୨୦ରୁ ୨୨ଅଗଷ୍ଟ ଯାଏ ସବୁ ସ୍କୁଲ-କଲେଜ ବନ୍ଦ; ରାଜ୍ୟପାଳ ଜାରି କଲେ ନିର୍ଦ୍ଦେଶ, ଜାଣନ୍ତୁ କାହିଁକି…

୨୦ ରୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ, ଯାହାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି କରାଯାଇଛି। ଶିକ୍ଷା ବିଭାଗ…

ଶନିଙ୍କ ଚଳନରେ ମାଲାମାଲ ହେବେ ୪ ରାଶି: ଅଚାନକ ବଦଳିଯିବ ଭାଗ୍ୟ, ହେବ ଧନବର୍ଷା

ବୈଦିକ ଜ୍ୟୋତିଷରେ ଶନିଦେବଙ୍କ ଚଳନ ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ମହତ୍ତ୍ୱ ଦିଆଯାଏ। ଶନି ରାଶି କିମ୍ବା ନକ୍ଷତ୍ର ପରିବର୍ତ୍ତନ କଲେ ଏହାର ପ୍ରଭାବ ସମସ୍ତ ୧୨ଟି…

ବଲାଙ୍ଗୀରରେ ଚାଞ୍ଚଲ୍ୟ; ଯୁବକଙ୍କ ମୁଣ୍ଡ କାଟି ପୋଖରୀରେ ଫିଙ୍ଗିଦେଲେ

ବଲାଙ୍ଗୀର,୨୦।୮( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଦେଓଗାଁ ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଗଡା ଗ୍ରାମ ସ୍କୁଲ ନିକଟରେ ଏକ ପୋଖରୀରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri