ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀଙ୍କ ପ୍ରଚେଷ୍ଟା ଫଳରେ ସହରରେ ୧୫ ଏମଏଲଡି କ୍ଷମତା ବିଶିଷ୍ଟ ନର୍ଦ୍ଦମା ଜଳ ବିଶୋଧନାଗାର ଅର୍ଥାତ୍ ଏସଟିପି ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରଶାସନିକ ମଞ୍ଜୁରି ମିଳିଛି। ଏହି ପ୍ରକଳ୍ପର ମୋଟ୍ ବ୍ୟୟ ଅଟକଳ ୧୭୮ କୋଟି ୫୦ ଲକ୍ଷ ୭୯ ହଜାର ୭୯ ଟଙ୍କା ରହିଛି।

ସହରର ମଇଳା ଓ ଆବର୍ଜନା ପାଣି ସିଧାସଳଖ ଜୀରାନଦୀରେ ପଡ଼ି ଜଳକୁ ପ୍ରଦୂଷିତ କରୁଥିବାରୁ ଏହି ପ୍ରକଳ୍ପ ମାଧ୍ୟମରେ ସେହି ସମସ୍ୟାର ସ୍ଥାୟୀ ସମାଧାନ କରାଯିବ। ପ୍ରକଳ୍ପ ଅନ୍ତର୍ଗତ ଜଳ ସଂଗ୍ରହ ପାଇଁ ପ୍ରମୁଖ ଡ୍ରେନର ସର୍ଭେ, ଡିଜାଇନ ଓ ନିର୍ମାଣ, ଇଣ୍ଟରସେପ୍ସନ୍ ଓ ଡାଇଭର୍ସନ୍ ବ୍ୟବସ୍ଥା, ୨୦ ଏମଏଲଡି କ୍ଷମତା ବିଶିଷ୍ଟ ମୁଖ୍ୟ ପମ୍ପିଂ ଷ୍ଟେସନ୍, ୧୫ ଏମଏଲଡି କ୍ଷମତା ବିଶିଷ୍ଟ ଏସଟିପି, ଟ୍ରିଟେଡ୍ ୱାଟର ରିଉଜ୍ ସିଷ୍ଟମ୍ ଏବଂ ୧୦ ବର୍ଷର ପରିଚାଳନା ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥା କରାଯିବ।

ଏହି ପ୍ରକଳ୍ପ ପାଇଁ ଧାର୍ଯ୍ୟ ଅର୍ଥ ମଧ୍ୟରୁ ପ୍ରମୁଖ ଡ୍ରେନ ନିର୍ମାଣ ପାଇଁ ୭୪.୩୩ କୋଟି ଟଙ୍କା, ଇଣ୍ଟରସେପ୍ସନ୍, ଡାଇଭର୍ସନ୍, ପମ୍ପିଂ ବ୍ୟବସ୍ଥା ଏବଂ ରକ୍ଷଣାବେକ୍ଷଣ ପାଇଁ ୩୮.୧୭ କୋଟି ଟଙ୍କା ଏବଂ ଏସଟିପି ସହ ଟ୍ରିଟେଡ୍ ୱାଟର ରିଉଜ୍ ସିଷ୍ଟମ୍ ଓ ରକ୍ଷଣାବେକ୍ଷଣ ପାଇଁ ୬୫.୯୯ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହି ସମସ୍ତ ଖର୍ଚ୍ଚ ଏଫସି ଟାଏଡ୍ ଗ୍ରାଣ୍ଟ ଜରିଆରେ ବହନ କରାଯିବ। ଓଡ଼ିଶା ୱାଟର ସପ୍ଲାଇ ଆଣ୍ଡ ସିୱେରେଜ ବୋର୍ଡକୁ ଏହି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଦାୟିତ୍ୱ ଦିଆଯାଇଥିବାବେଳେ ସମସ୍ତ କାର୍ଯ୍ୟ ଓପିଡବ୍ଲୁଡି କୋଡ୍ ଅନୁଯାୟୀ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପନ୍ନ କରିବାକୁ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି, ଯାହାଦ୍ୱାରା ପ୍ରକଳ୍ପ କାର୍ଯ୍ୟରେ ଅନାବଶ୍ୟକ ବିଳମ୍ବ ଓ ବ୍ୟୟ ବୃଦ୍ଧିକୁ ଏଡ଼ାଯାଇପାରିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

ମୁଖରିତ ହେଲା ବ୍ରାହ୍ମଣୀଗାଁ: ଜନ୍ମାଷ୍ଟମୀ ପୂଜା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକ ପାଳିତ

ବ୍ରାହ୍ମଣୀଗାଁ, ୪।୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ବ୍ରହ୍ମାଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ…

୫୨ ବର୍ଷର ମନାନ୍ତର ଭୁଲି ଏକାଠି ହେଲେ ଗୋପପାଲି ଗ୍ରାମବାସୀ: ଯୁବପିଢ଼ିଙ୍କ ଉଦ୍ୟମରେ ଫେରିଲା ଏକତା, ଗଠନ ହେଲା ଗ୍ରାମ୍ୟ କମିଟି

ଅମରପାଲି,୪।୯(ପୀତାମ୍ୱର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଗୋପପାଲି ଗ୍ରାମରେ ଦୀର୍ଘ ୫୨ ବର୍ଷ ପରେ ଏକତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।…

ରୁଷୁଡ଼ା ଫାଣ୍ଡିରେ ଯୋଗଦେଲେ ନୂତନ ଫାଣ୍ଡି ଅଧିକାରୀ, ଅଞ୍ଚଳରେ ଆଇନ ଶୃଙ୍ଖଳା…

ଭେଡ଼େନ ୪।୯(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ରୁଷୁଡ଼ା ପୋଲିସ ଫାଣ୍ଡିରେ ଶୁକ୍ରବାର ନୂତନ ଫାଣ୍ଡି ଅଧିକାରୀ ଭାବରେ ଗୋଳକ ବିହାରୀ ସେଠୀ ଦାୟିତ୍ୱ…

ଦିଗପହଣ୍ଡି ସମିତିସଭ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ-ଲୁଟ୍: ଜଣେ ଅଭିଯୁକ୍ତ ଜେଲ୍‌ ଗଲେ, ୨ ନାବାଳକ ବାଳସୁଧାର ଗୃହକୁ…

ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ସମିତିସଭ୍ୟ ବି. ଲଡୁ ପାତ୍ର ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ,…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri