ଷ୍ଟାର୍ଟଅପ୍‌ ଚିଠାନୀତି ଖୁବ୍‌ଶୀଘ୍ର

ଭୁବନେଶ୍ୱର,୧୯ା୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଚନ୍ଦ୍ରଶେଖରପୁରଠାରେ ଓ-ହବ୍‌ ଷ୍ଟାର୍ଟଅପ୍‌ ସେଣ୍ଟରକୁ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୁବ ଉଦ୍ୟୋଗୀଙ୍କ ସହ ଆଲୋଚନା କରିଛନ୍ତି। ଓ-ହବ୍‌ ଷ୍ଟାର୍ଟଅପ୍‌ ଓଡ଼ିଶା ଇନ୍‌କ୍ୟୁବେଶନ୍‌ ସେଣ୍ଟର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିକାଶରେ ଓ-ହବ୍‌ ବହୁତ ଉପାଦେୟ ହୋଇପାରିବ। ରାଜ୍ୟ ସରକାର ଘରୋଇ ପୁଞ୍ଜିନିବେଶକାରୀଙ୍କୁ ମଧ୍ୟ ପ୍ରୋତ୍ସାହନ ଦେଉଛନ୍ତି। ଷ୍ଟାର୍ଟଅପ୍‌ ପାଇଁ ରାଜ୍ୟ ସରକାର ଖୁବ୍‌ଶୀଘ୍ର ଏକ ନୂଆ ଚିଠାନୀତି ଆଣିବେ। ଏଥିରେ ସ୍କୁଲ ପାଠ୍ୟକ୍ରମରେ ଏଣ୍ଟରପ୍ରିନ୍ୟୁରଶିପ୍‌କୁ ନେଇ ସ୍ବତନ୍ତ୍ର ପାଠ୍ୟକ୍ରମ ସ୍ଥାନ ପାଇବ। ଯୁବଗୋଷ୍ଠୀଙ୍କୁ ଉଦ୍ୟୋଗୀ କରିବା ପାଇଁ ଛାତ୍ର ଜୀବନରୁ ମଧ୍ୟ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ୨୦୨୫ ସୁଦ୍ଧା ୫ ହଜାର ଷ୍ଟାର୍ଟଅପ୍‌ ଉଦ୍ୟୋଗୀ ସୃଷ୍ଟି ନେଇ ଯେଉଁ ଲକ୍ଷ୍ୟ ରହିଛି ତାହା ପୂରଣ କରିବା ଦିଗରେ ଓ-ହବ୍‌ ସହାୟକ ହେବ। ଏହି ବିଶ୍ୱସ୍ତରୀୟ ଇନ୍‌କ୍ୟୁବେଶନ ସେଣ୍ଟରରେ କର୍ପୋରେଟ ପାର୍ଟନରଙ୍କଠାରୁ ଆରମ୍ଭ କରି ପ୍ରଶିକ୍ଷକ, ଉଦ୍ୟୋଗୀମାନେ ଏକାଠି ହେବାର ସୁଯୋଗ ପାଇପାରିବେ। ୧ ଲକ୍ଷ ୫୦ ହଜାର ବର୍ଗଫୁଟରୁ ଅଧିକ ଅଞ୍ଚଳ ବିସ୍ତୃତ ବିଲ୍ଡିଂରେ ୯୩ ଇନ୍‌କ୍ୱିବେଟରଙ୍କୁ ସ୍ଥାନ ମିଳିବ। ସ୍ବାସ୍ଥ୍ୟୃ, ଅଣପାରମ୍ପରିକ ଶକ୍ତି, ଆଇସିଟି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେଶିନ ଲର୍ନିଂ, ହସ୍ତତନ୍ତ, ବୟନଶିଳ୍ପ, କୃଷି ବୈଷୟିକ ଭଳି କ୍ଷେତ୍ରରେ ୨୦୦ ଯୁବ ଉଦ୍ୟୋଗୀଙ୍କୁ ଏଠାରେ ସୁଯୋଗ ମିଳିବ। ରାଜ୍ୟରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ବିକାଶରେ ଓ-ହବ୍‌ ବହୁତ ଉପାଦେୟ ହୋଇପାରିବ। ଷ୍ଟାର୍ଟଅପ୍‌ର ଇକୋସିଷ୍ଟମ୍‌ ବାତାବରଣକୁ ଏହା ଅଧିକ କ୍ରିୟାଶୀଳ କରିବ। ଅଧିକ ସଂଖ୍ୟକ ମହିଳା କିପରି ଉଦ୍ୟୋଗୀ ହୋଇପାରିବେ, ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ଏଥିରେ ୭୫ଟି ଇ-ସେଲ୍‌ସ କାଉଣ୍ଟର, ୯୩ ଇନ୍‌କ୍ୟୁବେଟର ସହ ୧୦ହଜାର ନିଯୁକ୍ତି ପାଇଁ ବ୍ୟବସ୍ଥା ହୋଇଛି। ବିଶେଷକରି କୃଷି, ସ୍ବାସ୍ଥ୍ୟ, ସବୁଜ ଶକ୍ତି କ୍ଷେତ୍ରରେ ଷ୍ଟାର୍ଟଅପ୍‌ ଉଦ୍ୟୋଗୀଙ୍କ ଆଇଡିଆ ଏଠାରେ ବାସ୍ତବ ରୂପ ନେବ।
ଓଡ଼ିଶାର ଓୟୋ, ଆଇ ସର୍ଭ ୟୁ ଭଳି ସଂସ୍ଥା ଅନ୍ତର୍ଜାତୀୟ ସ୍ତରରେ ଅନେକ ସୁନାମ ଆଣିଛନ୍ତି। ଫଣ୍ଡିଂ, ଟେକ୍‌ନିକାଲ ସହାୟତା, ଆବଶ୍ୟକ ଅନୁସାରେ ସହାୟତା ମଧ୍ୟ ଓ-ହବ୍‌ ଯୋଗାଇବ। ୨୦୧୬ରେ ରାଜ୍ୟ ସରକାର ଷ୍ଟାର୍ଟଅପ୍‌ ପଲିସି ଆଣିଥିଲେ। ଏହା ଭିତରେ ଅନେକ ଆଗେଇଛି ଷ୍ଟାର୍ଟଅପ୍‌।

ରାଜ୍ୟରେ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି। ରାଉରକେଲା, ଭୁବନେଶ୍ୱର, କଟକରେ ଷ୍ଟାର୍ଟଅପ୍‌ ଉଦ୍ୟୋଗୀଙ୍କ ସ୍ବତନ୍ତ୍ର ସେଣ୍ଟର କରାଯାଇଛି। ଓ-ହବ୍‌ରେ ସମସ୍ତ ଅତ୍ୟାଧୁନିକ ଟେକ୍ନୋଲୋଜିରେ ସବୁପ୍ରକାର ସୁବିଧା ଷ୍ଟାର୍ଟଅପ୍‌ ଉଦ୍ୟୋଗୀଙ୍କୁ ଯୋଗାଇ ଦିଆଯିବ ବୋଲି ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଅସିତ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ। ଏମ୍‌ଏସ୍‌ଏମ୍‌ଇ ସଚିବ ସତ୍ୟବ୍ରତ ସାହୁ ସ୍ବାଗତ ଭାଷଣ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ଷ୍ଟାର୍ଟଅପ୍‌ ଓଡ଼ିଶା ଉପରେ ଏକ କଫି ଟେବୁଲ ପୁସ୍ତକ ଉନ୍ମୋଚନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?